ପିତାଙ୍କୁ ମନେ ପକାଇଲେ ରାହୁଲ
ନୂଆଦିଲ୍ଲୀ,୨୦ା୮: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଆଜି ହେଉଛି ୭୭ ତମ ଜନ୍ମ ବାର୍ଷିକୀ। ଏହି ଅବସରରେ ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ପିତାଙ୍କୁ ସ୍ମରଣ କରି ବୀରଭୂମିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଗୁଲାମ…
ଦେଶରେ କମିଲା ସଂକ୍ରମଣ: ଆଜି ୩୬,୫୭୧ ଆକ୍ରାନ୍ତ ଚିହ୍ନଟ, ୫୪୦ ମୃତ
ନୂଆଦିଲ୍ଲୀ,୨୦ା୮: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୬,୫୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୪୦ ଜଣଙ୍କ ମୃତ୍ୟୁ ଘଟିଛି। ଭାରତରେ ବର୍ତ୍ତମାନ ଆକ୍ଟିଭ କେସ୍ ୩,୬୩,୬୦୫କୁ ହ୍ରାସ ପାଇଛି। ସକ୍ରିୟ ମାମଲାଗୁଡ଼ିକ ମୋଟ୍ ମାମଲାର ୧.୧୩% ଅଟେ। ସେହିପରି…
କାର୍ ଇଞ୍ଜିନ ଗରମ ହୋଇଯିବାରୁ ଡ୍ରାଇଭର କଲେ ଏମିତି, ଜାଣିଲେ…
ପୁରୁଣା କାର୍ ଇଞ୍ଜିନ ଗରମ ହୋଇଯିବାରୁ ଜଣେ ଡ୍ରାଇଭର ଏମିତି କରିଛନ୍ତି ଯାହା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ସାଧାରଣତଃ ଗାଡ଼ି ଅଧିକ ବାଟ ଯିବା ପରେ ଇଞ୍ଜିନ ଗରମ ହୋଇଯାଏ। ଏହାକୁ ଥଣ୍ଡା ରଖିବା ପାଇଁ ଗାଡ଼ିକୁ କିଛି ସମୟ ବନ୍ଦ…
ଲଭ୍ ଜିହାଦ ନିରୋଧୀ ଆଇନର କେତେକ ଧାରା ଉପରେ ସ୍ଥଗିତାଦେଶ
ଅହମଦାବାଦ,୨୦।୮: ଧର୍ମାନ୍ତରୀକରଣ ବିରୋଧରେ ଅଣାଯାଇଥିବା ନୂଆ ଆଇନର ଆନ୍ତଃଧର୍ମ ବିବାହ ସମ୍ପର୍କିତ କେତେକ ଧାରାର କାର୍ଯ୍ୟକାରିତା ଉପରେ ଗୁଜରାଟ ହାଇକୋର୍ଟ ଗୁରୁବାର ସ୍ଥଗିତାଦେଶ ଲଗାଇଛନ୍ତି। ଜନସାଧାରଣଙ୍କୁ ଅଯଥା ହଇରାଣରୁ ରକ୍ଷା କରିବା ପାଇଁ ଏହି ଅନ୍ତରୀଣ ନିର୍ଦ୍ଦେଶନାମା ଜାରି କରାଗଲା ବୋଲି…
ଦିଲ୍ଲୀ ‘ମିନି କାବୁଲ’ରେ ନିରାଶା
ନୂଆଦିଲ୍ଲୀ,୨୦।୮: ୧୯୧୯ ପରଠାରୁ ପ୍ରତିବର୍ଷ ଅଗଷ୍ଟ ୧୯ରେ ସ୍ବାଧୀନତା ଦିବସ ପାଳନ କରିଥାନ୍ତି ଆଫଗାନିସ୍ତାନବାସୀ। ଏବେ ତାଲିବାନ କବଳକୁ ଦେଶ ଚାଲିଯିବା ସମୟରେ ପୁଣି ସିନା ସ୍ବାଧୀନତା ଦିବସ ଫେରିଛି କିନ୍ତୁ ଆଫଗାନ୍ମାନେ ଜାଣନ୍ତି ଯେ ପୂର୍ବର ସେ ସ୍ବାଧୀନତା ସେମାନଙ୍କ…
ଆଫଗାନିସ୍ତାନକୁ ଯୁଦ୍ଧାସ୍ତ୍ର ବିକ୍ରି ବନ୍ଦ
ଓ୍ବାଶିଂଟନ୍,୨୦ା୮: ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ କରିବାକୁ ଯାଉଥିବାବେଳେ ଆମେରିକାର ଜୋ ବାଇଡେନ୍ ପ୍ରଶାସନ ଏହି ଦେଶକୁ ସମସ୍ତ ଯୁଦ୍ଧାସ୍ତ୍ର ବିକ୍ରି ବନ୍ଦ କରିଛି। ଏଥିସହ ପୂର୍ବରୁ ଏ ସଂକ୍ରାନ୍ତରେ ବାକି ଥିବା କିମ୍ବା ଯୋଗାଣ ହୋଇ ନ ଥିବା ଅସ୍ତ୍ରଶସ୍ତ୍ର…
ପୁରୀକୁ ଚାଲିବ ବନ୍ଦେ ଭାରତ ଟ୍ରେନ୍
ପୁରୀ ଅଫିସ୍/ ସାକ୍ଷୀଗୋପାଳ (ସ୍ବ.ପ୍ର./ଡି.ଏନ୍.ଏ.) ଭୁବନେଶ୍ୱର, ୨୦।୮(ବ୍ୟୁରୋ) ଦେଶରେ ଚାଲିବାକୁ ଥିବା ୭୫ଟି ବନ୍ଦେ ଭାରତ ଟ୍ରେନ ମଧ୍ୟରୁ ଗୋଟିଏ ପୁରୀକୁ ଚଳାଚଳ କରିବ। ପୁରୀ ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ଓ ଜଗନ୍ନାଥ ସଂସ୍କୃତି ସହ ଯୋଡ଼ିହୋଇ ରହିଥିବାରୁ ରେଳପଥର…
ଆଜି ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ
ମାଲକାନଗିରି,୨୦ା୮(ଡି.ଏନ.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ମାଲକାନଗିରି ଜିଲା ଗସ୍ତ କରିବେ। ସେ ସଂସ୍କୃତି ଭବନ ନିକଟରେ ଥିବା ହେଲିପ୍ୟାଡରେ ଅବତରଣ କରି ସଂସ୍କୃତି ଭବନରେ କେତେକ ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରି ଏହି…
ପୁଣି ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୭୨୨୩କୁ ବୃଦ୍ଧି
ଭୁବନେଶ୍ୱର,୨୦ା୮(ବ୍ୟୁରୋ): ରାଜ୍ୟରେ ଯଦିଓ କରୋନା ସଂକ୍ରମଣ କମିଛି କିନ୍ତୁ ମୃତ୍ୟୁରେ ବ୍ରେକ୍ ଲାଗୁନି। ଆଜି ସର୍ବାଧିକ ୬୯ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ…
ଆଜି ରାଜ୍ୟରୁ ୯୮୬ କରୋନା ଆକ୍ରାନ୍ତ ଚିହ୍ନଟ, ମୁଣ୍ଡବ୍ୟଥାର କାରଣ ପାଲଟିଛି ଖୋର୍ଦ୍ଧା
ଭୁବନେଶ୍ୱର,୨୦ା୮(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୯୮୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୯୯,୯୧୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୫୭୪ ଜଣ ଚିହ୍ନଟ…
ଅଭେଦ୍ୟ ଦୁର୍ଗ ପଞ୍ଜଶିର
କାବୁଲ,୨୦ା୮: ଅମରୁଲ୍ଲା ସାଲେହ ହେଉଛନ୍ତି ଆଫଗାନିସ୍ତାନର ପ୍ରଥମ ଉପରାଷ୍ଟ୍ରପତି। ଅଗଷ୍ଟ ୧୫ରେ ତାଲିବାନ୍ ପକ୍ଷରୁ କାବୁଲ ଦଖଲ ଘୋଷଣା ପରେ ରାଷ୍ଟ୍ରପତି ଅଶ୍ରଫ୍ ଗନିଙ୍କ ସମେତ ଅନେକ ନେତା ଦେଶ ଛାଡ଼ି ପଳାୟନ କରିଥିଲେ। ହେଲେ ତାଲିବାନ୍ର ଆତଙ୍କ ଆଗରେ ମୁଣ୍ଡ…
ଡିଜେଲ ୨୫ପଇସା କମିଲା
ଭୁବନେଶ୍ୱର,୨୦।୮: ଲଗାତର ୨ୟ ଦିନ ପାଇଁ ଡିଜେଲ ଦରରେ ସାମାନ୍ୟ ହ୍ରାସ ଘଟିଛି। ବୁଧବାର ୨୨ ପଇସା ହ୍ରାସ ହୋଇଥିବାବେଳେ ଗୁରୁବାର ୨୫ ପଇସା କମିଛି। ଫଳରେ ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୯୭.୪୮ ଟଙ୍କାରେ ବିକ୍ରି ହେଉଛି। ଅପରପକ୍ଷରେ ଗତ…

