ଅନ୍ତର୍ଜାତୀୟ

ମାସ୍କ ନ ପିନ୍ଧିଲେ ଡ୍ରାଇଭିଂ ମନା

ସିଓଲ,୨୬।୫: କରୋନା ଭାଇରସ ସଂକ୍ରମଣକୁ ଦେଖି ସାଉଥ୍‌ କୋରିଆ ସରକାର ଏକ କଡ଼ା ପଦକ୍ଷେପ ନେଇଛନ୍ତି। ମାସ୍କ ନ ପିନ୍ଧିଲେ ଟ୍ୟାକ୍ସି ବା ବସ୍‌ ଚଳାଇବାକୁ ଅନୁମତି ମିଳିବ ନାହିଁ ବୋଲି ସରକାର କହିଛନ୍ତି। ଅର୍ଥାତ୍‌ ସରକାର ଏବେ ‘ନୋ ମାସ୍କ,…

କରୋନା ସଂକ୍ରମଣ ଯୋଗୁ ୯୫ ଦେଶରେ ମିଳିମିଳା- ପୋଲିଓ ପ୍ରତିଷେଧକ ଟୀକା ପ୍ରଦାନ କାର୍ଯ୍ୟ ପ୍ରଭାବିତ: ସଙ୍କଟରେ ୮କୋଟି ଶିଶୁ

ଓ୍ବାଶିଂଟନ,୨୬।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। ଏପରିସ୍ଥଳେ ୯୫ଟି ଦେଶରେ ମିଳିମିଳା ଓ ପୋଲିଓ ପ୍ରତିଷେଧକ ଟୀକା ପ୍ରଦାନ କାର୍ଯ୍ୟ ପ୍ରଭାବିତ ହୋଇଛି। ଏନେଇ ଗଣମାଧ୍ୟମ ସଂସ୍ଥା ନ୍ୟୁୟର୍କ ଟାଇମ୍ସ୍‌ରେ ଉଲ୍ଲେଖ କରାଯାଇଛି। ଏସମ୍ପର୍କରେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ, ୟୁନିସେଫ୍‌…

ଡବ୍ଲୁଏଚ୍‌ଓର ଚେତାବନୀ ପୁଣିଥରେ ଫେରିପାରେ କରୋନା

ଜେନେଭା,୨୬।୫: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) ସୋମବାର କରୋନା ମହାମାରୀକୁ ନେଇ ଆଉ ଏକ ଚେତାବନୀ ଦେଇଛି। ଡବ୍ଲୁଏଚ୍‌ଓ କହିଛି ଯେଉଁ ଦେଶରେ କରୋନା ସଂକ୍ରମଣ କମ୍‌ ହୋଇଛି ସେଠାରେ ପୁଣିଥରେ କରୋନା ଫେରିପାରେ। କାରଣ ବିଶ୍ୱର ଅନେକ ବିଶେଷଜ୍ଞ କହୁଛନ୍ତି କି…

ଅଷ୍ଟ୍ରେଲିଆରେ ମନୁଷ୍ୟଙ୍କ ଉପରେ କରୋନା ପ୍ରତିଷେଧକ ଟୀକାର ପରୀକ୍ଷା ଆରମ୍ଭ କରିବ ଆମେରିକା

କାନବେରା,୨୬।୫: କରୋନା ସଂକ୍ରମଣ ନେଇ ପୃଥିବୀରେ ଅଚଳାବସ୍ଥା ଜାରି ରହିଛି। ଏପରିସ୍ଥଳେ ପ୍ରତିଷେଧକ ଟୀକା ପ୍ରସ୍ତୁତି ପାଇଁ ବିଭିନ୍ନ ଦେଶରେ ଉଦ୍ୟମ ଅବ୍ୟାହତ ରହିଛି। ଆମେରିକାର ଏକ ବାୟୋ ଟେକ୍ନୋଲୋଜି କମ୍ପାନୀ ଅଷ୍ଟ୍ରେଲିଆରେ କରୋନା ପ୍ରତିଷେଧକ ଟୀକାର ପରୀକ୍ଷା ମନୁଷ୍ୟଙ୍କ ଉପରେ…

ଭାରତ ମହାସାଗର ତଳେ ଭାଙ୍ଗିବାରେ ଲାଗିଛି ଟେକ୍ଟୋନିକ୍‌ ପ୍ଲେଟ୍‌

ପ୍ୟାରିସ୍‌,୨୬।୫: ଭାରତ ଉପରେ ବିପଦ ମାଡ଼ି ଆସୁଛି। ଭାରତ ମହାସାଗର ତଳେ ଥିବା ଟେକ୍ଟୋନିକ୍‌ ପ୍ଲେଟ୍‌ ଧୀରେଧୀରେ ଭାଙ୍ଗିବାରେ ଲାଗିଛି। ଏହାଯୋଗୁ ଆଗାମୀ ଦିନରେ ତୀବ୍ରତାଯୁକ୍ତ ଭୂକମ୍ପ ହେବାର ଆଶଙ୍କା ରହିଥିବା ପ୍ୟାରିସ୍‌ର ଆର୍ଥ ଫିଜିକ୍ସ୍‌ ଇନଷ୍ଟିଚ୍ୟୁଟ୍‌ର ମେରାଇନ୍‌ ଜିଓସାଇନ୍ସ୍‌ ବିଭାଗ…

କରୋନା ଭାଇରସ୍‌ ସୋପ୍‌ ମେଶିନ

ନ୍ୟୁୟର୍କ: ସୃଜନଶୀଳତାର ବିକଳ୍ପ ନାହିଁ। ଭାବୁକ ଆଉ ଉଦ୍ୟମୀ ମନଟିଏ ଥିଲେ ସୃଜନଶକ୍ତିର ବିକାଶ ହୋଇପାରେ। ଏହାର ଏକ ଉଦାହରଣ ହେଉଛନ୍ତି ଲାଉରେଲ୍‌ ଓ ମେରିଲାଣ୍ଡ। ଏହି ଦୁଇ ଭାଇ ଏବେ ନ୍ୟୁୟର୍କର ରୁବେ ଗୋଲ୍ଡବର୍ଗ ବାର୍ଷିକ ପ୍ରତିଯୋଗିତାରେ ଭାଗନେବା ପାଇଁ…

ଲକ୍‌ଡାଉନ୍‌ ହଟିଲେ ମଧୁମେହ ରୋଗୀଙ୍କୁ ବିପଦ

ଲଣ୍ଡନ,୨୬ା୫: ଲକ୍‌ଡାଉନ ହଟାଯିବା ପରେ ମଧ୍ୟ ମଧୁମେହ ରୋଗୀଙ୍କୁ ଘର ଭିତରେ ରହିବାକୁ ପଡ଼ିପାରେ। କାରଣ କରୋନା ସଂକ୍ରମଣର ଅଧିକ ଆଶଙ୍କା ଥିବା ବର୍ଗରେ ସେମାନେ ରହିଛନ୍ତି। ଏପରି କି ସେମାନଙ୍କ ମୃତ୍ୟୁ ହେବାର ଆଶଙ୍କା ଅଧିକ ବୋଲି ଗବେଷକମାନେ କହିଛନ୍ତି।…

ଜାପାନରୁ ଉଠିଲା ଜରୁରୀ ସ୍ଥିତି

ଟୋକିଓ,୨୬ା୫: ଜାପାନରେ ଲାଗୁ ହୋଇଥିବା କରୋନା ଜନିତ ଜରୁରୀ ସ୍ଥିତିକୁ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ସୋମବାର ଉଠାଇ ଦେଇଛନ୍ତି। ପୂର୍ବରୁ କେତେକ ଅଞ୍ଚଳରୁ ଇମର୍ଜେନ୍ସି ଉଠିଥିବାବେଳେ ସୋମବାର ଟୋକିଓ ସମେତ ଅବଶିଷ୍ଟ ୪ଟି ଅଞ୍ଚଳରୁ ଏହାକୁ ହଟାଇଦିଆଯାଇଛି। ଟୋକିଓ, କନଗଓ୍ବା, ଚିବା…

ବିଶ୍ୱରେ ୫୫ ଲକ୍ଷ ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା: ଟପ୍‌ ଟେନ୍‌ରେ ଭାରତ

ଓ୍ବାଶିଂଟନ,୨୫।୫: କରୋନା ସଂକ୍ରମିତ ଦେଶଙ୍କ ଟପ୍‌ ଟେନ୍‌ ତାଲିକାରେ ଏବେ ଭାରତ ସାମିଲ ହୋଇଛି। ଏବେ ଭାରତ ସଂକ୍ରମିତଙ୍କ ସଂଖ୍ୟାକୁ ନେଇ ଇରାନକୁ ପଛରେ ପକାଇ ଦେଇଛି। ଅନ୍ୟପଟେ ଲଗାତାର ଚତୁର୍ଥ ଦିନ ବି ବିଶ୍ୱରେ ୨୪ ଘଣ୍ଟାରେ ୧ ଲକ୍ଷରୁ…

ବ୍ରାଜିଲରୁ ଆସୁଥିବା ଲୋକଙ୍କୁ ଆମେରିକା ମନା: ଟ୍ରମ୍ପ

ଓ୍ବାଶିଂଟନ,୨୫।୫: କରୋନା ଭାଇରସ ସଂକ୍ରମଣରେ ଆମେରିକାର ସ୍ଥିତି ବେହାଲ ହୋଇଥିବା ବେଳେ ଏବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୁବ୍‌ଶୀଘ୍ର ଆମେରିକାରେ ସ୍କୁଲ ଖୋଲିବାକୁ କହିଛନ୍ତି। ଟୁଇଟ୍‌ କରି ଟ୍ରମ୍ପ କହିଛନ୍ତି ଆମେରିକାରେ ସ୍କୁଲ ଯେତେଶୀଘ୍ର ଖୋଲିଦେବା କଥା। ଟ୍ରମ୍ପ ସ୍କୁଲ ଖୋଲିବାର…

ଜୁଲାଇ ସୁଦ୍ଧା ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁବ ୨୧ ଲକ୍ଷ !

ଓ୍ବାଶିଂଟନ,୨୫।୫: ଭାରତ ଏବେ କରୋନା ଭାଇରସ ସଂକ୍ରମଣର ହଟ୍‌ସ୍ପଟ୍‌ ପାଲଟି ଯାଇଛି। ଗତ କିଛିଦିନ ହେବ ଏଠାରେ ୨୪ ଘଣ୍ଟାରେ ୬ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ଫଳରେ ଏବେ ଏହା ଉଭୟ ସରକାର ଓ ସାଧାରଣ ଜନତାଙ୍କ ପାଇଁ…

ଚାଇନାର ନିରାପତ୍ତା ଆଇନକୁ ବିରୋଧ

ହଂକଂ,୨୫।୫: ହଂକଂରେ ଚାଇନାର ଜାତୀୟ ନିରାପତ୍ତା ଆଇନକୁ ବିରୋଧ କରି ରବିବାର ବହୁସଂଖ୍ୟକ ବିକ୍ଷୋଭକାରୀ ରାସ୍ତାକୁ ଓହ୍ଲାଇଛନ୍ତି। ଏହି ପ୍ରସ୍ତାବିତ ଆଇନ ସହରର ସ୍ବାଧୀନତା ପ୍ରତି ବିପଦ ସାଜିବା ସହ ‘ଗୋଟିଏ ଦେଶ, ଦୁଇଟି ବ୍ୟବସ୍ଥା’ ସିଦ୍ଧାନ୍ତକୁ ପ୍ରୋତ୍ସାହିତ କରିବ ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?