ଅନ୍ତର୍ଜାତୀୟ

ବାଂଲାଦେଶରେ କେବେ ହେବ ନିର୍ବାଚନ ସୂଚନା ଦେଲେ ୟୁନୁସ ସରକାର

ଢାକା,୧୬।୧୨: ବାଂଲାଦେଶ ନିର୍ବାଚନକୁ ନେଇ ଏକ ବଡ ଅପଡେଟ ଆସିଛି। ନୋବେଲ ବିଜେତା ତଥା ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ନିର୍ବାଚନ ସମ୍ପର୍କରେ ସୂଚନା ଦେଇଛନ୍ତି। ଆସନ୍ତା ବର୍ଷ ଶେଷ କିମ୍ବା ୨୦୨୬ ଆରମ୍ଭରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ…

ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼ ‘ଚିଡୋ’, ହଜାରେରୁ ଅଧିକ ମୃତ

ପ୍ୟାରିସ,୧୬।୧୨: ଶନିବାର ଫ୍ରାନ୍ସର ହିନ୍ଦ ମହାସାଗରରେ ମାୟୋଟେ ଦ୍ୱୀପ ଅଞ୍ଚଳକୁ ସାଇକ୍ଲୋନ ‘ଚିଡୋ’ ଧକ୍କା ଦେଇ ଏହି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ସୃଷ୍ଟି କରିଥିଲା। ଏହି ଘୂର୍ଣ୍ଣିବଳୟ ଦ୍ୱୀପର ଫ୍ରେଞ୍ଚ ଅଂଶକୁ ଘଣ୍ଟା ପ୍ରତି ୨୦୦ କିଲୋମିଟର (୧୨୪ ମାଇଲ ପ୍ରତି…

ନୂଆବର୍ଷରେ ଭାରତକୁ ବଡ଼ ଉପହାର ଦେବେ ପୁଟିନ୍‌!

ନୂଆଦିଲ୍ଳୀ,୧୬।୧୨: ଭାରତ ଏବଂ ରୁଷିଆ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଆଜି ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ପୂର୍ବ ଅପେକ୍ଷା ଭଲ ଏବଂ…

ବାଂଲାଦେଶ ଏବେ କାଙ୍ଗାଳଦେଶ? ୟୁଟ୍ୟୁବରଙ୍କ ପ୍ରଶ୍ନରେ ରାଗିଗଲେ ପାକିସ୍ତାନୀ

ଇସଲାମାବାଦ,୧୬।୧୨: ଭାରତର ପଡୋଶୀ ଦେଶ ବାଂଲାଦେଶରେ ବର୍ତ୍ତମାନ ଅନେକ ଅଶାନ୍ତି ଦେଖାଦେଇଛି। ଯେଉଁଠାରେ ଶେଖ ହସିନାଙ୍କ ପତନ ପରେ ହିନ୍ଦୁମାନଙ୍କୁ ନିର୍ଯ୍ୟାତନା ଦିଆଯାଉଛି। ଏହି କାରଣରୁ ବାଂଲାଦେଶର ଭାରତ ସହ ସମ୍ପର୍କ ଖରାପ ହୋଇଯାଇଛି। ଏହି ପ୍ରସଙ୍ଗରେ ସେମାନଙ୍କ ପ୍ରତିକ୍ରିୟା ପାଇବା…

ଚାଇନାର ନୂଆ ଅସ୍ତ୍ରକୁ ଦେଖି ବିଶ୍ୱ ଛାନିଆ, କ୍ଷଣକରେ ଶତ୍ରୁ ଦେଶର ସେନା ହେବେ ଦୃଷ୍ଟିହୀନ

ବେଜିଂ,୧୬।୧୨: ସୀମାରେ ଚାଇନାର ଘୃଣ୍ୟ କାର୍ଯ୍ୟକଳାପ ବିଷୟରେ ସମସ୍ତେ ଅବଗତ ଅଛନ୍ତି। ଏହାର ବିସ୍ତାର ନୀତି ଅନୁଯାୟୀ ପ୍ରାୟ ପ୍ରତ୍ୟେକ ପଡୋଶୀ ଦେଶ ସହିତ ସୀମା ବିବାଦରେ ଡ୍ରାଗନ ଜଡିତ। ବର୍ତ୍ତମାନ ସି ଜିନପିଙ୍ଗଙ୍କ ଦେଶ ଏଭଳି ପଦକ୍ଷେପ ନେଇଛି ଯାହା…

ପାକିସ୍ତାନରେ ପାଳନ ହେଲା ରାଜ କପୁରଙ୍କ ୧୦୦ତମ ଜୟନ୍ତି

ଇସଲାମାବାଦ,୧୫।୧୨: ଭେଟେରାନ ହିନ୍ଦୀ ସିନେମା ଅଭିନେତା ରାଜ କପୁରଙ୍କ କେବଳ ଭାରତରେ ନୁହେଁ ଆମ ପଡୋଶୀ ଦେଶ ପାକିସ୍ଥାନରେ ମଧ୍ୟ ପ୍ରଶଂସକ ଅଛନ୍ତି। ସମ୍ପ୍ରତି କପୁର ପରିବାର ତାଙ୍କର ୧୦୦ତମ ଜନ୍ମ ବାର୍ଷିକୀକୁ ବହୁତ ବଡ଼ ଉତ୍ସବ ଆକାରରେ ପାଳନ କରିଛନ୍ତି…

ଡୋନାଲ୍ଡ ଟ୍ରମ୍ପଙ୍କୁ ନ୍ୟୁଜ ଚ୍ୟାନେଲ ଦେବ ୧୨୭ କୋଟି

ଓ୍ବାଶିଂଟନ,୧୫।୧୨: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଭୁଲ ମନ୍ତବ୍ୟ ଦେବା ଏବିସି ନ୍ୟୁଜକୁ ମହଙ୍ଗା ପଡିଛି। ବର୍ତ୍ତମାନ ଚ୍ୟାନେଲକୁ ୧୫ମିଲିୟନ ଆମେରିକୀୟ ଡଲାର ଅର୍ଥାତ୍‌ ଟ୍ରମ୍ପଙ୍କ ଦ୍ୱାରା ଦାଖଲ ହୋଇଥିବା ମାନହାନି ମାମଲାରେ ୧୨୭.୫ କୋଟି ଟଙ୍କା…

ମହଙ୍ଗା ପଡିଲା ହିଜାବ ନ ପିନ୍ଧି ଷ୍ଟେଜରେ ପରଫର୍ମ କରିବା

ତେହେରାନ,୧୫।୧୨: ହିଜାବ ନ ପିନ୍ଧି କନ୍ସର୍ଟରେ ପ୍ରଦର୍ଶନ ପାଇଁ ଇରାନରେ ଜଣେ ୟୁଟ୍ୟୁବ ଗାୟିକା ଗିରଫ ହୋଇଛନ୍ତି। ୟୁଟ୍ୟୁବରେ ଏକ ଭର୍ଚୁଆଲ କନ୍ସର୍ଟ କରିଥିବା ଜଣେ ଗାୟିକାଙ୍କୁ ଇରାନ କର୍ତ୍ତୃପକ୍ଷ ଗିରଫ କରିଛନ୍ତି। ଇରାନର ରାଜଧାନୀ ତେହେରାନଠାରୁ ପ୍ରାୟ ୨୮୦ କିଲୋମିଟର…

ବାଂଲାଦେଶରୁ କେମିତି ହଠାତ୍‌ ନିଖୋଜ ହୋଇଗଲେ ୩୫୦୦ ଲୋକ

ଢାକା,୧୫।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରିଥିବା ତଦନ୍ତ କମିଶନ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟରେ କହିଛନ୍ତି ଯେ ଲୋକଙ୍କ ନିଖୋଜ ଘଟଣାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସମ୍ପୃକ୍ତି ରହିଛି। ନିଖୋଜ ଲୋକଙ୍କ ଘଟଣାର ଅନୁସନ୍ଧାନ ପାଇଁ ଗଠିତ କମିଶନ ଆକଳନ କରିଛନ୍ତି…

‘ଓପନ୍‌ ଏଆଇ’କୁ ସମାଲୋଚନା କରୁଥିଲେ: ଭାରତୀୟ ଇଞ୍ଜିନିୟରଙ୍କ ମୃତ୍ୟୁ

ନ୍ୟୁୟର୍କ,୧୫।୧୨ (ପି.ଟି.): ଭାରତୀୟ ଇଞ୍ଜିନିୟର ସୁଚିର ବାଲାଜୀଙ୍କ ମୃତଦେହ ତାଙ୍କ ସାନ୍‌ ଫ୍ରାନ୍ସିସ୍କୋସ୍ଥିତ ଆପାର୍ଟମେଣ୍ଟରୁ ମିଳିଛି। ପ୍ରାରମ୍ଭିକ ତଦନ୍ତରୁ ସୁଚିରଙ୍କୁ ହତ୍ୟା କରାଯାଇଥିବା ନେଇ କୌଣସି ପ୍ରମାଣ ମିଳିନାହିଁ। ତେଣୁ ସେ ଆତ୍ମହତ୍ୟା କରିଥିବା ପୋଲିସ ଅନୁମାନ କରୁଛି। ୪ ବର୍ଷରୁ…

ଅନ୍ତରାଷ୍ଟ୍ରୀୟ ଚାପ ସାମ୍ନାରେ ମୁଣ୍ଡ ନୁଆଁଇଲା ବାଂଲାଦେଶ? ହିନ୍ଦୁଙ୍କ ବିରୋଧରେ ହିଂସା ମାମଲାରେ ୪ ଗିରଫ

ଢାକା,୧୪।୧୨: ବାଂଲାଦେଶର ସୁନାମଗଞ୍ଜରେ ହିନ୍ଦୁ ସମ୍ପ୍ରଦାୟର ଘର, ଦୋକାନ ଏବଂ ଲୋକନାଥ ମନ୍ଦିରକୁ ଭଙ୍ଗାରୁଜା କରିବା ଅଭିଯୋଗରେ ୪ଜଣଙ୍କୁ ଗିରଫ କରାଯାଇଛି। ୧୭୦ ଜଣଙ୍କ ବିରୋଧରେ ପୋଲିସ ମଧ୍ୟ ଏକ ମାମଲା ରୁଜୁ କରିଛି ଯେଉଁଥିରେ ୧୨ ଜଣଙ୍କ ନାମ ରହିଛି।…

ଫୁଟ୍‌ବଲ ଖେଳାଳିରୁ ଜର୍ଜିଆ ରାଷ୍ଟ୍ରପତି

ତିବ୍‌ଲିସି,୧୪ା୧୨: ପୂର୍ବତନ ଫୁଟ୍‌ବଲ ଖେଳାଳି ମାଖାଇଲ୍‌ କାଭେଲାଶଭିଲି ଶନିବାର ଜର୍ଜିଆର ରାଷ୍ଟ୍ରପତି ହୋଇଛନ୍ତି। ୫୩ ବର୍ଷୀୟ କାଭେଲାଶଭିଲିଙ୍କର ଏହା ସିଧାସଳଖ ବିଜୟ ହୋଇଥିବା ବେଳେ ଶାସକ ଦଳ ଜର୍ଜିଆନ୍‌ ଡ୍ରିମ୍‌ ପାର୍ଟି ୩୦୦ ଆସନ ବିଶିଷ୍ଟ ଇଲେକ୍ଟୋରାଲ କଲେଜକୁ ନିୟନ୍ତ୍ରଣକୁ ନେଇଛି,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri