ଅନ୍ତର୍ଜାତୀୟ

ପାକିସ୍ତାନର ଅର୍ଥନୀତିର ଦୁର୍ବଳ ଚିତ୍ର ଉପସ୍ଥାପନ କଲା ଆଇଏମଏଫ୍‌

ଓ୍ବାଶିଂଟନ୍‌,୧।୨: ପଡୋଶୀ ଦେଶ ପାକିସ୍ତାନରେ ଅର୍ଥନୀତି ଦିନକୁ ଦିନ ଖରାପ ଆଡକୁ ଗତି କରୁଛି। ଏହାର ଅର୍ଥବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ତୁରନ୍ତ କୋଟି କୋଟି ଟଙ୍କା ଆବଶ୍ୟକ, କିନ୍ତୁ ଏତେ ବଡ଼ ଅର୍ଥନୈତିକ ପ୍ୟାକେଜ ପାଇବା କଷ୍ଟସାଧ୍ୟ। ପାକିସ୍ତାନ ସରକାର…

୧୪୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ

ଓ୍ବାଶିଂଟନ,୧ା୨: ଆମେରିକାରେ ପ୍ରବଳ ତୁଷାରପାତ ଯୋଗୁ ବୁଧବାର ୧୪୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ ହୋଇଛି। ଟେକ୍ସାସରୁ ଓ୍ବେଷ୍ଟ ଭର୍ଜିନିଆ ପର୍ଯ୍ୟନ୍ତ ବରଫର ଆସ୍ତରଣ ଜମିଛି। ଏଭଳି ପରିସ୍ଥିତିରେ ଝଡ଼ର ସମ୍ମୁଖୀନ ହେବା ପରେ ଆମେରିକା ୧୪୦୦ରୁ ଅଧିକ ବିମାନ ବାତିଲ…

ଥରିଲା ଫିଲିପାଇନ୍ସ

ମାନିଲା, ୧।୨: ଦକ୍ଷିଣ ଫିଲିପାଇନ୍ସରେ ବୁଧବାର ଭୂକମ୍ପ ଝଟ୍‌କା ଲାଗିଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ରହିଛି। ଏଥିରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ। ନ୍ୟୁ ବଟାନ ସହରର ଉତ୍ତର-ପୂର୍ବଠାରୁ ପ୍ରାୟ ୧୪ କିଲୋମିଟର ଦୂରରେ ଏହି ଭୂକମ୍ପ ହୋଇଛି।

ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଲଢିପାରନ୍ତି ଭାରତୀୟ ବଂଶୋଦ୍ଭବ ନିକ୍କି ହାଲି

ଓ୍ବାଶିଂଟନ୍‌,୧।୨: ଭାରତୀୟ ବଂଶୋଦ୍ଭବ ନିକ୍କି ହେଲି ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ରହିଛି। ସେ ଫେବୃଆରୀରେ ରିପବ୍ଲିକାନ ପାର୍ଟିରୁ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିପାରନ୍ତି। ୨୦୨୪ରେ ଆମେରିକାର ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।…

ମହିଳାଙ୍କ ପ୍ରତି ବଢୁଛି ନିର୍ଯାତନା

ଇସଲାମାବାଦ,୧ା୨: ପାକିସ୍ତାନର ମହିଳାଙ୍କ ଅବସ୍ଥା ଆଫଗାନିସ୍ତାନ ମହିଳାଙ୍କ ଅପେକ୍ଷା ଅତ୍ୟନ୍ତ ଖରାପ ଅଟେ। ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନରେ ମହିଳା, ଧାର୍ମିକ ସଂଖ୍ୟାଲଘୁ ଏବଂ ଟ୍ରାନ୍ସଜେଣ୍ଡର ହିଂସା, ଭେଦଭାବ ଏବଂ ନିର୍ଯାତନାର ସମ୍ମୁଖୀନ ହେଉଛନ୍ତି। ହ୍ୟୁମାନ ରାଇଟ୍ସ ଓ୍ବାଚ୍‌ (HRW) ରିପୋର୍ଟରେ…

ଶେଷରେ ମାନିଲା ପାକିସ୍ତାନ

ଇସଲାମାବାଦ୍‌,୧।୨: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଭାରତ ସମ୍ପର୍କରେ ଏକ ଅଜବ ବିବୃତ୍ତି ଦେଇଛନ୍ତି। ପେଶୱାର ମସଜିଦରେ ହୋଇଥିବା ଆତ୍ମଘାତୀ ଆକ୍ରମଣ ବିଷୟରେ ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଭାରତ କିମ୍ବା ଇସ୍ରାଏଲରେ ପୂଜା କରୁଥିବା ଲୋକଙ୍କ ଉପରେ କୌଣସି…

ଚାଇନାରେ ପୁଣି କରୋନା କଟକଣା: ଦକ୍ଷିଣ କୋରିଆ ନାଗରିକଙ୍କ ପାଇଁ ପିସିଆର ଟେଷ୍ଟ ବାଧ୍ୟତାମୂଳକ…

ବେଜିଂ,୧।୨ : ଚାଇନାରେ କରୋନା ମହାମାରୀର ତାଣ୍ଡବ ଜାରି ରହିଛି। ଦେଶରୁ କିଛି ଦିନ ତଳେ ଶୂନ କୋଭିଡ଼ ନୀତି ହଟାଇଥିବା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ସରକାର ଏବେ ବିଦେଶର ନାଗରିକଙ୍କ ଉପରେ ପୁଣି କଟକଣା ଜାରି କରିଛନ୍ତି। ଏହି ମର୍ମରେ…

ପେଶାଓ୍ବର ପରେ ପାକିସ୍ତାନରେ ପୁଣି ଥରେ ଆତଙ୍କବାଦୀ ଆକ୍ରମଣ

ଇସ୍‌ଲାମାବାଦ୍‌,୧।୨: ପାକିସ୍ତାନର ସମସ୍ୟା ଥମିବାର ନାମ ନେଉନି। ଗୋଟିଏ ପଟେ ଅର୍ଥନୈତିକ ସଙ୍କଟ ଏବଂ ଅନ୍ୟ ପଟେ ଆତଙ୍କବାଦ ଦେଶର ମେରୁ ହାଡ଼ ଭାଙ୍ଗିଦେଇଛି। ବର୍ତ୍ତମାନ ଦେଶ ପେଶାଓ୍ବର ଆକ୍ରମଣକୁ ଭୁଲି ନ ଥିବା ବେଳେ ପୁଣି ଆଉ ଏକ ଆତଙ୍କବାଦୀ…

ଭାରତ-ଅଷ୍ଟ୍ରେଲିଆ ପ୍ରତିରକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ ୭ ଫେବୃୟାରୀରୁ…

ମେଲବୋର୍ନ/ନୂଆଦିଲ୍ଲୀ,୧।୨ : ଭାରତ-ଅଷ୍ଟ୍ରେଲିଆ ପକ୍ଷରୁ ଏକ ନୂତନ ପ୍ରତିରକ୍ଷା କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ଫେବୃଆରୀ ୭ ରେ ଏହା କାନବେରାରେ ଶୁଭାରମ୍ଭ ହେବ। ଏହି କାର୍ଯ୍ୟକ୍ରମର ନେତୃତ୍ୱ ସୁରକ୍ଷା ଏବଂ ଜିଓପଲିଟିକ୍ସର ନିର୍ଦ୍ଦେଶକ ଡେଭିଡ ବ୍ରୁଷ୍ଟର କରିବେ। ଏହି ଅବସରରେ ଅଷ୍ଟ୍ରେଲୀୟ…

ଚାଟ ଜିପିଟି ଜ୍ଞାନର ମୂଳଦୁଆ ପାଇଁ ସୃଷ୍ଟି କରୁଛି ବିପଦ…

ଟରଣ୍ଟୋ/ନୂଆଦିଲ୍ଲୀ,୧।୨ : ସମ୍ପ୍ରତି ଇଣ୍ଟରନେଟ ଦୁନିଆରେ ଚାଟ ଜେନେରେଟିଭ ପ୍ରି-ଟ୍ରେଣ୍ଡ ଟ୍ରାନ୍ସଫର୍ମର ଅର୍ଥାତ ଚାଟ ଜିପିଟି ବିଷୟରେ ଅନେକ ଆଲୋଚନା ଚାଲିଛି। ଚାଟ ଜିପିଟି ଜ୍ଞାନର ମୂଳଦୁଆ ପାଇଁ ବିପଦ ହୋଇପାରେ। ଏନେଇ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଇଛନ୍ତି। ଓପନ- ଏଆଇ କମ୍ପାନୀ…

ମନମୋହନ ସିଂଙ୍କୁ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ସମ୍ମାନ

ଲଣ୍ଡନ,୧।୨(ପି.ଟି.): ଅର୍ଥନୀତି ଏବଂ ରାଜନୀତି ପ୍ରତି ଅବଦାନ ଲାଗି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କୁ ଲଣ୍ଡନରେ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ସମ୍ମାନରେ ସମ୍ମାନିତ କରାଯାଇଛି। ଗତ ସପ୍ତାହରେ ଏକ ପୁରସ୍କାର ଉତ୍ସବରେ ଏହି ସମ୍ମାନ ଘୋଷଣା କରାଯାଇଥିଲା। ବ୍ରିଟେନର ନ୍ୟାଶନାଲ…

ରୁଷିଆ-ୟୁକ୍ରେନ୍‌ ସଂଘର୍ଷ ଚାପ ବଢ଼ାଇଛି

ପୂର୍ବରୁ କୋଭିଡ୍‌ ମହାମାରୀଜନିତ ପ୍ରଭାବରୁ ନିସ୍ତାର ମିଳି ନ ଥିବାବେଳେ ୨୦୨୨ ଫେବୃୟାରୀ ୨୪ରେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ପରଠୁ ବିଶ୍ୱବ୍ୟାପୀ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଛି। ଫଳରେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦରଦାମ୍‌ ବଢ଼ିଚାଲିଛି। ଭାରତ ଉପରେ ମଧ୍ୟ ଏହାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri