Home

ରଞ୍ଜିତ ରଥ ଅଏଲ ଇଣ୍ଡିଆ ସିଏମ୍‌ଡି

ନୂଆଦିଲ୍ଲୀ, ୪ା୮: ଦେଶର ଦ୍ୱିତୀୟ ବୃହତ୍ତମ ତୈଳ ଓ ବାଷ୍ପ ଉତ୍ପାଦନକାରୀ ସଂସ୍ଥା ଅଏଲ ଇଣ୍ଡିଆର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଭାବେ ରଞ୍ଜିତ ରଥ ନିଯୁକ୍ତି ପାଇଛନ୍ତି। ଆଇଆଇଟି ବମ୍ବେ, ଆଇଆଇଟି ଖଡଗପୁର ଓ ଉତ୍କଳ ୟୁନିଭର୍ସିଟିର ପୂର୍ବତନ ଛାତ୍ର ରଞ୍ଜିତ…

ପ୍ରଜ୍ଞାଙ୍କ ସ୍କୁଟରରେ ବିସ୍ଫୋରକ ନିଆଯାଇଥିଲା

ମୁମ୍ବାଇ,୪ା୮: ୨୦୦୮ ମାଲେଗାଓଁ ବିସ୍ଫୋରଣରେ ବ୍ୟବହୃତ ସ୍କୁଟର ଭୋପାଳ ଏମ୍‌ପି ପ୍ରଜ୍ଞା ସିଂ ଠାକୁରଙ୍କ ନାମରେ ପଞ୍ଜୀକୃତ ହୋଇଥିଲା। ଏହି ମାମଲାର ୨୬୧ତମ ସାକ୍ଷୀ ରୂପେ ଜଣେ ଫରେନ୍ସିକ୍‌ ବିଶେଷଜ୍ଞ ଏନେଇ ମଙ୍ଗଳବାର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ର ମୁମ୍ବାଇ ସ୍ଥିତ…

‘ଲୋକେ ମୋତେ ବିବାଦକୁ ଟାଣି ଆଣୁଛନ୍ତି’

ମୁମ୍ବାଇ: ଅଭିନେତ୍ରୀ କରୀନା କପୁର, ଅମିର ଖାନ୍‌ଙ୍କ ସହ ତାଙ୍କର ଆଗାମୀ ଫିଲ୍ମ ‘ଲାଲ୍‌ ସିଂହ ଚଢ଼ା’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ନିକଟରେ ଏକ ସାକ୍ଷାତକାରରେ କରୀନା କହିଛନ୍ତି, ‘ସୀତା: ଦି ଇନ୍‌କରେନେଶନ’ ପାଇଁ ୧୨ କୋଟି ଟଙ୍କା ମାଗିବା ତାଙ୍କ…

ମନ୍ତ୍ରୀଙ୍କୁ ସ୍କୁଟିରେ ବସାଇ କାର୍ଯ୍ୟାଳୟରେ ଛାଡିଲେ ସ୍ମୃତି ଇରାନୀ: ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ,୩।୮: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ବୁଧବାର ତାଙ୍କ ସହକର୍ମୀ ତଥା ମନ୍ତ୍ରୀ ଭାରତୀ ପାୱାରଙ୍କୁ ସ୍କୁଟିରେ ବସାଇ ତାଙ୍କ କାର୍ଯ୍ୟାଳୟରେ ଛାଡିଛନ୍ତି। ସେ ଏହାର ଭିଡିଓକୁ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ପୋଷ୍ଟ କରିଛନ୍ତି। ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ…

ଚାଇନା ରାଗରେ ପଞ୍ଚମ: ଦେଖାଇଲା ଆକ୍ରମଣାତ୍ମକ ଆଭିମୁଖ୍ୟ

ଓ୍ବାଶିଂଟନ୍‌,୩।୮: ଆମେରିକାର ସିନେଟ୍‌ର ବାଚସ୍ପତି ନାନ୍ସି ପେଲୋସି ତାଇୱାନ ଗସ୍ତ ଶେଷ କରିବା ପରେ ଦକ୍ଷିଣ କୋରିଆ ଯାଇଛନ୍ତି। ନାନସୀଙ୍କ ଗସ୍ତ ପରେ ଚାଇନା ରାଗରେ ନିଆଁବାଣ ହୋଇପଡିଛି। ଏହାର ଫଳସ୍ବରୂପ ୨୭ଟି ଚାଇନା ଯୁଦ୍ଧ ବିମାନ ତାଇୱାନ ପ୍ରତିରକ୍ଷା ଜୋନ୍‌ରେ…

କିରାଣିଙ୍କୁ ଘରୁ ମିଳିଲା ୮୫ ଲକ୍ଷ ନଗଦ ଟଙ୍କା

ଭୋପାଳ,୩।୮: ମଧ୍ୟପ୍ରଦେଶ ଚିକିତ୍ସା ବିଭାଗରେ କାର୍ଯ୍ୟରତ ଜଣେ କିରାଣିଙ୍କ ଘରେ ଚଢାଉ କରାଯାଇ ଲକ୍ଷ ଲକ୍ଷ ଟଙ୍କା ଜବତ କରାଯାଇଛି। ଚଢାଉ କରିବାକୁ ଯାଇଥିବା ଅଧିକାରୀମାନେ ଏତେ ଟଙ୍କା ଦେଖି ଆଶ୍ଚର୍ଯ୍ୟ ହୋଇପଡିଛନ୍ତି। ସୂଚନାଯୋଗ୍ୟ, ହିରୋ କେଶଓ୍ବାନୀ ଜଣେ କିରାଣି ଭାବରେ…

ବଜ୍ରପାତରେ ୨ ଗାଈ ମୃତ, ମହିଳା ଗୁରୁତର

କୋରୁକୋଣ୍ଡା,୩ା୮(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ କିଛିଦିନ ପ୍ରବଳ ଗରମ ହେବା ପରେ ମଙ୍ଗଳବାରଠାରୁ କେତେକ ସ୍ଥାନରେ ବିଜୁଳି ଘଡ଼ଘଡି ସହ ବର୍ଷା ହେବାରେ ଲାଗିଛି। ବୁଧବାର କୋରୁକୋଣ୍ଡା ବ୍ଲକ ଅଧିନସ୍ଥ ଡୁଡା ମେଟା ପଞ୍ଚାୟତ ଅଧିନସ୍ଥ କୋୟାଗୁଡ଼ାର ମୁକା ମାଡ଼କାମୀଙ୍କ ସ୍ତ୍ରୀ ମୁକେ…

 ଆସନ୍ତା ୫ରେ ରାଜଭବନ ଘେରିବ କଂଗ୍ରେସ

ଭୁବନେଶ୍ବର, ୩ା୮(ବ୍ୟୁରୋ): ଦିନକୁ ଦିନ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍‌ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି ହେବାରେ ଲାଗିଛି। ବେକାରି ସମସ୍ୟା, ଅଗ୍ନିପଥ ଯୋଜନା ଏବଂ ମୁଢ଼ି, ଗୁଡ଼, ଖଇ ପ୍ରଭୃତି ଉପରେ ଜିଏସ୍‌ଟି ଲାଗୁ ଆଦି ବିରୋଧରେ…

ମାଡ୍‌ପିଟ୍‌ରେ ଜଣଙ୍କ ଜୀବନ ଗଲା

ଜମନକିରା,୩ା୮(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ଥାନା ଗୌଡପଲି ଫାଣ୍ଡି ଅନ୍ତର୍ଗତ ମେଣ୍ଢା ବହାଲ ଗାଁରେ ମାଡ଼ପିଟ୍‌ ଯୋଗୁ ସେହି ଗାଁର କାର୍ତ୍ତିକ ଖଡିଆ(୪୫)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାଯାଇଛି। ପୋଲିସ ସୂଚନାନୁଯାୟୀ, ମଙ୍ଗଳବାର ରାତିରେ ମେଣ୍ଢାବାହାଲ ଗ୍ରାମର ୩ ଜଣ…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: କୁଚିଣ୍ଡା-ବଲାଙ୍ଗୀରରେ ଖୋଲିବ ୨ ନୂଆ ଆଇଟିଆଇ

ଭୁବନେଶ୍ବର, ୩ା୮(ବ୍ୟୁରୋ): ସମ୍ବଲପୁରର କୁଚିଣ୍ଡା ଓ ବଲାଙ୍ଗୀରର ପାଟଣାଗଡ଼ଠାରେ ୨ଟି ନୂତନ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ) ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଘୋଷଣା କରିଛନ୍ତି। ଏହାଦ୍ବାରା ଏହି ଜନଜାତି ବହୁଳ ଅଞ୍ଚଳର ଯୁବ ସମାଜ ବିଶେଷ…

କିଏ ଏହି ପେଲୋସି? ଯାହାଙ୍କ ନାଁ ଶୁଣିଲେ ଚିହିଙ୍କି ଉଠୁଛି ଚାଇନା

ଓ୍ବାଶିଂଟନ,୩ା୮: ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ବାରମ୍ବାର ଚେତାବନୀ ସତ୍ତ୍ୱେ ଆମେରିକାର ଲୋକ ସଭା ବାଚସ୍ପତି ନାନ୍ସି ପେଲୋସିଙ୍କ ବିମାନ ତାଇଓ୍ବାନରେ ପହଞ୍ଚିଛି। ଯେଉଁଥିପାଇଁ ଚାଇନା ସରକାର ଜୋ ବାଇଡେନଙ୍କୁ ଧମକ ଦେଇଛନ୍ତି। ଚାଇନା ସରକାର କହିଛନ୍ତି, ତାଙ୍କୁ ଉତ୍ତେଜିତ କରିବା…

ଆତଙ୍କବାଦୀ ଭଳି ବ୍ୟବହାର କରାଯାଉଛି: କଂଗ୍ରେସ

ନୂଆଦିଲ୍ଲୀ,୩।୮: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବୁଧବାର ହେରାଲ୍ଡ ହାଉସ୍‌ରେ ଥିବା ୟଙ୍ଗ୍‌ ଇଣ୍ଡିଆନ୍‌ ଲିମିଟେଡ୍‌ର ଅଫିସକୁ ସିଲ୍‌ କରିଛି। ଏଥିସହ କଂଗ୍ରେସ ମୁଖ୍ୟାଳୟ ସଂଯୋଗ କରୁଥିବା ରାସ୍ତାରେ ବ୍ୟାରିକେଡ୍‌ କରାଯିବା ସହ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ବାସଭବନ ବାହାରେ ଅଧିକ ସଂଖ୍ୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?