ଗରିବଙ୍କ ପାଇଁ ୮୦ ଲକ୍ଷ ନୂଆ ଘର,ଚଳିତ ବର୍ଷରୁ ଚିପ୍‌ ପାସପୋର୍ଟ, ୧୦୦ ଗତି ଶକ୍ତି କାର୍ଗୋ…

ନୂଆଦିଲ୍ଲୀ, ୧।୨ : ବଜେଟ୍‌ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ୨୦୨୨-୨୩ ବର୍ଷରେ ଗରିବଙ୍କ ପାଇଁ ୮୦ଲକ୍ଷ ନୂଆ ଘର ନିର୍ମାଣ ହେବ। ଏଥି ପାଇଁ ୪୮,୦୦୦ କୋଟି ଟଙ୍କା ଆବଣ୍ଟନ କରାଯିବ। ସହରାଞ୍ଚଳରେ ନୂତନ ଘର ଏବଂ ଗ୍ରାମାଞ୍ଚଳ ପାଇଁ ଆଧୁନିକ ଘର ନିର୍ମାଣ ପାଇଁ ଅଧିକ ଅର୍ଥ ଆବଣ୍ଟନ କରାଯିବ। କେନ-ବେଟୱା ପ୍ରକଳ୍ପ ପାଇଁ ୧୪,୦୦ କୋଟି ଟଙ୍କା ପ୍ରଦାନ କରାଯିବ।

ରେଳବାଇର ସାମଗ୍ରୀ କ୍ଷେତ୍ରକୁ ପିପିପି ମଡେଲ ମାଧ୍ୟମରେ ବିସ୍ତାର କରାଯିବ। ୭୫୦ ନୂତନ ଇ-ଲ୍ୟାବ ସୃଷ୍ଟି ହେବ ଏବଂ ସେମାନଙ୍କ ମାଧ୍ୟମରେ ପରୀକ୍ଷା ଉପରେ ଗୁରୁତ୍ୱ ଦିଆଯିବ। ଚିପ ପାସପୋର୍ଟ ଏହି ବର୍ଷରୁ ଆସିବ। ଶିକ୍ଷା କ୍ଷେତ୍ରରେ ଡିଜିଟାଲ ବିଶ୍ୱବିଦ୍ୟାଳୟଗୁଡ଼ିକ ସୃଷ୍ଟି ହେବ ଏବଂ ବିଦ୍ୟାଳୟର ପ୍ରତ୍ୟେକ ଶ୍ରେଣୀରେ ଟିଭି ସ୍ଥାପନ କରାଯିବ। ସ୍କିଲ ଇଣ୍ଡିଆ ମିଶନ ମାଧ୍ୟମରେ ଏବଂ କୁଶଳୀ ଶ୍ରମିକଙ୍କ ପାଇଁ ସରକାରୀ ଯୋଜନା ଅଧୀନରେ ଯୁବକମାନଙ୍କୁ ସଶକ୍ତ କରିବା ଲାଗି କାର୍ଯ୍ୟ କରାଯିବ। ଲୋକଙ୍କ ପାଇଁ ଜୀବିକା ର୍ନିବାହ ପାଇଁ ସରକାରୀ ପ୍ରକଳ୍ପ ସଂଖ୍ୟା ବୃଦ୍ଧି ପାଇବ।

ସରକାର ଏମଏସପି ମାଧ୍ୟମରେ କୃଷକଙ୍କ ଆକାଉଣ୍ଟକୁ ୨.୩୭ କୋଟି ଟଙ୍କା ପଠାଇଛନ୍ତି ଏବଂ ଜୈବ ଚାଷ କରୁଥିବା ଚାଷୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ସରକାରଙ୍କ ଦ୍ୱାରା ରାସାୟନିକ ଏବଂ କୀଟନାଶକ ମୁକ୍ତ ଚାଷର ପ୍ରସାର ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଛି ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ଚାଷୀଙ୍କୁ ଡିଜିଟାଲ ସେବା ଯୋଗାଇ ଦିଆଯିବ ଏବଂ ଭାରତରେ ଦାରିଦ୍ର୍ୟ ଦୂରୀକରଣ ଲକ୍ଷ୍ୟରେ କାର୍ଯ୍ୟ ଜୋରଦାର କରାଯିବ। ଡ୍ରୋନ ମାଧ୍ୟମରେ କୃଷି କ୍ଷେତ୍ରକୁ ପ୍ରୋତ୍ସାହିତ କରାଯିବ। ୧୦୦ଟି ଗତି ଶକ୍ତି କାର୍ଗୋ ଟର୍ମିନାସ ତିଆରି ହେବ।
ଦେଶରେ ଜଳସେଚନ ଏବଂ ପାନୀୟ ଜଳ ଯୋଜନାରେ କାର୍ଯ୍ୟ କରାଯାଉଛି ଏବଂ ଗଙ୍ଗା କୂଳରେ ରହୁଥିବା ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୫୦ ପ୍ରତିଶତ ଛାତ୍ରୀଛାତ୍ରଙ୍କୁ ମିଳିବ ଅନୁମତି: ୟୁଜିସି

ନୂଆଦିଲ୍ଲୀ,୭ା୧୧: କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ଲାଗି ୟୁନିଭର୍ସିିଟି ଗ୍ରାଣ୍ଟ୍‌ସ କମିଶନ (ୟୁଜିସି) ଗାଇଡ୍‌ଲାଇନ୍‌ ଜାରି କରିଥିବାବେଳେ ଏକା ଥରକେ ୫୦% ଛାତ୍ରୀଛାତ୍ରଙ୍କୁ ଉପସ୍ଥିତ ଲାଗି...

ପ୍ରିଭେସି ପଲିସି ସ୍ଥଗିତ

ନୂଆଦିଲ୍ଲୀ,୧୦ା୭: କେନ୍ଦ୍ର ସରକାର ପାର୍ଲାମେଣ୍ଟରେ ଡାଟା ସୁରକ୍ଷା ବିଲ୍‌ ଆଣି ଏହାକୁ କାର୍ଯ୍ୟକାରୀ ନ କରିବା ପର୍ଯ୍ୟନ୍ତ ହ୍ବାଟ୍ସଆପ୍‌ ନିଜ ନୂଆ ପ୍ରିଭେସି ପଲିସିକୁ ସ୍ଥଗିତ...

ଶୋପିଆନ୍‌ରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୩ ହିଜବୁଲ୍‌ ଆତଙ୍କବାଦୀ ନିହତ

ଶ୍ରୀନଗର,୨୮।୩: ଜମ୍ମୁ-କଶ୍ମୀର ଶୋପିଆନ୍‌ରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଗୁରୁବାର ୩ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ମୃତ ଆତଙ୍କବାଦୀମାନେ ହେଉଛନ୍ତି ଆକିବ୍‌ ଅହମ୍ମଦ, ବଶରତ୍‌ ଅହମ୍ମଦ...

ସେନ୍‌କୋ ପକ୍ଷରୁ ବିବାହ ଅଭିଯାନ

ନୂଆଦିଲ୍ଲୀ,୧୪।୧୨: ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସ ପକ୍ଷରୁ ବଲିଉଡ୍‌ ଅଭିନେତ୍ରୀ କିଆରା ଆଡ୍‌ଭାନିଙ୍କୁ ନେଇ ଭାରତୀୟ ବିବାହ ଉପରେ ପର୍ଯ୍ୟବସିତ ଏକ ନୂତନ ଅଭିଯାନର ଶୁଭାରମ୍ଭ...

ପାର୍ଥ ଚାଟାର୍ଜୀଙ୍କ ୪୮କୋଟିର ସମ୍ପତ୍ତି ବାଜ୍ୟାପ୍ତ

କୋଲକାତା,୧୯।୯: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାର ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସୋମବାର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ସହଯୋଗୀଙ୍କର ୪୮କୋଟି...

ଆମ ଧୈର୍ଯ୍ୟର ପରୀକ୍ଷା ନିଅ ନାହିଁ: ଚାଇନାକୁ ଚେତାବନୀ ଦେଲେ ସେନାଧ୍ୟକ୍ଷ

ନୂଆଦିଲ୍ଲୀ,୧୫ ।୧: ସେନା ଦିବସ ଅବସରରେ ଶୁକ୍ରବାର ସେନାଧ୍ୟକ୍ଷ ମନୋଜ ମୁକୁନ୍ଦ ନରାୱଣେ ଚାଇନା ଓ ପାକିସ୍ତାନକୁ ଏକ ପ୍ରକାର ଚେତାବନୀ ଦେଇଛନ୍ତି କହିଲେ ଚଳେ...

ନବଜାତକଙ୍କ ମୃତ୍ୟୁରେ ମହିଳା କର୍ମଚାରୀଙ୍କୁ ମିଳିବ ୬୦ ଦିନ ଛୁଟି

ନୂଆଦିଲ୍ଲୀ, ୩ା୯: କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଥିବା ମହିଳା କର୍ମଚାରୀଙ୍କ ପ୍ରସବବେଳେ ନବଜାତକର ମୃତ୍ୟୁ ଘଟିଲେ ସେମାନଙ୍କୁ ୬୦ ଦିନ ସ୍ବତନ୍ତ୍ର ମାତୃତ୍ୱ ଛୁଟି...

ଆଉ ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ତବସୁମ୍‌

ବମ୍ବେ: ଆଉ ନାହାନ୍ତି ବିଗତ ଦିନର ଲୋକପ୍ରିୟ ଅଭିନେତ୍ରୀ ତବସୁମ୍‌। ୭୮ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ଶୁକ୍ରବାର ରାତିରେ ତାଙ୍କର ହୃଦଘାତ ହୋଇଥିଲା।...

Advertisement
Archives

Model This Week