ବାଲେଶ୍ୱରରେ ହେବ ୧୦୦ଶଯ୍ୟା ବିଶିଷ୍ଟ ଇଏସ୍ଆଇସି ହସ୍ପିଟାଲ
ନୂଆଦିଲ୍ଲୀ,୨୧।୨:ଉତ୍ତର ଓଡ଼ିଶାରେ ବସବାସ କରୁଥିବା ଶ୍ରମଜୀବୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ବାଲେଶ୍ୱରଠାରେ ଏକ ଅତ୍ୟାଧୁନିକ ୧୦୦ଶଯ୍ୟା ବିଶିଷ୍ଟ ଇଏସ୍ଆଇସି ହସ୍ପିଟାଲ ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି ବୋଲି କେନ୍ଦ୍ର ଶ୍ରମ ମନ୍ତ୍ରୀ…
ଶିଶୁଙ୍କ ଲାଗି ‘ଯାଦୁଇ ପିଟାରା’ ଉନ୍ମୋଚନ କଲେ ଧର୍ମେନ୍ଦ୍ର
ଭୁବନେଶ୍ବର, ୨୧ା୨(ବ୍ୟୁରୋ):ଶିଶୁଙ୍କୁ ଖେଳ, ଗୀତ ଓ କାହାଣୀ ଜରିଆରେ ପାଠ ପଢ଼ିବା ପାଇଁ ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ ପ୍ରାରମ୍ଭିକ ପର୍ଯ୍ୟାୟରେ ଶିଖିବା ଓ ଶିଖାଇବାର ଉପକରଣ ୨ ପିଟାରାର ଉନ୍ମୋଚନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଛନ୍ତି। ଏହି ଅବସରରେ ଧର୍ମେନ୍ଦ୍ର…
ସଂସ୍କାରରୁ ଜଣାପଡ଼ିଥାଏ ଶିକ୍ଷା
ସାମାଜିକ କାର୍ଯ୍ୟକଳାପରେ ଜଡ଼ିତ ହୋଇ ରହୁଥିବା ଜଣେ ମେଧାବୀ ଛାତ୍ର ସମାଜ ପାଇଁ କିଛି କରିବା ଆଉ ଆଗାମୀ ପିଢ଼ି ତା’ର ସୁଫଳ ପାଇବେ ସେ ସମସ୍ତ ପରିକଳ୍ପନା ମଧ୍ୟରେ ପୁରୁଣା କାଳର ଗୁରୁକୁଳ ଶିକ୍ଷା ବିଂଶ ଶତାବ୍ଦୀରେ ଟାଇମ୍ସ ଗୁରୁକୁଳ…
ଅନ୍ତେବାସୀ ଜାପାନିଜ୍ ଏନ୍ସେଫାଲାଇଟିସ୍ରେ ଆକ୍ରାନ୍ତ
ବାଲେଶ୍ୱର ଅଫିସ/ସୋର, ୨୧।୨(ଡି.ଏନ.ଏ.):ବାଲେଶ୍ୱର ଜିଲା ସୋର ପୌରାଞ୍ଚଳ ଅଧୀନ ଗାନ୍ଧୀ ସେବାସଂଘ ପୁରୁବାଈ କନ୍ୟାଶ୍ରମରେ ଅଜଣା ରୋଗ ବ୍ୟାପିବାର କାରଣ ସ୍ପଷ୍ଟ ହୋଇଛି। କନ୍ୟାଶ୍ରମର ୫ ଅନ୍ତେବାସୀ ଜାପାନିଜ୍ ଏନ୍ସେଫାଲାଇଟିସ୍(ମସ୍ତିଷ୍କ ସଂକ୍ରାମକ ରୋଗ)ରେ ଆକ୍ରାନ୍ତ ଥିବା ରକ୍ତ ନମୁନା ପରୀକ୍ଷା ରିପୋର୍ଟରୁ…
ଅଧ୍ୟାପକଙ୍କ ଯୁକ୍ତ୨, ଯୁକ୍ତ୩ ପରୀକ୍ଷା ବର୍ଜନ ଚେତାବନୀ
ଭୁବନେଶ୍ୱର, ୨୧।୨(ବ୍ୟୁରୋ):ସମାନ ଗ୍ରେଡ୍ ପେ’ ଆଧାରରେ ସମାନ ଦରମା ବୃଦ୍ଧି, ସମସ୍ତଙ୍କୁ ପେନସନ ଓ ଗ୍ରାଚ୍ୟୁଇଟି ପ୍ରଦାନ ଭଳି ୪ ଦଫା ଦାବି ନେଇ ସୋମବାର ପୁଣିଥରେ ମହାସମାବେଶ କରିଛନ୍ତି ଅଧ୍ୟାପକ ଓ କର୍ମଚାରୀ। ୬୬୨ ବର୍ଗ କଲେଜ ଅଧ୍ୟାପକ ଓ…
ତୀର୍ଥଯାତ୍ରାରେ ଗଲେ ୯୭୦ ବରିଷ୍ଠ ନାଗରିକ
ବାଲେଶ୍ୱର ଅଫିସ, ୨୧।୨:‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା-୨୦୨୩’ ରେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ ଓ ଯାଜପୁର ଜିଲାରୁ ୯୭୦ ତୀର୍ଥଯାତ୍ରୀ ଓ ୩୦ ଏସ୍କର୍ଟ ଅଫିସରଙ୍କୁ ନେଇ ଏକ ସ୍ବତନ୍ତ୍ର ଟ୍ରେନ୍ ଋଷିକେଶ ଓ ହରିଦ୍ୱାର ତୀର୍ଥସ୍ଥଳୀ ଅଭିମୁଖେ ଯାତ୍ରା…
ଗୋପାଳଙ୍କୁ ଜେଲରେ ସୁରକ୍ଷା ଦେବା ନେଇ ମାମଲା
କଟକ ଅଫିସ,୨୧ା୨:ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସ ଓ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେବା ନେଇ ସୋମବାର ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି। ମାମଲାକୁ ଶୁଣାଣି ପାଇଁ ଗ୍ରହଣ କରାଯାଇଥିବା ଆବେଦନକାରୀ ଆଇନଜୀବୀ…
ଗୋପାଳ ମାନସିକ ରୋଗୀ
କଟକ ଅଫିସ,୨୧ା୨:ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସ ଜଣେ ମାନସିକ ରୋଗୀ। ତାଙ୍କର ଦୀର୍ଘଦିନ ଧରି ମାନସିକ ଅସୁସ୍ଥତାର ଇତିହାସ ରହିଛି। ଗୋପାଳଙ୍କ ମାନସିକ ଅସୁସ୍ଥତାର ସ୍ଥିତି ପରୀକ୍ଷା ପାଇଁ ଗଠିତ ସ୍ବତନ୍ତ୍ର ମେଡିକାଲ…
ନବ ଦାସ ପ୍ରସଙ୍ଗ ବିରୋଧୀଙ୍କ ଅସ୍ତ୍ର
ଭୁବନେଶ୍ୱର,୨୧ା୨(ବ୍ୟୁରୋ): ବିଧାନସଭା ବଜେଟ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହେଉଛି। ଏହି ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ୨୧ରୁ ମାର୍ଚ୍ଚ ୧ ଓ ୨ୟ ପର୍ଯ୍ୟାୟ ମାର୍ଚ୍ଚ ୧୦ରୁ ଏପ୍ରିଲ ୬ ତାରିଖ ଯାଏ ଚାଲିବ। ପ୍ରଥମ ଦିବସର ଗୃହକାର୍ଯ୍ୟ ପୂର୍ବାହ୍ନ ୧୧ଟାରେ…
ଗାୟକ ସୋନୁ ନିଗମଙ୍କ ଉପରେ ଆକ୍ରମଣ
ମୁମ୍ବାଇ,୨୧ ।୨: ବଲିଉଡ ଗାୟକ ସୋନୁ ନିଗମ ଓ ତାଙ୍କ ବନ୍ଧୁ ରବ୍ୱାନି ମୁସ୍ତାଫା ଖାଁଙ୍କ ଉପରେ ଆକ୍ରମଣ ହୋଇଛି । ମୁମ୍ବାଇର ଚେମ୍ବୁର ଅଞ୍ଚଳରେ ଏକ ଶୋ’ ଚାଲୁଥିବା ସମୟରେ ଏହି ଆକ୍ରମଣ ହୋଇଛି । ଗାୟକ ସୋନୁ ନିଗମଙ୍କ…
ତୁର୍କୀ-ସିରିଆରେ ପୁଣି ୬.୩ ତୀବ୍ରତାର ଭୂକମ୍ପ, ୩ ମୃତ ୨୦୦ରୁ ଅଧିକ ଆହତ
ଅଙ୍କାରା,୨୧ ।୨: ତୁର୍କୀରେ ପୁଣି ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ମପାଯାଇଛି । ୟୁରୋପୀୟ ଭୂମଧ୍ୟସାଗରୀୟ ଭୁକମ୍ପ କେନ୍ଦ୍ର(ଇଏମଏସସି) କହିଛି ତୁର୍କୀ ଓ ସିରିଆର ସୀମାରେ ୨ କିଲୋମିଟିର ଗଭିରତାରେ ୬.୩…
ଜୋଷୀମଠ ପରେ କର୍ଣ୍ଣପ୍ରୟାଗରେ ସମାନ ସ୍ଥିତି: ଭୁଶୁଡିବା ଅବସ୍ଥାରେ ୨୮ଘର
କର୍ଣ୍ଣପ୍ରୟାଗ,୨୦।୨: ଉତ୍ତରାଖଣ୍ଡର ଚାମୋଲି ଜିଲା ଅନ୍ତର୍ଗତ ଜୋଷୀମଠ ପରେ କର୍ଣ୍ଣପ୍ରୟାଗର ଅନେକ ଘରେ ଫାଟ ସୃଷ୍ଟି ହୋଇଛି। ଏହି ଫାଟଗୁଡ଼ିକ ଦ୍ରୁତରେ ବଢ଼ୁଥିବାରୁ ୨୮ଟି ଘର ଭୁଶୁଡ଼ିବା ଅବସ୍ଥାକୁ ଆସିଗଲାଣି। ଚାମୋଲି ଜିଲାପାଳ ହିମାଂଶୁ ଖୁରାନା, କର୍ଣ୍ଣପ୍ରୟାଗ ଏସ୍ଡିଏମ୍ ହିମାଂଶୁ କାଫଲତିଆ,…
Archives


