ରାଜଧାନୀକୁ ପୁଣି ଫେରିଲା କଣ୍ଟେନ୍ମେଣ୍ଟ
ଭୁବନେଶ୍ୱର,୬ା୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରକୁ ପୁଣି ଫେରିଛି କଣ୍ଟେନମେଣ୍ଟ। ଫରେଷ୍ଟ ପାର୍କ ଅଞ୍ଚଳର ୫୨ ନମ୍ବର ଓ୍ବାର୍ଡ ରାଜେନ୍ଦ୍ର ବିହାର ଆପାର୍ଟମେଣ୍ଟକୁ କଣ୍ଟେନ୍ମେଣ୍ଟ ଘୋଷଣା କରିଛି ବିଏମ୍ସି। ଏହି ଆପାର୍ଟମେଣ୍ଟର ୧୦ଟି ଫ୍ଲାଟ୍କୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଭାବେ ଘୋଷଣା କରାଯାଇଛି। ସଂପୃକ୍ତ ଅଞ୍ଚଳରୁ…
ଅମିତ ଶାହାଙ୍କୁ ଭେଟିଲେ ଅଜୟ: ପଦ ଯିବା ଆଶଙ୍କା
ନୂଆଦିଲ୍ଲୀ,୬।୧୦: କେନ୍ଦ୍ର ସରକାରରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିବା ଅଜୟ ମିଶ୍ରା ବୁଧବାର ଅପରାହ୍ନରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନିକଟରେ ପହଞ୍ଚିଛନ୍ତି। କୁହାଯାଉଛି ଯେ, ଉତ୍ତରପ୍ରଦେଶର ଲଖିମ୍ପୁର ଖେରିରେ ଘଟିଥିବା ଘଟଣା ସମ୍ପର୍କରେ ଶାହା ଅଜୟଙ୍କୁ ଡକାଇଛନ୍ତି।…
ଆସୁଛି ଆଉ ଏକ ଲଘୁଚାପ: ଫିକା ପଡ଼ିବ ପାର୍ବଣ
ଭୁବନେଶ୍ୱର,୬ା୧୦(ବ୍ୟୁରୋ): ଆସୁଛି ଆଉ ଏକ ଲଘୁଚାପ। ଚଳିତବର୍ଷ ପାର୍ବଣ ଫିକା ପଡ଼ିବ ଯାହା ଜଣାପଡୁଛି। ଅକ୍ଟୋବର ତୃତୀୟ ସପ୍ତାହରେ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଏବର୍ଷ ଦଶହରାରେ ଭିଜିବ ଓଡ଼ିଶା। ଆନ୍ଧ୍ରକୁ ମୁହାଁଉଥିବା ଛୋଟ ବାତ୍ୟା ସୃଷ୍ଟି ହେବା ପାଇଁ…
ଆକାଶରୁ ଖସିଲା ମୃତ୍ୟୁ: ଜଙ୍ଗଲରେ ଚରୁଥିବା ସମୟରେ ଚାଲିଗଲା ୧୦ରୁ ଊର୍ଦ୍ଧ୍ୱ ଗୋରୁ, ଛେଳିଙ୍କ ଜୀବନ
କେନ୍ଦୁଝର,୬ା୧୦(ସ୍ବ.ପ୍ର.): ଅଦିନିଆ ବର୍ଷାରେ ବାଂଶପାଳ ବ୍ଲକ ତରମାକାନ୍ତ ପଞ୍ଚାୟତର ଦୁର୍ଗମ ଉପର ବିରିକଳା ଗ୍ରାମରେ ବଜ୍ରପାତ ଯୋଗୁ ଉକ୍ତ ଗ୍ରାମର ୧୦ରୁ ଊଦ୍ଧର୍ବ ଗୋରୁ ଓ ଛେଳି ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଗୃହ ପାଳିତପଶୁଗୁଡ଼ିକ ଦିନରେ ନିକଟସ୍ଥ ଜଙ୍ଗଲରେ ଚରୁଥିବାବେଳେ…
୫୦୦ କୋଟି ଲୋକ ଶୋଷରେ ହେବେ ଆଉଟୁପାଉଟୁ…
ଓ୍ବାଶିଂଟନ,୬।୧୦: ଏବେ ପୃଥିବୀରେ ଜାରି ରହିଥିବା ବିଶ୍ୱ ତାପନ ଏବଂ ଜଳବାୟୁ ପରିବର୍ତ୍ତନ ଧାରାରେ ପରିବର୍ତ୍ତନ ନ ଆସିଲେ ଆଉ ୩୦ ବର୍ଷ ପରେ ୨୦୫୦ ବେଳକୁ ସ୍ଥିତି ଅଣାୟତ ହେବ। ପୃଥିବୀର ୫୦୦ କୋଟି ଲୋକ ପିଇବା ପାଣି ମୁନ୍ଦେ…
ଏନ୍ସିବି ଲକ୍ଅପ୍ରେ ବିଜ୍ଞାନ ବହି ପଢୁଛନ୍ତି ଆର୍ୟନ
କ୍ରୁଜ୍ରେ ଡ୍ରଗ୍ସ ଏବଂ ରେଭ ପାର୍ଟି ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କୁ ଗିରଫ କରାଯାଇଛି। ମୁମ୍ବାଇର ଏକ କୋର୍ଟ ଆର୍ୟନଙ୍କ ସମେତ ତିନି ଅଭିଯୁକ୍ତଙ୍କ ରିମାଣ୍ଡକୁ ଅକ୍ଟୋବର ୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ତେବେ ଏନ୍ସିବି ଲକ୍ଅପ୍ରେ ଆର୍ୟନଙ୍କ ଚାହିଦା…
୨୦୨୫ ମଧ୍ୟରେ ଆମ ଉପରେ ଆକ୍ରମଣ କରିପାରେ ଚାଇନା: ତାଇଓ୍ବାନ
ତାଇପେଇ,୬ା୧୦: ଚାଇନା ୨୦୨୫ ମଧ୍ୟରେ ଆମ ଉପରେ ବ୍ୟାପକ ଆକ୍ରମଣ କରିପାରେ। ଏନେଇ ବୁଧବାର ତାଇଓ୍ବାନର ପ୍ରତିରକ୍ଷା ମନ୍ତ୍ରୀ ଚିୟୁ କୁଓ-ଚେଙ୍ଗ କହିଛନ୍ତି ଯେ, ଚାଇନା ସହିତ ବର୍ତ୍ତମାନର ଅବସ୍ଥା ୪୦ ବର୍ଷ ମଧ୍ୟରେ ସବୁଠାରୁ ଖରାପ। ନିକଟ ଅତୀତରେ ଚାଇନା…
ରସାୟନ ବିଜ୍ଞାନରେ ବେଞ୍ଜାମିନ୍-ମ୍ୟାକ୍ମିଲନଙ୍କୁ ନୋବେଲ…
ଓ୍ବାଶିଂଟନ,୬।୧୦: ରସାୟନ ବିଜ୍ଞାନରେ ୨୦୨୧ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଚଳିତ ବର୍ଷ ରସାୟନ ବିଜ୍ଞାନ କ୍ଷେତ୍ରରେ ଉଲେ୍ଲଖନୀୟ ଅବଦାନ ଲାଗି ୨ ଜଣଙ୍କୁ ପୁରସ୍କାର ପ୍ରଦାନ କରାଯିବ। ଏନେଇ ଜର୍ମାନୀର ବେଞ୍ଜାମିନ୍ ଲିଷ୍ଟ ଏବଂ ଆମେରିକାର ଡାଭିଡ୍ ଡବ୍ଲ୍ୟୁ.ସି.…
୧,୭୧,୦୦୦ ହିତାଧିକାରୀଙ୍କୁ ଇ-ପ୍ରପର୍ଟି କାର୍ଡ ପ୍ରଦାନ କଲେ ମୋଦି
ଭୋପାଳ,୬।୧୦:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ମଧ୍ୟପ୍ରଦେଶରେ ସ୍ବାମୀତ୍ୱ ଯୋଜନାର ହିତାଧିକାରୀଙ୍କ ଏକ ଭର୍ଚୁଆଲ କାର୍ଯ୍ୟକ୍ରମ ମାଧ୍ୟମରେ ସହ କଥାବାର୍ତ୍ତା କରିଛନ୍ତି। ଏହି ଅବସରରେ ସେ ୧୯ଟି ଜିଲାର ୩୦୦୦ ଗାଁରେ ୧,୭୧,୦୦୦ ହିତାଧିକାରୀଙ୍କୁ ଇ-ପ୍ରପର୍ଟି କାର୍ଡ ବଣ୍ଟନ କରିଥିଲେ। ଏହି ସମୟରେ…
ତୃତୀୟ ବିଶ୍ୱଯୁଦ୍ଧର ଧମକ ଦେଲା ଚାଇନା…
ବେଜିଂ,୬।୧୦: ତାଇଓ୍ବାନ ଆକାଶ ମାର୍ଗରେ ଆଣବିକ ବୋମାବର୍ଷୀ ଯୁଦ୍ଧ ବିମାନ ଉଡ଼ାଇ ଉତ୍ତେଜନା ସୃଷ୍ଟି କରୁଥିବା ଚାଇନା ଏବେ ତୃତୀୟ ବିଶ୍ୱଯୁଦ୍ଧର ଧମକ ଦେଇଛି। ଦକ୍ଷିଣ ଚାଇନା ସାଗରରେ ଆମେରିକା, ବ୍ରିଟେନ, କାନାଡ଼ ଏବଂ ଅଷ୍ଟ୍ରେଲିଆର ଯୁଦ୍ଧପୋତ ଲଗାତାର ପଇଁତରା ମାରୁ…
ପଶ୍ଚିମବଙ୍ଗରେ ଭାଜପାକୁ ଲାଗିପାରେ ଆଉ ଏକ ଝଟ୍କା
କୋଲକତା,୬।୧୦: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଜିତିବା ପରେ ତୃଣମୂଳ କଂଗ୍ରେସ କ୍ରମାଗତ ଭାବରେ ଭାଜପାକୁ ଝଟକା ଦେଉଛି। ନିର୍ବାଚନ ଫଳାଫଳ ଆସିବା ପରେ ଭାଜପାର ଅନେକ ଏମ୍ପି ଓ ବିଧାୟକ ତୃଣମୂଳ କଂଗ୍ରେସ କଂଗ୍ରେସକୁ ଯିବା ଆରମ୍ଭ କଲେଣି। ଏହି ସମୟ…
ବିତିଲାଣି ଅଢ଼େଇ ବର୍ଷ, ଲୋକ ସଭାରେ ଏବେ ବି ଖାଲି ଉପବାଚସ୍ପତି ପଦବୀ…
ନୂଆଦିଲ୍ଲୀ,୬।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ ଇନିଂସ୍କୁ ଇତିମଧ୍ୟରେ ଅଢ଼େଇ ବର୍ଷ ପୂରଣ ହେଲାଣି। ତେବେ ବର୍ତ୍ତମାନ ସୁଦ୍ଧା ଲୋକ ସଭାର ଉପବାଚସ୍ପତି ପଦବୀ ଖାଲି ପଡ଼ିଛି। ଏହି ସାମ୍ବିଧାନିକ ପଦବୀ ଏତେ ଦିନ ପର୍ଯ୍ୟନ୍ତ ପୂ ପୂର୍ବରୁ କେବେ…
Archives


