Home

ବିରୋଧୀଙ୍କୁ ମୋଦିଙ୍କ ଟାର୍ଗେଟ୍‌: ଯେତେ କାଦୁଅ ଫିଙ୍ଗିବ, ସେତେ ପଦ୍ମ ଫୁଟିବ

ନୂଆଦିଲ୍ଲୀ,୯।୨: ପାର୍ଲାମେଣ୍ଟରେ ହଙ୍ଗାମା ସୃଷ୍ଟି କରୁଥିବା ବିରୋଧୀଙ୍କୁ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟାର୍ଗେଟ୍‌ କରିଛନ୍ତି। ରାଜ୍ୟ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ଅର୍ପଣ କରି ସେ କହିଛନ୍ତି, ଯେତେ କାଦୁଅ ଫିଙ୍ଗିବ, ପଦ୍ମ ସେତେ ଫୁଟିବ। ଏହି ଗୃହ ହେଉଛି…

ପୁଟିନଙ୍କୁ ଭେଟିଲେ ଡୋଭାଲ

ମସ୍କୋ,୯।୨: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଗୁରୁବାର ଭାରତୀୟ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ରୁଷିଆରେ ଭାରତୀୟ ଦୂତାବାସ ଏ ବିଷୟରେ ସୂଚନା ଦେଇଛି। ଆଫଗାନିସ୍ତାନ ଉପରେ ବହୁପକ୍ଷୀୟ ସୁରକ୍ଷା ଉପରେ ଏକ ବୈଠକରେ ଯୋଗଦେବା…

ବଡ଼ ଉପଲବ୍ଧି ହାସଲ କଲେ ଅଶ୍ୱିନ୍‌

ନାଗପୁର,୯।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ଆଜିଠାରୁ ଆରମ୍ଭ ହୋଇଛି। ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ମ୍ୟାଚର ପ୍ରଥମ ଦିନରେ ଟିମ ଇଣ୍ଡିଆର ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ। ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ କମିନ୍ସ ଟସ ଜିତି…

ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ବ୍ରଜରାଜନଗର,୯।୨(ଡି.ଏନ.ଏ.): ସ୍ବର୍ଗତ ନବ ଦାସଙ୍କୁ ଗୁରୁବାର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଝାରସୁଗୁଡା ସରବାହାଲ ହାଇସ୍କୁଲ ପଡିଆରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବ ଦାସଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହାସହ ସେଠାରେ ଉପସ୍ଥିତ ପରିବାର…

ଜାଡେଜାଙ୍କୁ ୫ ଉଇକେଟ୍‌: ଅଷ୍ଟ୍ରେଲିଆ ୧୭୭ ରନ୍‌ରେ ଅଲଆଉଟ୍‌

ନାଗପୁର,୯।୨:ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ବୋଲର ଚମତ୍କାର ବୋଲିଂ କରିଛି। ଅଷ୍ଟ୍ରେଲିଆର ପ୍ରଥମ ଇନିଂସରେ ୧୭୭ ରନରେ ଅଲଆଉଟ୍‌ ହୋଇଛି। ଏହି ଇନିଂସରେ ଅଷ୍ଟ୍ରେଲିଆ ପାଇଁ ମାର୍ନସ ଲାବୁଶେନ ସର୍ବାଧିକ ୪୯ ରନ ସଂଗ୍ରହ କରିଥିଲେ। ଷ୍ଟିଭ ସ୍ମିଥ ୩୭…

ବସ୍‌-ହାଇଓ୍ବା ମୁହାଁମୁହିଁ ଧକ୍କା: ୧୦ରୁ ଊର୍ଦ୍ଧ୍ୱ ଗୁରୁତର

ଜେନାପୁର,୯ା୨(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ଭଡ଼ଙ୍ଗା ଛକ ନିକଟରେ ଗୁରୁବାର ଏକ ବସ୍‌ ସହ ହାଇଓ୍ବା ଧକ୍କା ହେବାରୁ ୧୦ରୁ ଅଧିକ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ବସ୍‌ଟି ଡୁବୁରୀରୁ ଚଣ୍ଡିଖୋଲ ଅଭିମୁଖେ…

ତ୍ରିପୁରା ବିଧାନସଭା ନିର୍ବାଚନ: ଘୋଷଣାପତ୍ର ଜାରି କଲା ଭାଜପା

ଅଗରତାଲା,୯।୨: ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ଭାଜପା ଘୋଷଣାପତ୍ର ଜାରି କରିଛି। ଭାଜପାର ଜାତୀୟ ସଭାପତି ଜେପି ନଡା ଅଗରତାଲାରେ ଦଳର ଘୋଷଣାପତ୍ର ପ୍ରକାଶ କରିଛନ୍ତି। ଏହି ସମୟରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା ତାଙ୍କ ସହ ଉପସ୍ଥିତ ଥିଲେ।…

ଟ୍ୟାଙ୍କର୍‌ ସଫାବେଳେ ଅଘଟଣ: ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୭ କର୍ମଚାରୀଙ୍କ ଜୀବନ

ହାଇଦ୍ରାବାଦ୍‌,୯।୨: ଆନ୍ଧ୍ରପ୍ରଦେଶର ରାଗମ୍ପେଟା ଗ୍ରାମରେ ଏକ ବଡ଼ ଅଘଟଣ ଘଟିଛି। ଏଠାରେ ଏକ ଖାଇବା ତେଲ ଉତ୍ପାଦନକାରୀ କମ୍ପାନୀରେ ଟ୍ୟାଙ୍କର୍‌ ସଫା କରୁଥିବାବେଳେ ୭ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ପୋଲିସ କହିଛି, ଶ୍ୱାସରୁଦ୍ଧ ହୋଇ ସମସ୍ତ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା…

‘ପଠାନ’ର ସଫଳତା ପରେ କିଙ୍ଗ୍‌ଖାନ୍‌ ଶେୟାର କଲେ ଫଟୋ

ମୁମ୍ବାଇ: ‘ପଠାନ’ର ଗ୍ରାଣ୍ଡ ସଫଳତା ପରେ କିଙ୍ଗ୍‌ଖାନ୍‌ ଶାହାରୁଖ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ପୋଷ୍ଟ ଶେୟାର କରିଛନ୍ତି। ଏହି ଫିଲ୍ମ ସାରା ବିଶ୍ୱରେ ବହୁ ରୋଜଗାର କରୁଛି। ରିଲିଜ୍‌ ପୂର୍ବରୁ ‘ପଠାନ’କୁ ଯେତିକି ବିରୋଧର ସମ୍ମୁଖୀନ ହେବାକୁ ପଡୁଥିଲା, ଫିଲ୍ମ…

୧୦୯ ରନ୍‌ରେ ପାଭିଲିୟନ ଫେରିଲେ ଅଧା ଅଷ୍ଟ୍ରେଲିଆ ଟିମ୍‌

ନାଗପୁର,୯।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଆରମ୍ଭ ହୋଇଛି। ମାତ୍ର ୧୦୯ ରନ୍‌ରେ ଅଧା ଅଷ୍ଟ୍ରେଲିଆ ଟିମ୍‌ ପାଭିଲିୟନ ଫେରିଛନ୍ତି। ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।…

ଅମ୍ରିତା ସିଂଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ଅଭିନ୍ରେତୀ ଅମ୍ରିତା ସିଂ ଆଜି ୬୫ତମ ଜନ୍ମଦିନ ପାଳନ କରୁଛନ୍ତି। ୯ ଫେବୃଆରୀ ୧୯୫୮ରେ ଜନ୍ମ ହୋଇଥିବା ଅମ୍ରିତା ସନି ଦେଓଲଙ୍କ ବିପକ୍ଷରେ ଫିଲ୍ମ ‘ବେତାବ’ ସହିତ ୧୯୮୩ରେ ବଲିଉଡରେ ଡେବ୍ୟୁ କରିଥିଲେ। ସେ ୯୦ ଦଶକର ଜଣେ ଭେଟେରାନ ଅଭିନେତ୍ରୀ…

ପୁଣି ଶିମିଳିପାଳରୁ ହାତୀ ମୃତଦେହ ଠାବ: ଶୁଣ୍ଢ କାଟି ଦାନ୍ତ ନେଇଗଲେ

ବାରିପଦା ଅଫିସ,୯।୨: ଶିମିଳିପାଳ ଅଭୟାରଣ୍ୟରେ ହାତୀ ମଡକ ପିଛା ଛାଡୁନି। ପୁଣି ଏକ ଦନ୍ତାହାତୀର ମୃତଦେହକୁ ବନବିଭାଗ ଠାବ କରିଛି। ପିଠାବଟା ରେଞ୍ଜର ଗୋପୀନାଥପୁର ବିଟ ଅଧୀନ ଜଙ୍ଗଲରେ ପାଟ୍ରୋଲିଂ ସମୟରେ ବୁଧବାର ଅପରାହ୍ନରେ ବନକର୍ମଚାରୀ ହାତୀ ମୃତଦେହ ଦେଖି ଉପରିସ୍ଥ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri