ଅନ୍ତର୍ଜାତୀୟ

ୟୁଏନ୍‌ଏସ୍‌ସିରେ ଉଠିବନି କଶ୍ମୀର ପ୍ରସଙ୍ଗ

ଜାତିସଂଘ,୩ା୧୧: ଚଳିତ ମାସରେ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି) ବୈଠକ ଅନୁଷ୍ଠିତ ହେବାକୁ ଥିଲାବେଳେ ସେଥିରେ କଶ୍ମୀର ପ୍ରସଙ୍ଗରେ ଆଲୋଚନା ହେବନାହିଁ। ନଭେମ୍ବର ମାସ ପାଇଁ ୟୁଏନ୍‌ଏସ୍‌ସିରେ ଅଧ୍ୟକ୍ଷତା କରିବାକୁ ଥିବା ବ୍ରିଟେନର ସ୍ଥାୟୀ ପ୍ରତିନିଧି କରେନ ପିର୍ସି ଏହି ସୂଚନା…

ଥାଇଲାଣ୍ଡରେ ପ୍ରବାସୀ ଭାରତୀୟଙ୍କୁ ମୋଦିଙ୍କ ଉଦ୍‌ବୋଧନ: ଆତଙ୍କବାଦର ମୂଳକୁ ଛେଦିଛି ଭାରତ

ବ୍ୟାଙ୍କକ୍‌,୩ା୧୧(ପି.ଟି.): ଆତଙ୍କବାଦ ଓ ବିଚ୍ଛିନ୍ନତାବାଦର ମୂଳ କାରଣ ଥିଲା ଜମ୍ମୁ-କଶ୍ମୀରରେ ଦୀର୍ଘଦିନ ଧରି ଲାଗୁ ହୋଇଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦। ଏହି ଅନୁଚ୍ଛେଦକୁ ଉଚ୍ଛେଦ କରିବା ଫଳରେ ଆତଙ୍କବାଦର ମୂଳକୁ ଛେଦନ କରାଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଠାରେ ପ୍ରବାସୀ ଭାରତୀୟଙ୍କୁ…

ଅସ୍ଥିରତା ଲାଗି ଅନୁମତି ମିଳିବନି

ଇସ୍‌ଲାମାବାଦ, ୩ା୧୧(ପି.ଟି.): ଦେଶରେ କାହାରିକୁ ଅସ୍ଥିରତା ଲାଗି ଅନୁମତି ମିଳିବ ନାହିଁ ବୋଲି ବିକ୍ଷୋଭକାରୀଙ୍କୁ ପାକିସ୍ତାନ ସେନା ପକ୍ଷରୁ ଚେତାବନୀ ଦିଆଯାଇଛି। ମୁସଲ୍‌ମାନ ଧର୍ମଗୁରୁ ତଥା ରାଜନେତା ମୌଲାନା ଫଜ୍‌ଲୁର ରହମନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ଦୁଇଦିନ ମଧ୍ୟରେ ଗାଦି ଛାଡ଼ିବା…

ଅଚେତ ନ କରି ଯୁବତୀର ବ୍ରେନ ସର୍ଜରୀ କଲେ ଡାକ୍ତର, ହଜାର ହଜାର ଲୋକ ଦେଖିଲେ ଫେସବୁକ୍‌ ଲାଇଭ

ଲଣ୍ଡନ,୨।୧୧: ଚିକିତ୍ସା ଇତିହାସରେ ପ୍ରଥମ ଥର ରୋଗୀକୁ ଅଚେତ ନ କରି ବ୍ରେନ ସର୍ଜରୀ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଶୁଣିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ। ଏଭଳି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ଆମେରିକାର ଏକ ହସ୍ପିଟାଲରେ।…

ସୈନ୍ୟ ଶିବିରରେ ଆତଙ୍କବାଦୀ ଆକ୍ରମଣ: ୫୪ ମୃତ

ବାମାକୋ,୨।୧୧: ମାଲିର ଉତ୍ତର-ପୂର୍ବ ମନେକା ଅଞ୍ଚଳରେ ଆତଙ୍କବାଦୀମାନେ ଏକ ସୈନ୍ୟ ଶିବିର ଉପରେ ଆକ୍ରମଣ କରିଛନ୍ତି। ଏଥିରେ ୫୩ ଜଣ ସୈନ୍ୟ ଏବଂ ଜଣେ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଏନେଇ ସଞ୍ଚାର ମନ୍ତ୍ରୀ ୟାୟା ସାଙ୍ଗ୍‌ରେ ଟୁଇଟ୍‌ କରି…

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ରୋକିବାରେ ଅସଫଳ ପାକିସ୍ତାନ: ଆମେରିକା ରିପୋର୍ଟ

ଓ୍ବାଶିଂଟନ,୨।୧୧: ପାକିସ୍ତାନ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ରୋକିବାରେ ଅସଫଳ ହୋଇଛି। ଏନେଇ ଆମେରିକା ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ଆମେରିକା ବହିର୍ବ୍ୟାପାର ବିଭାଗ ଦ୍ୱାରା ପ୍ରକାଶ ପାଇଥିବା କଣ୍ଟ୍ରି ରିପୋର୍ଟ ଅନ୍‌ ଟେରୋରିଜିମ୍‌-୨୦୧୮ ରିପୋର୍ଟରେ ଏହା ସୂଚିତ ହୋଇଛି। ପାକିସ୍ତାନରେ…

୨୦୩୦ ସୁଦ୍ଧା ନିର୍ମାଣ ହେବ ହାଇପରସୋନିକ୍‌ ବିମାନ: ୪ ଘଣ୍ଟାରେ ଲଣ୍ଡନରୁ ସିଡ୍‌ନୀ ୧୭ ହଜାର କିମି କରିବ ଅତିକ୍ରମ

ଲଣ୍ଡନ,୨।୧୧: ଲଣ୍ଡନରୁ ସିଡ୍‌ନୀ ୧୭ ହଜାର କିମି ଅତିକ୍ରମ କରିବାକୁ ବିମାନକୁ ୨୨ରୁ ୨୫ ଘଣ୍ଟା ଲାଗିଥାଏ। ତେବେ ବ୍ରିଟେନ୍‌ ପକ୍ଷରୁ ହାଇପରସୋନିକ୍‌ ବିମାନ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ୨୦୩୦ ସୁଦ୍ଧା ଏହି ବିମାନର ନିର୍ମାଣ କାର୍ଯ୍ୟ ଶେଷ…

ଗିନିଜ୍‌ ବୁକ୍‌ ରେକର୍ଡରେ ଦାନ୍ତ

ବର୍ଲିନ: ଥରେ ଭାବି ଦେଖନ୍ତୁ ତ, ଜଣେ ସୁସ୍ଥସବଳ ମିଣିଷର ଦାନ୍ତର ଲମ୍ବ କେତେ ହୋଇପାରେ? ଚିକିତ୍ସା ବିଜ୍ଞାନ ଅନୁଯାୟୀ ଦାନ୍ତର ହାରାହାରି ଲମ୍ବା ମାଢ଼ିଠାରୁ ୮.୭୦ ମିଲିମିଟର ଏବଂ ମୂଳଠାରୁ ୧୫.୫୧ ମିମି। ଯଦି କୁହାଯାଏ ଜଣେ ବ୍ୟକ୍ତିଙ୍କ ଦାନ୍ତ…

୧୨ ବର୍ଷରେ ଗଡ଼ିଛି ୧,୧୦୯ ଖବରଦାତାଙ୍କ ମୁଣ୍ଡ

ଲଣ୍ଡନ, ୨ା୧୧(ପି.ଟି.): ରାଜନୀତି, ଅପରାଧ ଓ ଦୁର୍ନୀତି ସମ୍ପର୍କରେ ରିପୋର୍ଟିଂ କରୁଥିବା ଖବରଦାତାଙ୍କୁ ବିଭିନ୍ନ ସମୟରେ ଆକ୍ରମଣ କରାଯାଉଛି। ରାଜନୈତିକ ବାହୁଛାୟା ତଳେ ରହି ଅପରାଧୀମାନେ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼ାଇବାକୁ ପଛାଉ ନାହାନ୍ତି। ବିଗତ ୨ ବର୍ଷ ମଧ୍ୟରେ…

ଅଜବ କୁସ୍ତି ପ୍ରତିଯୋଗିତା

ଚାଇନାର ଚୋଙ୍ଗକିଙ୍ଗ ସହରରେ ଅନୁଷ୍ଠିତ ହେଉଥିବା କୁସ୍ତି ପ୍ରତିଯୋଗିତା ବିଷୟରେ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି। କାରଣ କୁସ୍ତି ସାଧାରଣତଃ ଦୁଇ ଯୋଦ୍ଧାଙ୍କ ଭିତରେ ହେଉଥିବା ବେଳେ ଏଠାରେ ହେଉଥିବା କୁସ୍ତି ୨ ବ୍ୟକ୍ତିଙ୍କ ଆଙ୍ଗୁଠି ମଧ୍ୟରେ ହୋଇଥାଏ।…

ୟେମେନରେ ୨୦୧୫ରୁ ନିହତ ହେଲେଣି ଲକ୍ଷେ

କାଇରୋ,୧।୧୧:ୟେମେନରେ ଲାଗିରହିଥିବା ଗୃହଯୁଦ୍ଧରେ ୨୦୧୫ରୁ ବର୍ତ୍ତମାନ ସୁଦ୍ଧା ଲକ୍ଷେରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଲେଣି। ଏଥିରେ ୧୨ ହଜାରରୁ ଅଧିକ ସାଧାରଣ ଲୋକଙ୍କ ଜୀବନ ଯାଇଥିବା ଆର୍ମଡ୍‌ କନ୍‌ଫ୍ଲିକ୍ଟ ଲୋକେଶନ ଆଣ୍ଡ ଇଭେଣ୍ଟ ଡାଟା ପ୍ରୋଜେକ୍ଟ (ଏସିଏଲ୍‌ଇଡି) ରିପୋର୍ଟରେ କୁହାଯାଇଛି। ୨୦୧୪ରେ…

ମୋଦିଙ୍କୁ ପ୍ରଶଂସା କଲେ ଆମେରିକା ଏମ୍‌ପି

ଓ୍ବାଶିଂଟନ୍‌,୧।୧୧: ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ହଟିବା ନିଷ୍ପତ୍ତି ବେଶ୍‌ ପ୍ରଶଂସନୀୟ ବୋଲି ଆମେରିକା ଏମ୍‌ପି ଜର୍ଜ ହୋଲ୍ଡିଂ କହିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସାର ପାତ୍ର ବୋଲି ସେ କହିଛନ୍ତି। ୩୭୦ ଅନୁଚ୍ଛେଦ ହଟିବା ଦ୍ୱାରା ରାଜ୍ୟରେ ବିକାଶ ତ୍ୱରାନ୍ବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?