ଅନ୍ତର୍ଜାତୀୟ

କରୋନା ନେଲା ହ୍ବିସିଲବ୍ଲୋୟର ଡାକ୍ତରଙ୍କ ଜୀବନ

ବେଜିଂ, ୭-୨:ଯେଉଁ କରୋନା ଭାଇରସ୍‌କୁ ନେଇ ସେ ଲୋକଙ୍କୁ ବୁଝାଇଶୁଝାଇ ସଚେତନ କରୁଥିଲେ, ଶେଷରେ ସେହି ଘାତକ ଭୂତାଣୁ ତାଙ୍କର ଜୀବନ ନେଲା। ଡାକ୍ତର ଲି ଓ୍ବେନ୍‌ଲିଆଙ୍ଗ(୩୪)ଙ୍କ ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ଚାଇନାରେ କରୋନା ଭାଇରସ୍‌ ସଂକ୍ରମଣରେ ମୃତ୍ୟୁସଂଖ୍ୟା…

ବାଳିକା ଶିକ୍ଷାକ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟକୁ ପୂରଣ କରିଛି ଭାରତ: ୟୁନେସ୍କୋ

ଜାତିସଂଘ,୬।୨: ଭାରତ ବାଳିକା ଶିକ୍ଷାକ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟକୁ ପୂରଣ କରିବାରେ ସଫଳତା ହାସଲ କରିପାରିଛି। ଏହି କ୍ଷେତ୍ରରେ ଭାରତ ଯଥେଷ୍ଟ ଆଗୁଆ ରହିଛି ବୋଲି ୟୁନେସ୍କୋ ମହାନିର୍ଦ୍ଦେଶକ ଔଡ୍ରେ ଅଜୋଲେ କହିଛନ୍ତି। ଭାରତର ଲକ୍ଷ୍ୟ ଏବଂ ଚିନ୍ତାଧାରା ୟୁନେସ୍କୋକୁ ବେଶ୍‌ ପ୍ରଭାବିତ…

ମହାକାଶରେ ୩୨୮ ଦିନ ବିତାଇ ପୃଥିବୀକୁ ଫେରିଲେ କ୍ରିଷ୍ଟିନା କୋଚ୍‌

ଓ୍ବାଶିଂଟନ,୬।୨: ମହାକାଶରେ ଅଧିକ ଦିନ ରହି ରେକର୍ଡ କରିଥିବା ଆମେରିକାର ମହାକାଶ ଯାତ୍ରୀ କ୍ରିଷ୍ଟିନା କୋଚ୍‌ ପୃଥିବୀକୁ ଫେରିଛନ୍ତି। ସେ ମହାକାଶରେ ୩୨୮ ଦିନ ବିତାଇ ରେକର୍ଡ କରିଛନ୍ତି। ଏନେଇ ନାସା ପକ୍ଷରୁ ସୂଚନା ଦିଆଯାଇଛି। କ୍ରିଷ୍ଟିନା କୋଚ୍‌ଙ୍କ ସହିତ ୟୁରୋପୀୟ…

ପୃଥିବୀକୁ ଧ୍ୱଂସ କରିଥିବା ଗ୍ରହାଣୁ ପିଣ୍ଡଯୋଗୁ ବି ସୃଷ୍ଟି ହୋଇଥିଲା ଜୀବନ

ପେନସିଲ୍‌ଭାନିଆ,୬।୨: ପ୍ରାୟ ୬୬ ନିୟୁତ ବର୍ଷ ତଳେ ପୃଥିବୀ ସହିତ ଚିକ୍ସିଲୁବ୍‌ ଗ୍ରହାଣୁପିଣ୍ଡ ଧକ୍କା ହୋଇଥିଲା। ଏହାର ପ୍ରଭାବରେ ଭୂମିକମ୍ପ ହେବା ସହିତ ଅଗ୍ନି ଉଦ୍‌ଗୀରଣ ହେବାକୁ ଲାଗିଥିଲା। ଆକାଶରେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ବହଳ ଧୂଆଁ ଆସ୍ତରଣ ସୃଷ୍ଟି ହୋଇଥିଲା।…

୧୦ ମିନିଟ୍‌ରେ ସରିଲା ଡାକ୍ତରଙ୍କ ବିବାହ, କାରଣ ଜାଣିଲେ କରିବେ ପ୍ରଶଂସା

ବେଜିଂ,୬।୧: ଚାଇନାରେ ସୃଷ୍ଟି ହୋଇଥିବା ପ୍ରାଣଘାତୀ କରୋନା ଭାଇରସ ବିଶ୍ୱର ୩୦ରୁ ଅଧିକ ରାଷ୍ଟ୍ରକୁ ବ୍ୟାପିଗଲାଣି। ଏହି ଭାଇରସ ଯୋଗୁ ଚାଇନାରେ ମୃତ୍ୟୁସଂଖ୍ୟା ୫୫୦ ଟପି ଯାଇଛି। ଭାଇରସ ଜନିତ ମୃତ୍ୟୁସଂଖ୍ୟା କମିବା ପରିବର୍ତ୍ତେ ହୁ ହୁ ହୋଇ ବଢିବାରେ ଲାଗିଛି।…

ମାଛଧରା ପ୍ରତିଯୋଗିତାରେ ଆବୁଧାବି ଚାମ୍ପିୟନ: ୩୯ ଲକ୍ଷରେ ବିକ୍ରି ହେଲା ୩୦.୮୫ କିଗ୍ରା ଓଜନର ବଡ଼ମାଛ

ଆବୁଧାବି,୬।୨:ଅନ୍ତର୍ଜାତୀୟ ମାଛଧରା ପ୍ରତିଯୋଗିତାରେ ଆବୁଧାବି ଚାମ୍ପିୟନ୍‌ ହୋଇଛି। ଅନ୍ତର୍ଜାତୀୟ ମେରାଇନ୍‌ ସ୍ପୋର୍ଟ କ୍ଲବ୍‌ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଆବୁଧାବିର ହମଦାନ୍‌ ଅବଦୁଲା ଅଲ୍‌ଙ୍କୁ ବିଜେତା ଭାବେ ଘୋଷଣା କରାଯାଇଛି। ସେ ୩୦.୮୫ କିଗ୍ରା ଓଜନର ବଡ଼ ମାଛ ଧରି ଥିଲେ।…

ସାଇକେଲ ଚୋରକୁ ୩ ବର୍ଷ ଜେଲ୍‌

ବ୍ରସେଲ୍ସ୍‌,୬।୨: ସାଇକେଲ ଚୋରି କରିଥିବା ଜଣେ ବ୍ୟକ୍ତିଙ୍କୁ ବେଲଜିୟମ୍‌ର ଅଦାଲତ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ କରିଛନ୍ତି। ଜଜ୍‌ କହିଛନ୍ତି ଯାହାର ସାଇକେଲ ଚୋରି ହୋଇଥିଲା ସେ ବ୍ୟକ୍ତି ଜଣକ ବାଧ୍ୟ ହୋଇ କାର୍‌ ଚଳାଇଲେ। ଏହାଦ୍ୱାରା ପରିବେଶ ପ୍ରଦୂଷଣ ସୃଷ୍ଟି…

କରୋନା ସଂକ୍ରମିତଙ୍କ ଯାଞ୍ଚ୍‌ କାର୍ଯ୍ୟରେ ରୋବୋ ନିଯୁକ୍ତ

ବେଜିଂ,୬।୨: ଚାଇନାରେ କରୋନା ଭୁତାଣୁ ସଂକ୍ରମଣଙ୍କ ସଂଖ୍ୟା ବଢ଼ିଚାଲିଛି। ଇତିମଧ୍ୟରେ ୫୬୨ ଲୋକଙ୍କ ମୃତ୍ୟୁ କରୋନା ଭୁତାଣୁ ଯୋଗୁ ହୋଇସାରିଛି। ସେହିପରି ୨୭ ହଜାରରୁ ଅଧିକ ଲୋକଙ୍କଠାରେ ଏହି ଭୁତାଣୁ ଚିହ୍ନଟ ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସଂକ୍ରମିତଙ୍କ ଯାଞ୍ଚ୍‌ରେ ରୋବୋକୁ…

ସୁସ୍ଥ ହେଲେ ଥାଇଲାଣ୍ଡର ପ୍ରଥମ କରୋନାଭାଇରସ ଆକ୍ରାନ୍ତ

ବ୍ୟାଙ୍କକ୍‌,୬।୨: କରୋନାଭାଇରସରେ ଆକ୍ରାନ୍ତ ଥିବା ଥାଇଲାଣ୍ଡର ପ୍ରଥମ ବ୍ୟକ୍ତି ସୁସ୍ଥ ହୋଇଥିବା ସୂଚନା ଦେଇଛନ୍ତି ଥାଇଲାଣ୍ଡ ସ୍ବାସ୍ଥ୍ୟ ମନ୍ତ୍ରୀ। ତାଙ୍କୁ ହସ୍ପିଟାଲରୁ ଘରକୁ ଯିବାକୁ ଅନୁମତି ମିଳିଛି। ୫୦ ବର୍ଷୀୟ ଉକ୍ତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜଣେ ଟ୍ୟାକ୍ସି ଡ୍ରାଇଭର। ସେ…

ଜନସଂଖ୍ୟା ବଢ଼ାଇବାକୁ ‘ବେବି ବୋନସ’

ଏଥେନ୍ସ: ୭୫୦କୋଟି ଟପିଲାଣି ପୃଥିବୀର ଜନସଂଖ୍ୟା। ଏହାକୁ ରୋକିବା ଲାଗି କ୍ରମାଗତ ଭାବେ ଉଦ୍ୟମ କରି ଆସୁଛନ୍ତି ବିକଶିତ ଏବଂ ବିକାଶଶୀଳ ଦେଶ। ହେଲେ ଗ୍ରୀସ୍‌ରେ ଏହାର ବିପରୀତ ଦୃଶ୍ୟ ସାମ୍ନାକୁ ଆସିଛି। ଐତିହ୍ୟ, ପରମ୍ପରାକୁ ନେଇ ସମୃଦ୍ଧ ଏହି ଦେଶ…

ରନ୍‌ ଓ୍ବେରେ ୩ ଖଣ୍ଡ ହେଲା ବିମାନ: ୧ ମୃତ, ୧୨୦ ଆହତ

ଅଙ୍କାରା,୬।୨: ତୁର୍କିର ପେଗାସସ ଏୟାର ଲାଇନ୍ସର ଏକ ବିମାନ ବୁଧବାର ଇସ୍ତାନବୁଲର ସବିହା ଗୋକେନ ବିମାନ ବନ୍ଦରରେ ଲ୍ୟାଣ୍ଡିଂ ସମୟରେ ରନ୍‌ ଓ୍ବେରେ ଖସି ଯିବାରୁ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ବିମାନଟି ୩ ଖଣ୍ଡ ହୋଇଯାଇଛି। ତେବେ ବିମାନରେ ଥିବା…

ଜନ୍ମର ୩୦ ଘଣ୍ଟା ପରେ କରୋନାଭାଇରସରେ ପୀଡିତ ହେଲେ ନବଜାତକ

ବେଜିଂ,୬।୨: ଚାଇନାରେ ମହାମାରୀର ରୂପ ନେଇଥିବା କରୋନାଭାଇରସ ଏବେ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି। ହେଲେ ଚାଇନାରେ ଏହାର ଭୟାବହତା କେତେ ତାହା ସେଠାକାର ମୃତ୍ୟୁହାର ଓ ଆକ୍ରାନ୍ତଙ୍କୁ ଦେଖି ସହଜରେ ଅନୁମାନ କରାଯାଇ ପାରୁଛି। ତେବେ ଗର୍ଭସ୍ଥ ସନ୍ତାନ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?