ଅନ୍ତର୍ଜାତୀୟ

ଇରାନରେ ୧୭ ସିଆଇଏ ଗୁପ୍ତଚରଙ୍କୁ ମୃତ୍ୟୁ ଦଣ୍ଡାଦେଶ

ତେହେରାନ୍‌,୨୨।୭: ଇରାନରେ ଆମେରିକାର ସେଣ୍ଟ୍ରାଲ୍‌ ଇଣ୍ଟେଲିଜେନ୍ସ ଏଜେନ୍ସି(ସିଆଇଏ)ର ୧୭ ଗୁପ୍ତଚରଙ୍କୁ ମୃତ୍ୟୁ ଦଣ୍ଡାଦେଶ ହୋଇଛି। ଏନେଇ ଇରାନ ଗଣମାଧ୍ୟମ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ୩ ମାସର ବିଚାର ପରେ ଏହି ଦଣ୍ଡାଦେଶ କରାଯାଇଥିବା କୁହାଯାଉଛି। ତିନି ଦିନ ତଳେ ବ୍ରିଟେନ୍‌ର…

 ୨ ଶହ କିମି ଚାଲି ଚାଲି ଅଢ଼େଇ ଦିନ ପରେ ମାଲିକଙ୍କ ପାଖକୁ ଫେରିଲା କୁକୁର

ମସ୍କୋ,୨୨।୭: କୁକୁର ମଣିଷର ଅତି ବିଶ୍ୱସ୍ତ ପ୍ରାଣୀ ବୋଲି କୁହାଯାଇଥାଏ। ହୁଏତ ମାଲିକ କୁକୁରକୁ ଭୁଲି ପାରେ ମାତ୍ର କୁକୁର ମାଲିକଙ୍କୁ ଭୁଲି ପାରେନା। ଏପରି ଏକ ଉଦାହରଣ ରୁଷିଆରେ ଘଟିଛି। ୬ ମାସର ମାରୁ ନାମକ କୁକୁରକୁ ମାଲିକ ଅନ୍ୟ…

ନାସାର ଚନ୍ଦ୍ର ମିଶନ ଆର୍ଟିମିସ୍‌: ପ୍ରଥମେ ଯିବେ ମହିଳା; ଖର୍ଚ୍ଚ ହେବ ୩୦ ଶହ କୋଟି ଡଲାର

ଓ୍ବାଶିଂଟନ,୨୨।୭: ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଏହାର ଚନ୍ଦ୍ର ମିଶନ ଆର୍ଟିମିସ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ୨୦୨୪ରେ ଏହି ମିଶନ ହେବାର ସମ୍ଭାବନା ରହିଛି। ଏଥିରେ ମହିଳାଙ୍କୁ ପଠାଯିବାର ଯୋଜନା କରାଯାଇଛି। ଏଥିପାଇଁ ୩୦ ଶହ କୋଟି ଡଲାର…

ଆଇଏମ୍‌ଏଫ୍‌ ପରିଚାଳନା ନିର୍ଦ୍ଦେଶକ ପଦବୀ: ଦୌଡ଼ରେ ରଘୁରାମ ରାଜନ ଆଗରେ

ଲଣ୍ଡନ,୨୨।୭: ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ର ପରିଚାଳନା ନିର୍ଦ୍ଦେଶକ ପଦବୀରେ ନିଯୁକ୍ତ ହେବା ଆଶା ଉଜ୍ବଳ ହୋଇଛି। ଏହି ପଦବୀ ଦୌଡ଼ରେ ରଘୁରାମ ଆଗରେ ଥିବା ବ୍ରିଟେନ୍‌ର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସବୁଜ…

ଚାକିରି ନାଁରେ ଠକେଇ: ୟୁଏଇରେ ଫସିଛନ୍ତି ୯ ଭାରତୀୟ

ଦୁବାଇ,୨୨ା୭(ପି.ଟି.): ସୋସିଆଲ୍‌ ମିଡିଆରେ ଜାଲ୍‌ ନିଯୁକ୍ତି ଅଫର ପାଇ ୯ ଭାରତୀୟ ୟୁଏଇରେ ଫସିଛନ୍ତି। ଏମାନେ କେରଳରୁ ଯାଇ ଅଲ୍‌ ଆଇନ୍‌ ଓ ଅଜମାନ୍‌ରେ ଅଟକି ରହିଛନ୍ତି। ସେମାନେ ହ୍ବାଟ୍ସଆପ୍‌ ଜରିଆରେ ଶାଫିକ୍‌ ନାମକ ଜଣେ ଏଜେଣ୍ଟ ସଂସ୍ପର୍ଶରେ ଆସିଥିଲେ। ସେମାନେ…

ହଂକଂରେ ସରକାର ବିରୋଧୀ ବିଶାଳ ର଼୍ୟାଲି

ହଂକଂ,୨୨ା୭(ଏଏଫ୍‌ପି): ହଂକଂରେ ସରକାର ବିରୋଧୀ ଆନ୍ଦୋଳନ ଥମିବା ନାଁ ଧରୁନାହିଁ। ରବିବାର ହଜାର ହଜାର ଲୋକ ସରକାର ବିରୋଧୀ ସ୍ଲୋଗାନ ଦେଇ ଶୋଭାଯାତ୍ରାରେ ବାହାରିଥିଲେ। ଚାଇନା ଶାସନ ବିରୋଧରେ ବର୍ଷ ବର୍ଷ ଧରି ରହିଥିବା ପୁଞ୍ଜୀଭୂତ ଅସନ୍ତୋଷକୁ ସେମାନେ ପ୍ରକାଶ କରିଛନ୍ତି।…

ଡାକ୍ତରଖାନା ବାହାରେ ମହିଳା ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣ: ୯ ମୃତ, ୩୦ ଆହତ

ଇସଲମାବାଦ, ୨୧।୭: ପାକିସ୍ତାନରେ ଡାକ୍ତରଖାନା ବାହାରେ ରବିବାର ଜଣେ ମହିଳା ଆତ୍ମଘାତୀ ଆତଙ୍କବାଦୀ ବିସ୍ଫୋରଣରେ ୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ ଆହତ ହୋଇଛନ୍ତି। ତେହରିକ-ଇ-ତାଲିବାନ-ପାକିସ୍ତାନ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି। ଡେରା ଇସ୍ମାଇଲ ଖାନରେ ଏଭଳି ଆକ୍ରମଣ ଘଟିବାର…

ଆମେରିକାରେ ହିନ୍ଦୁ ପୂଜାରୀଙ୍କ ଉପରକୁ ଆକ୍ରମଣ

ନ୍ୟୁୟର୍କ, ୨୧।୭: ନ୍ୟୁୟର୍କର ଫ୍ଲୋରା ପାର୍କରେ ଜଣେ ହିନ୍ଦୁ ପୂଜାରୀଙ୍କ ଉପରେ ଆକ୍ରମଣ ହୋଇଛି। ସ୍ବାମୀ ହରିଶ ଚନ୍ଦ୍ର ପୁରୀ(୫୨) ଶିମ ମନ୍ଦିରରେ ପୂଜା ସାରି ଫେରୁଥିବାବେଳେ ଜଣେ ବ୍ୟକ୍ତି ପଛରୁ ତାଙ୍କୁ ଆକମଣ କରିଥିଲେ। ପୋଲିସ ଘଟଣାରେ ସର୍ଜୟୋ ଗୌବିଓ…

ଆମେରିକାରେ ଇମ୍ରାନଙ୍କୁ ସ୍ବାଗତ କରିବାକୁ କେହି ଆସିଲେନି: ମେଟ୍ରୋ ଟ୍ରେନରେ କଲେ ଯାତ୍ରା

ଓ୍ବାଶିଂଟନ୍‌, ୨୧।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ତିନିଦିବସୀୟ ଆମେରିକା ଗସ୍ତରେ ଯାଇଛନ୍ତି। ସେଠାରେ ପହଞ୍ଚିବା ପରେ ତାଙ୍କ ହଟହଟା ହେବାକୁ ପଡିଛି। ଆମେରିକାର କୌଣସି ବରିଷ୍ଠ ଅଧିକାରୀ ତାଙ୍କୁ ସ୍ବାଗତ କରିବାକୁ ବିମାନବନ୍ଦର ଆସି ନ ଥିଲେ। ଶେଷରେ ତାଙ୍କ…

ଆମେରିକାରେ ଗ୍ରୀଷ୍ମ ପ୍ରବାହ: ୧୫୦ ନିୟୁତ ଲୋକେ ପ୍ରଭାବିତ

ଓ୍ବାଶିଂଟନ,୨୧।୭: ଆମେରିକାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାଦ୍ୱାରା ୧୫୦ ନିୟୁତରୁ ଅଧିକ ଲୋକ ବ୍ୟତିବ୍ୟସ୍ତ ହେଉଥିବା କୁହାଯାଉଛି। ନ୍ୟୁୟର୍କ, ଫିଲାଡେଲଫିହା ତଥା ଓ୍ବାଶିଂଟନରେ ତାପମାତ୍ରା ୩୮ ଡିଗ୍ରୀ ହୋଇଛି। ଇତିମଧ୍ୟରେ ଏଠାରେ ୬ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଏଠାରେ…

କମେଡିଆନ ମଞ୍ଜୁନାଥ ନାଇଡୁଙ୍କ ଦେହାନ୍ତ

ଦୁବଇ,୨୧।୭: ଷ୍ଟାଣ୍ଡଅପ୍‌ କମେଡିଆନ୍‌ ମଞ୍ଜୁନାଥ ନାଇଡୁଙ୍କର ଦୁବଇରେ ଏକ ଷ୍ଟେଜ ଶୋ’ ସମୟରେ ମୃତ୍ୟୁ ହୋଇଛି। ମୂଳ ଭାରତୀୟ ମଞ୍ଜୁନାଥ ଷ୍ଟେଜରେ ପରଫର୍ମ କରୁଥିବା ସମୟରେ ହଠାତ୍‌ ହୃଦଘାତ ହେବାରୁ ସେ ସେହିଠାରେ ଥିବା ଏକ ଚୌକିରେ ବସି ପଡିଥିଲେ ଓ…

ଉଡିବାକୁ ଥିବା ବିମାନର ପଙ୍ଖା ଉପରେ ଚଢିଗଲେ ଯୁବକ

ଲାଗୋସ,୨୧।୭: ନାଇଜେରିଆ ସମାଚାର ଏଜେନ୍ସିର ସୂଚନା ଅନୁଯାୟୀ, ଶୁକ୍ରବାର ମୁର୍ତଲା ମହମ୍ମଦ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଅଜମାନ ଏୟାର ଲାଇନ୍ସର ଏକ ବିମାନ ଉଡିବା ଲାଗି କ୍ଲିଅରାନ୍ସକୁ ଅପେକ୍ଷା କରିଥିଲା। ଏହି ସମୟରେ ଜଣେ ବ୍ୟକ୍ତିି ଉକ୍ତ ବିମାନର ପଙ୍ଖା ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?