ଆସିଛି ରଜ

କୁଆଁରୀ ଝିଅଙ୍କ ପର୍ବ ରଜ । ହେଲେ ଭିନ୍ନ ଭିନ୍ନ ଢଙ୍ଗରେ ସମସ୍ତେ ଉପଭୋଗ କରିଥାନ୍ତି ଏହି ପର୍ବକୁ। ପିଠାପଣା ସହ ରଜର ସବୁ ବିଧି ପାଳିବାକୁ ଭୁଲନ୍ତି ନାହିଁ ଗୃହିଣୀମାନେ। ଯେଉଁଠି ଥିଲେ ବି ପୂରା ଓଡ଼ିଆଣୀ ଢଙ୍ଗରେ ପର୍ବ ପାଳିବାକୁ ସମସ୍ତଙ୍କର ସ୍ବତନ୍ତ୍ର ପ୍ରସ୍ତୁତି…

କୁଆଁରୀ ଝିଅ ତଥା ନାରୀ ଓ ପ୍ରକୃତି ଉପାସନାର ପର୍ବ ରଜ। ତେଣୁ ସମସ୍ତଙ୍କ ପାଇଁ ଖୁସିମଜା ଆଉ ବିଶ୍ରାମର ଅବସର। ଘରେ ଘରେ ପିଠାପଣା, ବୁଲାବୁଲି, ମଜାମସ୍ତିର ପରିବେଶ। ସେଥିପାଇଁ ତ ଏକାଠିହୋଇ ଏହି ପର୍ବକୁ ପାଳିବା ନିମନ୍ତେ ସମସ୍ତେ ଚାହିଁ ରହିଥାନ୍ତି। ଆଉ ଏଥର କଟକଣା ନ ଥିବାରୁ ସ୍ବତନ୍ତ୍ର ଢଙ୍ଗରେ ରଜ ଉତ୍ସବର ମଜା ନେବାକୁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି। ଯେଉଁଠି ଥିଲେ ବି ଓଡ଼ିଆଙ୍କର ଏହି ପର୍ବକୁ ଧୁମଧାମରେ ପାଳନ କରିଥାନ୍ତି ଓଡ଼ିଆଣୀମାନେ।
କଟକଣା ନ ଥିବାରୁ ଏଥର ରଜ ଉତ୍ସବ ପାଇଁ ଗାଁ ଅଭିମୁଖୀ ହୋଇଛନ୍ତି ସମସ୍ତେ। କିନ୍ତୁ ବିଭିନ୍ନ କାରଣରୁ ଘରକୁ ଆସିବାକୁ କେତେଜଣ ସୁବିଧା ପାଇନାହାନ୍ତି। ତେଣୁ ସେମାନେ ବାହାରେ ରହି ବି ରଜ ପର୍ବକୁ ଧୁମଧାମରେ ପାଳନ କରିବା ପାଇଁ ଯୋଜନା କରିଛନ୍ତି।

ଏମାନେ କ’ଣ କରନ୍ତି

ଏକାଠି ଭୋଜି କରୁ
ଯେଉଁଠି ଥିଲେ ବି ରଜକୁ ଭୁଲିବା ସମ୍ଭବ ନୁହେଁ। ଛୁଟି ନାହିଁ ବୋଲି ଆମେ ଗାଁକୁ ଯାଇପାରୁନାହୁଁ। ତେଣୁ ଏଇଠି ଆମେ ରଜକୁ ବିଶେଷଭାବେ ଖିଆପିଆ କରି ପାଳନ କରୁ। ଓଡ଼ିଆ ବନ୍ଧୁମାନେ ସମସ୍ତେ ଏକାଠି ମିଶି ଜଣଙ୍କ ଘରେ ସ୍ବତନ୍ତ୍ରଭାବେ ରଜ ଉତ୍ସବର ଆୟୋଜନ କରିଥାଉ। ପୂରା ଓଡ଼ିଆ ଶୈଳୀର ବିଭିନ୍ନ ଖାଦ୍ୟ ଆଉ ପିଠା ତିଆରି କରାହୁଏ। ସମଗ୍ର ପରିବାର ସହ ସମସ୍ତେ ମିଶି ରଜରେ ଏମିତି ମଜା କରୁ। ତେବେ ଗାଁ ଆମ୍ବତୋଟାରେ ପିଲାବେଳ ଭଳି ଗଛରେ ରଜ ଦୋଳିକୁ ବହୁତ ମିସ୍‌ କରୁ।
-ଦେବଦର୍ଶିନୀ ସାମନ୍ତରାୟ, ସାଇଣ୍ଟିଷ୍ଟ, ଆଇଆଇଟି,
ମାଡ୍ରାସ, ଚେନ୍ନାଇ
ସମସ୍ତେ ମିଶି ପାଳନ କରୁ
ଆମେ ତ ଓଡ଼ିଆ ଲୋକ। ଯେଉଁଠି ରହିଲେ ବି ରଜ ପାଳନ କରିବୁ। ରଜରେ ସବୁବର୍ଷ ତ ଗାଁକୁ ଯାଇହୁଏନି, କିନ୍ତୁ ଯେଉଁଠି ଥିଲେ ବି ରଜରେ ଘରେ ବିଭିନ୍ନ ପ୍ରକାର ପିଠା ଓ ମିଠା ତିଆରି କରେ। ରଜ ପାଇଁ ଆମେ ସମସ୍ତେ ନୂଆ ଡ୍ରେସ୍‌ ପିନ୍ଧୁ। ପାଖ ମନ୍ଦିରକୁ ଯାଇ ମାଆଙ୍କ ଦର୍ଶନ କରୁ। ଏଠି ପାଖରେ ଥିବା ସବୁ ଓଡ଼ିଆ କଥା ହୋଇ ଜଣଙ୍କ ଘରେ ଭୋଜି କରିବା ପାଇଁ ସ୍ଥିର କରିଥାଉ। ବେଳେବେଳେ ୩ଦିନ ଯାକ ଭୋଜି କରୁ। କିନ୍ତୁ ରଜପାନ ଆଉ ରଜଦୋଳିକୁ ସବୁଥର ଆୟୋଜନ କରିପାରୁନାହୁଁ। କିନ୍ତୁ ଘରେ ପିଲାଙ୍କ ଖୁସି ପାଇଁ କିଣା ପ୍ଲାଷ୍ଟିକ୍‌ ଦୋଳି ଲଗାଇ ଦେଇଥାଉ। ହେଲେ ରଜ ୩ଦିନ ଯାକ ଖୁବ୍‌ ଏନ୍‌ଜଏ କରୁ।
-ବୈଶାଳୀ ଶତପଥୀ,
ଗୃହିଣୀ, ଇନ୍ଦୋର, ମଧ୍ୟପ୍ରଦେଶ
ଘରେ ଦୋଳି ଲଗାଏ
ରଜରେ ମୋର ଗାଁ କଥା ବହୁତ ମନେପଡ଼େ। କିନ୍ତୁ ସବୁଥର ଗାଁକୁ ଯାଇପାରେନି। ସେଥିପାଇଁ ଏଠି ଆମେରିକାରେ ବି ମୁଁ ରଜ ପାଳନ କରେ। ଘରେ ପିଲାଙ୍କ ପାଇଁ ପ୍ଲାଷ୍ଟିକ୍‌ ଦୋଳି ଲଗାଏ। ଆଉ ବିଭିନ୍ନ ପ୍ରକାର ପିଠା ତିଆରି କରେ। ରଜ ୩ ଦିନ ଭିତରେ ଏଠି ରହୁଥିବା ଆମ ଓଡ଼ିଆ ବନ୍ଧୁମାନଙ୍କୁ ଘରକୁ ନିମନ୍ତ୍ରଣ କରି ଖାଇବାକୁ ଦିଏ। କରୋନା ପୂର୍ବରୁ ଆମେ ସମସ୍ତେ ଏକାଠିହୋଇ ଏକ ସ୍ଥାନରେ ରଜ ପାଇଁ ସ୍ବତନ୍ତ୍ର ଆୟୋଜନ କରୁଥିଲୁ। କିନ୍ତୁ ଏ ବର୍ଷ ସେଭଳି କୌଣସି ଯୋଜନା ନ ଥିବାରୁ ଘରେ ରଜ ପାଳନ କରିବୁ ବୋଲି ସମସ୍ତେ ସ୍ଥିର କରିଛୁ। ମଜା କଥା ହେଉଛି ଆମ ଓଡିଆଙ୍କ ପୂଜା ପର୍ବ ପ୍ରତି ଏଠିକାର କିଛି ଲୋକ ବି ଆଗ୍ରହ ଦେଖାଉଛନ୍ତି।
-ତୃଷ୍ଣା ଦେବଗୋସ୍ବାମୀ, ଗୃହିଣୀ, କାଲିଫର୍ନିଆ, ଆମେରିକା
ସବୁ ବିଧି ପାଳନ କରୁ
ଏଠି ତ ରଜ ପାଇଁ ଖୁବ୍‌ ମଜା ହୁଏ। ରାଜସ୍ଥାନର ଜୟପୁର ଆଇଆଇଟିରେ ଆମେ ପଢୁଥିବା ସବୁ ଓଡ଼ିଆ ଝିଅ ମିଶି ରଜ ପାଇଁ ଏକାଠି ଭୋଜିକରୁ। ଗୋଟିଏ ସ୍ଥାନରେ ଛୋଟ ଦୋଳି ଲଗାଇ କିଛି ସମୟ ଝୁଲିଥାଉ। ଗାଁ ରଜକୁ ମନେପକାଇ ସମସ୍ତେ ଅଳତା ଲଗାଉ ଆଉ ନୂଆ ଡ୍ରେସ୍‌ ପିନ୍ଧି ଖୁବ୍‌ ମଜା କରୁ। କିନ୍ତୁ ରଜରେ ଆମ ସହିତ ଏଠାକାର ସାଙ୍ଗମାନେ ବି ମିଶି ଓଡ଼ିଆ ଖାଦ୍ୟ ଓ ପିଠା ଖାଇ ଖୁସି ହୁଅନ୍ତି। ଅବଶ୍ୟ ଗାଁରେ ତିଆରି ହେଉଥିବା ପୋଡପିଥା ଆମେ ଖାଇପାରୁ ନାହିଁ। ତେବେ ରଜରେ ସମସ୍ତେ ଏକାଠିହୋଇ ମଜା କରିବା ପାଇଁ ଆମେ ସୁଯୋଗ ପାଇଥାଉ।
ଅର୍ପିତା ପ୍ରିୟଦର୍ଶିନୀ ସାମଲ
ଆଇଆଇଟି, ଯୋଧପୁର, ରାଜସ୍ଥାନ


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri