ଅନ୍ତର୍ଜାତୀୟ

୧୦ ବର୍ଷ ମଧ୍ୟରେ ଚାଇନାରେ ଅଧା ହୋଇଗଲାଣି ବିବାହର ସଂଖ୍ୟା

ବେଜିଂ,୬ ।୨: ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ଥିବା ଦେଶ ଚାଇନା ଏବେ ଜନସଂଖ୍ୟା କମାଇବାକୁ ଯାଇ ଅଡୁଆରେ ପଡିଯାଇଛି । ଏଠାରେ ଏବେ ପ୍ରତିବର୍ଷ ବିବାହର ସଂଖ୍ୟାହ୍ରାସ ପାଇବାରେ ଲାଗିଛି । ବାର୍ଷିକ ରିପୋର୍ଟ ଅନୁଯାୟୀ, ୨୦୨୨ରେ ସମ୍ପୂର୍ଣ୍ଣ ଚାଇନାରେ…

ୟୁଟ୍ୟୁବରଙ୍କୁ ହତ୍ୟା କଲେ ବାପା

ଦିଓ୍ବାନିୟାହ, ୬।୨: ଇରାକର ୨୨ ବର୍ଷୀୟା ୟୁଟ୍ୟୁବର ଟିବା ଅଲିଙ୍କୁ ତାଙ୍କ ବାପା ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିବା ପରେ ରବିବାର ଏହି ଅନର କିଲିଂ ବିରୋଧରେ ମହିଳା ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ଇରାକର ଅନ୍ତରୀଣ…

ଇଜିପ୍ଟର ପୂର୍ବତନ ପ୍ରଧାନମନ୍ତ୍ରୀ ଶେରିଫ ଇସମେଲଙ୍କ ବିୟୋଗ

କାଇରୋ, ୬।୨: ଇଜିପ୍ଟର ପୂର୍ବତନ ପ୍ରଧାନମନ୍ତ୍ରୀ ଶେରିଫ ଇସମେଲଙ୍କ ପରଲୋକ ଘଟିଛି। ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଶେରିଫ ପାଚନକ୍ରିୟାଜନିତ ରୋଗରେ ଆକ୍ରାନ୍ତ ଥିଲେ। ୨୦୧୫ରୁ ୨୦୧୮ ପର୍ଯ୍ୟନ୍ତ ସେ ଇଜିପ୍ଟର ପ୍ରଧାନମନ୍ତ୍ରୀ ଦାୟିତ୍ୱରେ…

ଦୁବାଇରେ ୩୫,୫୦୦ କୋଟିର ଘର କିଣିଛନ୍ତି ଭାରତୀୟ

ଦୁବାଇ,୬।୨: ୨୦୨୨ରେ ଭାରତୀୟମାନେ ଦୁବାଇରେ ଘର କିଣିବାରେ ୩୫,୫୦୦ କୋଟି ଟଙ୍କା (୧୬ ବିଲିୟନ ଡିରହାମ୍‌) ବିନିଯୋଗ କରିଥିବା ରିଅଲ ଇଷ୍ଟେଟ୍‌ ତଥ୍ୟରୁ ଜଣାପଡ଼ିଛି। ୨୦୨୧ ତୁଳନାରେ ଏହା ଦୁଇଗୁଣ। ୨୦୨୧ରେ ଭାରତୀୟମାନେ ଦୁବାଇରେ ଘର କିଣାରେ ୯ ବିଲିୟନ ଡିରହାମ୍‌…

ଆଣ୍ଟର୍କଟିକାରେ ରିସର୍ଚ୍ଚ ଷ୍ଟେଶନ କରିବ ଚାଇନା!

ବେଜିଂ,୬ ।୨: ଚାଇନାର ନଜର ଏବେ ଆଣ୍ଟାର୍କଟିକା ଉପରେ । ସେଠାରେ ସେ ଗ୍ରାଉଣ୍ଟ ଷ୍ଟେଶନ ନିର୍ମାଣ କରିବାକୁ ଯାଉଛି । କାରଣ ହେଉଛି ସ୍ପେସ ମିଶନ ପାଇଁ ଏମିତି ସେଣ୍ଟର ନିର୍ମାଣ ହେବ ଯେଉଁଠାରୁ ସାଟେଲାଇଟ ଉପରେ ନଜର ରଖିବା…

ବାଂଲାଦେଶର ୧୪ ମନ୍ଦିରରେ ଭଙ୍ଗାରୁଜା

ଢାକା,୬ ।୨: ବାଂଲାଦେଶରେ ପୁଣିଥରେ ମନ୍ଦିରରେ ଭଙ୍ଗାରୁଜା ଘଟଣା ସାମ୍ନାକୁ ଆସିଛି । ବାଂଲାଦେଶ ପୋଲିସ ରବିବାର କହିଛି, କେତେଜଣ ଅସାମାଜିକ ଲୋକ ବିଭିନ୍ନ ସ୍ଥାନରେ ପ୍ରାୟ ୧୪ଟି ମନ୍ଦିରରେ ଭଙ୍ଗାରୁଜା କରିବା ସହ ମୁର୍ତ୍ତିଗୁଡିକୁ ବି ଭାଙ୍ଗି ଦେଇଛନ୍ତି ।…

ପୁଣି କଶ୍ମୀର ପ୍ରସଙ୍ଗ ଉଠାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ପୁଣି କଶ୍ମୀର ପ୍ରସଙ୍ଗ ଉଠାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇସଲାମାବାଦ୍‌,୬।୨: ପାକିସ୍ତାନର ଅର୍ଥନୈତିକ ଅବସ୍ଥା ବେହାଲ ହୋଇପଡିଛି। ସାଧାରଣ ଜନତା ଦରଦାମ ବୃଦ୍ଧି ଯୋଗୁ ଚିନ୍ତାରେ ଅଛନ୍ତି। ଲୋକମାନେ ସରକାରଙ୍କୁ ବିରୋଧ କରିବାକୁ ରାଜରାସ୍ତାକୁ ଓହ୍ଲାଉଛନ୍ତି। କିନ୍ତୁ ଏପରି ପରିସ୍ଥିତିରେ ମଧ୍ୟ ପାକିସ୍ତାନର…

ହିମସ୍ଖଳନରେ ୮ ମୃତ୍ୟୁ

ଭିଏନା, ୬।୨: ଅଷ୍ଟ୍ରିଆରେ ହୋଇଥିବା ହିମସ୍ଖଳନରେ ଅତି କମରେ ଆଠ ଜଣଙ୍କର ମୃତ୍ୟୁ ଘଟିଛି। ପୋଲିସ ଏନେଇ ସୂଚନା ଦେଇଛି। ପୋଲିସର ସୂଚନାନୁସାରେ, ସ୍କୁଲ ଛୁଟି ସମୟରେ ଭିଏନାରେ ସ୍କି ରିସର୍ଟଗୁଡିକରେ ପ୍ରବଳ ଭିଡ଼ ଦେଖାଦେଇଛି। ପବନ ଏବଂ ତୁଷାରପାତ ଯୋଗୁ…

ମ୍ୟାଚ ବେଳେ ଷ୍ଟାଡିୟମ ନିକଟରେ ବିସ୍ଫୋରଣ: ବାବର, ଆଫ୍ରିଦିଙ୍କୁ ସୁରକ୍ଷିତ ସ୍ଥାନାନ୍ତର

କ୍ୱେଟ୍ଟା,୫ା୨: କ୍ୱେଟ୍ଟା ଷ୍ଟାଡିୟମରେ ଏକ ପ୍ରଦର୍ଶନୀ ମ୍ୟାଚ୍‌ ଖେଳା ଯାଉଥିବା ବେଳେ ଷ୍ଟାଡିୟମର କିଛି ଦୂରରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ସମୟରେ ପାକିସ୍ତାନ ଅଧିନାୟକ ବାବର ଆଜମ ଓ କିମ୍ବଦନ୍ତୀ ଶାହିଦ୍‌ ଆଫ୍ରିଦି ଷ୍ଟାଡିୟମରେ ଉପସ୍ଥିତ ଥିଲେ। ତେବେ…

ନେପାଳ ସରକାରରେ ଫାଟ

କାଠମାଣ୍ଡୁ,୫।୨: ନେପାଳରେ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ନେତୃତ୍ୱରେ ଶାସକ ମିଳିତ ମେଣ୍ଟରେ ବିବାଦ ବୃଦ୍ଧି ପାଇଛି। ରବିବାର ରାଷ୍ଟ୍ରିୟ ସ୍ବତନ୍ତ୍ର ପାର୍ଟି (ଆରଏସପି) ଶାସକ ମିଳିତ ମେଣ୍ଟରୁ ଅଲଗା ହେବା ନେଇ ଘୋଷଣା କରିଛି। ଆରଏସପି ସଭାପତି ରବି…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୬ ଜୀବନ, ୬୬ ଆହତ

ବେଜିଂ,୫।୨: ଚାଇନାର ହୁନାନ ପ୍ରଦେଶରେ ଏକକାଳୀନ ୪୯ ଗାଡି ଧକ୍କାରେ ୧୬ ଜଣ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣାରେ ୬୬ ଜଣ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ହୁନାନ ପ୍ରଦେଶର ଚାଙ୍ଗସାଖା ସହରର ଶୁଚାଙ୍ଗ-ଗୁଆଙ୍ଗଜୋ ରାଜପଥରେ ୧୦ ମିନିଟ୍‌ ମଧ୍ୟରେ ୪୯ଟି…

‘ଜେଲେନସ୍କିଙ୍କୁ ହତ୍ୟା କରିବେ ନାହିଁ, ପୁଟିନ ଦେଇଛନ୍ତି ପ୍ରତିଶ୍ରୁତି’

ଜେରୁଜେଲମ,୫।୨: ମାସ ମାସ ଧରି ଚାଲିଆସୁଥିବା ରୁଷିଆ-ୟୁକ୍ରେନ ଯୁଦ୍ଧ ଏପର୍ଯ୍ୟନ୍ତ ଶେଷ ହେଉନାହିଁ। ପାଶ୍ଚାତ୍ୟ ଦେଶରୁ ୟୁକ୍ରେନକୁ ଭାରୀ ଅସ୍ତ୍ର ମିଳୁଥିବାବେଳେ ରୁଷିଆ ମଧ୍ୟ କ୍ଷେପଣାସ୍ତ୍ର ଆକ୍ରମଣକୁ ବୃଦ୍ଧି କରିଛି। ଏହା ମଧ୍ୟରେ ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ ନାଫତାଲି ବେନେଟ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri