ମୁମ୍ବାଇ ଆକ୍ରମଣର ଅଭିଯୁକ୍ତଙ୍କୁ ଭାରତ ଆଣିବା ରାସ୍ତା ପରିଷ୍କାର: ଆମେରିକା ସୁପ୍ରିମକୋର୍ଟରେ ପ୍ରତ୍ୟର୍ପଣ ରୋକିବା ଦାବି ଖାରଜ

ଓ୍ବାଶିଂଟନ/ମୁମ୍ବାଇ,୭।୩: ୨୬/୧୧ ମୁମ୍ବାଇ ଆକ୍ରମଣର ଅଭିଯୁକ୍ତ ତହଉର ରାଣାଙ୍କୁ ଭାରତ ଆଣିବା ପାଇଁ ପଥ ପରିଷ୍କାର ହୋଇଛି। ଆମେରିକାର ସୁପ୍ରିମକୋର୍ଟ ତହଉରଙ୍କ ଭାରତ ପ୍ରତ୍ୟର୍ପଣକୁ ରୋକିବା ପାଇଁ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

ଭାରତକୁ ପ୍ରତ୍ୟର୍ପଣ ନ କରିବା ପାଇଁ ତହଉର କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସେ ଆମେରିକାର ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରି ତାଙ୍କ ପ୍ରତ୍ୟର୍ପଣ ଉପରେ ଜରୁରୀକାଳୀନ ସ୍ଥଗିତାଦେଶ ଲଗାଇବାକୁ ଅନୁରୋଧ କରିଥିଲେ। ତହଉର କହିଥିଲେ ଯେ, ଯଦି ମୋତେ ଭାରତକୁ ପ୍ରତ୍ୟର୍ପଣ କରାଯାଏ, ତେବେ ମୋତେ ନିର୍ଯାତନା ଦିଆଯିବ ଏବଂ ମୁଁ ସେଠାରେ ଅଧିକ ଦିନ ବଞ୍ଚି ପାରିବି ନାହିଁ।

ସେ ତାଙ୍କ ଆବେଦରରେ ଆହୁରି ମଧ୍ୟ କହିଥିଲେ, ପାକିସ୍ତାନୀ ବଂଶୋଦ୍ଭବ ମୁସଲମାନ ହୋଇଥିବାରୁ ତାଙ୍କୁ ଭାରତରେ ବହୁତ ହଇରାଣ କରାଯିବ। ହ୍ୟୁମାନ ରାଇଟ୍ସ ୱାଚ ୨୦୨୩ ୱାଲର୍‌ଡ ରିପୋର୍ଟରେ କୁହାଯାଇଛି, ଭାରତର ଭାଜପା ସରକାର ଧାର୍ମିକ ସଂଖ୍ୟାଲଘୁ, ବିଶେଷକରି ମୁସଲମାନମାନଙ୍କ ପ୍ରତି ଭେଦଭାବ ପ୍ରଦର୍ଶନ କରୁଛି। ଭାରତ ସରକାର କ୍ରମାଗତ ଭାବରେ ଏକଛତ୍ରବାଦୀ ହେବାରେ ଲାଗିଛି। ତେଣୁ, ଯଦି ମୋତେ ଭାରତକୁ ହସ୍ତାନ୍ତର କରାଯାଏ, ତେବେ ସେଠାରେ ମୋତେ ନିର୍ଯାତନା ଦିଆଯିବ।

ସୂଚନାଯୋଗ୍ୟ, ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯାଇଥିବାବେଳେ ରାଣାଙ୍କୁ ଖୁବ୍‌ଶୀଘ୍ର ଭାରତ ପ୍ରତ୍ୟର୍ପଣ କରାଯିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋଷଣା କରିଥିଲେ। ଟ୍ରମ୍ପ୍‌ଙ୍କ ଅନୁମୋଦନ ପୂର୍ବରୁ ଆମେରିକା ସୁପ୍ରିମକୋର୍ଟ ଗତ ଜାନୁଆରୀ ୨୧ରେ ରାଣାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ଫଳରେ ତାଙ୍କର ଭାରତ ପ୍ରତ୍ୟର୍ପଣ ରାସ୍ତା ସଫା ହୋଇଯାଇଥିଲା।

୨୦୦୮ ନଭେମ୍ବର ୨୬ରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଇବା ମୁମ୍ବାଇରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ୧୭୪ ଜଣଙ୍କ ଜୀବନ ଯିବା ସହ ଅନେକେ ଆହତ ହୋଇଥିଲେ। ପାକିସ୍ତାନୀ ବଂଶୋଦ୍ଭବ କାନାଡୀୟ ନାଗରିକ ରାଣା ଏହି ଆକ୍ରମଣରେ ସମ୍ପୃକ୍ତ ଥିବା ନେଇ ଭାରତରେ ଅଭିଯୁକ୍ତ ହୋଇଥିଲେ। ଲଶ୍କର ସଂଗଠନକୁ ସହାୟତା ଯୋଗାଇବା ମାମଲାରେ ସେ ଆମେରିକାରେ ଦୋଷୀସାବ୍ୟସ୍ତ ହୋଇଥିଲେ। ଭାରତରେ ତାଙ୍କର ବିଚାର ନିମନ୍ତେ ନୂଆଦିଲ୍ଲୀ ଦୀର୍ଘବର୍ଷ ହେଲା ତାଙ୍କ ପ୍ରତ୍ୟର୍ପଣ ପାଇଁ ଆମେରିକା କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିଆସିଛି। ୨୬/୧୧ ଆକ୍ରମଣ ପାଇଁ ରାଣା ତାଙ୍କ ସହଯୋଗୀ ଲଶ୍କର ସଂଗଠନ ସହ ସମ୍ପୃକ୍ତ ଆମେରିକୀୟ ଡାଭିଡ୍‌ କଲେମାନ୍‌ ହେଡ୍‌ଲିଙ୍କୁ ସହାୟତା କରିଥିଲେ। ଆମେରିକା କର୍ତ୍ତୃପକ୍ଷ ୨୦୦୯ରେ ହେଡ୍‌ଲିଙ୍କୁ ଗିରଫ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?