Home

‘ଅସାନି’ ପ୍ରଭାବ: ବର୍ଷା ସାଙ୍ଗକୁ ବହିବ ୫୦ କିମି ବେଗରେ ପବନ

ଭୁବନେଶ୍ୱର,୧୦।୫(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅସାନି’ ଭୟଙ୍କର ବାତ୍ୟାରେ ପରିଣତ ହୋଇଛି। ଏବେ ଏହା ଉପକୂଳମୁହାଁ ହୋଇଛି। ‘ଅସାନି’ ପ୍ରଭାବରେ ମଙ୍ଗଳବାର କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ଆସନ୍ତା ୩ ଦିନ ଧରି ଉପକୂଳ ୭ ଜିଲାରେ ମଧ୍ୟମରୁ ପ୍ରବଳ…

ପୁଣି ବଢୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୧୦।୫: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଧୀରେ ଧୀରେ ବଢିବାରେ ଲାଗିଛି। ଗତ କିଛିଦିନ ହେବ ସଂକ୍ରମଣ ହଜାରେ ତଳେ ଥିବାବେଳେ ମଙ୍ଗଳବାର ତାହା ବୃଦ୍ଧି ପାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ…

ବୁମ୍‌ରାଙ୍କ ଘାତକ ବୋଲିଂ ପରେ ସ୍ତ୍ରୀ କହିଲେ ମୋ ସ୍ବାମୀ…

ମୁମ୍ବାଇ,୧୦।୫: ଆଇପିଏଲ ୨୦୨୨ର ୫୬ତମ ମ୍ୟାଚ୍‌ରେ ଦୁଇଥର ବିଜେତା କୋଲକାତା ନାଇଟ ରାଇଡର୍ସ ପାଞ୍ଚଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ୫୨ ରନ୍‌ରେ ପରାସ୍ତ କରି ଆଇପିଏଲରେ ପ୍ଲେ ଅଫରେ ପହଞ୍ଚିବା ଆଶା ଉଜ୍ଜିବୀତ ରଖିଛି। ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର…

ଶ୍ରୀଲଙ୍କାରେ ସ୍ଥିତି ଅଣାୟତ୍ତ: ଏମ୍‌ପି ସମେତ ୫ ଜଣଙ୍କ ମୃତ୍ୟୁ

କଲମ୍ବୋ,୧୦।୫: ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍‌ସେ ନିଜ ପଦରୁ ଇସ୍ତଫା ଦେବା ପରେ ତାଙ୍କ ସମର୍ଥକମାନେ ବ୍ୟାପକ ହିଂସାକାଣ୍ଡ ଘଟାଇଛନ୍ତି। ରାଜପାକ୍‌ସେଙ୍କ ସମର୍ଥକ ଓ ସରକାରଙ୍କୁ ବିରୋଧ କରୁଥିବା…

ରାଜ୍ୟର ପ୍ରଥମ ସୋଲାର ପମ୍ପ ଅଚଳ

ଡେରାବିଶ, ୧୦ା୫ (ସ୍ବ.ପ୍ର.):ଗ୍ରାମାଞ୍ଚଳରେ ସାଧାରଣ ଲୋକଙ୍କ ପାନୀୟ ଜଳ କଷ୍ଟ ଦୂର କରିବାକୁ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ଜରିଆରେ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି। ଅକ୍ଷୟ ଶକ୍ତି ଦ୍ୱାରା ଲୋକଙ୍କୁ ପାନୀୟ ଜଳ ଯୋଗାଇବା ପାଇଁ ସୋଲାର…

ସମ୍ଭାବ୍ୟ ବାତ୍ୟା ନେଇ ସତର୍କତା

କେନ୍ଦ୍ରାପଡ଼ା ଅଫିସ,୧୦ା୫:କେନ୍ଦ୍ରାପଡ଼ା ଜିଲାରେ ସୋମବାର ଅପରାହ୍ନରୁ ଆକାଶ ମେଘାଚ୍ଛନ୍ନ ରହିଛି। ସାମୁଦ୍ରିକ ଝଡ଼କୁ ନେଇ ବିପଦ ନ ଥିବା ପ୍ରକାଶ ସତ୍ତ୍ୱେ କେନ୍ଦ୍ରାପଡ଼ା ତଟାଞ୍ଚଳବାସୀଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ ପାଇଁ ସଚେତନ କରାଯାଉଛି। ଜିଲାକୁ ରେଡ୍‌ ଆଲର୍ଟ ମଧ୍ୟରେ…

ମୋ ବସ୍‌ରୁ ୧୦ ହଜାର ଟଙ୍କା ଚୋରି

ଭୁବନେଶ୍ୱର,୯।୫ (ବ୍ୟୁରୋ): ମୋ ବସରେ ଯାଉଥିବାବେଳେ ଚୈତନ୍ୟ ନାମକ ଜଣେ ଯାତ୍ରୀଙ୍କ ପକେଟରୁ ୧୦ ହଜାର ଟଙ୍କା ଚୋରି କରି ନେଇଛନ୍ତି ଦୁର୍ବୃତ୍ତ। ଏ ନେଇ ସେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି। ସିସିଟିଭି ଲାଗିବା ସତ୍ତ୍ୱେ ଦୁର୍ବୃତ୍ତମାନେ ମୋ ବସ୍‌…

ଉପହାର ଲୋଭରେ ୧.୨୫ ଲକ୍ଷ ହରାଇଲେ ମହିଳା

ଭୁବନେଶ୍ୱର,୧୦।୫ (ବ୍ୟୁରୋ):ଉପହାର ପାଇବା ଆଶାରେ ୧ଲକ୍ଷ ୨୫ହଜାର ହରାଇଛନ୍ତି ଭୁବନେଶ୍ୱର ଖଣ୍ଡଗିରି ଥାନାଞ୍ଚଳର ଜଣେ ମହିଳା। ସାଇବର ଠକେଇର ଶିକାର ହୋଇଥିବା ଜାଣିବା ପରେ ସେ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ସାଇବର ଠକ ଜଣକ ତାଙ୍କ ହ୍ବାଟ୍‌ସଆପ୍‌କୁ…

ନାବାଳିକା ବଳାତ୍କାରୀଙ୍କୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ

ଜୟପୁର,୧୧ା୫ (ନି.ପ୍ର.):ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାର ରାୟ ସୋମବାର ଜୟପୁର ଫାଷ୍ଟଟ୍ରାକ୍‌ ସ୍ପେଶିଆଲ କୋର୍ଟରେ ଶୁଣାଣି କରାଯାଇଛି। ଆଡହକ ଅତିରିକ୍ତ ଜିଲା ଓ ଦୌରାଜଜ୍‌ ପ୍ରଦୀପ କୁମାର ସସାମଲ ନାରାୟଣପାଟଣା ଥାନା ଅଧୀନ ବୋରିଗି ଗ୍ରାମର ଅଭିଯୁକ୍ତ ଗୋବିନ୍ଦ ତାଡ଼ିଙ୍ଗି (୨୩)ଙ୍କୁ…

ସଭାପତି ବଦଳିବା ନିଶ୍ଚିତ, ଘୋଷଣାକୁ ଅପେକ୍ଷା

ଭୁବନେଶ୍ୱର,୧୦ା୫(ବ୍ୟୁରୋ):ଓଡ଼ିଶା କଂଗ୍ରେସର ୧୮ ଜଣ ନେତାଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ପୃଥକ୍‌ ପୃଥକ୍‌ ଭାବେ ଭେଟି ଆଲୋଚନା କରିଛନ୍ତି। ରାହୁଲ ଆଲୋଚନା ବେଳେ ଭିନ୍ନ ଭିନ୍ନ ଭାବେ ଆଲୋଚନା କରିବେ ନା ସମସ୍ତେ ଏକାଠି ବସିବେ ବୋଲି…

ସ୍କୁଲ କମ୍ପ୍ୟୁଟର ଶିକ୍ଷା ଲକ୍ଷ୍ୟ ବିଫଳ

ଭୁବନେଶ୍ୱର,୧୦।୫(ବ୍ୟୁରୋ):ପ୍ରତିଟି କ୍ଷେତ୍ରରେ ଆଜି କମ୍ପ୍ୟୁଟର ଜ୍ଞାନ ଜରୁରୀ। ତେଣୁ ରାଜ୍ୟରେ ଛାତ୍ରୀଛାତ୍ରଙ୍କୁ ସ୍କୁଲ୍‌ ସମୟରୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ ଲାଗି ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଛୋଟବେଳୁ ପିଲାଙ୍କୁ କମ୍ପ୍ୟୁଟର ଶିକ୍ଷିତ କରିବା ଲକ୍ଷ୍ୟ ନେଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି।…

ଛାତ୍ରୀଛାତ୍ରଙ୍କ ଅଫ୍‌ଲାଇନ ଉପସ୍ଥାନ ବାଧ୍ୟତାମୂଳକ ନୁହେଁ

ଭୁବନେଶ୍ୱର, ୧୦।୫(ବ୍ୟୁରୋ): ଏଣିକି ସ୍କୁଲରେ ଛାତ୍ରୀଛାତ୍ରଙ୍କ ଅଫ୍‌ଲାଇନ ଉପସ୍ଥାନ ବାଧ୍ୟତାମୂଳକ ନୁହେଁ। ଛାତ୍ରୀଛାତ୍ର ଚାହିଁଲେ ଅନ୍‌ଲାଇନ୍‌ରେ କ୍ଲାସ୍‌ କରିପାରିବେ। ରାଜ୍ୟରେ ଦୁଇଟି ହଷ୍ଟେଲରେ ଛାତ୍ରୀଛାତ୍ର କରୋନା ସଂକ୍ରମଣ ହେବାପରେ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଦୀକ୍ଷା ପୋର୍ଟାଲରେ ଛାତ୍ରୀଛାତ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri