ଆଫଗାନିସ୍ତାନରେ କାର ବୋମା ବିସ୍ଫୋରଣ: ୮ ସୁରକ୍ଷାକର୍ମୀଙ୍କ ସହ ୧୨ ମୃତ
କାବୁଲ,୭।୭: ଆଫଗାନିସ୍ତାନର ଗଜନି ଅଞ୍ଚଳରେ ରବିବାର ତାଲିବାନ ଆତଙ୍କବାଦୀମାନେ କାର୍ ବୋମା ବିସ୍ଫୋରଣ କରିବା ଫଳରେ ୮ ସୁରକ୍ଷାକର୍ମୀଙ୍କ ସହ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାସହ ୫୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ରବିବାର ସକାଳେ ରାଷ୍ଟ୍ରୀୟ…
୬ ମାସରେ ୨୦ ଦେଶରେ ୩୮ ଖବରଦାତାଙ୍କୁ ହତ୍ୟା; ଲାଟିନ୍ ଆମେରିକାରେ ସର୍ବାଧିକ
ଜେନେଭା,୭।୭: ଚଳିତ ବର୍ଷ ଜାନୁୟାରୀଠାରୁ ଜୁନ୍ ମଧ୍ୟରେ ଗତ ୬ ମାସରେ ୨୦ ଦେଶରେ ୩୮ ଜଣ ଖବରଦାତାଙ୍କୁ ହତ୍ୟା କରାଯାଇଛି। ଜେନେଭା ସ୍ଥିତ ପ୍ରେସ୍ ଏମ୍ବଲେମ୍ କ୍ୟାମ୍ପେନ୍(ପିଇସି)ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି। ତେବେ ଲାଟିନ୍ ଆମେରିକାରେ…
ଇସ୍ରାଏଲ୍ ସମୁଦ୍ର କୂଳରେ ଶହ ଶହ ଜେଲି ଫିଶ୍: ସରକାର ଜାରି କଲେ ସତର୍କ ସୂଚନା
ଜେରୁଜେଲମ୍,୭।୭: ଇସ୍ରାଏଲ୍ ସମୁଦ୍ର କୂଳରେ ଶହ ଶହ ଜେଲି ଫିଶ୍ ଜମା ହେବାରେ ଲାଗିଛନ୍ତି। ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଠାରେ ପ୍ରତିବର୍ଷ ଜେଲି ଫିଶ୍ ଦଂଶନରେ ଲୋକଙ୍କର ମୃତ୍ୟୁ ଘଟିଥାଏ। ସମୁଦ୍ର କୂଳରେ ଜେଲି…
ଆଫଗାନିସ୍ତାନରେ ସଂଘର୍ଷ :ତାଲିବାନ କମାଣ୍ଡରଙ୍କ ସମେତ ୧୯ ନିହତ
ହେରାତ୍,୭ା୭(ଆଇଏଏନ୍ଏସ୍): ଆଫଗାନିସ୍ତାନର ହେରାତ୍ ପ୍ରଦେଶରେ ଶନିବାର ସୁରକ୍ଷା କର୍ମୀଙ୍କ ସହ ସଂଘର୍ଷରେ ତାଲିବାନ ମୁଖ୍ୟ କମାଣ୍ଡର ମୁଲ୍ଲା ଘୌସୁଦିନ୍ଙ୍କ ସମେତ ୧୦ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିସହିତ ୯ ଜଣ ସୁରକ୍ଷା ଯବାନ ମଧ୍ୟ ପ୍ରାଣ ହରାଇଥିବା ଜଣାପଡିଛି। ଘୌସୁଦିନ୍ଙ୍କ ନେତୃତ୍ୱରେ…
ଲିବ୍ୟା ଗୃହଯୁଦ୍ଧ: ୩ ମାସରେ ମୃତ୍ୟୁ ସଂଖ୍ୟା ହଜାରେ ଟପିଲା; ସଂଘର୍ଷ ବିରାମ ପାଇଁ ଜାତିସଂଘର ଅପିଲ୍
ତ୍ରିପୋଲି, ୬।୭: ଲିବ୍ୟାରେ ଜାରି ରହିଥିବା ଗୃହଯୁଦ୍ଧ ସଙ୍କଟ ଜନକ ସ୍ଥିିତିରେ ପହଞ୍ଚିଛି। ଗତ ୩ ମାସ ମଧ୍ୟରେ ଏଠାରେ ଏକ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ୫ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗୃହଯୁଦ୍ଧ ଯୋଗୁ…
ଜାତୀୟ ଚୁମ୍ବନ ଦିବସ: ୧୦ସେକେଣ୍ଡର ୮୦ ନିୟୁତ ଅଣୁଜୀବ ଚୁମ୍ବନରେ ହୋଇଥାନ୍ତି ସଂକ୍ରମିତ
ଲଣ୍ଡନ,୬।୭: ଜୁଲାଇ ୬ରେ ବ୍ରିଟେନ୍ରେ ଜାତୀୟ ଚୁମ୍ବନ ଦିବସ ପାଳିତ ହୋଇଥାଏ। ଏଠାରେ ଗତ ୧୪ ବର୍ଷ ଧରି ଏହା ପାଳିତ ହେଉଛି। ସ୍ନେହ ଓ ପ୍ରେମର ପରିପ୍ରକାଶ ଭାବେ ଚୁମ୍ବନକୁ ଗ୍ରହଣ କରାଯାଇଥାଏ। ମା’ ସନ୍ତାନଙ୍କୁ ସ୍ନେହରେ ଚୁମ୍ବନ ଦେଇଥାନ୍ତି।…
ଖଲିସ୍ତାନ ସମର୍ଥକଙ୍କୁ ପାଣ୍ଠି ଯୋଗାଉଛନ୍ତି ବ୍ରିଟେନ୍ ଏବଂ କାନାଡ଼ାରେ ଥିବା ପାକିସ୍ତାନୀ
ଲଣ୍ଡନ,୬।୭: ଖଲିସ୍ତାନ ସମର୍ଥକଙ୍କୁ ବ୍ରିଟେନ୍ ଏବଂ କାନାଡ଼ାରେ ଥିବା ପାକିସ୍ତାନୀ ପାଣ୍ଠି ଯୋଗାଉଛନ୍ତି। ଏନେଇ ଭାରତୀୟ ସେନାର ପୂର୍ବତନ ମେଜର ଜେନେରାଲ ଧ୍ରୁବ.ସି. କଟୋଚ୍ ସୂଚନା ଦେଇଛନ୍ତି। ଏହି ପାକିସ୍ତାନୀ ତଥା ଖଲିସ୍ତାନ ସମର୍ଥକମାନେ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ସହିତ…
ବିଦେଶରେ ପାଳିତ ହେଲା ବଡ ଠାକୁରଙ୍କ ରଥଯାତ୍ରା
ବାହାରିନ,୬।୭: ଶ୍ରୀଗୁଣ୍ଡିଚା ଅବସରରେ ଗତ ଜୁଲାଇ ୪ରେ ସୁଦୂର ବାହାରିନ ସ୍ଥିତ ପ୍ରବାସୀ ଓଡ଼ିଆ ଓ ଇସ୍କନ କାନୁ ଗାର୍ଡେନର ମିଳିତ ଆନୁକୂଲ୍ୟରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଳିତ ହୋଇଛି। ସ୍ଥାନୀୟ ବାନ ସେଙ୍ଗ ଥାଇ ଅଡିଟୋରିୟମରେ ପାରମ୍ପରିକ ରୀତିନୀତି ଅନୁଯାୟୀ…
ଦକ୍ଷିଣ କାଲିଫର୍ନିଆରେ ୭.୧ ତୀବ୍ରତାର ଭୂକମ୍ପ
କାଲିଫର୍ନିଆ,୬।୭: ଆମେରିକାର ଦକ୍ଷିଣ କାଲିଫର୍ନିଆରେ ଶୁକ୍ରବାର ରାତିରେ ଏକ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୭.୧। ଗୁରୁବାର ଏଠାରେ ୬.୪ ତୀବ୍ରତାର ଏକ ଭୂକମ୍ପ ହୋଇଥିବା ବେଳେ ମାତ୍ର ଗୋଟିଏ ଦିନ ମଧ୍ୟରେ ଆଉ ଏକ…
୭୨ବର୍ଷ ପରେ ପାକିସ୍ତାନରେ ଥିବା ହଜାରେ ବର୍ଷ ପୁରାତନ ଶିବ ମନ୍ଦିରରେ ଆରମ୍ଭ ହେଲା ପୂଜାର୍ଚ୍ଚନା
ଇସଲାମାବାଦ୍,୬।୭: ପାକିସ୍ତାନର ସିଆଲକୋଟ୍ଠାରେ ଥିବା ଏକ ହଜାର ବର୍ଷ ପୁରାତନ ଶିବ ମନ୍ଦିରରେ ୭୨ ବର୍ଷ ପରେ ପୁଣି ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲା ଯାଇଛି। ୧୯୪୭ରେ ଦେଶ ବିଭାଜନ ସମୟରେ ମନ୍ଦିରକୁ ବନ୍ଦ କରି ଦିଆଯାଇଥିଲା।…
ପତ୍ନୀଙ୍କୁ ହତ୍ୟା କରି ମୃତଦେହକୁ ଶହେ ଦିନ ଫ୍ରିଜରେ ରଖିଥିବା ଅଭିଯୋଗରେ ସ୍ବାମୀଙ୍କୁ ମିଳିଲା ମୃତ୍ୟୁଦଣ୍ଡ
ବେଜିଂ,୫।୭: ଚାଇନାର ସାଂଘାଇ ଅଞ୍ଚଳରେ ପତ୍ନୀଙ୍କୁ ହତ୍ୟା କରି ଶହେ ଦିନ ପର୍ଯ୍ୟନ୍ତ ଫ୍ରିଜରେ ରଖିଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଛି। ସୂଚନାଯୋଗ୍ୟ, ବିବାହର ୧୦ ମାସ ପରେ ୧୭ ଅକ୍ଟୋବର ୨୦୧୬ରେ ପତ୍ନୀ ୟାଙ୍ଗଙ୍କ ସହ ଝଗଡା…
୧୦୨ ବର୍ଷର କନ୍ୟାଙ୍କୁ ୧୦୦ ବର୍ଷର ବର
ଓହିଓ,୫।୭: ପ୍ରେମ ହେଉଛି ଶାଶ୍ୱତ ଓ ଚିରନ୍ତନ। ପ୍ରେମ ନା ବୟସ ଦେଖେ ନା ଜାତିଧର୍ମ। ତା’ ପାଇଁ ସବୁ ସମାନ। କିଛି ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି ଆମେରିକାରୁ। ଆମେରିକାର ଓହିଓରେ ଏକ ଯୋଡି ଶହେ ବର୍ଷ ବୟସରେ ବି…
Archives


