Home

ଯୁଦ୍ଧର ଛାତିଥରା ଦୃଶ୍ୟ,ବୁଚା ସହରରେ ଗୋଟିଏ କବରରେ ୩୦୦ରୁ ଅଧିକ ମୃତଦେହ…

କ୍ୱିଭ୍‌, ୩।୪ : ୟୁକ୍ରେନ ରାଜଧାନୀ କ୍ୱିଭ୍‌ ନିକଟରେ ଅବସ୍ଥିତ ବୁଚା ସହରରୁ ଯୁଦ୍ଧର ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଗୋଟିଏ କବରରୁ ୩୦୦ରୁ ଅଧିକ ଲୋକଙ୍କ ମୃତଦେହ ମିଳିଛି। ଏହା ବ୍ୟତୀତ ବହୁ ଲୋକଙ୍କ ମୃତଦେହ ରାସ୍ତାରେ…

ଦୈନିକ ସଂକ୍ରମଣ ତଳମୁହାଁ…

ନୂଆଦିଲ୍ଲୀ, ୩।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ୧ ହଜାର ୯୬ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୯୦ ତଳେ ରହିଛି। ଦୈନିକ ମୃତ୍ୟୁ ସଂଖ୍ୟା ୮୧ ରେ ପହଞ୍ଚିଛି।…

ମେ ୯ ସୁଦ୍ଧା ଡୋନାବାସକୁ ଦଖଲ କରିବାକୁ ଚାହାଁନ୍ତି ପୁଟିନ୍‌, ଆମେରିକା ଗୁପ୍ତଚର ସଂସ୍ଥାର ପର୍ଦ୍ଦାଫାଶ୍‌…

ଓ୍ବାଶିଂଟନ/ମସ୍କୋ, ୩।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୩୯ ଦିନ ଧରୀ ଜାରି ରହିଛି। ଏଭଳି ସ୍ଥଳେ ବାର୍ତ୍ତାକାର ଡେଭିଡ ଆରକାମିଆ ୟୁକ୍ରେନ ଟେଲିଭିଜନ ଚ୍ୟାନେଲକୁ କହିଛନ୍ତି ଯେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏବଂ ରୁଷିଆର ରାଷ୍ଟ୍ରପତି…

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହେଲେ ବୀର ବିକ୍ରମ ଯାଦବ

ଭୁବନେଶ୍ୱର,୩।୪(ବ୍ୟୁରୋ): ଆଇଏଏସ୍‌ ସ୍ତରରେ ଅଦଳବଦଳ ହୋଇଥିବା ନେଇ ସାଧାରଣ ପ୍ରଶାସନ ବିଭାଗରୁ ବିଜ୍ଞପ୍ତି ଜାରି ହୋଇଛି। ଏଥିରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ବରିଷ୍ଠ ଆଇଏଏସ୍‌ ଅଫିସର ବୀର ବିକ୍ରମ ଯାଦବଙ୍କୁ ନିଯୁକ୍ତି ଦିଆଯାଇଛି । ଏଥିସହ ସେ ଖାଦ୍ୟ ଓ…

ଇଣ୍ଡିଗୋ ଫ୍ଲାଇଟ୍‌ରେ ହଜିଥିଲା ଲଗେଜ୍‌; ଓ୍ବେବ୍‌ସାଇଟ୍‌ ହ୍ୟାକ୍‌ କରିଦେଲେ ଇଞ୍ଜିନିୟର

ବେଙ୍ଗାଲୁରୁ: ପ୍ରତ୍ୟେକ ଦିନ ଅଜବ ଘଟଣା ସବୁ ଘଟୁଛି। ସେଥିରୁ କିଛି ଲୋକଙ୍କ ଆଖିରେ ପଡ଼ୁଥିବାବେଳେ କିଛି ଘଟଣା ଲୋକଲୋଚନକୁ ଆସିପାରୁ ନାହିଁ। ଏମିତି ଏକ ଅଜବ ଘଟଣା ଘଟାଇଛନ୍ତି ବେଙ୍ଗାଲୁରୁର ଜଣେ ସଫ୍ଟଓ୍ବେର୍‌ ଇଞ୍ଜିନିୟର। ଇଣ୍ଡିଗୋ ଫ୍ଲାଇଟ୍‌ ଜରିଆରେ ଆନନ୍ଦ…

ସ୍ତ୍ରୀଙ୍କଠାରୁ ଅଲଗା ହେବେ ମହାଭାରତ ଫେମ୍‌ ଏହି ଅଭିନେତା

ବମ୍ବେ: ପତ୍ନୀଙ୍କଠାରୁ ଅଲଗା ହେବାକୁ ଯାଉଛନ୍ତି ମହାଭାରତର ଯୁଧିଷ୍ଠୀର ଓରଫ ରୋହିତ ଭରଦ୍ୱାଜ। ୨୦୧୭ରେ ଇଣ୍ଡେନେସିଆ ଟ୍ରିପ୍‌ରୁ ଆସିବା ପରଠାରୁ ସ୍ତ୍ରୀ ପୁନମଙ୍କ ସହ ତାଙ୍କର ଝଗଡ଼ା ବଢ଼ିଥିଲା। ଏବେ ଉଭୟ ଚାରି ବର୍ଷ ଧରି ଅଲଗା ରହୁଛନ୍ତି। ଛାଡ଼ପତ୍ର ଲାଗି…

ଆଜି ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର; ୧୩ ଦିନରେ ୮ ଟଙ୍କା ମହଙ୍ଗା

ନୂଆଦିଲ୍ଲୀ,୩।୪: ଜାତୀୟ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି। ୨୨ ମାର୍ଚ୍ଚରୁ ଏଯାବତ ଅର୍ଥାତ ୧୩ ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୮ଟଙ୍କା ବଢ଼ିସାରିଛି। ରବିବାର ମଧ୍ୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲର…

ମଲାଇକାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ, ଡାକ୍ତରଖାନାରେ ଭର୍ତ୍ତି ହେଲେ ଅଭିନେତ୍ରୀ

ମୁମ୍ବାଇ: ଦୁର୍ଘଟଣାର ଶିକାର ହୋଇଛନ୍ତି ବଲିଉଡ ଡିଭା ମଲାଇକା ଅରୋରା। ସେ ନିଜ କାର୍‌ରେ ଯାଉଥିବା ବେଳେ ଖୋପୋଲି ଏକ୍ସପ୍ରେସ୍‌ ଓ୍ବେରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏଥିରେ ସେ ଆହତ ହୋଇଥିବାରୁ ତଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶନିବାର ସାରେ…

ଇସଲାମାବାଦରେ ୧୪୪ ଧାରା ଜାରି

ଇସଲାମାବାଦ,୩ ।୪: ରବିବାର ପାକିସ୍ତାନ ଭବିଷ୍ୟତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ହେବାକୁ ଯାଉଛି । ପାକିସ୍ତାନ ସଂସଦରେ ଦେଶର ବଜିର-ଏ-ଆଜମ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟିଂ ହେବ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଦଳ ନିଜ ଷ୍ଟାଣ୍ଡରେ…

ପରାଜୟ ସ୍ୱୀକାର କଲା ଡିସି …

ମୁମ୍ବାଇ, ୨।୪ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ବିପକ୍ଷରେ ଗୁଜୁରାଟ ଟାଇଟନ୍ସ(ଜିଟି) ବିଜୟ ହାସଲ କରିଛି । ୧୪ ରନରେ ଡିସି ଜିଟି ଠାରୁ ପରାଜିତ ହୋଇଛି । ଧାର୍ଯ୍ୟ ଲକ୍ଷ୍ୟର ପିଛା କରି…

ନିର୍ବାଚନ ହୋଇପାରେ, ଫଳାଫଳ ପ୍ରକାଶ ହେବନି: ହାଇକୋର୍ଟ

ହାଟଡିହୀ,୨ା୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ୩୧ଟି ପଞ୍ଚାୟତରେ ନାଏବ ସରପଞ୍ଚ ନିର୍ବାଚନ ହେବାକୁ ଦିନ ଧାର୍ଯ୍ୟ ହୋଇଥିଲା। ସେଥିମଧ୍ୟରୁ ୨୮ଟି ପଞ୍ଚାୟତରେ ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ଶଢ଼ା, ମରୈଗାଁ ପଞ୍ଚାୟତରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। କିନ୍ତୁ ହାବଳେଶ୍ୱର ପଞ୍ଚାୟତ…

୧୨୧ ବର୍ଷର ରେକର୍ଡ ଭାଙ୍ଗିଲା ତାତି, ୯ ରାଜ୍ୟରେ ଲୁ ଚେତାବନୀ …

ନୂଆଦିଲ୍ଲୀ, ୨।୪ : ଚଳିତ ବର୍ଷ ଦେଶରେ ତାତି ୧୨୧ ବର୍ଷର ରେକର୍ଡ ଭାଙ୍ଗିଛି। ୧୯୦୧ ମସିହା ପରେ ପ୍ରଥମ ଥର ପାଇଁ ମାର୍ଚ୍ଚ ମାସରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଟପିଛି। ଏହା ହାରାହାରି ତାପମାତ୍ରାଠାରୁ ୧.୮୬ ଡିଗ୍ରୀ ସେଲସିୟସ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri