ଅନ୍ତର୍ଜାତୀୟ

ଅନ୍‌ଲାଇନ୍‌ରେ ଭିକ୍ଷାବୃତ୍ତି କରି ୧୭ ଦିନରେ ୩୪ ଲକ୍ଷ ଜମା କଲେ ମହିଳା

ଦୁବାଇ,୧୧।୬: ସୌଦିରେ ବାସ କରୁଥିବା ଜଣେ ୟୁରୋପିଆନ୍‌ ମହିଳା ଅନ୍‌ଲାଇନ୍‌ରେ ଭିକ୍ଷାବୃତ୍ତି କରି ମାତ୍ର ୧୭ ଦିନରେ ୩୪ ଲକ୍ଷ ୮୧ ହଜାର ଟଙ୍କା ଜମା କରିଛନ୍ତି। ଏନେଇ ମହିଳାଙ୍କ ପୂର୍ବତନ ସ୍ବାମୀ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାର ତଦନ୍ତ…

ମାଳିରେ ନରସଂହାର: ୧୦୦ମୃତ

ବମାକୋ,୧୧।୬: ଆଫ୍ରିକୀୟ ଦେଶ ମାଳିରେ ନରସଂହାରର ଏକ ବଡ ମାମଲା ସାମ୍ନାକୁ ଆସିଛି। ରାତି ସମୟରେ ଏକ ବିସ୍ଫୋରଣ ଘଟାଇ ଗୋଟିଏ ଗାଁର ପାଖାପାଖି ଶହେ ଜଣଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଏଥିରେ ଅନ୍ୟ ୧୯ ଜଣ ନିଖୋଜ ଥିବା…

୫୪ ମହଲା କୋଠା ଉପରେ ଲାଣ୍ଡିଂ ସମୟରେ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ

ଓ୍ବାଶିଂଟନ,୧୧।୬: ଆମେରିକା ମୈନହଟନଠାରେ ଏକ ୫୪ ମହଲା କୋଠା ଉପରେ ହେଲିକପ୍ଟର ଲାଣ୍ଡିଂ ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ପାଇଲଟଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଅଗଷ୍ଟା ଏ-୧୦୯-ଇ ହେଲିକପ୍ଟର ଲାଣ୍ଡିଂ କରୁଥିବା ସମୟରେ ଏଥିରେ ନିଆଁ ଲାଗିଯାଇଥିଲା। ସୁରକ୍ଷା ଦୃଷ୍ଟିରୁ…

ଦୁର୍ନୀତି ମାମଲାରେ ଜର୍ଦ୍ଦାରୀ ଗିରଫ

ଇସ୍‌ଲାମାବାଦ,୧୧ା୬: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ସହ-ଅଧ୍ୟକ୍ଷ ଅସିଫ ଅଲି ଜର୍ଦ୍ଦାରୀଙ୍କୁ ଜାଲ୍‌ ବ୍ୟାଙ୍କ ଆକାଉଣ୍ଟ ଦୁର୍ନୀତି ମାମଲାରେ ଗିରଫ କରାଯାଇଛି। ଜାମିନ ମିଆଦ ବଢ଼ାଇବା ଲାଗି ଇସ୍‌ଲାମାବାଦ ହାଇକୋର୍ଟରେ ସେ କରିଥିବା ଆବେଦନ ଖାରଜ…

ମୋଦି ବର୍ଷାରେ ଓଦା ନ ହେବା ପାଇଁ ଛତା ଧରିଥିଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ,୧୦।୬: ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଥିବା ନରେନ୍ଦ୍ର ମୋଦି ତାଙ୍କ ପ୍ରଥମ ବିଦେଶ ଗସ୍ତ କାର୍ଯ୍ୟକ୍ରମରେ ମାଲଦ୍ୱୀପ ଯାଇଥିଲେ। ସେଠାରୁ ସେ ଶ୍ରୀଲଙ୍କା ଗସ୍ତ କରିଥିଲେ। ଶ୍ରୀଲଙ୍କାରେ ପହଞ୍ଚିବା ବେଳକୁ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ହେଲେ…

ଚାଇନା କୋଇଲା ଖଣିରେ ଅଘଟଣ: ୯ ମୃତ, ୧୦ ଆହତ

ବେଜିଂ,୧୦।୬: ଚାଇନାର ଉତ୍ତର ପୂର୍ବରେ ଥିବା ଜିଲିନ୍‌ ଅଞ୍ଚଳରେ ଏକ କୋଇଲା ଖଣିରେ ଦୁର୍ଘଟଣା ଘଟି ୯ ଜଣ ଶ୍ରମିକଙ୍କ ମୃତ୍ୟୁ ହେବା ସହ ୧୦ ଆହତ ହୋଇଥିବା ସୂଚନା ମିଳିଛି। ଚାଇନା ଗଣମାଧ୍ୟମର ସୂଚନା ଅନୁଯାୟୀ, ଭୁକମ୍ପ ଫଳରେ ଖଣି…

ବାଲାକୋଟ ଷ୍ଟ୍ରାଇକ୍‌ ଏବଂ ଏଫ୍‌ଏଟିଏଫ୍‌ ଭୟ: ପିଓକେରେ ୧୧ ଆତଙ୍କବାଦୀ ଶିବିର ବନ୍ଦ

ଇସଲାମାବାଦ୍‌,୧୦।୬: ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ ଏବଂ ଫାଇନାନ୍ସିଆଲ ଆକ୍ସନ୍‌ ଟ୍ୟାକ୍ସ୍‌ ଫୋର୍ସ(ଏଫ୍‌ଏଟିଏଫ୍‌) ଭୟ ପାକିସ୍ତାନକୁ ଘାରିଛି। ତେଣୁ ଗତ କିଛିମାସ ମଧ୍ୟରେ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ଚାଲିଥିବା ୧୧ ଆତଙ୍କବାଦୀ ତାଲିମ୍‌ ଶିବିରକୁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ସରକାର ବନ୍ଦ କରିଛନ୍ତି।…

କାଜାଖସ୍ତାନରେ ନୂଆ ନେତାଙ୍କୁ ବିରୋଧ: ୫୦୦ ଗିରଫ

ଅଲମାଟି,୧୦ା୬(ଏଏଫ୍‌ପି): କାଜାଖସ୍ତାନ ରାଷ୍ଟ୍ରପତି ନୁର୍‌ସୁଲତାନ୍‌ ନଜାର୍ବାୟେବ୍‌ଙ୍କ ୩୦ ବର୍ଷ ଶାସନର ଅନ୍ତ ଘଟିବା ପରେ ଦେଶବାସୀ କାସିମ୍‌ ଜୋମ୍‌ରାଟ-ଟୋକାୟଭ୍‌ଙ୍କୁ ନୂଆ ନେତା ଭାବେ ନିର୍ବାଚିତ କରିଥିବାବେଳେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ରବିବାର ଅନୁଷ୍ଠିତ ନିର୍ବାଚନ ମୁକ୍ତ ଓ ଅବାଧ…

ଆତଙ୍କବାଦ ବିରୋଧରେ ମିଳିତ କାର୍ଯ୍ୟାନୁଷ୍ଠାନ ଆହ୍ବାନ

କଲମ୍ବୋ,୧୦ା୬(ପି.ଟି.): ଦ୍ୱିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ଚରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କଲମ୍ବୋରେ ପହଞ୍ଚତ୍ ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଲ ସିରିସେନା ଓ ଅନ୍ୟ ଶୀର୍ଷ ନେତାମାନଙ୍କ ସହ ଆଲୋଚନା କରିଛନ୍ତି। ଆତଙ୍କବାଦ ଉଭୟ ଦେଶ ପାଇଁ ବିପଦ ବୋଲି ସେମାନେ ଏକମତ…

ହଂକଂରେ ବିକ୍ଷୋଭ ବେଳେ ହିଂସା

ହଂକଂ,୧୦ା୬(ଏଏଫ୍‌ପି): ଚାଇନାର ପ୍ରତ୍ୟର୍ପଣ ଆଇନକୁ ବିରୋଧ କରି ହଂକଂରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ଲକ୍ଷ ଲକ୍ଷ ଜନସାଧାରଣ ଭାଗ ନେଇ ଶୋଭାଯାତ୍ରାରେ ବାହାରିଥିବାବେଳେ ସେମାନଙ୍କୁ ଘଉଡାଇବାକୁ ପୋଲିସ ଲାଠିଚାଳନା ଓ ପିପର ସ୍ପ୍ରେ କରିବାରୁ ହିଂସାକାଣ୍ଡ ଘଟିଛି। ବିକ୍ଷୋଭକାରୀମାନେ…

ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମରେ ପହଞ୍ଚିଲେ ବିଜୟ ମାଲ୍ୟା

ଲଣ୍ଡନ, ୯।୬: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଓଭାଲରେ ଚାଲିଥିବା ବିଶ୍ୱକପ ମ୍ୟାଚ୍‌ ଦେଖିବାକୁ ଯାଇଛନ୍ତି ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା। ଭାରତର ବିଭିନ୍ନ ବ୍ୟାଙ୍କ୍‌ରୁ ୯ ହଜାର କୋଟି ଟଙ୍କା ନେଇ ଲଣ୍ଡନ ପଳାଇଥିବା ମାଲ୍ୟଙ୍କୁ ପ୍ରତ୍ୟର୍ପଣ ପାଇଁ ଚେଷ୍ଟା…

ମୋଦିଙ୍କୁ ଖାସ୍‌ ଉପହାର ହେଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ, ୯।୬: ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀଲଙ୍କା ଗସ୍ତରେ ଯାଇ ସେଠାକାର ରାଷ୍ଟ୍ରପତି ମୈତ୍ରିପାଲା ସିରିସେନାଙ୍କୁ ଭେଟିଛନ୍ତି। ମୋଦିଙ୍କୁ ଏକ ଖାସ୍‌ ଉପହାରଟିଏ ଦେଇଥିଲେ ମୈତ୍ରିପାଲା। ଧ୍ୟାନ ମୁଦ୍ରାରେ ବସିଥିବା ଏକ ବଡ ବୁଦ୍ଧଙ୍କ ମୂର୍ତ୍ତି ସେ ମୋଦିଙ୍କୁ ଭେଟିଦେଇଥଥିଲେ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?