Home

‘ଭାରତ ଯୋଡ଼ୋ ଯାତ୍ରା’ ଶେଷ

ଶ୍ରୀନଗର,୩୦ା୧: ପ୍ରବଳ ତୁଷାରପାତ ସତ୍ତ୍ୱେ ସୋମବାର ଶ୍ରୀନଗରସ୍ଥିତ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟାଳୟରେ ‘ଭାରତ ଯୋଡ଼ୋ ଯାତ୍ରା’ ଶେଷ ହୋଇଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ କଂଗ୍ରେସ ମୁଖ୍ୟାଳୟରେ ଜାତୀୟ ପତାକା ଉଡ଼ାଇବା ସହ ଭାରତ ଯୋଡ଼ୋ ଯାତ୍ରା ସ୍ମାରକର ଉଦଘାଟନ…

ମସ୍‌ଜିଦରେ ବଡ଼ ଧରଣର ବିସ୍ଫୋରଣ, ୫୦ ଆହତ

ଇସଲାମାବାଦ,୩୦ା୧: ପାକିସ୍ତାନର ପେଶଓ୍ବାରରେ ଥିବା ପୋଲିସ ଲାଇନ୍‌ ମସ୍‌ଜିଦରେ ସୋମବାର ଅପରାହ୍ନରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଯେଉଁଥିରେ ଅତି କମ୍‌ରେ ୫୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସୁରକ୍ଷା ଅଧିକାରୀମାନେ କହିଛନ୍ତି, ଆତ୍ମହତ୍ୟା କରିଥିବା ବ୍ୟକ୍ତି ପ୍ରାର୍ଥନା…

ଭାରତର ଏହି ସହରରେ ଶସ୍ତାରେ ବିକ୍ରି ହୁଏ କାଜୁ

କାଜୁ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ସମସ୍ତେ ଏହାକୁ ପସନ୍ଦ କରନ୍ତି । କିନ୍ତୁ ଆଜିର ସମୟରେ ଏହାକୁ କିଣିବା ଏତେ ସହଜ ନୁହେଁ। କାରଣ ବଜାରରେ ଏହାର ଦାମ୍‌ କିଲୋଗ୍ରାମ ପ୍ରତି ୮୦୦ରୁ ୧୦୦୦ ଟଙ୍କାରେ ବିକ୍ରି ହୋଇଥାଏ।…

ୟୁକ୍ରେନ ପାଇଁ ସାମରିକ ସମର୍ଥନ ବୃଦ୍ଧି ନେଇ ଦକ୍ଷିଣ କୋରିଆକୁ ଅନୁରୋଧ କଲେ ନାଟୋ ମୁଖ୍ୟ

ସିଓଲ,୩୦ା୧: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ପରେ ନାଟୋ ଅସ୍ତ୍ରଶସ୍ତ୍ର ପଠାଇବା ସହିତ କିଭ୍‌କୁ ଅନେକ ଉପାୟରେ ସାହାଯ୍ୟ କରିଛି। ବର୍ତ୍ତମାନ ନାଟୋର ସେକ୍ରେଟାରୀ ଜେନେରାଲ ଜେନ୍ସ ଷ୍ଟୋଲଟେନବର୍ଗ ୟୁକ୍ରେନ ପାଇଁ ସାମରିକ ସମର୍ଥନ ବୃଦ୍ଧି କରିବାକୁ ଦକ୍ଷିଣ କୋରିଆକୁ ନିବେଦନ କରିଛନ୍ତି।…

ଗାୟକ କୈଳାଶ ଖେରଙ୍କ ଉପରକୁ ଆକ୍ରମଣ

ବେଙ୍ଗାଲୁରୁ,୩୦।୧: କର୍ନାଟକରେ ଏକ ସଙ୍ଗୀତ କନସର୍ଟ ସମୟରେ ହିନ୍ଦୀ ସିନେମାର ଜଣାଶୁଣା ଗାୟକ କୈଳାଶ ଖେରଙ୍କ ଉପରକୁ ଆକ୍ରମଣ କରାଯାଇଛି। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଜାନୁଆରୀ ୨୯ରେ କୈଳାଶ କର୍ନାଟକରେ ଏକ ସଙ୍ଗୀତ କନସର୍ଟ ପାଇଁ ଉପସ୍ଥିତ ଥିଲେ। ଏହି…

ମରିଯିବି ପଛେ ଭାଜପାକୁ ଯିବି ନାହିଁ: ନୀତୀଶ କୁମାର

ପାଟନା,୩୦।୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁନର୍ବାର ଭାଜପା ସହ ମେଣ୍ଟ କରିବା ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି, ମରିଯିବି ପଛେ ଭାଜପାକୁ ଯିବି ନାହିଁ। ସୋମବାର ନୀତୀଶ ପାଟନାର ଗାନ୍ଧୀ ଘାଟରେ ପହଞ୍ଚି ଦେଶର…

ନିରଞ୍ଜନ ପୂଜାରୀଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଦାୟିତ୍ୱ

ଭୁବନେଶ୍ୱର,୩୦ା୧(ବ୍ୟୁରୋ): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅନୁମୋଦନ କ୍ରମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଦାୟିତ୍ୱ ବଣ୍ଟନ କରିଛନ୍ତି। ସୂଚନାଯୋଗ୍ୟ, ଦିବଂଗତ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଦେହାନ୍ତ ପରେ ଏହି ଦାୟିତ୍ୱ ନିରଞ୍ଜନ…

ନ୍ୟାୟ ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ନିର୍ଯାତିତା ମହିଳା

ଛତ୍ରପୁର,୩୦ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପାଟପୁର ଥାନା ଅଧୀନ ସୁମନ୍ତପୁର ଗାଁର ଜଣେ ବିବାହିତ ଅଟୋ ଚାଳକଙ୍କୁ ଜଣେ ଯୁବତୀ ବିବାହ କରିବା ପରେ ନିର୍ଯାତନା ସହୁଥିବା ଅଭିଯୋଗ ହୋଇଛି। ନ୍ୟାୟ ପାଇଁ ସେ ସୋମବାର ଛତ୍ରପୁର ଆସି ଗଞ୍ଜାମ ଏସ୍‌ପିଙ୍କ ଦ୍ୱାରସ୍ଥ…

ଏହି ଅଭିନେତ୍ରୀ କେବେ କରିନାହାନ୍ତି କିସ୍‌ ସିନ୍‌, କାରଣ ଜାଣିଲେ…

ମୁମ୍ବାଇ: ଏକ ସମୟ ଥିଲା. ଯେତେବେଳେ ବୋଲ୍ଡ ସିନ୍‌ ଦେବା ଇଣ୍ଡଷ୍ଟ୍ରିରେ ବଡ଼ କଥା ଥିଲା। ଆଜିର ଫିଲ୍ମରେ ବୋଲ୍ଡ ଏବଂ ଅନ୍ତରଙ୍ଗ ସିନ୍‌ ସାଧାରଣ ହୋଇଗଲାଣି। କିସ୍‌ ସିନ୍‌ ତ ଦୂରର କଥା ସେହି ସମୟରେ ଅଭିନୟ କରୁଥିବା ଅଭିନେତ୍ରୀମାନଙ୍କୁ…

ପ୍ରତିଶ୍ରୁତି ମିଳିଲା, ମିଳିନି ମୌଳିକ ସୁବିଧା

ଖପ୍ରାଖୋଲ, ୩୦ା୧(ଡି.ଏନ.ଏ.):ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ପଞ୍ଚାୟତ ଅନ୍ତର୍ଗତ ମହୁଲପାଲି ରାଜସ୍ବ ଗାଁ। ବ୍ଲକ ସଦର ମହକୁମାଠାରୁ ୨୦ କିମି ଦୂର ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶରେ ଅବସ୍ଥିତ ଏହି ଗାଁରେ ୨୦ଆଦିବାସୀ ପରିବାରର ଶହେରୁ ଊର୍ଦ୍ଧ୍ୱ ଲୋକେ ବାସ କରନ୍ତି।…

ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି-୨୦: ଭାଙ୍ଗିଲା ପୁରୁଣା ରେକର୍ଡ

ଲକ୍ଷ୍ନୌ,୩୦।୧: ଲକ୍ଷ୍ନୌରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ ଟିମ ଇଣ୍ଡିଆ ୬ ଉଇକେଟରେ ଜିତିଛି। ପ୍ରଥମେ ନ୍ୟୁଜିଲାଣ୍ଡ ବ୍ୟାଟିଂ କରି ମାତ୍ର ୯୯ ରନ ସ୍କୋର କରିପାରିଥିଲା। ତେବେ ୧୦୦ ରନ୍‌ର ଟାର୍ଗେଟକୁ…

ଦକ୍ଷିଣ ଆଫ୍ରିକାରେ ଅଜଣା ବନ୍ଧୁକଧାରୀଙ୍କ ଗୁଳିମାଡ଼,୮ ମୃତ…

କେପଟାଉନ,୩୦।୧ : ଦକ୍ଷିଣ ଆଫ୍ରିକାର ପୂର୍ବ କେପର କ୍ୱାଜାଚେଲେ ସହରରେ ଜଣେ ଅଜଣା ବନ୍ଧୁକଧାରୀଙ୍କ ଆଖିବୁଜା ଗୁଳିମାଡ଼ରେ ଆଠ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୪ ଜଣ ମଧ୍ୟ ଆହତ ହୋଇଛନ୍ତି। କୁହାଯାଉଛି ଯେ ଲୋକେ ପାର୍ଟି କରିବା ଲାଗି ଏକାଠି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri