Advertisement

ସ୍ବାମୀଙ୍କ ଭୟରେ ଘରୁ ବାହାରିବାକୁ ଡରୁଥିଲେ ଅଭିନେତ୍ରୀ, ଏବେ ବଖାଣିଲେ ଦୁଃଖ

ବମ୍ବେ: କିଛି ଦିନର ଡେଟିଂ ପରେ ବିବାହ। ଏବେ ଛାଡ଼ପତ୍ର ପର୍ଯ୍ୟନ୍ତ କଥା ପହଞ୍ଚିବା ପରେ ପରସ୍ପରକୁ ଆରୋପ ପ୍ରତ୍ୟାରୋପ କରି ଆସୁଛନ୍ତି ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ରାଜୀବ ସେନ ଏବଂ ଭାଉଜ ଚାରୁ ଅସୋପା। ନିକଟରେ ରାଜୀବ ଚାରୁଙ୍କ ଚରିତ୍ରକୁ ନେଇ କହିଥିଲେ। ଏବେ ପାଲଟା ଆକ୍ରମଣ କରିଛନ୍ତି ଚାରୁ। ସେ ବିବାହକୁ ସଫଳ କରିବାକୁ ଯାଇ ଯଥାସମ୍ଭବ ଚେଷ୍ଟା କରିଥିଲେ। ହେଲେ ତାହା ସଫଳ ହୋଇପାରିନାହିଁ।

ଏକ ନୂଆ ସାକ୍ଷାତକାରରେ ଚାରୁ ରାଜୀବ କରିଥିବା ସମସ୍ତ ଅଭିଯୋଗକୁ ମିଛ ବୋଲି କହିଛନ୍ତି। କର୍ମ ଜୀବନରେ ଆଗକୁ ବଢ଼ନ୍ତୁ ବୋଲି ରାଜୀବ ଚାହୁଁ ନ ଥିଲେ। ସେ ଟେଲିଭିଜନ ଧାରାବାହିକ କରୁଥିବା ବେଳେ ସହକଳାକାରମାନଙ୍କୁ ମେସେଜ ପଠାଇ ଚାରୁଙ୍କ ସହ କାମ କରିବାକୁ ମନା କରିଥିଲେ। ଏଥିଲାଗି ଚାରୁଙ୍କୁ ଶୋ’ରୁ ବାହାର କରି ଦିଆଯାଇଥିଲା। ଯେତେବେଳେ ସେ ୟୁଟ୍ୟୁବ ଚ୍ୟାନେଲ ଖୋଲିଥିଲେ ସେତେବେଳେ ରାଜୀବ ତାଙ୍କୁ ଦାୟିତ୍ୱହୀନ ମା’ ବୋଲି ଆଖ୍ୟା ଦେଇଥିଲେ। ହେଲେ ସେ ନିଜେ ଝିଅ ସହ ଭିଡିଓ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ପୋଷ୍ଟ କରୁଥିଲେ।

ପରେ କଥା ମାର୍‌ପିଟ ଯାଏ ପହଞ୍ଚିବା ପରେ ଚାରୁ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ହେଲେ ସେ ସବୁବେଳେ କ୍ଷମା ମାଗୁଥିବାରୁ ଚାରୁ କ୍ଷମା କରିଦେଉଥିଲେ। ପରିବାର ତରଫରୁ ଦ୍ୱିତୀୟ ବିବାହ ଚଳାଇବା ଲାଗି ଚାପ ଥିଲା। ଏଥିଲାଗି ସେ ବହୁତ ସହିଥିଲେ। କାମ ଛାଡ଼ି ଘରେ ରୋଷେଇ କରିଥିଲେ। ଏମିତି ସମୟ ଆସିଥିଲା ଯେ ତାଙ୍କୁ ଘରୁ ବାହାରିବାକୁ ଡର ଲାଗୁଥିଲା। ରାଜୀବ ରାଗିବେ ବୋଲି ଭାବି ସେ କାହା ସହ କଥା ବି ହେଉ ନ ଥିଲେ। ମାତ୍ର ଏବେ ସେ ନିଷ୍ପତ୍ତି ନେଇ ସାରିଛନ୍ତି। ଆଉ ତାଙ୍କ ଅଲଗା ହେବାର ନିଷ୍ପତ୍ତି ବଦଳିବ ନାହିଁ ବୋଲି ଚାରୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ବର୍ଷ ସାନ ବୟଫ୍ରେଣ୍ଡଙ୍କ ସହ ବ୍ରେକ୍‌ଅପ୍‌ କଲେ ଏହି ଅଭିନେତ୍ରୀ ! ଇନ୍‌ଷ୍ଟା ପୋଷ୍ଟକୁ ନେଇ…

ବମ୍ବେ: ଦୀର୍ଘ ବର୍ଷ ଧରି ଡେଟ୍‌ କରିବା ପରେ ପ୍ରେମିକଙ୍କଠାରୁ ଅଲଗା ହୋଇଛନ୍ତି ସୁନ୍ଦରୀ ସୁସ୍ମିତା ସେନ। ଏଭଳି କିଛି ଚର୍ଚ୍ଚା ଏବେ ଜୋର ଧରିବାରେ...

‘ସାରେ ଜହାଁ ସେ ଅଚ୍ଛା’ରେ ଆମିର, ଶାହରୁଖ୍‌

ମୁମ୍ବାଇ: ସୁପରଷ୍ଟାର ଆମିର ଖାନ୍‌ ଏବଂ ଶାହରୁଖ୍‌ ଖାନ୍‌ ‘ସାରେ ଜହାଁ ସେ ଅଚ୍ଛା’ ଫିଲ୍ମରେ ଅଭିନୟ କରିବାକୁ ଆଗ୍ରହୀ ଥିବା ପ୍ରଯୋଜନା ସୂତ୍ରରୁ ଜାଣିବାକୁ...

ଅନୁଷ୍କାଙ୍କ ଚମତ୍କାରୀ ପୋଷାକର ଦାମକୁ ନେଇ ହେଉଛି ଚର୍ଚ୍ଚା

ମୁମ୍ବାଇ: ବଲିଉଡ୍‌ ନାୟିକା ଅନୁଷ୍କା ଶର୍ମା ଭାରତୀୟ କ୍ରିକେଟ ଦଳର କ୍ୟାପଟେନ ବିରାଟ କୋହଲି ଏବେ ଖୁବ୍‌ ଚର୍ଚ୍ଚାରେ। କାରଣ ନିକଟରେ ଅନୁଷ୍କା ମା’ ହେବା...

ସାଙ୍ଗର ମନକଥା କହିବାକୁ ଯାଇଥିଲେ, ହେଲେ ନିଜେ ପଡ଼ିଗଲେ ପ୍ରେମରେ…

ଅଭିନେତ୍ରୀ ସୋନମ କପୁରଙ୍କ ସ୍ବାମୀ ଆନନ୍ଦ ଅହୁଜା ଭାରତର ଜଣେ ପ୍ରସିଦ୍ଧ ଫ୍ୟାଶନ ଉଦ୍ୟୋଗୀ। ସେ ପ୍ରତିବର୍ଷ ୨୯ଜୁଲାଇରେ ତାଙ୍କ ଜନ୍ମଦିନ ପାଳନ କରନ୍ତି। ୨୦୧୮ରେ,...

ଆସିଲା ‘ବାଲା’ର ନୂଆ କମେଡି ପୋଷ୍ଟର

ମୁମ୍ବାଇ: ଗତ କିଛିଦିନ ହେବ ଅଭିନେତା ଆୟୁଷ୍ମାନ ଖୁରାନଙ୍କ ଅଭିନୀତ ଫିଲ୍ମ ‘ବାଲା’ ଚର୍ଚ୍ଚାରେ ରହି ଆସିଛି। ଆସନ୍ତା ମାସରେ ଏହା ରିଲିଜ୍‌ ହେବାର ଯୋଜନା...

ମାତ୍ର ୨୮ ବର୍ଷ ବୟସରେ ହାସଲ କରିଛନ୍ତି ଅନେକ ସଫଳତା: କୋଟି କୋଟି ଟଙ୍କାର ମାଲିକାଣୀ ଏହି ଅଭିନେତ୍ରୀ

ପପ୍‌ ଗାୟିକା ତଥା ଅଭିନେତ୍ରୀ ସେଲିନା ଗୋମେଜଙ୍କ ଜୁଲାଇ ୨୨ରେ ଜନ୍ମଦିନ। ସେ ଏବେ ୨୮ ବର୍ଷରେ ପାଦଦେଇଛନ୍ତି। ସେ ଜଣେ ପ୍ରସିଦ୍ଧ ଗାୟିକା। ସେଲିନା...

ବିରାଟଙ୍କ ଏହି ଗୁଣ ମୋତେ ଆଶ୍ଚର୍ଯ୍ୟ କରିଛି: ଅନୁଷ୍କା

ଆଇସିସି ବିଶ୍ୱକପ୍‌ରେ ଭାରତ ସେମିଫାଇନାଲରୁ ବିଦାୟ ନେବା ପରେ ଅଧିନାୟକ ବିରାଟ କୋହଲିଙ୍କୁ ନେଇ ଏବେ ଖୁବ୍‌ ଆଲୋଚନା ଚାଲିଛି। ସାଥୀ ଖେଳାଳି ରୋହିତ ଶର୍ମାଙ୍କ...

‘ଅକ୍ଷୟ ମୋତେ ବ୍ୟବହାର କରି…’ ବ୍ରେକ୍‌ଅପ୍‌ ପରେ ଶିଳ୍ପା…

ବମ୍ବେ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ସଫଳ ଅଭିନେତାଙ୍କ ମଧ୍ୟରୁ ଜଣେ। ସେ ନିଜର କର୍ମ ଜୀବନ ସହ ବ୍ୟକ୍ତିଗତ ଜୀବନ ମଧ୍ୟରେ ସମନ୍ବୟ ରଖିଥାନ୍ତି।...

Advertisement
Archives

Model This Week