Home

ଶୋଇଥିବା ବେଳେ ଘରେ ଲାଗିଲା ନିଆଁ, ପୋଡ଼ି ପାଉଁଶ ହୋଇଗଲା ଝିଅ ବାହାଘର ପାଇଁ ଥିବା ମୂଲ୍ୟବାନ ସାମଗ୍ରୀ

ସିଂହପୁର,୨୨ା୩(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ତହସିଲ ଅନ୍ତର୍ଗତ ରାହସ ଗୁହାଳି ଗ୍ରାମର ସୁରେଶ ସାମଲ, ରାଜେନ୍ଦ୍ର ସାମଲ ଓ ସତ୍ୟବ୍ରତ ସାମଲଙ୍କ ଘରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ ବଖରା ସମ୍ପୂର୍ଣ୍ଣ ଜଳିଯାଇଛି। ପରିବାର ଲୋକେ ଶୋଇଥିବା ବେଳେ…

ଶ୍ରୀଜିଉଙ୍କୁ ଦର୍ଶନ କଲେ ମମତା

ପୁରୀ ଅଫିସ୍‌,୨୨ା୩: ପୁରୀ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କଡ଼ା ସୁରକ୍ଷା ବଳୟ ଭିତରେ ସେ ମହାପ୍ରଭୁଙ୍କ ଦର୍ଶନ ଲାଭ କରିଛନ୍ତି। ଶ୍ରୀମନ୍ଦିର ସେବାୟତଙ୍କ ପକ୍ଷରୁ ମମତାଙ୍କୁ ସ୍ବାଗତ କରାଯାଇ ମନ୍ଦିରକୁ ପାଛୋଟି ନିଆଯାଇଥିଲା। ରାଜ୍ୟ…

ଦେଶରେ କରୋନା ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦେଶରେ କରୋନା ସ୍ଥିତି ଏବଂ ଜନସ୍ବାସ୍ଥ୍ୟ କ୍ଷେତ୍ରରେ ପ୍ରସ୍ତୁତି ଉପରେ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ଡାକ୍ତରଖାନା ପରିସରରେ ମାସ୍କ ପିନ୍ଧିବା ସହିତ କରୋନା ରୋକିବା ପାଇଁ…

ଟିକ୍‌ଟକ୍‌ ବ୍ୟାନ୍‌ କରିବ ଆମେରିକା

ଓ୍ବାଶିଂଟନ,୨୨ା୩: ଚାଇନାର ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଟିକ୍‌ଟକ୍‌କୁ ଆମେରିକା ବ୍ୟାନ୍‌ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଏହି ଆପ୍‌ ଯୋଗୁ ବଢୁଥିବା ଅନ୍ତର୍ଜାତୀୟ ସୁରକ୍ଷାକୁ ନେଇ ଆମେରିକା ବହୁ ଚିନ୍ତିତ। ତେବେ ବିଶେଷଜ୍ଞମାନେ କୁହନ୍ତି, ଏହି ଆପ୍‌କୁ ନିଷିଦ୍ଧ କରିବା ପାଇଁ…

ମୃତ ୩ ଛାତ୍ରଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨ା୩(ବ୍ୟୁରୋ): ବୁଧବାର ସୋନପୁର-ବିନିକା ରାସ୍ତା ଶରଧାପାଲି ସରକାରୀ ଉଚ୍ଚ ବିଦ୍ୟାଳୟ ସାମ୍ନାରେ ଏକ କାର୍‌ ୪ ଛାତ୍ରଙ୍କ ଉପରେ ମାଡ଼ିଯିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ…

ଧାରା ୩୭୦ ପୁଣି ଲାଗୁ ନ ହେବା ପର୍ଯ୍ୟନ୍ତ, ଲଢିବି ନାହିଁ ବିଧାନସଭା ନିର୍ବାଚନ: ମେହବୁବା ମୁଫତି

ଶ୍ରୀନଗର,୨୨।୩: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫତି ଏକ ବଡ଼ ଘୋଷଣା କରିଛନ୍ତି। ଏକ ସାକ୍ଷାତକାରରେ ମେହବୁବା କହିଛନ୍ତି, ରାଜ୍ୟରେ ଧାରା ୩୭୦ ପୁଣି ଲାଗୁ ନ ହେବା ପର୍ଯ୍ୟନ୍ତ ମୁଁ…

ସ୍ତ୍ରୀ ହତ୍ୟାକାରୀ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ

କେନ୍ଦୁଝର,୨୨ା୩(ସ୍ବ.ପ୍ର.): ସ୍ଥାନୀୟ ଜିଲା ଦୌରାଜଜ୍‌ ଚିତ୍ତରଞ୍ଜନ ମହାପାତ୍ର ବୁଧବାର ଏକ ହତ୍ୟା ଘଟଣାର ଶୁଣାଣି କରି ଜଣେ ସ୍ତ୍ରୀ ହନ୍ତା ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦେୟ ଅଧିକ…

ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଠିକା କର୍ମଚାରୀ

କେନ୍ଦୁଝର,୨୨ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାର ବିଭିନ୍ନ ବିଭାଗରେ ଦୀର୍ଘବର୍ଷ ହେଲା କାମ କରି ଆସୁଥିବା ୬୨ଜଣ ରୋଗୀ ସହାୟକ ସମେତ ବିଭିନ୍ନ ବିଭାଗରେ କାମ କରୁଥିବା ଠିକା କର୍ମଚାରୀ ପୁନଃ ନିଯୁକ୍ତି ଦାବିରେ ବୁଧବାର ସିଡିଏମଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା…

ଐଶ୍ୱର୍ଯ୍ୟାଙ୍କ ଗହଣା ଚୋରଙ୍କୁ ଧରିଲା ପୋଲିସ

ଦକ୍ଷିଣ ସିନେମାର ଭେଟେରାନ ଅଭିନେତା ରଜନୀକାନ୍ତଙ୍କ ବଡ ଝିଅ ଐଶ୍ୱର୍ଯ୍ୟା ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତ୍ରୀ ଐଶ୍ୱର୍ଯ୍ୟା ଲକରରୁ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଚୋରି ହୋଇଥିବା ଚେନ୍ନାଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ।…

ଭାରତକୁ ୨୭୦ ରନ୍‌ର ଟାର୍ଗେଟ୍‌

ଚେନ୍ନାଇ,୨୨।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନ୍ତିମ ଦିନିକିଆରେ ଚେନ୍ନାଇରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଭାରତକୁ ୨୭୦ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି। କଙ୍ଗାରୁ ଦଳ ୪୯ ଓଭରରେ ୨୬୯ ରନ ସଂଗ୍ରହ କରି ଅଲଆଉଟ ହୋଇଯାଇଛି। ଓପନର୍‌ ମିଚେଲ…

ଜେଲେନସ୍କିଙ୍କ ସହ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଳୋଚନା କଲେ ଜାପାନ ପ୍ରଧାନମନ୍ତ୍ରୀ

କିଭ୍‌,୨୨।୩: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ୟୁକ୍ରେନ ଗସ୍ତ ଯାଇ କିଭ୍‌ରେ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିଥିଲେ। ଏହି ସାକ୍ଷାତ ସମୟରେ ଉଭୟ ନେତା ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଦୁଇ ନେତାଙ୍କ ଆଲୋଚନା ପରେ ମିଳିତ ବିବୃତ୍ତିରେ…

ଦିଲ୍ଲୀରେ ପୁଣି ଭୂକମ୍ପ ଝଟ୍‌କା

ନୁଆଦିଲ୍ଲୀ,୨୨।୩: ରାଜଧାନୀ ଦିଲ୍ଲୀରେ ବୁଧବାର ପୁଣି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୨.୭ ରହିଛି। ଅପରାହ୍ନ ୪.୨୨ରେ ଏହି ଭୂକମ୍ପ ଝଟ୍‌କା ଲାଗିଥିଲା। ଏହାପୂର୍ବରୁ ମଙ୍ଗଳବାର ରାତିରେ ଦିଲ୍ଲୀରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?