ପ୍ରଥମଥର ବିମାନରେ ଯାତ୍ରା କରୁଥିବା ବେଳେ ଗଳିପଡ଼ିଲେ ମହିଳା
ଇସ୍ତାନବୁଲ,୧୯।୭: ପ୍ରଥମଥର ବିମାନରେ ଯାତ୍ରା କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ସବୁ କିଛି ଥାଏ ନୂଆ। ଏଥିପାଇଁ ବିମାନବନ୍ଦରରେ ପ୍ରତ୍ୟେକ କଥାକୁ ସେମାନେ ଧ୍ୟାନରେ ଶୁଣିବା ସହ ଉଦ୍ଦିଷ୍ଟ ଥିବା ଗାଇଡ୍ଲାଇନ୍ସକୁ ପଢ଼ିଥାନ୍ତି। ହେଲେ ଜଣେ ଯାତ୍ରୀ କାହାକୁ କିଛି ନ…
ବିଶ୍ୱରେ ମୋଦି ଭାରତର ସବୁଠାରୁ ପସନ୍ଦଯୋଗ୍ୟ ପୁରୁଷ
ଲଣ୍ଡନ,୧୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱରେ ଭାରତର ସବୁଠାରୁ ପସନ୍ଦଯୋଗ୍ୟ ପୁରୁଷ ଭାବେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତାଙ୍କ ପଛକୁ ରହିଛନ୍ତି ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନ। ସେହିପରି ଭାରତୀୟ ମହିଳାମାନଙ୍କ ଭିତରେ ସର୍ବୋଚ୍ଚ ସ୍ଥାନରେ ରହିଛନ୍ତି ବଲିଉଡ୍ ଅଭିନେତ୍ରୀ…
ବାଥ୍ରୁମ୍ ବାହାରେ ବାଇଓମେଟ୍ରିକ ମେଶିନ ଲଗାଇବେ ପାକିସ୍ତାନ ସରକାର
ଇସଲାମାବାଦ,୧୯।୭: ଇମ୍ରାନ ଖାଁଙ୍କ ପାକିସ୍ତାନ ତେହେରିକ-ଇ-ଇନସାଫ(ପିଟିଆଇ) ସରକାର ଏବେ ବାଥ୍ରୁମ୍ ବାହାରେ ବାଇଓମେଟ୍ରିକ୍ ମେଶିନ ଲାଗାଇବାର ବ୍ୟବସ୍ଥା କରିଛନ୍ତି। ଉଦ୍ଦ୍ୟୋଗ ଓ ଉତ୍ପାଦନ ମନ୍ତ୍ରଣାଳୟରେ ଥିବା ବାଥରୁମ୍ ଗୁଡିକ ଯାହା ଟପ୍ ର଼୍ୟାଙ୍କର ଅଧିକାରୀଙ୍କଦ୍ୱାରା ବ୍ୟବହାର କରାଯାଉଛି ସେଥିରେ ହିଁ ବାଇଓମେଟ୍ରିକ…
କାବୁଲ ବିଶ୍ୱବିଦ୍ୟାଳୟ ନିକଟରେ ବିସ୍ଫୋରଣ: ୯ଛାତ୍ର ମୃତ, ୩୩ ଆହତ
କାବୁଲ,୧୯।୭: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଶୁକ୍ରବାର ହୋଇଥିବା ଏକ ଆତଙ୍କବାଦୀ ବିସ୍ଫୋରଣ ପୁଣି ଥରେ ସମଗ୍ର ଅଞ୍ଚଳକୁ ଥରାଇ ଦେଇଛି। ଏଠାରେ ଥିବା ବିଶ୍ୱବିଦ୍ୟାଳୟ ନିକଟରେ ହୋଇଛି ଏହି ବିସ୍ଫୋରଣ। ଏଥିରେ ୯ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ…
ଆମେରିକାର ପ୍ରତିଶୋଧ: ଇରାନ ଡ୍ରୋନକୁ ଧ୍ୱସଂ କଲା
ଓ୍ବାଶିଂଟନ, ୧୯।୭: ହରମୁଜଠାରେ ଏକ ଇରାନ ଡୋନ୍କୁ ଧ୍ୱସଂ କରି ଆମେରିକା ପ୍ରତିଶୋଧ ନେଇଛି। ନୌସେନା ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା ଆମେରିକା କହିଛି। କିନ୍ତୁ ଏଭଳି କୌଣସି ଘଟଣା ଘଟିନାହିଁ ବୋଲି ଇରାନ ପକ୍ଷରୁ କୁହାଯାଇଛି। ହରମୁଜଠାରେ ଇରାନର ଏକ…
ନେପାଳରେ ୫ ବୁଦ୍ଧମୂର୍ତ୍ତି ଭାଙ୍ଗିଦେଲେ
କାଠମାଣ୍ଡୁ, ୧୯ା୭ (ପି.ଟି.): ନେପାଳର ରୁପନ୍ଦେହୀ ଜିଲାର ତିିଳୋତ୍ତମା ମ୍ୟୁନିସିପାଲିଟି ଅଞ୍ଚଳ ଅନ୍ତର୍ଗତ ଲୁମ୍ବିନୀ ନିକଟରେ ଦୁର୍ବୃତ୍ତମାନେ ୫ଟି ବୁଦ୍ଧମୂର୍ତ୍ତିକୁ ଭାଙ୍ଗିଦେଇଛନ୍ତି। ବାଲି, ସିମେଣ୍ଟ ଓ ଚୂନପଥରରେ ନିର୍ମିତ ବୁଦ୍ଧଙ୍କ ବସିଥିବା ପ୍ରତିମୂର୍ତ୍ତି ଭାଙ୍ଗିଦିଆଯିବାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।…
କୁଳଭୂଷଣଙ୍କୁ ଧରିଥିବା କ୍ୟାପ୍ଟେନ୍ଙ୍କୁ ପାକ୍ରେ ପ୍ରଶଂସା
ଇସ୍ଲାମାବାଦ୍,୧୯ା୭ :ପାକିସ୍ତାନର ସାମରିକ ଗୋଇନ୍ଦା ସଂସ୍ଥାର ଜଣେ କ୍ୟାପଟେନ୍ଙ୍କୁ ଭିକାରି ବେଶରେ ଅଶାନ୍ତ ବେଲୁଚିସ୍ତାନ ପ୍ରଦେଶରେ ମୁତୟନ କରାଯାଇଥିଲା। ଗୁପ୍ତଚର ବୃତ୍ତି ଅଭିଯୋଗରେ ପୂର୍ବତନ ନୌସେନା ଅଫିସର କୁଳଭୂଷଣ ଯାଦବଙ୍କୁ ଗିରଫ କରିବାରେ ଭିକାରି ବେଶଧାରୀ କ୍ୟାପଟେନ୍ଙ୍କୁ ପାକିସ୍ତାନ ପ୍ରଶଂସା କରିବା ସହିତ…
ଷ୍ଟୁଡିଓରେ ନିଆଁ ଲଗାଇଦେଲେ: ୩୩ ଦଗ୍ଧ
ଟୋକିଓ,୧୯ା୭(ଏଏଫ୍ପି):ଜାପାନର କ୍ୟୋଟୋ ଆନିମେଶନ୍ କମ୍ପାନୀ ଉପରେ ଗୁରୁବାର ଆକ୍ରମଣ ହୋଇଛି। ଏଥିରେ ୩୩ ଜଣଙ୍କ ମୃତ୍ୟୁ ହେବା ସହ ୩୬ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। କ୍ୟୋଟୋ ସହରରେ ଥିବା ଏହି ବିଲ୍ଡିଂରେ ନିଆଁ…
ଆପୋଲୋ-୧୧ ମିଶନ୍ର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଦର୍ଶନୀ
ଓ୍ବାଶିଂଟନ୍: ଆପୋଲୋ-୧୧ ଚନ୍ଦ୍ରପୃଷ୍ଠକୁ ଜୁଲାଇ ୧୬,୧୯୬୯ ମସିହାରେ ତିନି ଜଣ ମହାକାଶଚାରୀ ନିଲ୍ ଆର୍ମଷ୍ଟ୍ରଙ୍ଗ, ଏଡ୍ଓ୍ବିନ୍ ଆଲ୍ଡ୍ରିନ୍ ଓ ମାଇକେଲ୍ କୋଲିନ୍ଙ୍କୁ ନେଇ ଯାଇଥିଲା। ଏହା ଜୁଲାଇ ୨୦ରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥିଲା। ମିଶନର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ…
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଖକ୍କାନ ଆବ୍ବାସି ଗିରଫ
ଲାହୋର,୧୮।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପାକିସ୍ତାନ ମୁସଲିମ ଲିଗ-ନଓ୍ବାଜ(ପିଏମ୍ଏଲ୍-ଏନ୍)ମୁଖ୍ୟ ସହିଦ ଖକ୍କାନ ଆବ୍ବାସିଙ୍କୁ ପାକିସ୍ତାନର ନ୍ୟାଶନାଲ ଆକାଉଣ୍ଟବିଲିଟି ବ୍ୟୁରୋ(ଏନ୍ଏବି) ଟୋଲ୍ ପ୍ଲାଜା ନିକଟରୁ ଗୁରୁବାର ଗିରଫ କରିଛି। ଲିକ୍ୟୁଫାଏଡ ନ୍ୟାଚୁରାଲ ଗ୍ୟାସ(ଏଲ୍ଏନ୍ଜି)ରପ୍ତାନି ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।…
ବିବାହର ୭୧ ବର୍ଷ ପରେ ଏକାଠି ହେଲା ପତ୍ନୀପତିଙ୍କ ମୃତ୍ୟୁ
ବର୍ଲିନ,୧୮।୭: ଜର୍ମାନୀରେ ରହୁଥିବା ଜଣେ ବୃଦ୍ଧ ଦମ୍ପତିଙ୍କ ପ୍ରେମ କାହାଣୀ ଏବେ ଖବର ପାଲଟି ଯାଇଛି। ଦୀର୍ଘ ୭୧ ବର୍ଷର ବୈବାହିକ ଜୀବନ ଅତିବାହିତ କରିବା ପରେ ଏମାନଙ୍କର ଏକାଠି ମୃତ୍ୟୁ ହୋଇଛି। ସ୍ବାଭାବିକ ଭାବେ ମାତ୍ର ୧୨ ଘଣ୍ଟା ଅନ୍ତରରେ…
ବିବାହକୁ ଡରି ଘରୁ ପଳାଇଯାଇଥିବା ମାଣ୍ଡେଲା ଶେଷରେ ୩ ଜଣଙ୍କୁ ବିବାହ କରିଥିଲେ
କେପ୍ ଟାଉନ୍,୧୮।୭: ବର୍ଣ୍ଣ ବୈଶମ୍ୟକୁ ନେଇ ସ୍ବର ଉତ୍ତୋଳନ କରିଥିବା ଦକ୍ଷିଣ ଆଫିକ୍ରାର ନେତା ନେଲସନ ମାଣ୍ଡେଲା ଘରେ ଘରେ ବେଶ୍ ପରିଚିତ। ତାଙ୍କୁ ‘ଚାମ୍ପିୟନ ଅଫ୍ ଫ୍ରିଡମ’ ବୋଲି କୁହାଯାଏ। ବର୍ଣ୍ଣବୈଶମ୍ୟକୁ ନେଇ ସେ ତାଙ୍କ ଜୀବନକାଳ ମଧ୍ୟରେ ପ୍ରାୟ…
Archives


