Home

ଭାଜପାରେ ମିଶିଲେ ମଣିପୁରର ୫ ଜେଡିୟୁ ବିଧାୟକ

ଗୁଆହାଟୀ,୩ା୯: ବିହାରରେ ଭାଜପା ହାତଛାଡ଼ି ନୀତୀଶ କୁମାର ଆର୍‌ଜେଡି ଓ କଂଗ୍ରେସ ସହ ମିଶି ମହାଗଠବନ୍ଧନ ସରକାର ଗଢ଼ିଥିବାବେଳେ ମଣିପୁରରେ ତାଙ୍କ ଦଳକୁ ଶକ୍ତ ଝଟ୍‌କା ଲାଗିଛି। ସେଠାରେ ଜେଡିୟୁର ୬ ବିଧାୟକଙ୍କ ମଧ୍ୟରୁ ୫ ଜଣ ଶୁକ୍ରବାର ପଦ୍ମ ଧରିଛନ୍ତି।…

ଟିକା ମୃତ୍ୟୁକୁ ନେଇ ବିଲ୍‌ ଗେଟ୍ସ, ସିରମ୍‌କୁ ହାଇକୋର୍ଟ ନୋଟିସ

ମୁମ୍ବାଇ, ୩ା୯: କୋଭିଶିଲ୍ଡ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ଜଣଙ୍କ ମୃତ୍ୟୁ ଘଟଣାରେ ବମ୍ବେ ହାଇକୋର୍ଟ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଏବଂ ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ବିଲ୍‌ ଗେଟ୍ସଙ୍କୁ ଶୁକ୍ରବାର ନୋଟିସ ଜାରି କରି ଜବାବ ମାଗିଛନ୍ତି। ଡାକ୍ତର ଝିଅର ମୃତ୍ୟୁକୁ…

ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ଲାଗି ଭୋଟିଂ ଶେଷ

ଲଣ୍ଡନ,୩ା୯: ବୋରିସ ଜନ୍‌ସନଙ୍କ ଇସ୍ତଫା ପରେ କଞ୍ଜରଭେଟିଭ୍‌ ପାର୍ଟି ନେତା ତଥା ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ପାଇଁ ଅନୁଷ୍ଠିତ ମତଦାନ ଶୁକ୍ରବାର ସନ୍ଧ୍ୟାରେ ଶେଷ ହୋଇଛି। ଭାରତୀୟ ବଂଶୋଦ୍ଭବ ପୂର୍ବତନ ଚାନ୍‌ସେଲର ଋଷି ସୁନକ ଏବଂ ବହିର୍ବ୍ୟାପାର ସଚିବ ଲିଜ୍‌ ଟ୍ରସ୍‌ଙ୍କ…

ଭାରତ ବିଶ୍ୱର ୫ମ ବୃହତ୍‌ ଅର୍ଥବ୍ୟବସ୍ଥା

ନୂଆଦିଲ୍ଲୀ,୩ା୯: ବ୍ରିଟେନକୁ ପଛରେ ପକାଇ ଭାରତ ବିଶ୍ୱର ପଞ୍ଚମ ବୃହତ୍‌ ଅର୍ଥ ବ୍ୟବସ୍ଥାର ପରିଚୟ ହାସଲ କରିଛି। ଅର୍ଥନୀତିରେ ବ୍ରିଟେନ ଷଷ୍ଠ ସ୍ଥାନକୁ ଖସିଯାଇଛି। ପ୍ରଥମ ୪ ସ୍ଥାନରେ ଆମେରିକା, ଚାଇନା, ଜାପାନ ଓ ଜର୍ମାନୀ ରହିଛନ୍ତି। ୧୦ ବର୍ଷ ପୂର୍ବରୁ…

ତାଇଓ୍ବାନରୁ ଫେରିବେ ଜାପାନ ନାଗରିକ

ତାଇପେଇ, ୩ା୯: ତାଇଓ୍ବାନ ପ୍ରଣାଳୀରେ ଚାଇନା ସେନାର ସମରାଭ୍ୟାସ, ବେଜିଂ ଡ୍ରୋନ୍‌କୁ ତାଇପେଇ ଗୁଳି ଖସାଇବା ପରେ ଦୁଇ ପଡ଼ୋଶୀ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଚାଇନା ଏହି ଦ୍ୱୀପରାଷ୍ଟ୍ର ଉପରେ ଆକ୍ରମଣ କରିବା ଆଶଙ୍କାରେ ତାଇଓ୍ବାନ ନିଜକୁ ମୁକାବିଲା ପାଇଁ…

ନବଜାତକଙ୍କ ମୃତ୍ୟୁରେ ମହିଳା କର୍ମଚାରୀଙ୍କୁ ମିଳିବ ୬୦ ଦିନ ଛୁଟି

ନୂଆଦିଲ୍ଲୀ, ୩ା୯: କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଥିବା ମହିଳା କର୍ମଚାରୀଙ୍କ ପ୍ରସବବେଳେ ନବଜାତକର ମୃତ୍ୟୁ ଘଟିଲେ ସେମାନଙ୍କୁ ୬୦ ଦିନ ସ୍ବତନ୍ତ୍ର ମାତୃତ୍ୱ ଛୁଟି ମିଳିବ। ଏ ନେଇ କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ଶୁକ୍ରବାର ଏକ ନିର୍ଦ୍ଦେଶାନାମା…

ମେସର୍ସ କେସିଏସ୍‌ କ୍ୟାମ୍ପ ଭାଙ୍ଗିଲେ, ମେଶିନ ପୋଡ଼ିଦେଲେ

କେନ୍ଦୁଝର, ୩ା୯ (ସ୍ବ.ପ୍ର.): କେନ୍ଦୁଝର ଜିଲା ନୟାକୋଟ ଥାନା ଅଧୀନ କାଦକଳା ଗ୍ରାମ ନିକଟ ଜମ୍ଭିରିପଶିଠାରେ ସ୍ଲରି ପାଇପ୍‌ ଲାଇନ ବିଛାଇବା କାମ କରୁଥିବା ମେସର୍ସ କେସିଏସ୍‌ ପ୍ରୋଜେକ୍ଟ କ୍ୟାମ୍ପକୁ ଶୁକ୍ରବାର ଅପରାହ୍ନରେ ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିବା ସହ ମେଶିନ ପୋଡ଼ିଦେଇଛନ୍ତି।…

ଗଣେଶ ପୂଜା ଭୋଜି ଖାଇ ୨୫ ଛାତ୍ରୀଛାତ୍ର ଅସୁସ୍ଥ

ନୀଳଗିରି,୩ା୯(ସ୍ବ.ପ୍ର.): ବାଲେଶ୍ୱର ଜିଲା ଔପଦା ବ୍ଲକ ବାଉଁଶବଣିଆ ପ୍ରାଥମିକ ସ୍କୁଲରେ ଗଣେଶ ପୂଜା ଭୋଜି ଖାଇ ୨୫ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥ ଛାତ୍ରୀଛାତ୍ରଙ୍କୁ ଚିକିତ୍ସା ଲାଗି ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ଗଣେଶ ପୂଜା ଦିନ ସ୍କୁଲରେ ଭୋଜି…

ଜାଲରେ ପଡ଼ିଲା ଯୁବତୀଙ୍କ ମୃତଦେହ

ବାଲିଆପାଳ/ଲଙ୍ଗଳେଶ୍ୱର, ୩ା୯(ସ୍ବ.ପ୍ର./ଡି.ଏନ.ଏ.): ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅଧୀନ ଜାମକୁଣ୍ଡା ପଞ୍ଚାୟତ ବଡ଼ତାଳପଦା ଗ୍ରାମ ଦେଇ ପ୍ରବାହିତ ଖାଳରୁ ଶୁକ୍ରବାର ମାଛ ଧରିବା ପାଇଁ ବସାଯାଇଥିବା ଜାଲରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ପରିଚୟ ମିଳି ନ ଥିବା…

ସ୍ତ୍ରୀଙ୍କ ଦଶାହରେ ସ୍ବାମୀ ଆଖି ବୁଜିଲେ

ଭଦ୍ରକ ଅଫିସ,୩ା୯: ସ୍ତ୍ରୀଙ୍କ ଦଶାହରେ କ୍ରିୟା କର୍ମ ଚାଲିଥିଲା। ଏହି ସମୟରେ ସ୍ବାମୀଙ୍କର ମୃତ୍ୟୁ ଘଟିଛି। ୧୦ ଦିନ ମଧ୍ୟରେ ଉଭୟ ମା’ ବାପାଙ୍କୁ ହରାଇ ଅନାଥ ହୋଇଛନ୍ତି ୫ ବର୍ଷର ଝିଅ ଓ ୨ ବର୍ଷର ପୁଅ। ପରିବାର ଲୋକେ…

ଦିଲ୍ଲୀ ଉପରାଜ୍ୟପାଳଙ୍କ ବହିଷ୍କାର ଦାବିକଲା ଏଏପି

ନୂଆଦିଲ୍ଲୀ,୩ା୯: ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସାକ୍ସେନା ଖଦି ଓ ଗ୍ରାମୋଦ୍ୟୋଗ ପରିଷଦ ଅଧ୍ୟକ୍ଷ ଥିବାବେଳେ ନିଜ କ୍ଷମତାର ଦୁରୁପଯୋଗ କରି ମୁମ୍ବାଇ ଖଦି ଲାଉଞ୍ଜର ଇଣ୍ଟେରିୟର ଡିଜାଇନ ଠିକା କାମ ତାଙ୍କ ଝିଅଙ୍କୁ ଦେଇଥିଲେ। ତାଙ୍କୁ ତୁରନ୍ତ ବହିଷ୍କାର କରାଯାଉ ବୋଲି…

ଚାଇନା ବିରୋଧରେ ଆମେରିକାର ବଡ ଚାଲ, ତାଇୱାନକୁ ଦେଲା ୧.୧ ଅରବ ଡଲାର ସେନା ସହାୟତା

ୱାଶିଂଟନ,୩ ।୯: ଚାଇନା ବିରୋଧରେ ଆମେରିକା ଚଳାଇଛି ବଡ ଚାଲ । ଶୁକ୍ରବାର ଆମେରିକା ତାଇୱାନ ଭଳି ଏକ ଛୋଟିଆ ଦ୍ୱୀପକୁ ୧.୧ ବିଲିୟନ ଡଲାରର ନୂଆ ଅସ୍ତ୍ରଶସ୍ତ୍ର ପ୍ୟାକେଜ ଦେବାକୁ ଘୋଷଣା କରିଛି । ଆମେରିକା ସ୍ପିକର ନାନ୍ସି ପେଲୋସି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri