ପୁଣି ବଢୁଛି କରୋନା ସଂକ୍ରମଣ: ଗତ ୨୪ ଘଣ୍ଟାରେ ୪୦୨ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୧୪।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କିଛି ଦିନ ହେବ ଶହେରୁ କମ୍ ରହିବା ପରେ ଏବେ କିଛିଟା ବୃଦ୍ଧି ଘଟିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦୨ ନୂଆ କରୋନା ମାମଲା ଚିହ୍ନଟ…
ରୁଷିଆ-ୟୁକ୍ରେନକୁ ନେଇ ବଡ଼ ଯୋଜନା କରୁଛନ୍ତି ଚାଇନା ରାଷ୍ଟ୍ରପତି
ବେଜିଂ,୧୪।୩: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ରୁଷିଆ ଗସ୍ତରେ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ମସ୍କୋରେ ସେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବେ। ସି ଜିନପିଙ୍ଗଙ୍କ ଏହି ଗସ୍ତ ରୁଷିଆ-ୟୁକ୍ରେନରେ ଚାଲିଥିବା ଯୁଦ୍ଧ ମଧ୍ୟରେ ହେଉଛି, ତେଣୁ ବିଶ୍ୱର ନଜର ଦୁଇ…
ଭଗବାନ ଶ୍ରୀକୃଷ୍ଣଙ୍କୁ ବିବାହ କଲେ ଯୁବତୀ
ଲକ୍ଷ୍ନୌ,୧୪।୩: ଉତ୍ତରପ୍ରଦେଶର ଅରୌୟା ଜିଲାରେ ଜଣେ ଯୁବତୀ ଭଗବାନ କୃଷ୍ଣଙ୍କୁ ବିବାହ କରିଛନ୍ତି। ସମସ୍ତ ରୀତିନୀତି ସହିତ ବିବାହ ସମ୍ପନ୍ନ ହୋଇଛି। ଅରୌୟା ନିବାସୀ ରକ୍ଷା ସୋଲାଙ୍କିଙ୍କ କୃଷ୍ଣଙ୍କ ପ୍ରତି ଭଲ ପାଇବା ବେଶ୍ ନିଆରା। ଏଥିପାଇଁ ସେ ଶ୍ରୀକୃଷ୍ଣଙ୍କୁ ବିବାହ…
ମା’ ତାରା ତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ
ପୁରୁଷୋତ୍ତମପୁର,୧୪।୩(ଡି.ଏନ.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରା ତାରା ତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ ହୋଇଛି। ପ୍ରଥମ ପାଳିରେ ରାତ୍ର ସାଢେ ୨ଟାରୁ ମନ୍ଦିର ଦ୍ୱାର ଫିଟା ଯାଇ ପରମ୍ପରା ଅନୁସାରେ ଅବକାଶ, ମାଜଣା, ସିଙ୍ଗାର, ଅଭିଶେକ…
ମଠ ଉପରେ ମ୍ୟାନମାର୍ ସେନାର ଆକ୍ରମଣ: ୨୮ ମୃତ
ବର୍ମା,୧୪।୩: ମ୍ୟାନମାର୍ ସେନା ଏକ ବୌଦ୍ଧ ମଠ ଉପରେ ଆକ୍ରମଣ କରିଛି। ଏଥିଲେର ୨୮ ଜଣଙ୍କ ମୃତ୍ୟୁ ଘଟଥିବା ଜଣାପଡିଛି। ମିଆଁମାରର ଶାନ ରାଜ୍ୟର ଏକ ଗାଁରେ ଏହି ଆକ୍ରମଣ କରାଯାଇଥିଲା। ଏକ ବିଦ୍ରୋହୀ ସଂଗଠନ କରେନ୍ନି ନ୍ୟାଶନାଲିଟିଜ୍ ଡିଫେନ୍ସ ଫୋର୍ସ…
ଜମ୍ମୁ-କଶ୍ମୀରର ଅନେକ ସ୍ଥାନରେ ଏନ୍ଆଇଏ ଚଢାଉ
ଶ୍ରୀନଗର,୧୪।୩: ଜମ୍ମୁ-କଶ୍ମୀରର ଅନେକ ସ୍ଥାନରେ ମଙ୍ଗଳବାର ସକାଳୁ ଏନ୍ଆଇଏ ଚଢାଉ ହୋଇଛି। ଶ୍ରୀନଗର, ଶୋପିଆନ, ପୁଲୱାମା, ଅନନ୍ତନାଗ ଏବଂ କୁଲଗାମ ସମେତ କାଶ୍ମୀରର ଅନେକ ସ୍ଥାନରେ ଏନଆଇଏ ଟିମ ଚଢାଉ କରୁଛନ୍ତି। ଏହି ଚଢାଉ ଆତଙ୍କବାଦୀ ପାଣ୍ଠି ଏବଂ ଅନ୍ୟାନ୍ୟ ଆତଙ୍କବାଦୀ…
୪.୨୫ ମିନିଟ୍ର ‘ନାଟୁ ନାଟୁ’ ଗୀତ ଲେଖିବାକୁ ଲାଗିଥିଲା ୧୯ ମାସ
ଫିଲ୍ମ ‘ଆରଆର୍ଆର୍’ର ‘ନାଟୁ ନାଟୁ’ ଗୀତ ଓସ୍କାର ହାତେଇଛି। ମନୋରଞ୍ଜନ ଜଗତର ସବୁଠାରୁ ଶ୍ରେଷ୍ଠ ପୁରସ୍କାର ଓସ୍କାର ଦ୍ୱାରା ସମ୍ମାନିତ ହେବାରେ ‘ନାଟୁ ନାଟୁ’ ପ୍ରଥମ ଭାରତୀୟ ଚଳଚ୍ଚିତ୍ର ସଙ୍ଗୀତ। ଗୀତକୁ ବେଷ୍ଟ ଅରିଜିନାଲ ସଙ୍ଗ୍ (ଶ୍ରେଷ୍ଠ ମୂଳ ସଙ୍ଗୀତ) ବର୍ଗରେ…
ଅମିର ଖାନଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନଙ୍କୁ କୌଣସି ପରିଚୟ ଆବଶ୍ୟକ ନାହିଁ। ସେ ଅନେକ ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି। ଅମିର ସେହି ଅଭିନେତାମାନଙ୍କ ମଧ୍ୟରୁ ଜଣେ ଯିଏ ବର୍ଷକୁ ଗୋଟିଏ ଫିଲ୍ମ କରନ୍ତି, କିନ୍ତୁ ଏହା ଏକ ସୁପର ହିଟ…
ହୃଦ୍ଘାତରେ କରଣୀ ସେନା ପ୍ରତିଷ୍ଠାତାଙ୍କ ପରଲୋକ
ଜୟପୁର,୧୪।୩:କରଣୀ ସେନାର ପ୍ରତିଷ୍ଠାତା ଲୋକେନ୍ଦ୍ର ସିଂ କଲଭିଙ୍କ ହୃଦଘାତରେ ଦେହାନ୍ତ ହୋଇଛି। ଜୟପୁର ସ୍ଥିତ ଏସଏମଏସ ହସ୍ପିଟାଲର ଡାକ୍ତରମାନେ ଏହା ନିଶ୍ଚିତ କରିଛନ୍ତି। ତାଙ୍କର ମୃତଦେହ ଶେଷ ଦର୍ଶନ ପାଇଁ ରାଜପୁତ ଭବନ ଜୟପୁରରେ ରଖାଯିବ। ଏହାପରେ ତାଙ୍କ ଜନ୍ମ ଗାଁ…
ଗହୀରମଥାରେ ୪ ଦିନରେ ୫ ଲକ୍ଷ ୪ ହଜାର ଅଣ୍ଡାଦାନ
ରାଜନଗର, ୧୪/୩(ଡି.ଏନ.ଏ.):କଇଁଛ ଅନ୍ତୁଡିଶାଳା ଗହୀରମଥାରେ ଏବେ ମା’ ଅଲିଭ୍ରିଡ୍ଲେଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ଜାରି ରହିଛି। ଲକ୍ଷାଧିକ ମା’ କଇଁଛ ଗହୀରମଥାର ବିଭିନ୍ନ ଦ୍ୱୀପ ଓ ବିସ୍ତୀର୍ଣ୍ଣ ବେଳାଭୂମିରେ ଅଣ୍ଡାଦାନ କରୁଛନ୍ତି। ଗହୀରମଥାରେ ସମୂହ ଅଣ୍ଡାଦାନରେ ସାମିଲ ହେଉଥିବା କଇଁଛଙ୍କ ଗତିବିଦ୍ଧି ଜାଣିବାକୁ…
ମାଲିକଙ୍କୁ ଖୋଜି ବୁଲୁଛି ଓଟ
ଢେଙ୍କାନାଳ ଅଫିସ,୧୪ା୩:ସ୍ବାର୍ଥ ହାସଲ ପରେ ପର କରିଦେଇଛି ମାଲିକ। ଛାଡ଼ିଦେଇ ପଳାଇଛି ନିଜ ପାଳିତ ଓଟକୁ। ହେଲେ ମାଲିକଙ୍କ ସ୍ବାର୍ଥସର୍ବସ୍ବ ମନୋଭାବକୁ ବୁଝିପାରୁନି ଏହି ପାଳିତ ପ୍ରାଣୀ। ସେଥିପାଇଁ ଗଁା, ରାସ୍ତା, ବଣ, ନଦୀକୂଳ ବୁଲି ଖୋଜୁଛି ମାଲିକଙ୍କୁ। କିଏ କିଛି…
ଋଣରେ ଓଡ଼ିଶା ତଳଆଡୁ ୧ ନମ୍ବର: ମନ୍ତ୍ରୀ
ଭୁବନେଶ୍ୱର,୧୪ା୩(ବ୍ୟୁରୋ):ରାଜ୍ୟରେ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ମୁଣ୍ଡପିଛା ଋଣଭାର ୨୨,୦୪୨ ଟଙ୍କା ରହିଥିବା ବେଳେ ମୁଣ୍ଡପିଛା ଆୟ ରହିଛି ୧ ଲକ୍ଷ ୨୮ ହଜାର ୮୭୩ ଟଙ୍କା। ୧୯୯୯-୨୦୦୦ ବେଳକୁ ମୁଣ୍ଡପିଛା ଋଣ ୪,୯୧୮ ଥିବା ବେଳେ ଆୟ ଥିଲା ୧୩,୦୧୨…
Archives


