ଅନ୍ତର୍ଜାତୀୟ

ହାଫିଜ୍‌ ସଇଦ୍‌ଙ୍କୁ ଗିରଫ କଲା ପାକିସ୍ତାନ

ନୂଆଦିଲ୍ଲୀ/ଇସଲାମାବାଦ୍‌,୧୭।୭: ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ୍‌ ତଥା ବିଶ୍ୱଆତଙ୍କବାଦୀ ହାଫିଜ୍‌ ସଇଦ୍‌ଙ୍କୁ ପାକିସ୍ତାନ ଗିରଫ କରିଛି। ପାକିସ୍ତାନର ପଞ୍ଜାବ ପ୍ରଦେଶର ଆତଙ୍କବାଦୀ ନିରୋଧୀ ବିଭାଗର ଏକ ସ୍ବତନ୍ତ୍ର ଦଳ ହାଫିଜ୍‌ଙ୍କୁ ଲାହୋରରେ ଗିରଫ କରିଛି। ସେ ଲାହୋରରୁ ଗୁଞ୍ଜରାଓ୍ବଲା ଯାଉଥିଲେ। ଗିରଫ…

କୁଳଭୂଷଣ ଯାଦବ ମାମଲା: ଆଇସିଜେ ରାୟ ଆଜି

ନୂଆଦିଲ୍ଲୀ/ହେଗ୍‌, ୧୭ା୭(ପି.ଟି.) :କୁଳଭୂଷଣ ଯାଦବ ମାମଲାର ଚୂଡାନ୍ତ ରାୟ ଅନ୍ତର୍ଜାତୀୟ ନ୍ୟାୟାଳୟ (ଆଇସିଜେ)ରେ ବୁଧବାର ହେବାକୁ ଯାଉଛି। ମାମଲାର ରାୟ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରଭାବିତ କରିବ ବୋଲି କୁହାଯାଉଛି। ଭାରତର ପୂର୍ବତନ ନୌସେନାଧିକାରୀ କୁଳଭୂଷଣଙ୍କୁ ଅପହରଣ…

ଆଫଗାନିସ୍ତାନରେ ବନ୍ଦ ହେଲା ରେଡିଓ ଷ୍ଟେଶନ

କାବୁଲ,୧୬।୭: ପୂର୍ବ ଆଫଗାନିସ୍ତାନର ଘଜନି ସହରରେ ଥିବା ସାମା ରେଡିଓ ଷ୍ଟେଶନ ଏବେ ବନ୍ଦ ହୋଇଯାଇଥିବା ସୂଚନା ଦେଇଛନ୍ତି ଷ୍ଟେଶନର ନିର୍ଦ୍ଦେଶକ ରମେଜ ଆଜମି। ସେ କହିଛନ୍ତି ତାଲିବାନ ପକ୍ଷରୁ ବାରମ୍ବାର ତାଙ୍କୁ ଫୋନ୍‌ ଓ ଚିଠି ମାଧ୍ୟମରେ ଧମକ ମିଳିବାରୁ…

ପୁଣି ଥରିଲା ଇଣ୍ଡୋନେସିଆ: ଗତ ୩ ଦିନରେ ୩ ଥର ଭୂକମ୍ପ

ଜାକର୍ତ୍ତା,୧୬।୭: ଇଣ୍ଡୋନେସିଆର ବାଲିରେ ମଙ୍ଗଳବାର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୭ ଥିଲା ବୋଲି ଆମେରିକା ଭୂବିଜ୍ଞାନ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ସକାଳ ୮ଟା ୧୮ରେ ଭୂକମ୍ପ ଅନୁଭୁତ ହୋଇଥିଲା। ଭୂକମ୍ପର କେନ୍ଦ୍ର ବାଲିର ଦକ୍ଷିଣ-ପଶ୍ଚିମରେ…

୧୪୦ ଦିନ ପରେ ଭାରତ ପାଇଁ ଏୟାରସ୍ପେସ୍‌ ଖୋଲିଲା ପାକିସ୍ତାନ

ନୂଆଦିଲ୍ଲୀ/ଇସଲାମାବାଦ୍‌,୧୬।୭: ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ଭାରତ ପାଇଁ ଏହାର ଏୟାରସ୍ପେସ୍‌କୁ ବନ୍ଦ ରଖିଥିଲା। ତେବେ ୧୪୦ ଦିନ ପରେ ମଙ୍ଗଳବାର ଏହାକୁ ଖୋଲିଦିଆଯାଇଛି। ଏଣିକି ସମସ୍ତ ଯାତ୍ରୀ ଏହାର ଲାଭ ପାଇପାରିବେ ବୋଲି ପାକିସ୍ତାନ ବେସାମରିକ ବିମାନ ଚଳାଚଳ…

ପିଓକେରେ ବନ୍ୟା: ୨୩ ମୃତ

ଇସ୍‌ଲାମାବାବାଦ,୧୬ା୭: ପାକିସ୍ତାନ ଅଧିକୃତ କଶ୍ମୀରର ନୀଲମ୍‌ ଉପତ୍ୟକାରେ ମୂଷଳ ଧାରାରେ ବର୍ଷା ହେବା ସହ ବନ୍ୟା ପରିସ୍ଥିତି ଦେଖାଦେଇଛି। ଅଦ୍ୟାବଧି ୨୩ ଲୋକ ପ୍ରାଣ ହରାଇଥିବାବେଳେ କେତେକେ ନିଖୋଜ ଥିବା ଜଣାପଡ଼ିଛି। ଲସଓ୍ବା ଅଞ୍ଚଳରେ ଲଗାଣ ବର୍ଷା ଓ ଭୂସ୍ଖଳନ ଯୋଗୁ…

ହାଫିଜ୍‌ଙ୍କୁ ମିଳିଲା ଆଗୁଆ ଜାମିନ

ଲାହୋର,୧୬ା୭: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜାମାତ୍‌ ଉଦ୍‌ ଦାଓ୍ବା (ଜେୟୁଡି) ମୁଖ୍ୟ ହାଫିଜ୍‌ ସଇଦ ଓ ତାଙ୍କର ୩ ସହଯୋଗୀଙ୍କୁ ପାକିସ୍ତାନର ଲାହୋର ଆତଙ୍କ ନିରୋଧୀ ଅଦାଲତ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ବେଆଇନଭାବେ ଏହି ନିଷିଦ୍ଧ ସଙ୍ଗଠନ…

ନେପାଳ, ବାଲାଂଦେଶରେ ବନ୍ୟା: ୬୫ ମୃତ, ଲକ୍ଷାଧିକ ବିସ୍ଥାପିତ

କାଠମାଣ୍ଡୁ/ଢାକା,୧୫।୭: ଭାରତର କିଛି ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ଦେଖାଦେଇଥିବାବେଳେ ପଡୋଶୀ ଦେଶ ନେପାଳ ଏବଂ ବାଲାଂଦେଶରେ ମଧ୍ୟ ଜଳପ୍ରଳୟ ଲାଗିରହିଛି। ବନ୍ୟା ଏବଂ ଭୁସ୍ଖଳନ ଯୋଗୁ ଏହି ଦୁଇ ଦେଶରେ ପ୍ରାୟ ୬୫ ଜଣ ଲୋକଙ୍କ ମୃତ୍ୟୁ ହେଲାଣି। ୩୦…

ଆଫଗାନିସ୍ତାନ ବିସ୍ଫୋରଣ: ୨ ଶିଶୁ ମୃତ

କାବୁଲ,୧୫।୭: ଆଫଗାନିସ୍ତାନ ବାଲ୍‌ଖର ଉତ୍ତରରେ ସୋମବାର ହୋଇଥିବା ଏକ ବିସ୍ଫୋରଣରେ ୨ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସାହିନ କାର୍ପସ୍‌ର ପ୍ରବକ୍ତା ମହମ୍ମଦ ହନିଫ ରେଜାଇ ଏହି ସୂଚନା ଦେଇଛନ୍ତି। ରାସ୍ତାକଡରେ ଲାଗିଥିବା ବୋମା ବିସ୍ଫୋରଣ ଫଳରେ ଏପରି ଦୁର୍ଘଟଣା…

ବ୍ରିଟେନରେ ହୋଇପାରେ ବିଶ୍ୱର ସବୁଠାରୁ ବଡ ପରମାଣୁ ବିସ୍ଫୋରଣ

ଲଣ୍ଡନ,୧୫।୭: ଏବେ ବିଶ୍ୱର ପ୍ରାୟ ସବୁଦେଶ ନ୍ୟୁକ୍ଲିୟର ଶକ୍ତି ବୃଦ୍ଧି ପାଇଁ ପ୍ରୟାସ ଜାରି ରଖିଛନ୍ତି। ସେଥିପାଇଁ ଲୁଚାଛପାରେ ସମସ୍ତେ ଏହାର ପରୀକ୍ଷଣ ମଧ୍ୟ କରୁଛନ୍ତି। ଏହା ବିଶ୍ୱ ସମ୍ମୁଖରେ ପରମାଣୁ ବିସ୍ଫୋରଣର ଭୟକୁ ମଧ୍ୟ ବଢାଇ ଚାଲିଛି। କେବଳ ପରମାଣୁ…

୪ ମହିଳା ସାଂସଦଙ୍କ ଉପରେ ବର୍ଣ୍ଣବୈଷମ୍ୟ ଟିପ୍ପଣୀ ଦେଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୧୫।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୪ ଜଣ ଡେମୋକ୍ରାଟିକ୍‌ ମହିଳା ସାଂସଦଙ୍କ ଉପରେ ବର୍ଣ୍ଣବୈଷମ୍ୟ ଟିପ୍ପଣୀ ଦେଇ ବିବାଦ ଘେରକୁ ଆସିଛନ୍ତି। ଟ୍ରମ୍ପ୍‌ କହିଛନ୍ତି ଯେ, ଯେଉଁ ଅଞ୍ଚଳରୁ ସେମାନେ ଆସିଛନ୍ତି ସେଠାକୁ ଫେରି ଯାଆନ୍ତୁ। ଟ୍ରମ୍ପ୍‌ଙ୍କ ଏଭଳି ମନ୍ତବ୍ୟ…

୨୪୦ ଚକା ବିଶିଷ୍ଟ ଟ୍ରକ୍‌ରେ ବୁହାହୋଇ ବନ୍ଦରରେ ପହଞ୍ଚିଲା ଜାକି ଚାନ୍‌ଙ୍କ ସୁପରୟାଚ୍‌: ଦାମ୍‌ ୩୧୫ କୋଟି

ବେଜିଂ,୧୫।୭: ଚାଇନାର ମାର୍ଶାଲ ଆର୍ଟ ଅଭିନେତା ଜାକି ଚାନ୍‌ଙ୍କ ସୁପରୟାଚ୍‌ ସ୍ଥାନୀୟ ଜିଙ୍ଗଲୋଗ୍‌ ସ୍ଥିତ ବନ୍ଦରରେ ପହଞ୍ଚିଛି। ଏହାକୁ ୨୪୦ ଚକା ବିଶିଷ୍ଟ ଟ୍ରକ୍‌ ଦ୍ୱାରା ବୁହାହୋଇ ଅଣାଯାଇଛି। ଏହାର ଲମ୍ବ ୪୬.୫ ମିଟର ଥିବାବେଳେ ଉଚ୍ଚତା ୨୨ ମିଟର ରହିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri