Home

ପୁଣି କରୋନା ନେଲା ୨୧ ଜୀବନ

ଭୁବନେଶ୍ୱର,୧୫।୫(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ରେକର୍ଡ ଭାଙ୍ଗୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନାଜନିତ ୨୧ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…

ରେକର୍ଡ ଭାଙ୍ଗୁଛି ଦୈନିକ ସଂକ୍ରମଣ: ରାଜ୍ୟରେ ପୁଣି ୧୧,୮୦୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୫।୫(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଦିନକୁ ଦିନ ରାଜ୍ୟରେ କରୋନା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧,୮୦୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଶନିବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୬,୬୧୧ କ୍ୱାରାଣ୍ଟାଇନ୍‌ର ହୋଇଥିବା…

କରୋନାରେ ଯୁବ ଓଡ଼ିଆ ବୈଜ୍ଞାନିକଙ୍କ ମୃତ୍ୟୁ

ବାହାନଗା,୧୫ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ଅଞ୍ଚଳର ଯୁବ ବୈଜ୍ଞାନିକ ବୈଦ୍ୟନାଥ ମହାନ୍ତିଙ୍କ କରୋନାରେ ମୃତ୍ୟୁ ହୋଇଯାଇଛି। ଗତ ୧୫ଦିନ ପୂର୍ବରୁ ତାଙ୍କ ବଡଭାଇ ବିଶ୍ୱନାଥଙ୍କ ମୃତ୍ୟୁ ହୋଇଥିଲା। ବଡଭାଇଙ୍କ ମୃତ୍ୟୁ ଖବର ଶୁଣି ବୈଦ୍ୟନାଥ କୁଏତରୁ ଦିଲ୍ଲୀ ଆସିବା ପରେ…

୧୫ ଜିଲାରେ ଝଡ଼ବର୍ଷା

ଭୁବନେଶ୍ୱର,୧୫ା୫(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୫ ଜିଲାରେ ଝଡ଼ବର୍ଷା ସମ୍ଭାବନା ରହିଛି। ସେହି ଜିଲାଗୁଡ଼ିକ ହେଲା ଭଦ୍ରକ, ବାଲେଶ୍ୱର, ଯାଜପୁର, କୋରାପୁଟ, କେନ୍ଦ୍ରାପଡ଼ା, କଟକ, ମାଲକାନଗିରି, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ରାୟଗଡ଼ା, ନୂଆପଡ଼ା, କଳାହାଣ୍ଡି, ଗଞ୍ଜାମ ଓ ନବରଙ୍ଗପୁର।…

ଭାରତୀୟ ମହିଳା କ୍ରିକେଟ ଦଳ ଘୋଷିତ

ନୂଆଦିଲ୍ଲୀ, ୧୫।୫- ଇଂଲଣ୍ଡ ବିପକ୍ଷ ୭ ମ୍ୟାଚ ବିଶିଷ୍ଟ ଟୁର୍‌ ପାଇଁ ଶୁକ୍ରବାର ଭାରତୀୟ ମହିଳା କ୍ରିକେଟ ଦଳ ଘୋଷିତ ହୋଇଛି। ଶେଫାଳି ବର୍ମା ପ୍ରଥମଥରପାଇଁ ଦିନିକିଆ ଦଳରେ ସାମିଲ ହୋଇଥିବାବେଳେ ଶିଖା ପାଣ୍ଡେ ଓ ତାନିୟା ଭାଟିଆ ପ୍ରତ୍ୟାବର୍ତ୍ତନ କରିଛନ୍ତି।…

ଘରୋଇ ଲାବ୍‌କୁ ସରକାରଙ୍କ ଚେତାବନୀ

ଭୁବନେଶ୍ୱର, ୧୫ା୫(ବ୍ୟୁରୋ): କରୋନା ଟେଷ୍ଟ୍‌ ପ୍ରସଙ୍ଗରେ ଘରୋଇ ଲାବ୍‌କୁ କଡ଼ା ଚେତାବନୀ ଦେଇଛନ୍ତି ରାଜ୍ୟ ସରକାର। ଆର୍‌ଟି-ପିସିଆର୍‌ ଟେଷ୍ଟ ପାଇଁ ଧାର୍ଯ୍ୟ ଦର ଠାରୁ ଅଧିକ ଟଙ୍କା ନେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଡ଼ଭାଇଜରି…

କୋଟା ପୂରଣ ନ କରିପାରିଲେ ହାର୍ଦ୍ଦିକ ଅନ୍‌ଫିଟ୍‌

ନୂଆଦିଲ୍ଲୀ,୧୫ା୫ (ପି.ଟି.): ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟେଷ୍ଟ ଦଳରୁ ବାଦ୍‌ ଦେବା ଲାଗି ବର୍ତ୍ତମାନର ସିଲେକ୍ସନ କମିଟିର ନିଷ୍ପତ୍ତି ପ୍ରତି ସମର୍ଥନ ଜଣାଇଛନ୍ତି ଭାରତର ପୂର୍ବତନ ଚୟନକର୍ତ୍ତା ସରଣଦୀପ ସିଂ। ଅନ୍ୟପକ୍ଷରେ ଏହି ପୂର୍ବତନ ଅଲ୍‌ରାଉଣ୍ଡର ଯଦି ତାଙ୍କ କୋଟା ଓଭର ପୂରଣ…

୬ ସାଥିୟଁ ଦାନ କଲେ ୧ଲକ୍ଷ

ଚେନ୍ନାଇ, ୧୫ା୫ (ପି.ଟି.)-କୋଭିଡ୍‌ ମହାମାରୀ ବିରୋଧରେ ଲଢ଼େଇ ପାଇଁ ଭାରତୀୟ ଟେବୁଲ ଟେନିସ ଖେଳାଳି ଜି. ସାଥିୟାଁ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ପବ୍ଲିକ ରିଲିଫ୍‌ ପାଣ୍ଠିକୁ ୧ଲକ୍ଷ ଟଙ୍କା ଦାନ କରିଛନ୍ତି। ଏହାଛଡ଼ା ସେ ଅନ୍ୟମାନଙ୍କୁ ଯଥାସମ୍ଭବ ସାହାଯ୍ୟ ପାଇଁ ଆଗେଇ ଆସିବାକୁ…

କରୋନା ଆକ୍ରାନ୍ତ ୧୫ ଦିନର ଶିଶୁ ମୃତ

ବ୍ରହ୍ମପୁର ଅଫିସ୍‌,୧୫ା୫: କରୋନାର ଦ୍ୱିତୀୟ ଲହରରେ ଶିଶୁ ସଂକ୍ରମିତ ହେଲେଣି। ଗତ ସୋମବାର ବ୍ରହ୍ମପୁର ହାଉସିଂ ବୋର୍ଡ଼ରେ ରହୁଥିବା ଜଣେ ୧୦ ବର୍ଷୀୟ ନାବାଳକଙ୍କ କରୋନାରେ ମୃତ୍ୟୁ ଘଟିଥିଲା। ଶୁକ୍ରବାର ପୁଣି ଏମ୍‌କେସିଜି ମେଡିକାଲରେ ୧୫ ଦିନର ଜଣେ ଶିଶୁର କରୋନାରେ…

ରମଣ ଇଫେକ୍ଟ: ନୀତୁଙ୍କ ଚୟନ କମିଟି, ମଦନ ଲାଲ୍‌ ସନ୍ଦେହ ଘେରରେ

ନୂଆଦିଲ୍ଲୀ,୧୫।୫(ପି.ଟି.): ପୂର୍ବତନ ଭାରତୀୟ ଓପନର ଡବ୍ଲ୍ୟ.ଭି. ରମଣଙ୍କୁ ହଠାତ୍‌ ଭାରତୀୟ ମହିଳା କ୍ରିକେଟ ଦଳର ହେଡ୍‌ କୋଚ୍‌ ପଦରୁ ବିଦା କରାଯିବା ପରେ ବିବାଦ ସୃଷ୍ଟି ହୋଇଛି। ପୂର୍ବତନ କ୍ରିକେଟ ମଦନ ଲାଲ୍‌ଙ୍କ ନେତୃତ୍ୱାଧୀନ କ୍ରିକେଟ ଉପଦେଷ୍ଟା କମିଟି (ସିଏସି), ସିଏସି…

ଘାରିଲା ବ୍ଲାକ୍‌ ଫଙ୍ଗସ୍‌ ଚିନ୍ତା

ଭୁବନେଶ୍ୱର,୧୫ା୫(ବ୍ୟୁରୋ): ରାଜ୍ୟରେ କୋରାନାର ଦ୍ୱିତୀୟ ଲହର ହନ୍ତସନ୍ତ କରୁଥିବା ବେଳେ ମ୍ୟୁକୋରମାଇକୋସିସ୍‌ ବା ବ୍ଲାକ୍‌ ଫଙ୍ଗସ୍‌ ଚିନ୍ତା ବଢ଼ାଇ ଦେଇଛି। କୋରାନାରୁ ସୁସ୍ଥ ହେଉଥିବା କେତେଜଣ ବ୍ୟକ୍ତିଙ୍କଠାରେ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ଦେଖିବାକୁ ମିଳୁଛି। ମହାରାଷ୍ଟ୍ର, ଦିଲ୍ଲୀ, ରାଜସ୍ଥାନ, ମଧ୍ୟପ୍ରଦେଶ ଭଳି…

ଆଜି ଅକ୍ଷୟତୃତୀୟା: ଏପରି କଲେ ମିଳିବ ମା’ ଲକ୍ଷ୍ମୀଙ୍କ କୃପା

ଓଡ଼ିଶାରେ ୧୨ ମାସରେ ୧୩ ପର୍ବ ପାଳନ କରାଯାଇଥାଏ। ସେଥିମଧ୍ୟରୁ ଅକ୍ଷୟ ତୃତୀୟା ଅନ୍ୟତମ। ଅକ୍ଷୟ ତୃତୀୟା ପ୍ରତିବର୍ଷ ବୈଶାଖ ମାସ ଶୁକ୍ଳ ପକ୍ଷର ତୃତୀୟା ତିଥିରେ ପାଳନ କରାଯାଇଥାଏ। ପୌରାଣିକ ମତ ଅନୁସାରେ, ଏହା ହିନ୍ଦୁମାନଙ୍କର ଗୋଟିଏ ବଡ଼ ପର୍ବ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri