ଅନ୍ତର୍ଜାତୀୟ

ବଜ୍ରପାତରେ ୨୦ ମୃତ ୩୦ ଆହତ

ଇସ୍‌ଲାମାବାଦ,୧୫।୧୧: ପାକିସ୍ତାନର ସିନ୍ଧ ଅଞ୍ଚଳରେ କିଛିଦିନ ହେବ ପାଣିପାଗରେ ପରିବର୍ତ୍ତନ ଦେଖାଦେଇଥିଲା। ହଠାତ୍‌ ବର୍ଷା ସାଙ୍ଗକୁ ବଜ୍ରପାତ ହେବାରୁ ଶୁକ୍ରବାର ସୁଦ୍ଧା ସେଠାରେ ଅତିକମ୍‌ରେ ୨୦ ଜଣଙ୍କ ମୃତ୍ୟୁ ହେବା ସହ ୩୦ ଆହତ ହୋଇଥିବା ସୂଚନା ମିଳିଛି। କେବଳ ସେତିକି…

ସାଟେଲାଇଟ୍‌ରୁ ଇଣ୍ଟରନେଟ୍‌ ସେବା ଦେବାକୁ କହି ଟ୍ରୋଲ୍‌ ହେଲେ ପାକ୍‌ ମନ୍ତ୍ରୀ

ଇସ୍‌ଲାମାବାଦ,୧୫।୧୧: ପାକିସ୍ତାନର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଫୟାଦ୍‌ ଚୌଧୁରୀ ପୁଣି ଥରେ ଆସିଛନ୍ତି ଚର୍ଚ୍ଚାକୁ। ଏବେ ସେ ପୁଣି ସୋସିଆଲ ମିଡିଆରେ ଟ୍ରୋଲ୍‌ ହୋଇଛନ୍ତି। ଘଟଣା ହେଉଛି ସେ ଟୁଇଟରରେ ଏମିତି ଏକ ପୋଷ୍ଟ କରିଛନ୍ତି ଯେଉଁଥି ପାଇଁ…

ଇଣ୍ଡୋନେସିଆରେ ପୁଣି ଭୂକମ୍ପ

ନୂଆଦିଲ୍ଲୀ,୧୫।୧୧: ଇଣ୍ଡୋନେସିଆରେ ପୁଣି ଭୂକମ୍ପର ଝଟକା ଅନୁଭୂତ ହୋଇଛି। ନର୍ଥ ମାଲୁକ ତଟ ପାଖରେ ଭୂକମ୍ପ ସୃଷ୍ଟି ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ଥିଲା। ହେଲେ ଏହି ଭୂକମ୍ପ ଦ୍ବାରା ସୁନାମୀ ସୃଷ୍ଟି ହେବାର କୌଣସି ସମ୍ଭାବନା ନାହିଁ…

ବ୍ରିକ୍ସ ବିଜ୍‌ନେସ୍‌ ଫୋରମ୍‌ରେ ମୋଦିଙ୍କ ଉଦ୍‌ବୋଧନ:ଭାରତ ସବୁଠୁ ମୁକ୍ତ ଅର୍ଥନୀତି

ବ୍ରାସିଲିଆ,୧୫-୧୧(ପି.ଟି.):ଭାରତ ବିଶ୍ୱରେ ସବୁଠୁ ମୁକ୍ତ ଓ ନିବେଶ ଅନୁକୂଳ ଅର୍ଥନୀତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବ୍ରିକ୍ସ ବିଜ୍‌ନେସ୍‌ ଫୋରମ୍‌ରେ ଗୁରୁବାର ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ସତ୍ତ୍ୱେ ୫ ସଦସ୍ୟ ରାଷ୍ଟ୍ର ଆର୍ଥିକ ବିକାଶ…

ବ୍ରାଜିଲ ରାଷ୍ଟ୍ରପତି ହେବେ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି

ବ୍ରାସିଲିଆ, ୧୫-୧୧(ପି.ଟି.): ୨୦୨୦ ସାଧାରଣତନ୍ତ୍ର ଦିବସରେ ବ୍ରାଜିଲ ରାଷ୍ଟ୍ରପତି ଜୈର୍‌ ବୋଲ୍‌ସୋନାରୋ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁରୋଧକୁ ସେ ଗ୍ରହଣ କରିଥିବା ଜଣାପଡ଼ିଛି। ୧୧ତମ ବ୍ରିକ୍ସ ସମିଟ୍‌ ଅବସରରେ ମୋଦି ବୋଲ୍‌ସୋନାରୋଙ୍କ ସହ ବିଭିନ୍ନ ପ୍ରସଙ୍ଗରେ…

ନିବେଶ ଲାଗି ବ୍ରିକ୍ସ୍‌ ସମ୍ମିଳନୀରେ ମୋଦିଙ୍କ ଆହ୍ବାନ: ଭାରତରେ ରହିଛି ମୁକ୍ତ ବ୍ୟବସାୟ ଉପଯୋଗୀ ପରିବେଶ

ବ୍ରାସିଲିଆ,୧୪।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରାଜିଲ୍‌ର ରାଜଧାନୀ ବ୍ରାସିଲିଆଠାରେ ଆୟୋଜିତ ବ୍ରିକ୍ସ୍‌ ବିଜନେସ୍‌ ଫୋରମ୍‌ ସମ୍ମିଳନୀରେ ଭାରତରେ ନିବେଶ ଲାଗି ଆହ୍ବାନ ଦେଇଛନ୍ତି। ଭାରତରେ ମୁକ୍ତ ବ୍ୟବସାୟ ଉପଯୋଗୀ ପରିବେଶ ରହିଛି। ଏହା ନିବେଶକଙ୍କୁ ବେଶ୍‌ ସୁହାଇବ ବୋଲି ସେ କହିଛନ୍ତି।…

ମିଳିଲା ନରଭକ୍ଷୀ ଡାଇନାସୋର ଜୀବାଶ୍ମ…

ବ୍ରାଜିଲ୍‌ର ଦକ୍ଷିଣ ଅଞ୍ଚଳରୁ ଏକ ନରଭକ୍ଷୀ ଡାଇନାସୋର ଜୀବାଶ୍ମ ମିଳିଛି। ଏହି ପ୍ରଜାତିର ଡାଇନାସୋର ୨୩ କୋଟି ବର୍ଷ ତଳେ ପୃଥିବୀରେ ବାସ କରୁଥିଲା ବୋଲି ଗବେଷକ କହିଛନ୍ତି। ଏନେଇ ବିଜ୍ଞାନ ପତ୍ରିକା ପିରଜେରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି…

ଗ୍ରେଟାଙ୍କ ୬୦ ଫୁଟର ପ୍ରାଚୀର ଚିତ୍ର

ସାନ୍‌ ଫ୍ରାନ୍‌ସିସ୍କୋ: ଜଳବାୟୁ ପରିବର୍ତ୍ତନକୁ ନେଇ ନିଜର ସ୍ବର ଶାଣିତ କରିବା ସହ ବିଶ୍ୱ ଦରବାରରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିବା ଟିନ୍‌ ଏଜ୍‌ ଆକ୍ଟିଭିଷ୍ଟ ଗ୍ରେଟା ଥନ୍‌ବର୍ଗଙ୍କ ଏକ ୬୦ ଫୁଟ ଲମ୍ବ ଓ ୩୦ ଫୁଟ ଚଉଡ଼ାର…

ମାଙ୍କଡ଼ର ଅନ୍‌ଲାଇନ ଶପିଂ

ବେଜିଂ: ସ୍ମାର୍ଟଫୋନ୍‌ ହେଉ କି କମ୍ପ୍ୟୁଟର ଏଥିରେ ଇଣ୍ଟରନେଟ୍‌ ସଂଯୋଗ କରି ଘରେ ବସି ଅନ୍‌ଲାଇନ୍‌ରେ ବିଭିନ୍ନ କାର୍ଯ୍ୟ ସହଜରେ କରିହେଉଛି। ଏସବୁ ଭିତରେ ଅନ୍‌ଲାଇନ୍‌ ସାଇଟ୍‌ରୁ ଶପିଂ କରିବା ସମସ୍ତଙ୍କୁ ଆକର୍ଷିତ କରିଥାଏ। ବିଭିନ୍ନ ସାଇଟ୍‌ ସର୍ଚ୍ଚ କରି ନିଜ…

ଚଳିତ ବର୍ଷ ୫୪୦ କୋଟି ନକଲି ଆକାଉଣ୍ଟ୍‌ ହଟାଇଛି ଫେସବୁକ୍‌

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୪।୧୧: ଚଳିତ ବର୍ଷ ଫେସବୁକ୍‌ ୫୪୦ କୋଟି ନକଲି ଆକାଉଣ୍ଟ୍‌ ନିଜ ପ୍ଲାଟ୍‌ଫର୍ମରୁ ହଟାଇଛି। ଏନେଇ ଫ୍ରାନ୍ସ୍‌ର ଏଏଫ୍‌ପି ଏଜେନ୍ସି ପକ୍ଷରୁ ତଥ୍ୟ ପ୍ରକାଶ ପାଇଛି। ରୟଟର୍ସ ରିପୋର୍ଟ ଅନୁସାରେ ଚଳିତ ବର୍ଷ ଏପ୍ରିଲ୍‌ରୁ ସେପ୍ଟେମ୍ବର ମଧ୍ୟରେ ଫେସବୁକ୍‌ ୩୨୦ କୋଟି…

୨୦୨୦ ଗଣତନ୍ତ୍ର ଦିବସ ମୁଖ୍ୟ ଅତିଥି ହେବେ ବ୍ରାଜିଲ୍‌ ରାଷ୍ଟ୍ରପତି ଜାୟର ବୋଲସୋନାରୋ

ବ୍ରାସିଲିଆ,୧୪।୧୧: ଆସନ୍ତା ୨୦୨୦ ଗଣତନ୍ତ୍ର ଦିବସ ମୁଖ୍ୟ ଅତିଥି ବ୍ରାଜିଲ୍‌ ରାଷ୍ଟ୍ରପତି ଜାୟର ବୋଲସୋନାରୋ ହେବେ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣକୁ ସେ ସ୍ବୀକାର କରିଛନ୍ତି। ଏହାଦ୍ୱାରା ଦୁଇ ଦେଶର ସମ୍ପର୍କ ଅଧିକ ସୁଦୃଢ଼ ହେବାର ଆଶା ରହିଛି। ରାଷ୍ଟ୍ରପତି…

ତାଲିବାନ ଆତଙ୍କବାଦୀଙ୍କୁ ତାଲିମ୍‌ ଦେଇଥିଲା ପାକିସ୍ତାନ: ମୁଶରଫ୍‌

ଇସଲାମାବାଦ୍‌,୧୪।୧୧: ତାଲିବାନ ଆତଙ୍କବାଦୀଙ୍କୁ ପାକିସ୍ତାନରେ ତାଲିମ୍‌ ମିଳିଥିଲା। ଏନେଇ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଜେନେରାଲ ପରଭେଜ୍‌ ମୁଶରଫ୍‌ ପ୍ରକାଶ କରିଛନ୍ତି। ଭାରତୀୟ ସେନାଙ୍କ ସହିତ ଲଢ଼ିବା ପାଇଁ କଶ୍ମୀର ଯୁବକଙ୍କୁ ପାକିସ୍ତାନ ତାଲିମ୍‌ ଦେଉଥିବା ସେ କହିଛନ୍ତି। ଓସାମ୍‌ ବିନ୍‌ ଲାଡ଼େନ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?