Home

ବିକିନି କିଲର୍‌ ମୁକ୍ତ

କାଠମାଣ୍ଡୁ,୨୪।୧୨: ‘ଦି ସର୍ପେଣ୍ଟ’ ନାମରେ କୁଖ୍ୟାତ ଫରାସୀ ସିରିଏଲ୍‌ କିଲର ଚାଲର୍‌ସ ଶୋଭରାଜ ଶୁକ୍ରବାର ନେପାଳ ଜେଲରୁ ମୁକ୍ତ ହୋଇଛନ୍ତି। ନେପାଳ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଖଲାସ କରି ଫ୍ରାନ୍ସକୁ ପ୍ରତ୍ୟର୍ପଣ କରାଯାଇଛି। ୧୯୭୦ ଦଶକରେ ଏସିଆରେ ବହୁ ହତ୍ୟାକାଣ୍ଡର ଷଡ଼ଯନ୍ତ୍ର…

ପୋଖରୀରେ ବୁଡ଼ି ୩ ନାବାଳକ ମୃତ

ରାଜନଗର,୨୪।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ସାତଭାୟା ଥଇଥାନସ୍ଥଳ ବଗପାଟିଆ ଗଁ।ରେ ଶୁକ୍ରବାର ପୋଖରୀରେ ବୁଡ଼ି ୩ ନାବାଳକଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏବେ ବଡ଼ଦିନ ଛୁଟି ଚାଲିଛି। ପିଲାମାନଙ୍କୁ ବଣଭୋଜି…

ଅଚ୍ୟୁତଙ୍କୁ ୫୦ତମ ଡକ୍ଟରେଟ୍‌ ଡିଗ୍ରୀ

ଭୁବନେଶ୍ୱର,୨୪।୧୨(ବ୍ୟୁରୋ): ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶିକ୍ଷାବିତ୍‌, ସାମାଜିକ କର୍ମୀ, କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା କନ୍ଧମାଳ ଏମ୍‌ପି ଡ. ଅଚ୍ୟୁତ ସାମନ୍ତଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡି.ଲିଟ୍‌ ଡିଗ୍ରୀ ପ୍ରଦାନ କରାଯାଇଛି। ବିଶ୍ୱବିଦ୍ୟାଳୟର…

ପ୍ରସ୍ତୁତ ରହିବାକୁ ସବୁ ହସ୍ପିଟାଲକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୪।୧୨(ବ୍ୟୁରୋ): ବିଦେଶରେ କରୋନାର ନୂଆ ଭାରିଆଣ୍ଟ ବ୍ୟାପୁଛି। ଏବେ ଚାଇନାରେ ଭୟାବହ ପରିସ୍ଥିତି ସୃଷ୍ଟି କରିଥିବା ଓମିକ୍ରନ୍‌ର ସବ୍‌ଭାରିଆଣ୍ଟ ବିଏଫ୍‌.୭ ଭୂତାଣୁ ଭାରତରୁ ମଧ୍ୟ ମିଳିଛି। ତେବେ ଓଡ଼ିଶାରୁ ଏଥିରେ ଜଣେ ଆକ୍ରାନ୍ତ ହୋଇଥିବା ରିପୋର୍ଟ ପ୍ରକାଶ ପାଇବା ପରେ…

‘ଓ୍ବାନ୍‌ ର଼୍ୟାଙ୍କ ଓ୍ବାନ୍‌ ପେନସନ୍‌ ଯୋଜନା’ରେ ସଂଶୋଧନ: ଏବେ ୨୫ ଲକ୍ଷ ହେବେ ଉପକୃତ

ନୂଆଦିଲ୍ଲୀ,୨୩।୧୨: ମୋଦୀ କ୍ୟାବିନେଟ୍‌ ଶୁକ୍ରବାର ଏକ ପ୍ରମୁଖ ନିଷ୍ପତ୍ତି ନେଇ ‘ୱାନ ର଼୍ୟାଙ୍କ ୱାନ ପେନସନ ଯୋଜନା’ରେ ସଂଶୋଧନ କରିଛନ୍ତି। ଏନେଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ବିସ୍ତୃତ ସୂଚନା ଦେଇ କହିଛନ୍ତି, ଓ୍ବାନ୍‌ ର଼୍ୟାଙ୍କ ୱାନ ପେନ୍‌ସନ ଯୋଜନା ସଂଶୋଧିତ…

ଆଉ ବର୍ଷେ ଯାଏ ମିଳିବ ‘ମାଗଣା ରାସନ’

ନୂଆଦିଲ୍ଲୀ,୨୩।୧୨: ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ଦେଶର ଗରିବ ଲୋକଙ୍କୁ ମିଳୁଥିବା ମାଗଣା ରାସନ ଯୋଜନାକୁ ଆଉ ଏକ ବର୍ଷକ ଯାଏ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଶୁକ୍ରବାର କ୍ୟାବିନେଟ୍‌ ବୈଠକରେ ଏହି ବଡ ନିଷ୍ପତ୍ତି ନିଆଯାଇଛି। ୨୦୨୦ରେ କରୋନା…

କେରଳ ଖବରଦାତା ସିଦ୍ଧିକି କପ୍ପାନଙ୍କୁ ମିଳିଲା ଜାମିନ

ଲକ୍ଷ୍ନୌ,୨୩ା୧୨: କେରଳର ଖବରଦାତା ସିଦ୍ଦିକି କପ୍ପାନଙ୍କୁ ମିଳିଲା ଜାମିନ। ଆତଙ୍କବାଦ ସହ ସମ୍ପୃକ୍ତି ଅଭିଯୋଗରେ କେରଳର ସାମ୍ବାଦିକ ସିଦ୍ଦିକି କପ୍ପାନ ୨ ବର୍ଷ ଧରି ଉତ୍ତରପ୍ରଦେଶ ଜେଲ୍‌ରେ ଥିଲେ। ଶୁକ୍ରବାର ଆହ୍ଲାବାଦ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଦୁଇବର୍ଷ ପୂର୍ବରୁ…

ରାଜାଙ୍କ ସିଂହାସନ ଯାଏ ଆମେ ଆସିଗଲୁ: ରାହୁଲ

ନୂଆଦିଲ୍ଲୀ,୨୩।୧୨: ହରିୟାଣା-ଦିଲ୍ଲୀ ସୀମାରେ ପହଞ୍ଚିଛି କଂଗ୍ରେସର ‘ଭାରତ ଯୋଡୋ’ ଯାତ୍ରା। ଶନିବାର ଦିଲ୍ଲୀର ବଦରପୁର ସୀମାରୁ ଏହି ଯାତ୍ରା ଆଗକୁ ବଢ଼ିବ। ତେବେ ଏହି ଅବସରରେ ଭାରତର ସ୍ବର ସହ ରାଜାଙ୍କ ସିଂହାସନ ପର୍ଯ୍ୟନ୍ତ ପହଞ୍ଚିଛୁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି।…

ଫାର୍ମରେ ବିଦ୍ୟୁତ ସଂଯୋଗ ଲାଗି ନେଉଥିଲେ ଲାଞ୍ଚ, ଲାଇନ୍‌ ମ୍ୟାନ୍‌ଙ୍କୁ ଗିରଫ କଲା ଭିଜିଲାନ୍ସ

ପିପିଲି,୨୩।୧୨(ଡି.ଏନ୍‌.ଏ.): ପୁରୀ ଜିଲା ପିପିଲିର ଭାରତୀପୁର ବିଦ୍ୟୁତ୍‌ ସେକ୍ସନରେ ଲାଇନ ମ୍ୟାନ୍‌ ଭାବେ କାର୍ଯ୍ୟ କରୁଥିବା ମାନସ ରଞ୍ଜନ ସାହୁ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ବିଦ୍ୟୁତ୍‌ ସଂଯୋଗ କରିବା ପାଇଁ ମାନସ ଜଣେ ବ୍ୟକ୍ତିଙ୍କଠାରୁ ୭, ୫୦୦ଟଙ୍କା ନେଉଥିବା…

‘କରୋନାର ନୂଆ ଭାରିଆଣ୍ଟକୁ ପ୍ରତିହତ କରିପାରିବ ବୁଷ୍ଟର ଡୋଜ୍‌’

ଭୁବନେଶ୍ୱର, ୨୩।୧୨(ବ୍ୟୁରୋ): ଓଡ଼ିଶାରେ କରୋନାର ନୂଆ ଭାରିଆଣ୍ଟ ତଥା ଓମିକ୍ରନ୍‌ର ସବ୍‌ଭାରିଆଣ୍ଟ ବିଏଫ୍‌-୭ ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟବାସୀଙ୍କ ଚିନ୍ତା ବଢ଼ିଛି। ଏହାକୁ କିପରି ମୁକାବିଲା କରାଯିବ ତାକୁ ନେଇ ରାଜ୍ୟ ସରକାର ମଧ୍ୟ ବିଭିନ୍ନ ନିଷ୍ପତ୍ତି ନେଇଛନ୍ତି।…

କାନ୍ଦିଲେ ଉର୍ଫି: କହିଲେ-‘କେତେ ଆଉ ସହିବି’

ବମ୍ବେ: କାନ୍ଦିଲେ ସୋସିଆଲ ମିଡିଆ ସେନ୍‌ସେଶନ ଉର୍ଫି ଜାଭେଦ। ସର୍ବଦା ନିଜର ପୋଷାକ ପରିଧାନକୁ ନେଇ ଟ୍ରୋଲ ହେଉଥିବା ଉର୍ଫି ଏବେ ନିଜ କୋହକୁ ସମ୍ଭାଳି ପାରିନାହାନ୍ତି। ସୋସିଆଲ ମିଡିଆରେ ଜଣେ ହକି ଖେଳାଳିଙ୍କ କଥାକୁ ନେଇ ସେ କାନ୍ଦି ପକାଇଛନ୍ତି।…

ରାଜ୍ୟରେ ପୂରଣ ହେବ ୪,୭୯୦ କନଷ୍ଟେବଳ ପଦବୀ

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ଓଡ଼ିଶାରେ ପୋଲିସରେ ଖାଲି ଥିବା କନେଷ୍ଟବଳ ପଦବୀ ମଧ୍ୟରୁ ୪,୭୯୦ଟି କନଷ୍ଟେବଳ ପଦବୀ ପୂରଣ ପାଇଁ ୪ଟି ପର୍ଯ୍ୟାୟରେ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ । ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି କନଷ୍ଟେବଳମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?