ଏଣିକି ରାଜ୍ୟର କୌଣସି ସଂଗ୍ରହାଳୟର ପ୍ରବେଶ ଦେୟ ୧୦ ଟଙ୍କାରୁ ଅଧିକ ହେବ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ା୩(ବ୍ୟୁରୋ): ରାଜ୍ୟର କୌଣସି ସଂଗ୍ରହାଳୟର ପ୍ରବେଶ ଦେୟ (ଟିକେଟ) ୧୦ ଟଙ୍କାରୁ ଅଧିକ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଓଡ଼ିଶା କଳାର ଭୂମି। ଆମର କଳା, ସଂସ୍କୃତି ସାରା ବିଶ୍ବରେ ଓଡ଼ିଶାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଆମର ଏହି ମହାନ ଐତିହ୍ୟର ସଂରକ୍ଷଣ ଏବଂ ପ୍ରଚାର ପ୍ରସାର ଦିଗରେ ସଂଗ୍ରହାଳୟଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। ଜନସାଧାରଣ, ବିଶେଷକରି ଯୁବ ସମାଜ, ଛାତ୍ର ସମାଜ ତଥା ପର୍ଯ୍ୟଟକମାନେ ଯେପରି ଆମ କଳା ଓ ସଂସ୍କୃତି ସହିତ ଭଲ ଭାବରେ ପରିଚିତ ହୋଇପାରିବେ, ସେ ଦୃଷ୍ଟିରୁ ରାଜ୍ୟର କୌଣସି ସଂଗ୍ରହାଳୟର ପ୍ରବେଶ ଦେୟ ୧୦ ଟଙ୍କାରୁ ଅଧିକ ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏତଦ୍‌ବ୍ୟତୀତ ଛାତ୍ରୀଛାତ୍ର, କାରିଗର ଓ ବୁଣାକାରମାନଙ୍କ ପାଇଁ ସଂଗ୍ରହାଳୟରେ ପ୍ରବେଶ ନିମନ୍ତେ କୌଣସି ଦେୟ ଆଦାୟ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆମ ରାଜ୍ୟରେ ଥିବା ସଂଗ୍ରହାଳୟଗୁଡ଼ିକ ଉପରେ ଯେପରି ଅଧିକ ଲୋକପ୍ରିୟ ହେବ ଏବଂ ପର୍ଯ୍ୟଟକମାନେ ସେଗୁଡିକ ପରିଦର୍ଶନର ସୁଯୋଗ ପାଇପାରିବେ, ସେ ଦିଗରେ ପଦକ୍ଷେପ ନେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଭୁବନେଶ୍ବରରେ ରାଜ୍ୟ ସଂଗ୍ରହାଳୟ ସହିତ କଳାଭୂମି, ଆଦିବାସୀ ସଂସ୍କୃତି ଓ ଗବେଷଣା ସଂଗ୍ରହାଳୟ, କଟକରେ ସାମୁଦ୍ରିକ ସଂଗ୍ରହାଳୟ ତଥା ବିଭିନ୍ନ ଜିଲାରେ ଅନେକ ସଂଗ୍ରହାଳୟ ରହିଛି। ଏଗୁଡ଼ିକୁ ଲୋକପ୍ରିୟ କରିବା ପାଇଁ ଏବଂ ପରିଦର୍ଶକମାନଙ୍କୁ ଆକୃଷ୍ଟ କରିବା ଦିଗରେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ସହାୟକ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ୨ ଯୁବକ

ବ୍ରହ୍ମପୁର,୨୪ା୫(ସୁବାସ ଚନ୍ଦ୍ର ପାଢ଼ୀ): ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ନୂଆ ସାହି ନିକଟରେ ଥିବା ବଡ଼ ବନ୍ଧ(ପୋଖରୀ)ରେ ବୁଡ଼ି ଜଣେ ଛାତ୍ର ସମେତ ଦୁଇଜଣଙ୍କ ମୃତ୍ୟୁ ଘଟିଛି।…

ଗଞ୍ଜାମ ପାଇଁ ଖୁସି ଖବର :ତାରାତାରିଣୀ କଲେଜରେ ଖୋଲିଲା ପିଜି ପାଠ୍ୟକ୍ରମ

ପୁରୁଷୋତ୍ତମପୁର, ୨୪।୫ (ସବିତା ମିଶ୍ର): ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ସ୍ଥିତ ତାରାତାରିଣୀ କଲେଜରେ ଓଡ଼ିଆ ବିଷୟରେ ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମ ଖୋଲାଯାଇଛି। ସେହିପରି ସାଇକୋଲୋଜି ଓ ହୋମ…

ଟ୍ରେନ୍‌ ଉପରେ ଚଢ଼ି ସେଲ୍‌ଫି ନେଉଥିଲେ ଯୁବକ, ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲେ

ଭୁବନେଶ୍ୱର,୨୪ା୫: ଟ୍ରେନ୍‌ରେ ଚଢ଼ି ସେଲ୍‌ଫି ନେବାବେଳେ ଜଳିଗଲେ ଜଣେ ଯୁବକ। ରବିବାର ପୂର୍ବାହ୍ନରେ ମଞ୍ଚେଶ୍ୱର ଷ୍ଟେଶନରେ ଏପରି ଅଘଟଣ ଘଟିଛି। ଯୁବକ ଜଣକ ଟ୍ରେନ ଉପରେ ଚଢ଼ି…

କିଛି ଦେଶକୁ ନ ଯିବା ପାଇଁ ଆଡଭାଇଜରୀ ଜାରି କଲେ ଭାରତ ସରକାର, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୪।୫: ଆଫ୍ରିକାରେ ଇବୋଲା ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି, ଭାରତ ସରକାର ଏକ ଯାତ୍ରା ପରାମର୍ଶ ବା ଟ୍ରାଭେଲ ଆଡଭାଇଜରୀ ଜାରି କରିଛନ୍ତି,…

ରେଲଓ୍ବେ ଟ୍ରାକରେ ଜବରଦସ୍ତ ବିସ୍ଫୋରଣ, ୨୩ରୁ ଅଧିକ ମୃତ୍ୟୁ ଆଶଙ୍କା

ଇସଲାମାବାଦ,୨୪।୫: ପୁଣିଥରେ ଦୋହଲି ଯାଇଛି ପାକିସ୍ତାନ। କ୍ୱେଟା ସହରରେ ଏକ ଟ୍ରେନରେ ବିସ୍ଫୋରଣ ହୋଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବିସ୍ଫୋରଣରେ ଅନେକ ମୃତାହତ ହୋଇଥିବା ଆଶଙ୍କା…

‘ଖୋଲିବ ଷ୍ଟ୍ରେଟ ଅଫ ହୁର୍ମଜ’, ଟ୍ରମ୍ପଙ୍କ ବଡ଼ ଦାବି, ଇରାନ ଦେଲା ଜବାବ, ଜାଣନ୍ତୁ କ’ଣ କହୁଛି ପାକିସ୍ତାନ

ତେହରାନ/ଓ୍ବାଶିଂଟନ,୨୪।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଦାବି କରିଛନ୍ତି ଯେ ଇରାନ ସହିତ ଏକ ଶାନ୍ତି ଚୁକ୍ତି ପ୍ରାୟ ଚୂଡ଼ାନ୍ତ ହୋଇସାରିଛି, ଏବଂ ଆଲୋଚନା ଏବେ…

ଓପିଟିସିଏଲ୍‌ର ସବୁ କର୍ମଚାରୀଙ୍କ ଛୁଟି ବାତିଲ: ମୁଖ୍ୟାଳୟ ଛାଡ଼ିବେନି କର୍ମଚାରୀ

ଭୁବନେଶ୍ୱର,୨୫।୫(ସୁନିତ୍‌ ମିଶ୍ର): ରାଜ୍ୟରେ ଘନ ଘନ ବିଦ୍ୟୁତ୍‌ କାଟ୍‌ ଲୋକଙ୍କୁ ଅସ୍ତବ୍ୟସ୍ତ କଲାଣି। ପ୍ରାୟ ସବୁ ଜିଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ବିଜୁଳି କାଟ ଏବେ ଏକ…

ସରକାର ଆଗୁଆ ସମୀକ୍ଷା କରିଥିଲେ ବିଜୁଳି ସଙ୍କଟ ହୋଇ ନ ଥାଆନ୍ତା: କଂଗ୍ରେସ

ଭୁବନେଶ୍ୱର, ୨୪।୫(ସୁନିତ୍‌ ମିଶ୍ର): ସରକାରଙ୍କ ଅପରିଣାମଦର୍ଶିତା ଓ ଦୂରଦର୍ଶିତା ଅଭାବ ଯୋଗୁ ମେ ମାସର ପ୍ରଚଣ୍ଡ ଗରମରେ ରାଜ୍ୟବାସୀଙ୍କୁ ହଇରାଣ ହେବାକୁ ପଡୁଛି। ଯଦି ସରକାର ପୂର୍ବରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri