Home

ଆସାମରେ ଭାଜପା ସହିତ କଂଗ୍ରେସର କଡ଼ା ମୁକାବିଲା: ୫ ଦଳ ସହିତ ମିଳାଇବ ହାତ

ଗୁଆହାଟି, ୨୦।୧: ଆଗକୁ ଆସାମରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ରାଜ୍ୟରେ ନିଜର ସ୍ଥିତି ସୁଦୃଢ଼ କରିବା ସହିତ ଭାଜପା ସହ କଡ଼ା ମୁକାବିଲା କରିବା ଲାଗି କଂଗ୍ରେସ ଅଣ୍ଟା ଭିଡ଼ିଛି। କଂଗ୍ରେସ ଅନ୍ୟ ୫ ଦଳ ସହିତ ହାତ ମିଳାଇବା…

ଗୁଳିମାଡ଼ରେ ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ, ୨୦।୧: ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କର ବୁଧବାର ସକାଳେ ଗୁଳିମାଡ଼ରେ ମୃତ୍ୟୁ ଘଟିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ସୂଚନାଯୋଗ୍ୟ ଯେ, ସକାଳୁ ଦେବେନ୍ଦ୍ର ସୁମଣ୍ଡଳ ବସଷ୍ଟାଣ୍ଡଠାରେ…

ଶେଷ ଭାଷଣରେ ଟ୍ରମ୍ପ୍‌ଙ୍କର କଡ଼ା ସ୍ବର: କ୍ଷମତା ହସ୍ତାନ୍ତର ପରେ ବି ଲଢ଼େଇ ରହିବ ଜାରି

ଓ୍ବାଶିଂଟନ,୨୦।୧: ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କର ସ୍ବର ଏବେ ବି ନରମି ନାହିଁ। ହ୍ବାଇଟ୍‌ ହାଉସ୍‌ରୁ ବିଦାୟ ନେବା ପୂର୍ବରୁ ଟ୍ରମ୍ପ୍‌ କଡ଼ା ସ୍ବରରେ ସମର୍ଥକଙ୍କ ଉଦ୍ଦେଶ୍ୟରେ ଭାଷଣ ଦେଇଛନ୍ତି। ସେ କହିଛନ୍ତି କ୍ଷମତା ହସ୍ତାନ୍ତର କରୁଛି। ତେବେ ମଧ୍ୟ…

ଥଣ୍ଡା ପାଣିରେ ବୁଡ଼ ପକାଇ ପରମ୍ପରା ପାଳନ କଲେ ପୁଟିନ୍‌

ମସ୍କୋ,୨୦।୧: ରୁଷ୍‌ ରାଷ୍ଟ୍ରପତି ବ୍ଲାଡ଼ିମୀର୍‌ ପୁଟିନ୍‌ ମାଇନସ୍‌ ୨୦ ଡିଗ୍ରୀ ସେଲସିୟସ୍‌ ତାପମାତ୍ରାରେ ଥଣ୍ଡା ପାଣିରେ ବୁଡ଼ ପକାଇ ପରମ୍ପରା ପାଳନ କରିଛନ୍ତି। ୬୮ ବର୍ଷ ବୟସ୍କ ପୁଟିନ୍‌ ପ୍ରଚଳିତ ପରମ୍ପରା ଅନୁସାରେ ପାଣିରେ ୩ ଥର ବୁଡ଼ ପକାଇଛନ୍ତି। ଏହି…

ଦିଲ୍ଲୀର ବର୍ଜ୍ୟରୁ ପ୍ରସ୍ତୁତ ହେବ ଇନ୍ଧନ: ଧର୍ମେନ୍ଦ୍ର

ଭୁବନେଶ୍ୱର,୨୦।୧(ବ୍ୟୁରୋ): ଊର୍ଜାକୁ ଆତ୍ମନିର୍ଭର କରିବା ଓ ସ୍ବଚ୍ଛ ଭାରତ ମିଶନ ଦିଗରେ ଯୁଗାନ୍ତକାରୀ ପଦକ୍ଷେପ ସ୍ବରୂପ ବର୍ଜ୍ୟବସ୍ତରୁ ଊର୍ଜା ଉତ୍ପାଦନ ପାଇଁ ଇଣ୍ଡିଆନ ଅଏଲ କର୍ପୋରେଶନ (ଆଇଓସିଏଲ) ଏବଂ ଉତ୍ତର ଦିଲ୍ଲୀ ମହାନଗର ନିଗମ (ଏନ୍‌ଡିଏମ୍‌ସି) ମଧ୍ୟରେ ବୁଝାମଣାପତ୍ର ମଙ୍ଗଳବାର ସ୍ବାକ୍ଷରିତ…

ସୀମା ବିବାଦ ନେଇ ବସିଲା ଗୃହ କମିଟି

ଭୁବନେଶ୍ୱର,୨୦।୧(ବ୍ୟୁରୋ): ରାଜ୍ୟରେ ଥିବା ସୀମା ବିବାଦ ପ୍ରସଙ୍ଗକୁ ନେଇ ମଙ୍ଗଳବାର ବିଧାନସଭା ଗୃହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବିଧାନସଭା ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ଼ ଆଦି ପଡ଼ୋଶୀ…

ଅଷ୍ଟ୍ରେଲିଆର ଲଜ୍ଜାଜନକ ପରାଜୟ ପରେ ‘ସ୍ତବ୍ଧ’ ଏହି ପ୍ରସିଦ୍ଧ କ୍ରିକେଟର୍‌

ବ୍ରିସବେନ୍‌,୨୦।୧: ବ୍ରିସ୍‌ବେନ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଭାରତ ବର୍ଡର-ଗାଭାସ୍କର ଟ୍ରଫି ବିଜୟୀ ହୋଇଛି। ଏଥିରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ସ୍ତବ୍ଧ ହୋଇଯାଇଛନ୍ତି। ଭାରତୀୟ ଏ ଟିମ୍‌ ଅଷ୍ଟ୍ରେଲିଆକୁ ନିଜ ମାଟିରେ ହରାଇ ଦେଲା ଏକଥା ସେ ବିଶ୍ୱାସ କରିପାରୁନାହାନ୍ତି।…

ସ୍ବାସ୍ଥ୍ୟ ଭିତ୍ତିଭୂମି ତ୍ୱରାନ୍ବିତ କର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦ା୧(ବ୍ୟୁରୋ): ସ୍ବାସ୍ଥ୍ୟ ସେବାକୁ ରାଜ୍ୟ ସରକାର ସର୍ବାଧିକ ପ୍ରାଥମିକତା ଦେଇ ଆସିଛନ୍ତି। ରାଜ୍ୟବାସୀଙ୍କୁ ଅତ୍ୟାଧୁନିକ ତଥା ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି। ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜକୁ ବିଶ୍ୱସ୍ତରୀୟ…

ଦାଦନ ପିଲାଙ୍କ ଶିକ୍ଷାରେ ଡୋରି

ଲାଠୋର, ୨୦।୧ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ଚାଲିଥିବା ଋତୁକାଳୀନ ଆବାସିକ ଛାତ୍ରାବାସ ଏବେ ବନ୍ଦ ରହିଛି। ବକେୟା ଟଙ୍କା ମିଳି ନ ଥିବାରୁ ଶିକ୍ଷକମାନେ ଛାତ୍ରାବାସ ଖୋଲିବାକୁ ଅମଙ୍ଗ ହେଉଛନ୍ତି। ଫଳରେ ଅଞ୍ଚଳର ଦାଦନ ପରିବାରର ଶହ…

‘ନିରପେକ୍ଷ ରହିବୁ ସବୁ ସଦସ୍ୟ’

ନୂଆଦିଲ୍ଲୀ,୨୦ା୧(ପି.ଟି.): କେନ୍ଦ୍ରର କୃଷି ଆଇନ ଉପରେ ସମୀକ୍ଷା କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ବିଶେଷଜ୍ଞ କମିଟି ସଦସ୍ୟମାନେ ନିରପେକ୍ଷ ରହିବେ ଓ ନିଜ ବ୍ୟକ୍ତିଗତ ମତ ଉପସ୍ଥାପନ କରିବେ ନାହିଁ। ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା ବେଳେ ସେମାନଙ୍କ ମତାମତକୁ…

ରାଜତନ୍ତ୍ର ବିରୋଧୀଙ୍କୁ ୪୩ ବର୍ଷ ଜେଲ

ବ୍ୟାଙ୍କକ୍‌, ୨୦ା୧: ରାଜତନ୍ତ୍ର ଓ ରାଜ ପରିବାରକୁ ଅପମାନିତ କରିଥିବା ଥାଇଲାଣ୍ଡର ଜଣେ ମହିଳାଙ୍କୁ ମଙ୍ଗଳବାର ୪୩ ବର୍ଷ ଜେଲଦଣ୍ଡ ହୋଇଛି। ଦେଶର ଲେଜି ମାଜେଷ୍ଟି ଆଇନ ବଳରେ କାହାକୁ ଏପରି କଠୋର ଦଣ୍ଡାଦେଶ ପ୍ରଥମ ଘଟଣା ବୋଲି କୁହାଯାଉଛି। ୬୦…

୦.୧୮%ଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା

ନୂଆଦିଲ୍ଲୀ, ୨୦ା୧: ଭାରତରେ ଦିଆଯାଉଥିବା କରୋନା ଟିକା ସୁରକ୍ଷିତ। ଏବେ ସୁଦ୍ଧା ସାଢ଼େ ୪ ଲକ୍ଷରୁ ଅଧିକ ଲୋକଙ୍କୁ ଭାକ୍ସିନ ଦିଅ।ଯାଇସାରିଛି। ସେମାନଙ୍କ ମଧ୍ୟରୁ ମାତ୍ର ୦.୧୮ ପ୍ରତିଶତଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା ପରିଲିକ୍ଷିତ ହୋଇଛି ଏବଂ ୦.୦୦୨ ପ୍ରତିଶତ ଲୋକଙ୍କୁ ଡାକ୍ତରଖାନାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri