ପୁରୀକୁ ଚାଲିବ ବନ୍ଦେ ଭାରତ ଟ୍ରେନ୍‌

ପୁରୀ ଅଫିସ୍‌/ ସାକ୍ଷୀଗୋପାଳ (ସ୍ବ.ପ୍ର./ଡି.ଏନ୍‌.ଏ.) ଭୁବନେଶ୍ୱର, ୨୦।୮(ବ୍ୟୁରୋ)
ଦେଶରେ ଚାଲିବାକୁ ଥିବା ୭୫ଟି ବନ୍ଦେ ଭାରତ ଟ୍ରେନ ମଧ୍ୟରୁ ଗୋଟିଏ ପୁରୀକୁ ଚଳାଚଳ କରିବ। ପୁରୀ ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ଓ ଜଗନ୍ନାଥ ସଂସ୍କୃତି ସହ ଯୋଡ଼ିହୋଇ ରହିଥିବାରୁ ରେଳପଥର ବିକାଶ ପାଇଁ ପୁରୀ-କୋଣାର୍କ ରେଳଲାଇନର ନିର୍ମାଣ କାର୍ଯ୍ୟ ନିମନ୍ତେ କେନ୍ଦ୍ର ଖୁବ୍‌ଶୀଘ୍ର ପଦକ୍ଷେପ ନେବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି। ଏହାସହ ଶ୍ରୀକ୍ଷେତ୍ର ପୁରୀ ସହ ସାଂସ୍କୃତିକ ଓ ରାଜ୍ୟବାସୀଙ୍କ ଭାବାବେଗ ଯୋଡ଼ିହୋଇ ରହିଥିବାରୁ ଏଠାକାର ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଅଶ୍ୱିନୀ କହିଛନ୍ତି। ଦେଶବ୍ୟାପୀ ଭାଜପା ପକ୍ଷରୁ ଆରମ୍ଭ କରାଯାଇଥିବା ଜନ ଆଶୀର୍ବାଦ ଯାତ୍ରାର ପ୍ରଥମ ଦିନରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ଗସ୍ତରେ ଆସିଛନ୍ତି। ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସହିତ ଭାଜପା ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ଆସି ପୂରା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।
୪ଦିନଆ ଓଡ଼ିଶା ଗସ୍ତରେ ଆସିଥିବା ୨ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରଠାରେ ଗୁରୁବାର ପହଞ୍ଚତ୍ବାପରେ ଉଭୟଙ୍କୁ ଭାଜପା ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ଏକ ବିରାଟ ଶୋଭାଯାତ୍ରା ପୁରୀ ଅଭିମୁଖେ ବାହାରିଥିଲା। ପ୍ରଥମେ ମନ୍ତ୍ରୀଦ୍ୱୟ ସର୍ବପୁରାତନ ବକୁଳବନ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଥିଲେ। ଶିକ୍ଷା କ୍ଷେତ୍ରରେ ସାକ୍ଷୀଗୋପାଳ ବକୁଳବନ ଏକ ସ୍ବତନ୍ତ୍ର ଭୂମିକା ସୃଷ୍ଟି କରିଥିବାରୁ ଏଠାରେ ହେବାକୁ ଥିବା ଓଡ଼ିଶା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କାର୍ଯ୍ୟରେ ରାଜ୍ୟକୁ କେନ୍ଦ୍ର ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରିବ। ବକୁଳବନ ବିଶ୍ୱବିଦ୍ୟାଳୟକୁ ନୂଆ ଶିକ୍ଷାନୀତିର ପ୍ରୟୋଗଶାଳା କରାଯିବାସହ ରାଜ୍ୟର ୫୦ ହଜାର ଗାଁକୁ ଇଣ୍ଟରନେଟ୍‌ ସୁବିଧା ଯୋଗାଇ ଦିଆଯିବ ଏବଂ ଇଞ୍ଜିନିୟରିଂ ଓ ମେଡିକାଲ ପାଠ୍ୟକ୍ରମକୁ ଓଡ଼ିଶାରେ ପ୍ରଚଳନ ଲାଗି ଉଦ୍ୟମ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି।
ପରେ ଉଭୟ ମନ୍ତ୍ରୀ ଏବଂ ଭାଜପା ମୁଖପାତ୍ର ପୁରୀର ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଅରୁଣସ୍ତମ୍ଭ ନିକଟରେ ମହାପ୍ରଭୁଙ୍କୁ ଦୀପଦାନ କରିବା ସହ ସାଷ୍ଟାଙ୍ଗ ପ୍ରଣିପାତ କରିଥିଲେ। ସାଙ୍ଗରେ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି ଓ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଥିଲେ। ଏହାପରେ ଦୁଇ ମନ୍ତ୍ରୀ ସର୍କିଟ ହାଉସରେ ଅନୁଷ୍ଠିତ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଉଭୟଙ୍କୁ ୫୦ରୁ ଊର୍ଦ୍ଧ୍ୱ ସଙ୍ଗଠନର କର୍ମକର୍ତ୍ତା ସମ୍ବର୍ଦ୍ଧିତ କରିବା ସହ ଦାବିପତ୍ର ଦେଇଥିଲେ। ପୁରୀ-କୋଣାର୍କ ରେଳପଥ ନିର୍ମାଣ, ପୁରୀ ରେଳଷ୍ଟେଶନରେ ଜଗନ୍ନାଥ ପରମ୍ପରା ଓ ସଂସ୍କୃତି ଗ୍ୟାଲେରି ନିର୍ମାଣ ପାଇଁ ଦାବି କରାଯାଇଛି। ଅଟୋରିକ୍ସା ସଂଘ, ଟ୍ରକ୍‌ ସଂଘ ଓ କ୍ଷୁଦ୍ର ବ୍ୟବସାୟୀ ସଂଘ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଆର୍ଥିକ ସହାୟତା ଦାବି କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ପ୍ରଧାନ କହିଛନ୍ତି, ପୂର୍ବ ଭାରତ ବିକାଶ ଚିତ୍ରରେ ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦା ପ୍ରାଥମିକତା ଦେଇ ଆସିଛନ୍ତି। ନୂଆ ଶିକ୍ଷାନୀତି ଆଧାରରେ ରାଜ୍ୟର ଶିକ୍ଷାକ୍ଷେତ୍ରରେ ପରିବର୍ତ୍ତନ ଆସିବ ଓ ବକୁଳବନ ବିଦ୍ୟାଳୟକୁ ନୂତନ ଶିକ୍ଷାନୀତିର ପ୍ରୟୋଗଶାଳାରେ ପରିଣତ କରାଯିବ। ସେହିପରି ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଂ ଓ ମେଡିକାଲ ପାଠ୍ୟକ୍ରମ ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଆଗାମୀ ଦିନରେ ଓଡ଼ିଆ ଭାଷାରେ ଏହି ପାଠ୍ୟକ୍ରମ ହେବାର ଯୋଜନା ରହିଛି।
ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ସମସ୍ତ କେନ୍ଦ୍ରମନ୍ତ୍ରୀ ଦେଶର ପ୍ରାୟ ୨୧୨ ସଂସଦୀୟ କ୍ଷେତ୍ରକୁ ଯାଇ ଜନ ଆଶୀର୍ବାଦ ଲୋଡ଼ିବେ। ଏହି ଜନ ଆଶୀର୍ବାଦ ଯାତ୍ରା ୧୪୨ ଦିନ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀମାନେ ଲୋକମାନଙ୍କ ସହ ସିଧାସଳଖ ଆଲୋଚନା କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରିବେ। ଏହି ଯାତ୍ରା ଅବସରରେ ଗୁରୁବାର ଧର୍ମେନ୍ଦ୍ର ଏବଂ ଅଶ୍ୱିନୀ ୪ଦିନିଆ ଓଡ଼ିଶା ଗସ୍ତରେ ଆସି ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ବାଦ୍ୟ ଏବଂ ପାରମ୍ପରିକ ପାଇକନୃତ୍ୟ ଓ ଗୀତ ସହ ଦୁଇ ମନ୍ତ୍ରୀଙ୍କୁ ବିମାନବନ୍ଦରଠାରେ ସ୍ବାଗତ କରାଯାଇଥିଲା। ଜଗନ୍ନାଥଙ୍କ ଆଶୀର୍ବାଦ ପାଇଁ ଦୁଇ ମନ୍ତ୍ରୀ ସିଧାସଳଖ ପୁରୀ ଅଭିମୁଖେ ଯାତ୍ରା କରିଥିଲେ ା ପୁରୀ ଯାତ୍ରା ଅବସରରେ କଳ୍ପନା ଛକ, ବାର୍‌ ଆସୋସିଏଶନ, ଲିଙ୍ଗିପୁର ଛକ, ଉତ୍ତରା, ପିପିଲି, ବଳଙ୍ଗା, ସାତଶଙ୍ଖ, ଚନ୍ଦନପୁର, ଅଠରନଳା ଆଦି ସ୍ଥାନରେ ଦଳୀୟ କାର୍ଯ୍ୟକର୍ତ୍ତା ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ତରଫରୁ ବ୍ୟାପକ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ା ସମ୍ବିତଙ୍କୁ ମଧ୍ୟ ପୁରୀ ଜିଲାବାସୀ ବହୁଳ ମାତ୍ରାରେ ସ୍ବାଗତ ଜଣାଇଥିଲେ। ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରି ଉଭୟ କେନ୍ଦ୍ରମନ୍ତ୍ରୀ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ରାଜ୍ୟ ସଭାପତି ସମୀର ମହାନ୍ତି ଦୁଇ ମନ୍ତ୍ରୀଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇଥିଲେ। ଏହାପରେ ଜିଲା ସଭାପତିମାନଙ୍କ ନେତୃତ୍ୱରେ ଆସିଥିବା ବିଭିନ୍ନ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ଉଭୟଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ା ଧର୍ମେନ୍ଦ୍ର ଏହି ଗସ୍ତ ଅବସରରେ ଖୋର୍ଦ୍ଧା, ପୁରୀ, କଟକ ଜିଲାର ବିଭିନ୍ନ ସ୍ଥାନରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୂଳ ପ୍ରୟାସ ହେଉଛି ପୂର୍ବୋଦୟର ବିକାଶ। ରାଜ୍ୟର ଗରିବ, ବଞ୍ଚିତ, ଶୋଷିତ ବର୍ଗଙ୍କ କଲ୍ୟାଣ ପାଇଁ ତ୍ୱରିତ ପଦକ୍ଷେପ ସ୍ବରୂପ ଆମେ ସମସ୍ତେ କାର୍ଯ୍ୟ କରିବୁ। ଯେଉଁସବୁ ଅଞ୍ଚଳରେ ଏ ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ପହଞ୍ଚିପାରି ନାହିଁ ସେହି କାମ ତୁରନ୍ତ ଶେଷ କରାଯିବ ବୋଲି ଏହି ଅବସରରେ ଅଶ୍ୱିନୀ କହିଛନ୍ତି। ପରେ ଅଶ୍ୱିନୀ ଟ୍ରେନ୍‌ ଯୋଗେ ରାୟଗଡ଼ା ଅଭିମୁଖେ ଯାତ୍ରା କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?