ପିଲାଙ୍କୁ ଟିକା ନଦେଲେ ୨ଲକ୍ଷ ଟଙ୍କା ଜରିମାନା

ମ୍ୟୁନିକ୍‌,୧୯।୭: ଜର୍ମାନୀ ସରକାର ପିଲାଙ୍କ ସୁରକ୍ଷା ଲାଗି ଏକ ନୂତନ ପଦକ୍ଷେପ ନେଇଛନ୍ତି। ଚାନ୍‌ସେଲର ଆଞ୍ଜେଲା ମର୍କେଲ ସରକାର ଏ ସଂକ୍ରାନ୍ତରେ ଏକ ବିିଲ୍‌ ସଂସଦରେ ଆଗତ କରିଛନ୍ତି। ପିଲାମାନେ ସ୍କୁଲ୍‌ରେ ନାମ ଲେଖାଇବା ପୂର୍ବରୁ ମାତା ପିତା ସେମାନଙ୍କ ପିଲାଙ୍କ ଟିକାକରଣ କରିବା ଜରୁରୀ ଓ ଏହା ନକଲେ ଅଭିଭାବକଙ୍କୁୁ ୨,୫୦୦ ୟୁରୋ ଅର୍ଥାତ ୨ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ବିଲ୍‌ରେ ଦର୍ଶାଯାଇଛି। ଏହି ବିଲ୍‌ ପାସ୍‌ ହୋଇଗଲେ ଅଭିଭାବକଙ୍କୁ ନାମଲେଖା ସମୟରେ ପିଲାଙ୍କ ଟିକାକରଣର ପ୍ରମାଣପତ୍ର ଦେବାକୁ ପଡିବ। ଏହାପରେ ପିଲାଙ୍କୁ ସ୍କୁଲ ଯିବାକୁ ଅନୁମତି ଦିଆଯିବ। ମାରାମତ୍କ ରୋଗରୁ ପିଲାଙ୍କୁ ରକ୍ଷା କରିବା ଲାଗି ଏହା କରାଯାଇଛି ବୋଲି କହିଛନ୍ତି ଜର୍ମାନୀର ସ୍ବାସ୍ଥ୍ୟ ମନ୍ତ୍ରୀ। ଜର୍ମାନୀରେ ମିଳିମିଳା ଏବେ ବ୍ୟାପକ ହେବାରେ ଲାଗିଛି। ଗତ ବର୍ଷ ମାର୍ଚ୍ଚରୁ ଏ ବର୍ଷ ଫେବୃୟାରୀ ଯାଏ ୬୪୧ ଟି ମିଳିମିଳା କେସ୍‌ ସାମନାକୁ ଆସିଥିବାବେଳେ ତା’ ପରଠାରୁ ଏହି ୪ ମାସରେ ୪୨୯ଜଣ ପୀଡିତ ହୋଇଥିବା ଜଣାପଡିଛି, ଯାହା ଏକ ଚିନ୍ତାଜନକ ବିଷୟ। ଏହାକୁ କିଭଳି ରୋକାଯାଇ ପାରିବ ସେଥିଲାଗି ଜର୍ମାନୀ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଏହା ପୂର୍ବରୁ ବି ଇଟାଲୀ ସରକାର ପିଲାଙ୍କ ଟୀକାକରଣ ବାଧ୍ୟତାମୂଳକ କରିଥିଲେ। ଟିକାକରଣରେ ସାମିଲ ହୋଇନଥିବା ଶିଶୁଙ୍କୁ ସ୍କୁଲ ନପଠାଇବା ଲାଗି ବି ଚେତାବନୀ ଦିଆଯାଇଥିଲା। ଯଦି ଟିକାକରଣରେ ସାମିଲ ହୋଇ ନ ଥିବା ପିଲା ସ୍କୁଲରେ ମିଳନ୍ତି ତେବେ ତାଙ୍କ ଅଭିଭାବକଙ୍କୁ ୫୦୦ ୟୁରୋ ଅର୍ଥାତ ୪୨ ହଜାର ଟଙ୍କା ଜରିମାନା ଦେବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri