ଅନ୍ତର୍ଜାତୀୟ

ଗରିବ ପିଲାଙ୍କ ପାଇଁ ଝୁମ୍ପୁଡି ବସ୍ତିରେ ସ୍କୁଲ ଖୋଲିରେ ୧୨ ବର୍ଷର ଛାତ୍ର

ଆର୍ଜେଣ୍ଟିନାର ସାନ୍‌ଜୁଆନ୍‌ ସ୍ଥିତ ୧୨ ବର୍ଷୀୟ ଲିଓନାର୍ଡୋ ନିକାନୋର୍‌ ନିଜେ ପଢ଼ିବା ସହ ଗରିବ, ଅସହାୟ, ନିରାଶ୍ରୟ ପିଲାଙ୍କୁ ପଢ଼ାଇବାର ଏକ ଗୁରୁଦାୟିତ୍ୱ ବହନ କରିଛନ୍ତି। ପିଲାଦିନୁ ସେ ଖୁବ୍‌ ପଢ଼ାପ୍ରିୟ। ବର୍ତ୍ତମାନ ଏକ ସେକେଣ୍ଡାରୀ ସ୍କୁଲ୍‌ର ଛାତ୍ର ମଧ୍ୟ।...

ଗୋଟିଏ ମିନିଟ୍‌ରେ ଜୀବନ ନେଇଯାଏ ଏହି ମଶା

ଚାଇନାର ସିଚୁଆନ୍‌ରେ ଦେଖାଯାଉଥିବା ଏକ ମଶାର ନାଁ ହେଉଛି ହୋଲୋରୁସିଆ ମିକାଡୋ। ଦୁନିଆରେ ଦେଖାଯାଉଥିବା ୩୫୦୦ ପ୍ରଜାତିର ମଶାଙ୍କ ମଧ୍ୟରୁ ଏହା ଗୋଟିଏ। ଦେଖିବାକୁ ଏହାର ଆକାର ଖୁବ୍‌ ବଡ଼। ମଶା ଯେତେବେଳେ ନିଜ ଡେଣା ଖୋଲେ ତା’ର ଆକାର...

ଗୋଟିଏ ଦିନରେ ୟୁଏନ୍‌ ଆସେମ୍ଲିକୁ ସମ୍ବୋଧିତ କରିବେ ମୋଦି-ଇମ୍ରାନ

ନ୍ୟୁୟର୍କ,୯।୯: ୟୁଏନ୍‌ ଜେନରାଲ ଆସେମ୍ଲିର ଅଧିବେଶନ ସେପ୍ଟେମ୍ବର ୨୭ରେ ହେବ। ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏନ୍‌ ଜେନରାଲ ଡିବେଟ୍‌ର ୭୪ତମ ଅଧିବେଶନକୁ ସମ୍ବୋଧିତ କରିବେ। ତେବେ ଏହି ବୈଠକରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ମଧ୍ୟ ଉପସ୍ଥିତ...

ଏକ ପ୍ଲେଟ କବାବ ମଗାଇଲେ ମହିଳା: କ୍ରେଡିଟ କାର୍ଡରୁ କଟିଗଲା୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା

ଜେରୁଜେଲମ,୯।୯: ଆମେରିକାର ଜଣେ ମହିଳା ପର୍ଯ୍ୟଟକ ଏକ ପ୍ଲେଟ କବାବ ପାଇଁ ୨ଲକ୍ଷ ୭ହଜାର ଟଙ୍କା ଦେଇଥିବା ଘଟଣା ସମ୍ନାକୁ ଆସିଛି। ଏହି ଘଟଣା ଘଟିଛି ଇସ୍ରାଏଲ୍‌ ଜେରୁଜେଲମ ସହରର ଏକ ରେଷ୍ଟୁରାଣ୍ଟରେ। ଜେରୁଜେଲମରେ ଥିବା ଓଲ୍ଡ ସିଟି ଶବରମା...

ପାକିସ୍ତାନ ସରକାରଙ୍କୁ ଡ୍ୟାନ୍ସର ଭରସା

ଇସ୍‌ଲାମାବାଦ,୯।୯: ପାକିସ୍ତାନ ଏବେ କାଙ୍ଗାଳ ହୋଇଯାଇଛି ବୋଲି ସାରା ବିଶ୍ୱରେ ଆଲୋଚନା ହେଉଛି। ଏଠାକାର ଅର୍ଥନୀତି ଏମିତି ବିଗିଡି ଯାଇଛି ଯେ ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିତିରୁ ମୁକ୍ତି ପାଇଁ ନିକଟରେ...

ସିଆଲ୍‌କୋଟ୍‌ ସୀମାରେ ପାକିସ୍ତାନର ସମରସଜ୍ଜା: ଗୁପ୍ତରେ ମାସୁଦ୍‌ ଆଝାର ମୁକ୍ତ!

ଇସଲାମାବାଦ୍‌,୯।୯: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ନାନା ଷଡ଼ଯନ୍ତ୍ର ରଚିବା ଆରମ୍ଭ କରିଛି। ସମ୍ପ୍ରତି ସିଆଲ୍‌କୋଟ୍‌ ସୀମାରେ ପାକିସ୍ତାନ ସୈନ୍ୟଙ୍କୁ ଠୁଳ କରିବାରେ ଲାଗିଛି। ଏହା ସହିତ ଭାରତରେ ଆକ୍ରମଣ ଷଡ଼ଯନ୍ତ୍ର ରଚିବା...

ଆଫଗାନିସ୍ତାନ ରାଷ୍ଟ୍ରପତି କାର୍ଯ୍ୟାଳୟ ନିକଟରେ ବିସ୍ଫୋରଣ

କାବୁଲ୍‌,୮।୯: ଆଫଗାନିସ୍ତାନରେ ରାଷ୍ଟ୍ରପତି ଅଶରଫ୍‌ ଗନିଙ୍କ କାର୍ଯ୍ୟାଳୟ ନିକଟରେ ରବିବାର ବିସ୍ଫୋରଣ ଘଟିଛି। ନାନଗରହାର ପ୍ରଦେଶର ଜଲାଲାବାଦ୍‌ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିବା ସ୍ଥାନୀୟ ପ୍ରଶାସନ କହିଛି। ତେବେ ଗନି ନିଜ କାର୍ଯ୍ୟାଳୟରେ ନ ଥିବା କୁହାଯାଉଛି। ବିସ୍ଫୋରଣ ପରେ...

ବାହମାସ ପରେ ଏବେ କାନାଡା ଅଭିମୁଖେ ଡୋରିଆନ

ଓଟାଓ୍ବା,୮।୯: ବାହମାସ ଓ ଆମେରିକାରେ ତାଣ୍ଡବ ରଚିବା ପରେ ଏବେ କାନାଡା ମୁହାଁ ହୋଇଛି ସାମୁଦ୍ରିକ ଝଡ଼ ଡୋରିଆନ। ଶନିବାର ଏହା କାନାଡାରେ ପହଞ୍ଚିବା ପରେ ଖୁବ୍‌ ଜୋର୍‌ରେ ପବନ ପହିବା ସହ ବର୍ଷା ମଧ୍ୟ ହୋଇଛି। ଫଳରେ ବଡ...

ତାଲିବାନ୍‌ ସହିତ ହେବନି ଗୁପ୍ତ ବୈଠକ, ଶାନ୍ତି ଆଲୋଚନା ରଦ୍ଦ କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୮।୯: ତାଲିବାନ୍‌ ସହିତ ଗୁପ୍ତ ବୈଠକ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ମନା କରିଛନ୍ତିି। ଏହା ସହିତ ଶାନ୍ତି ଆଲୋଚନାକୁ ମଧ୍ୟ ରଦ୍ଦ କରାଯାଇଛି ବୋଲି ଟ୍ରମ୍ପ୍‌ ଘୋଷଣା କରିଛନ୍ତି। କାବୁଲ୍‌ରେ ହୋଇଥିବା ତାଲିବାନ୍‌ ଆକ୍ରମଣରେ ଜଣେ ଆମେରିକା...

ପାକ୍‌ ଆକାଶରେ ଉଡ଼ିବନି ରାଷ୍ଟ୍ରପତିଙ୍କ ବିମାନ

ଇସ୍‌ଲାମାବାଦ, ୮।୯(ପି.ଟି.): ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାରଠାରୁ ଆଇସ୍‌ଲାଣ୍ଡ, ସୁଇଜରଲାଣ୍ଡ ଓ ସ୍ଲୋଭେନିଆ ଗସ୍ତରେ ଯିବାକୁ ଥିବାବେଳେ ତାଙ୍କ ବିମାନ ପାକିସ୍ତାନ ଆକାଶରେ ଉଡ଼ିପାରିବ ନାହିଁ। ରାଷ୍ଟ୍ରପତିଙ୍କ ବିମାନ ପାଇଁ ବାୟୁସୀମା ବ୍ୟବହାର ଅନୁମତି ଦେବା ଲାଗି ଭାରତ କରିଥିବା...

ଲିଂଗଲିଂଗ ଝଡ଼ର ପ୍ରଭାବରେ କୋରିଆରେ ବ୍ୟାପକ କ୍ଷତି

ସିଓଲ,୭।୯: ଆମେରିକାର ଫ୍ଲୋରିଡାରେ ସାମୁଦ୍ରିକ ଝଡ଼ ଡୋରିଅନ ପ୍ରଭାବରେ ବ୍ୟାପକ କ୍ଷତି ହୋଇଥିବା ବେଳେ ଏବେ ଲିଙ୍ଗଲିଙ୍ଗ ଝଡ଼ର ପ୍ରଭାବରେ କୋରିଆ ଉପକୂଳରେ ବି ବ୍ୟାପକ କ୍ଷତି ହୋଇଥିବା ଜଣାପଡିଛି। ତେବେ ଲିଙ୍ଗଲିଙ୍ଗ ଝଡ଼ର ପ୍ରଭାବରେ ଖୁବ୍‌ ଜୋରରେ ପବନ...

ପାକିସ୍ତାନରେ ପହଞ୍ଚିଲେ ୧୭ ଜଣିଆ ଆମେରିକା ପ୍ରତିନିଧି ଦଳ

ଇସଲାମାବାଦ୍‌,୭।୯: ପାକିସ୍ତାନରେ ଆମେରିକାର ୧୭ ଜଣିଆ ପ୍ରତିନିଧି ଦଳ ପହଞ୍ଚିଛନ୍ତି। ଶନିବାର ପାକିସ୍ତାନରେ ପହଞ୍ଚିଥିବା ପ୍ରତିନିଧି ଦଳ ଆଫଗାନିସ୍ତାନ ସମସ୍ୟା ନେଇ ପାକିସ୍ତାନ ପ୍ରତିପକ୍ଷଙ୍କ ସହିତ ବିସ୍ତୃତ ଆଲୋଚନା କରିବେ। ୧୮ ବର୍ଷ ଧରି ଆଫଗାନିସ୍ତାନରେ ଚାଲିଥିବା ଗୃହଯୁଦ୍ଧର ଅବସାନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri