ଭିକାରିଙ୍କ ପୋଷାକରୁ ଟଙ୍କା ବର୍ଷା, ଭିଡ଼ିଓ ଭାଇରାଲ…
ନାଗଡା, ୧୫।୧୨: ମଧ୍ୟପ୍ରଦେଶର ଉଜ୍ଜୟନୀ ଜିଲାର ନାଗଡା ଜଙ୍କଶନରେ ଜଣେ ଭିକାରୀଙ୍କ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ମାନସିକ ବିକୃତ ଭିକାରି ଜଣଙ୍କ ଭିକ ମାଗୁଥିବା ବେଳେ କ୍ରୋଧରେ ନିଜର ପୋଷାକ ଫିଙ୍ଗିଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି।…
ଓମିକ୍ରନ୍ ବିରୋଧରେ ଟିକା କାମ ଦେବନି, ନୂଆ ଟିକା ଆବଶ୍ୟକ…
ନୂଆଦିଲ୍ଲୀ, ୧୫।୧୨: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଅପରପକ୍ଷରେ ନୂଆ ଭାରିଆଣ୍ଟର ସଂକ୍ରମଣ ବଢ଼ିଚାଲିଛି। ଏପରିସ୍ଥଳେ ସର୍ବାଧିକ ଟିକାକରଣ ଉପରେ ଧ୍ୟାନ ଦିଆଯାଉଛି। ଅପରପକ୍ଷରେ, ନୀତି ଆୟୋଗର ସଦସ୍ୟ ଡ.ଭି.କେ ପଲଙ୍କ ବିବୃତ୍ତି ନେଇ ଅଜଣା ବିପଦର…
‘କୋହଲି-ରୋହିତ ଏକାଠି ନ ଖେଳିଲେ ଭାରତ ପାଇଁ ହେବ ବଡ଼ କ୍ଷତି’
ନୂଆଦିଲ୍ଲୀ,୧୫।୧୨: ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଟିମ କ୍ରିକେଟ୍ ଦଳରେ ମତଭେଦ ଉପୁଜିଛି। ଆଘାତ ହେତୁ ରୋହିତ ଶର୍ମା ଟେଷ୍ଟ ସିରିଜରୁ ବାଦ ପଡିଛନ୍ତି। ଏହା ପରେ ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ ଖେଳିବେ ନାହିଁ ବୋଲି…
ଭାରତୀୟ କ୍ରିକେଟ୍ ପାଇଁ ଆଜି ସ୍ମରଣୀୟ ଦିନ
ନୂଆଦିଲ୍ଲୀ,୧୫।୧୨: ଭାରତୀୟ କ୍ରିକେଟ ପ୍ରେମୀ ତଥା କ୍ରିକେଟର୍ ବୀରେନ୍ଦ୍ର ସେହ୍ବାଗଙ୍କ ପାଇଁ ଆଜି ଏକ ସ୍ମରଣୀୟ ଦିନ। ଆଜିକୁ ଠିକ୍ ୧୨ ବର୍ଷ ପୂର୍ବେ, ରାଜକୋଟରେ ଖେଳାଯାଇଥିବା ଏକ ଦିନିକିଆ ମ୍ୟାଚରେ ଟିମ ଇଣ୍ଡିଆ ୪୧୪ ରନ ସଂଗ୍ରହ କରିଥିଲା। ଏହାର…
ଖେଳ ଉପରେ କେହି ନୁହନ୍ତି, ଖେଳ ହିଁ ସର୍ବୋତ୍ତମ, କହିଲେ କ୍ରୀଡ଼ାମନ୍ତ୍ରୀ…
ନୂଆଦିଲ୍ଲୀ, ୧୫।୧୨: ଭାରତୀୟ କ୍ରିକେଟ ଟିମ୍ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ପ୍ରସ୍ତୁତ ହେଉଛି। କିନ୍ତୁ ଏହାପୂର୍ବରୁ ଅଧିନାୟକତ୍ୱକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ବିରାଟ କୋହଲିଙ୍କୁ ଏକଦିବସୀୟ ଅଧିନାୟକତ୍ୱରୁ ହଟାଯିବା ଏବଂ ରୋହିତ ଶର୍ମାଙ୍କୁ ଟେଷ୍ଟ ସିରିଜରୁ ବାଦ ଦିଆଯିବା…
‘ଗୋଟିଏ ପୁଅ ବଦଳରେ, ମୁଁ ଶହ ଶହ ପୁଅ ପାଇଲି’
ଲକ୍ଷ୍ନୌ,୧୫।୧୨: ଦେଶର ପ୍ରତିରକ୍ଷା କ୍ଷେତ୍ରରେ ନିୟୋଜିତ ଭାଇ ଭଉଣୀକୁ ବିଦା କରିବାର ଇଚ୍ଛା ପୂରଣ କରିବା ପୂର୍ବରୁ ଦେଶ ପାଇଁ ଶହୀଦ ହୋଇଗଲେ। ତାଙ୍କର ଅସମ୍ପୂର୍ଣ୍ଣ ଇଚ୍ଛା ପୂରଣ କରିବା ପାଇଁ ସାଥୀ ଯବାନମାନେ ପୂର୍ଣ୍ଣ ଉତ୍ସାହ ସହିତ ଶହୀଦଙ୍କ ଭଉଣୀ…
ମାତ୍ର ୩ ମ୍ୟାଚ୍ରେ ୨ ତ୍ରିଶତକ, ଗୋଟିଏ ଶତକ ମାରି ଇତିହାସ ରଚିଲେ ୧୪ ବର୍ଷୀୟ ବାଳକ
ରାୟପୁର,୧୫।୧୨:୧୪ ବର୍ଷୀୟ ୟଶ କୁମାର ୱାର୍ଦ୍ଧା ତାଙ୍କ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଛତିଶଗଡ ରାଜ୍ୟ କ୍ରିକେଟ ଆସୋସିଏସନ (ସିଏସ୍ସିଏସ୍) ଦ୍ୱାରା ଆୟୋଜିତ ଇଣ୍ଟର ଡିଷ୍ଟ୍ରିକ୍ଟ ପ୍ଲେଟ ଗ୍ରୁପ ଅଣ୍ଡର -୧୬ ଟୁର୍ନାମେଣ୍ଟରେ ସେ ଚମତ୍କାର ପ୍ରଦର୍ଶନ କରିଥିଲେ…
ବିବାହରେ ମାତା-ପିତାଙ୍କ ପକ୍ଷରୁ ମିଳିଥିବା ଉପହାର ଯୌତୁକ ନୁହେଁ, ହାଇକୋର୍ଟଙ୍କ ରାୟ…
କୋଚି, ୧୫।୧୨: ଭାରତରେ, ଯୌତୁକ ପ୍ରଥାକୁ ଏକ ଅପରାଧ ଭାବେ ବିବେଚନା କରାଯାଇଥାଏ। ଯୌତୁକ ଯୋଗୁ ବହୁ କ୍ଷେତ୍ରରେ ଝିଅଙ୍କୁ ବିବାହ ପରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେଣୁ ଯୌତୁକ ବର୍ଗରେ କେଉଁ ସାମଗ୍ରୀକୁ ଅନ୍ତର୍ଭୁକ୍ତ କରାଯିବା ଏବଂ କାହାକୁୂ…
ଏହି ବ୍ୟାଟ୍ସମ୍ୟାନ୍ଙ୍କ ଛକାରେ ରକ୍ତ ଜୁଡୁବୁଡୁ ହେଲେ ଦର୍ଶକ: ଦେଖନ୍ତୁ ଭିଡିଓ
ସିଡନୀ,୧୫।୧୧: ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ବେନ ମ୍ୟାକଡେରମୋଟଙ୍କ ଏକ ଛକାରେ ଜଣେ ପ୍ରଶଂସକ ରକ୍ତ ଜୁଡୁବୁଡୁ ହୋଇଛନ୍ତି। ପ୍ରଶଂସକ ଜଣଙ୍କ ବଲ୍ଟି ଧରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ସେ ଧରିପାରି ନ ଥିଲେ। ବଲ ସିଧାସଳଖ ତାଙ୍କ କପାଳକୁ ଆଘାତ କରିଥିଲା। ତାଙ୍କ…
କୋଭାକ୍ସିନ୍ ନେଇଥିବା ଲୋକଙ୍କୁ ପ୍ରଥମେ ବୁଷ୍ଟର !…
ନୂଆଦିଲ୍ଲୀ, ୧୫।୧୨: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏବେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ସଂକ୍ରମଣ ମଧ୍ୟ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ବୁଷ୍ଟର ଡୋଜ୍ର ଆବଶ୍ୟକତା ଉପରେ ଚିନ୍ତା କରାଯାଉଛି। ଭାରତରେ, ଯେଉଁମାନେ କୋଭାକ୍ସିନ ଟିକା ଗ୍ରହଣ…
ଆମେରିକାର ବାଣିଜ୍ୟ ଯୁଦ୍ଧ, ଚାଇନା ସାମଗ୍ରୀ କିଣିବା ମନା…
ଓ୍ବାଶିଟନ, ୧୫।୧୨: ଆମେରିକାର ପ୍ରତିନିଧିସଭାରେ ଉଇଗର ବାଧ୍ୟତାମୂଳକ ଶ୍ରମ ନିବାରଣ ଆଇନର ଅନ୍ତିମ ସଂସ୍କରଣ ପାରିତ ହୋଇଛି। ଏହି ବିଲରେ ଚାଇନାର ଜିନଜିଆଙ୍ଗ ପ୍ରଦେଶରେ ଉଇଗର ସ୍ବୟଂଶାସିତ ଅଞ୍ଚଳରେ ବାଧ୍ୟତାମୂଳକ ଶ୍ରମ ଦ୍ୱାରା ନିର୍ମିତ ସାମଗ୍ରୀ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ…
ଜୀବନ୍ତ ଜଳିଗଲେ ୫ ହଜାର କୁକୁଡା
ଉଦୟପୁର,୧୫।୧୨: ରାଜସ୍ଥାନର ଉଦୟପୁରରେ ମଙ୍ଗଳବାର ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ବିଳମ୍ବିତ ରାତିରେ ଏଠାରେ ଏକ କୁକୁଡ଼ା ଫାର୍ମରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଥିଲା। ଏହି କାରଣରୁ କୁକୁଡ଼ା ଫାର୍ମରେ ରଖାଯାଇଥିବା ୫୦୦୦ କୁକୁଡ଼ା ଜୀବନ୍ତ ଜଳିଯାଇଛନ୍ତି। ଏହି ଦୁଃଖଦ ଘଟଣା…
Archives


