ଡିଜେଲ ୨୫ପଇସା କମିଲା

ଭୁବନେଶ୍ୱର,୨୦।୮: ଲଗାତର ୨ୟ ଦିନ ପାଇଁ ଡିଜେଲ ଦରରେ ସାମାନ୍ୟ ହ୍ରାସ ଘଟିଛି। ବୁଧବାର ୨୨ ପଇସା ହ୍ରାସ ହୋଇଥିବାବେଳେ ଗୁରୁବାର ୨୫ ପଇସା କମିଛି। ଫଳରେ ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୯୭.୪୮ ଟଙ୍କାରେ ବିକ୍ରି ହେଉଛି। ଅପରପକ୍ଷରେ ଗତ ୩୪ ଦିନ ହେବ ପେଟ୍ରୋଲ୍‌ ମୂଲ୍ୟ ଅପରିବର୍ତ୍ତିତ ରହିଛି। ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୨.୬୬ ଟଙ୍କାରେ କାରବାର ହେଉଛି। ସେହିପରି ନୂଆଦିଲ୍ଲୀରେ ମଧ୍ୟ ଡିଜେଲ ଉପରେ ୨୦ ପଇସା ହ୍ରାସ ପାଇଥିବା ଜଣାପଡିଛି। ଏହି ଦର ହ୍ରାସ ଫଳରେ ସେଠାରେ ଡିଜେଲ ଲିଟର ପିଛା ୮୯.୪୭ ଟଙ୍କା ରହିଛି। ଦିଲ୍ଲୀରେ ମଧ୍ୟ ବୁଧବାର ଡିଜେଲ ୨୦ ପଇସା କମିଥିବା ସୂଚନା ମିଳିଛି। ସେହିପରି ନୂଆଦିଲ୍ଲୀରେ ପେଟ୍ରୋଲ ଦର ସ୍ଥିର ରହିବା ସହ ଲିଟର ପିଛା ୧୦୧.୮୪ ଟଙ୍କାରେ ବିକ୍ରି ହେଉଛି।
ପ୍ରକାଶ ଯେ, କୋଭିଡ୍‌ ମହାମାରୀ ସମୟରେ କ୍ରମାଗତ ତୈଳ ଦର ବୃଦ୍ଧିକୁ ନେଇ ପଲ୍ଲୀରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ଏହାକୁ ନେଇ ଚର୍ଚ୍ଚା ହେଉଥିଲା। ଏପରିକି ମହାମାରୀର ମାନ୍ଦାବସ୍ଥା ସମୟରେ ଡିଜେଲ ଦର ରେର୍କଡସ୍ତର ଛୁଇଁବା ଯୋଗୁ ତା’ର ପ୍ରଭାବ ସବୁ କ୍ଷେତ୍ର ଉପରେ ପଡ଼ିଛି। ଏହାକୁ ନେଇ ବିରୋଧୀ ଓ ଖାଉଟି ଏପରିକି ବିଭିନ୍ନ ସଙ୍ଗଠନ ପକ୍ଷରୁ ମଧ୍ୟ କେନ୍ଦ୍ର ସରକାରଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ ସହ ବିରୋଧ ପ୍ରଦର୍ଶନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫ରୁ ଶ୍ରୀକ୍ଷେତ୍ର ପୁସ୍ତକ ମେଳା

ପୁରୀ ଅଫିସ,୩।୧: ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି ଆନୁକୂଲ୍ୟରେ ଜାନୁୟାରୀ ୫ରୁ ୧୪ ତାରିଖ ପର୍ଯ୍ୟନ୍ତ ୨୬ତମ ପୁସ୍ତକ ମେଳା ଆୟୋଜିତ ହେବ। ୧୦ ଦିନ...

ବିବାହ ବନ୍ଧନରେ ବାନ୍ଧିହେଲେ ଦୁଇ ମହିଳା ମାଓବାଦୀ

ଫୁଲବାଣୀ ଅଫିସ,୪ା୧୨: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁଇ ମହିଳା ମାଓବାଦୀ। କନ୍ଧମାଳ ଜିଲା ପୋଲିସ ରିଜର୍ଭ କାର୍ଯ୍ୟାଳୟରେ ଥିବା ରାଧାକୃଷ୍ଣ ମନ୍ଦିରରେ ସେମାନଙ୍କ ବିବାହ...

ଗଛରେ ପିଟିହେଲା ବରଯାତ୍ରୀ ଗାଡ଼ି: ୨ ଜଣଙ୍କ ଜୀବନ ଗଲା

ସୋନପୁର,୭ା୩(ନି.ପ୍ର.): ସୋନପୁର ଜିଲା ରାମପୁର ଥାନା ବଡ଼କର୍ଲେ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବୋଲେରୋରେ ବରଯାତ୍ରୀ...

ଭିଜିଲାନ୍ସ ଜାଲରେ ୧୪୪ ପୋଲିସ ଅଧିକାରୀ

ଭୁବନେଶ୍ୱର,୩୦।୭(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବଚ୍ଛ ଶାସନ ଉପରେ ଗୁରୁତ୍ୱ ଦେଉଥିବାବେଳେ ପ୍ରଶାସନିକ ଅଧିକାରୀଙ୍କୁ ଦୁର୍ନୀତିର ମୋହ ଛାଡ଼ୁନାହିଁ। ଗତ ୫ ବର୍ଷ (୨୦୧୪-୧୦୧୯)ମଧ୍ୟରେ ରାଜ୍ୟ...

ମଣ୍ଡିରେ ପଡ଼ି ରହିଛି ଧାନ

ପଦ୍ମପୁର,  ୨୨।୧ (ଡି.ଏନ.ଏ.) ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିଭିନ୍ନ ସମିତି ଓ ସ୍ବୟଂସହାୟକ ଗୋଷ୍ଠୀଠାରୁ ଧାନ ଉଠାଉ ନାହାନ୍ତି ସହବନ୍ଧିତ ମିଲର। ବ୍ଲକର...

ଲୀଳାନ୍ଦ୍ରି ‘ମିସେସ୍‌’, ଆହିଲ ‘ମିଷ୍ଟର ଭୁବନେଶ୍ୱର’

ଭୁବନେଶ୍ୱର, ୨୦।୧୨ (ବ୍ୟୁରୋ):ମୁଡ୍‌ଲିଫ୍ଟ ଫ୍ୟାଶନ ପକ୍ଷରୁ ମିଷ୍ଟର, ମିସେସ୍‌, ମିସ୍‌, ଶିଶୁ ଓ ଚାଲିବା ଆରମ୍ଭ କରିଥିବା ଛୋଟ ଶିଶୁ (ଟୋଡଲର୍ସ)ଙ୍କୁ ନେଇ ବିଭିନ୍ନ ବିଭାଗରେ...

ଶ୍ରୀଲଙ୍କାରେ ହେବ ଭାରତୀୟ ମୁଦ୍ରାରେ କାରବାର…

କଲମ୍ବୋ,୨୨।୭ : ଶ୍ରୀଲଙ୍କାର ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେଙ୍କ ଭାରତ ଗସ୍ତସମୟରେ ସେ ଶ୍ରୀଲଙ୍କା ଅର୍ଥନୀତିରେ ଭାରତୀୟ ଟଙ୍କା ବ୍ୟବହାର ବୃଦ୍ଧି କରିବାକୁ ଆହ୍ବାନ ଆହ୍ବାନ ଦେଇଛନ୍ତି।...

ରାଜ୍ୟଗୁଡ଼ିକୁ ରିହାତି ଦରରେ ଡାଲି ଦେବ କେନ୍ଦ୍ର

ନୂଆଦିଲ୍ଲୀ,୧।୯: ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ରିହାତି ଦରରେ କେନ୍ଦ୍ର ସରକାର ଡାଲି ଯୋଗାଇ ଦେବେ ବୋଲି ଜଣାପଡିଛି। ଏ ନେଇ ବୁଧବାର ପ୍ରଧାନମନ୍ତ୍ରୀ...

Advertisement
Archives

Model This Week