Home

ଧଳା ହରିଣକୁ କରୋନା: ୮୦ ଭାରିଆଣ୍ଟ ଠାବ …

ଓ୍ବାଶିଂଟନ,୨।୨ : ଆମେରିକାରେ ଧଳା ହରିଣଠାରେ କରୋନା ମହମାରୀ ବ୍ୟାପିବା ନେଇ ଚିନ୍ତା ବଢ଼ିବାରେ ଲାଗିଛି। ହରିଣଙ୍କଠାରେ କରୋନା ଭୂତାଣୁ ମନୁଷ୍ୟ ତୁଳନାରେ ୮୦ ଥର ନିଜର ରୂପ ପରିବର୍ତ୍ତନ କରି ନୂଆ ନୂଆ ଭାରିଆଣ୍ଟ ସୃଷ୍ଟି କରିଛି। ବୈଜ୍ଞାନିକମାନେ ଉତ୍ତର…

ମୂଳ ଭାରତୀୟ ପ୍ରମିଳା ଜୟପାଳ ଆମେରିକାରେ ବଡ଼ ପଦବୀରେ…

ଓ୍ବାଶିଂଟନ,୨।୨ : ପୁଣିଥରେ ମୂଳ ଭାରତୀୟମାନେ ଆମେରିକାରେ ନିଜର ଆଧିପତ୍ୟ ଜାହିର କରିଛନ୍ତି। ଏଥର ଭାରତୀୟ ମୂଳ ପ୍ରମିଳା ଜୟପାଲଙ୍କୁ ଇମିଗ୍ରେଶନ ଉପରେ ଶକ୍ତିଶାଳୀ ହାଉସ ଜୁଡିସିଆରୀ କମିଟି ପ୍ୟାନେଲର ର଼୍ୟାଙ୍କିଙ୍ଗ ସଦସ୍ୟ ଭାବେ ନାମିତ କରାଯାଇଛି। ସେ ପ୍ରଥମ କମିଟିର…

ସବୁ ପକ୍ଷ ସହ ସମନ୍ବୟ ରକ୍ଷାକୁ ଗୁରୁତ୍ୱାରୋପ

ଭୁବନେଶ୍ୱର,୨।୨: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ବୁଧବାର ରେଲଓ୍ବେର ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ପାରାଦୀପ ଗସ୍ତରେ ଯାଇ କଟକ-ପାରାଦୀପ ଏବଂ ପାରାଦୀପ-ହରିଦାସପୁର ରେଳମାର୍ଗ ନିରୀକ୍ଷଣ କରିଥିଲେ। ଏହି ପରିପ୍ରେକ୍ଷୀରେ ସେ ଓ ତାଙ୍କ ଟିମ୍‌ ବିଭିନ୍ନ ବିକାଶମୂଳକ କାର୍ଯ୍ୟ…

ଏସ୍‌ପିପିଏଲ୍‌ ପକ୍ଷରୁ ମେଗା ସ୍ବାସ୍ଥ୍ୟ ଶିବିର

ଭୁବନେଶ୍ୱର,୨।୨: ସୁବର୍ଣ୍ଣରେଖା ବନ୍ଦର ପ୍ରାଇଭେଟ୍‌ ଲିମିଟେଡ୍‌ (ଏସ୍‌ପିପିଏଲ୍‌) ପକ୍ଷରୁ ବାଲେଶ୍ୱର ଜିଲାର ବସ୍ତା ନିକଟସ୍ଥ ସିଙ୍ଗଲାସ୍ଥିତ ପାଠଦୁର୍ଗା ସଂସ୍କୃତ କଲେଜ ପରିସରରେ ଏକ ମେଗା ସ୍ବାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା। ଏପରିକି ଉକ୍ତ ଶିବିରରେ ମୋଟ ୮୬୦ ରୋଗୀ ଅଂଶ ଗ୍ରହଣ…

ନୂତନ ଯୁଗର ବଜେଟ

ଭୁବନେଶ୍ୱର,୨।୨: ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସ (ଆଇସିସି) ପକ୍ଷରୁ ଚଳିତ ଥରର ୟୁନିୟନ ବଜେଟ ଲାଇଭ୍‌ ଉପରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏ ସମ୍ପର୍କରେ ମେହୁଲ ମୋହନକା କହିଛନ୍ତି, ୟୁନିୟନ ବଜେଟ ୨୦୨୩-୨୪କୁ ବେଶ୍‌ ପ୍ରଶଂସା କରାଯାଇପାରେ। କାରଣ…

ନାଲ୍‌କୋରେ ଯୋଗଦେଲେ ପଙ୍କଜ କୁମାର

ଭୁବନେଶ୍ୱର,୨।୨: ନବରତ୍ନ ଉଦ୍ୟୋଗ ନାଲ୍‌କୋର ନୂତନ ନିର୍ଦ୍ଦେଶକ (ଉତ୍ପାଦନ) ଭାବେ ପଙ୍କଜ କୁମାର ଶର୍ମା ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଶର୍ମା ଏନ୍‌ଏମ୍‌ଡିସିର ରାୟପୁରସ୍ଥିତ ବିଶ୍ୱ ଅନ୍ବେଷଣ କେନ୍ଦ୍ରଠାରେ ମୁଖ୍ୟ ମହାପ୍ରବନ୍ଧକ ଭାବେ କାର୍ଯ୍ୟରତ ଥିଲେ। ଏପରିକି ସେ…

ଆସିବ ମାଇକେଲ୍‌ ଜ୍ୟାକ୍‌ସନଙ୍କ ବାୟୋପିକ୍‌

ନୂଆଦିଲ୍ଲୀ: ଦିବଂଗତ ଆମେରିକୀୟ ପପ୍‌ ସିଙ୍ଗର ଭାବେ ମାଇକେଲ୍‌ ଜ୍ୟାକ୍‌ସନ ବେଶ୍‌ ଖ୍ୟାତି ଅର୍ଜନ କରିଛନ୍ତି। ତେବେ ତାଙ୍କ ଜୀବନୀକୁ ନେଇ ଏକ ଚଳଚ୍ଚିତ୍ର ନିର୍ମାଣ ହେବାକୁ ନିଷ୍ପତ୍ତି ହୋଇଛି। ଏଥିରେ ତାଙ୍କ ପୁତୁରା ଜାଫର୍‌ ଜ୍ୟାକ୍‌ସନ ମୁଖ୍ୟ ଭୂମିକାରେ ଅଭିୟନ…

ଆର୍ଦ୍ରଭୂମିର ବିକାଶ ଜରୁରୀ

ବିଶ୍ୱ ଆର୍ଦ୍ରଭୂମି ଦିବସ ହେଉଛି ଏକ ପରିବେଶ ସମ୍ବନ୍ଧୀୟ ଉତ୍ସବ, ଯାହା ୧୯୭୧ ମସିହାରୁ ଆରମ୍ଭ ହୋଇଥିଲା। ସେତେବେଳେ ଅନେକ ପରିବେଶବିତ୍‌ ଆର୍ଦ୍ରଭୂମିର ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଏକତ୍ରିତ ହୋଇଥିଲେ, ଯାହା ଉଦ୍ଭିଦ, ପରିବେଶ ଏବଂ ଜଳ ମଧ୍ୟରେ ଥିବା ପ୍ରାଣୀଙ୍କ…

୨୦୨୧ ଅଣ୍ଡରଟେକିଂର ପ୍ରଚାର କର

ନୂଆଦିଲ୍ଲୀ,୨ା୨: ହ୍ବାଟ୍ସଆପ୍‌ର ୨୦୨୧ ଗୋପନୀୟତା ନୀତିକୁ ୟୁଜର ଗ୍ରହଣ କରିବାକୁ ବାଧ୍ୟ ନୁହନ୍ତି। ସେହିବର୍ଷ ମେ’ରେ ଉକ୍ତ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏନେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟକୁ ପତ୍ର ଲେଖି ଜଣାଇଥିଲା। ନୂଆ ପ୍ରିଭେସି ନୀତିକୁ ୟୁଜର ଗ୍ରହଣ…

ସୁଏଜ୍‌ କେନାଲରେ ଜାହାଜ ଅଚଳ

କାଇରୋ,୨।୨ : ତରଳୀକୃତ ପ୍ରାକୃତିକ ବାଷ୍ପ (ଏଲ୍‌ଏନ୍‌ଜି) ପରିବହନ କରୁଥିବା ଏକ ଜାହାଜ ବୁଧବାର ସୁଏଜ୍‌ କେନାଲରେ ଅଚଳ ହୋଇଯାଇଛି। ତେବେ ଏଥିପାଇଁ ବିଶ୍ୱର ଦ୍ୱାର ଭାବେ ପରିଚିତ ସୁଏଜ୍‌ କେନାଲରେ ଜାହାଜ ଚଳାଚଳ ବାଧାପ୍ର୍ରାପ୍ତ ହୋଇନାହିଁ। ବାହାମାସ୍‌ର ଏହି ଜାହାଜ…

ବର୍ତ୍ତିଗଲେ ଓଡ଼ିଶାର ସ୍ନୋ ଗର୍ଲ ରଞ୍ଜିତା

ଭୁବନେଶ୍ୱର, ୨।୨ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶାର ଏକମାତ୍ର ସ୍ନୋ ଗର୍ଲ ଭାବେ ବିଶେଷ ପରିଚିତ ରଞ୍ଜିତା ବେହେରା ଏକ ଭୟଙ୍କର ବିପଦରୁ ଅଳ୍ପକେ ରକ୍ଷା ପାଇଛନ୍ତି। ବୁଧବାର ଅପରାହ୍ନରେ ସେ ଜମ୍ମୁ-କଶ୍ମୀର ଗୁଲ୍‌ମାର୍ଗର ବରଫାବୃତ୍ତ ଆଫରଓ୍ବତ୍‌ ଅଞ୍ଚଳରେ ଥିବା ସ୍କି ଗଡ଼ାଣିରେ…

ଓଡ଼ିଶା ପ୍ରତିଯୋଗୀଙ୍କୁ ୧୫ ପଦକ

ଭୁବନେଶ୍ୱର, ୨।୨ (କ୍ରୀଡ଼ା ପ୍ରତିନିଧି): ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ), ଜୁଡୋ ଫେଡେରେଶନ ଅଫ୍‌ ଇଣ୍ଡିଆ ଓ ପଶ୍ଚିମବଙ୍ଗ ଜୁଡୋ ଆସୋସିଏଶନର ମିଳିତ ଆନୁକୂଲ୍ୟରେ କଲିକତାର ସାଇ ଆଇଟିସି ହଲ୍‌ରେ ଗତ ୨୭ରୁ ୩୧ ପର୍ଯ୍ୟନ୍ତ ପୂର୍ବାଞ୍ଚଳ ଖେଲୋ ଇଣ୍ଡିଆ ମହିଳା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri