Home

ଥାନା ଜାଳିଦେଲେ ଉତ୍ୟକ୍ତ ଲୋକ: ଏସ୍‌ଡିପିଓ, ତହସିଲଦାରଙ୍କୁ ଗୋଡେଇ ପିଟିଲେ

ଫୁଲବାଣୀ/ଫିରିଙ୍ଗିଆ, ୫।୮(ରାକେଶ କୁମାର ରାଉତ/ବିକ୍ରମ ଦିଗାଲ): କନ୍ଧମାଳ ଜିଲା ଫିରିଙ୍ଗିଆ ଥାନାଧିକାରୀଙ୍କ ନିଲମ୍ବନ ଏବଂ ଗିରଫ ଦାବିରେ ଉତ୍ୟକ୍ତ ଲୋକ ଥାନା ପୋଡି ଦେଇଛନ୍ତି। ଶନିବାର ଫିରିଙ୍ଗିଆ-ବାଲିଗୁଡା ମୁଖ୍ୟ ରାସ୍ତାକୁ ଉତ୍ୟକ୍ତ ଲୋକ ଅବରୋଧ କରିଛନ୍ତି। ସେମାନଙ୍କୁ ବୁଝାଇବାକୁ ଯାଇଥିବା ସଦର…

ମୁଁ ବାଚସ୍ପତିଙ୍କୁ ରାହୁଲଙ୍କ ସଦସ୍ୟତା ନେଇ କରିଛି ଫୋନ: ଅଧୀର ରଞ୍ଜନ…

ନୂଆଦିଲ୍ଲୀ,୫।୮ : ସୁପ୍ରିମକୋର୍ଟରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି ମିଳିବା ପରେ ଏବେ ତାଙ୍କ ଲୋକସଭା ସଦସ୍ୟତା ଫେରାଇ ଆଣିବା ପାଇଁ ଦାବି ଜୋର ଧରିଛି। ରାହୁଲ ଗାନ୍ଧୀଙ୍କୁ ପୁଣିଥରେ ଗୃହରେ ଦେଖିବାକୁ କଂଗ୍ରେସ କଠିନ ଚେଷ୍ଟା କରୁଛି। ଏହି…

ଲଳିତ ମୋଦିଙ୍କ ସହ ସମ୍ପର୍କକୁ ନେଇ ନିରବତା ଭାଙ୍ଗିଲେ ସୁସ୍ମିତା

ବମ୍ବେ: ଫିଲ୍ମ ‘ତାଲି’କୁ ନେଇ ଚର୍ଚ୍ଚାରେ ଅଛନ୍ତି ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ। ଟ୍ରାନ୍ସଜେଣ୍ଡର ଆକ୍ଟିଭିଷ୍ଟ ଗୌରୀ ସାଓ୍ବନ୍ତଙ୍କ ଉପରେ ନିର୍ମିତ ଏହି ବାୟୋପିକରେ ନଜର ଆସିବେ ସେ। ଅଭିନେତ୍ରୀ ଭାବେ ଏଭଳି ଚରିତ୍ର କରିବା ସୁସ୍ମିତାଙ୍କ ପାଇଁ ବେଶ ଚ୍ୟାଲେଞ୍ଜିଂ…

ଡୁରାଣ୍ଡ କପ ୨୦୨୩: ଫୁଟବଲ କେବଳ ଏକ ଖେଳ ନୁହେଁ, ଏକ ଭାବନା ମଧ୍ୟ. କହିଲେ ରାଜନାଥ…

କୋକରାଝର,୫।୮ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶନିବାର ଆସାମର କୋକରାଝରରେ ଡୁରାଣ୍ଡ-କପ ୨୦୨୩ ର ଉଦଘାଟନୀ ସମାରୋହକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କହିଥିଲେ, ’ମୁଁ ଶୁଣିଥିଲି ଭାରତର ସମଗ୍ର ଉତ୍ତର ପୂର୍ବ ଅଞ୍ଚଳ ଫୁଟବଲ ପ୍ରତି ଉତ୍ସାହ…

୨୦୦୨ ଗୁଜରାଟ ଦଙ୍ଗା ଘଟଣା: ଜାମିନ ପାଇଲେ ପୋଲିସ ମହାନିର୍ଦ୍ଦେଶକ ଆର.ବି ଶ୍ରୀକୁମାର

ଅହମ୍ମଦବାଦ,୫।୮: ଚର୍ଚ୍ଚିତ ୨୦୦୨ ଗୁଜରାଟ ଦଙ୍ଗା ଘଟଣାରେ ଲୋକଙ୍କୁ ମିଛ ପ୍ରମାଣ ଯୋଗାଡ କରି ଲୋକଙ୍କୁ ଫସେଇବା ମାମଲାରେ ଗୁଜୁରାଟ ହାଇକୋର୍ଟ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଆର.ବି ଶ୍ରୀକୁମାରଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟ ପ୍ରାୟ ଦୁଇ ସପ୍ତାହ…

ମେଟଲ୍‌ ମିଟ୍‌-୨୦୨୩: ଗ୍ରାଣ୍ଡ୍‌ ଫିନାଲେକୁ ଗଲେ ସିନିୟର ୮ ଟିମ୍‌

ଭୁବନେଶ୍ୱର,୫ା୮(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଶାର ଛାତ୍ରୀଛାତ୍ରଙ୍କୁ ବୌଦ୍ଧିକ ପ୍ରତିଯୋଗିତା ପାଇଁ ଏକ ଉତ୍କୃଷ୍ଟ ପ୍ଲାଟ୍‌ଫର୍ମ ଯୋଗାଇଦେବା ଲକ୍ଷ୍ୟରେ ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ମେଗା କୁଇଜ୍‌ ଇଭେଣ୍ଟ ‘ମେଟଲ୍‌ ମିଟ୍‌-୨୦୨୩’ ଶନିବାର ହୋଟେଲ ସ୍ବସ୍ତି ପ୍ରିମିୟମ୍‌ରେ ଆୟୋଜିତ ହୋଇଛି। ଏହି…

ନୀତୀଶ କୁମାରଙ୍କର କୌଣସି ନିର୍ବାଚନ ଲଢ଼ିବାର ସାହସ ନାହିଁ: ପିକେ…

ପାଟନା,୫।୮ : ଜନ ସୁରାଜ ପଦଯାତ୍ରାର ସଂଯୋଜକ ପ୍ରଶାନ୍ତ କିଶୋର(ପିକେ) ବିହାରର ସାମସ୍ତିପୁରରେ ପଦଯାତ୍ରା ଜାରି ରଖିଛନ୍ତି। ସେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହା ସହିତ ଲୋକସଭା ନିର୍ବାଚନରେ ନୀତୀଶ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ନେଇ ସେ କଟାକ୍ଷ…

ଉଦ୍ଧବ ହିଁ ବଡ଼ ବିଶ୍ୱାସଘାତକ: ଶିନ୍ଦେ…

ମୁମ୍ବାଇ,୫।୮ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କାହାର ନାମ ନ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଉଦ୍ଧବ ବାରମ୍ବାର ଆମକୁ ବିଶ୍ୱାସଘାତକ ବୋଲି କୁହନ୍ତି। କିନ୍ତୁ ସେ ନିଜେ ଜଣେ ବଡ଼ ବିଶ୍ୱାସଘାତକ। ଯାହାଙ୍କ…

ଅସନ୍ତୁଷ୍ଟ ଅଛନ୍ତି ସିନ୍ଧିଆ

ନୂଆଦିଲ୍ଲୀ,୫।୮: ବର୍ଷ ଶେଷରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି(ଭାଜପା) ଏବେଠାରୁ ରଣନୀତି ପ୍ରସ୍ତୁତି ଆରମ୍ଭ କରିଛି। ଦଳ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ରାଜ୍ୟ ନିର୍ବାଚନ ପରିଚାଳନା କମିଟିର ସଂଯୋଜକ ଭାବେ ଦାୟିତ୍ୱ ଦେଇଛି।…

କୁଲଗାମରେ ଆତଙ୍କବାଦୀ ସର୍ଚ୍ଚ ଅପରେଶନ: ୩ ଯବାନ ଶହୀଦ…

ଶ୍ରୀନଗର,୫।୮ : ଜମ୍ମୁ-କଶ୍ମୀରର କୁଲଗାମ ଜିଲାରେ ଆତଙ୍କବାଦୀ ସର୍ଚ୍ଚ ଅପରେଶନରେ ୩ ଜଣ ସେନା ଯବାନ ଶହୀଦ ହୋଇଛନ୍ତି। ହାଲାନ ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନାକୁ ଆଧାର କରି ଶୁକ୍ରବାର ସନ୍ଧ୍ୟାରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା।…

ଦାବି ନ ମାନିଲେ ୧୬ରୁ ଆନ୍ଦୋଳନକୁ ଓହ୍ଲାଇବେ ଶିକ୍ଷକ

କେସିଙ୍ଗା,୫ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମିଳିତ ଶିକ୍ଷକ ସଙ୍ଘ ପକ୍ଷରୁ ୪ ଦଫା ଦାବି ନେଇ ଏକ ବିରାଟ ପଦଯାତ୍ରା ଶନିବାର ଅନୁଷ୍ଠିତ ହୋଇଥିଲା। କେସିଙ୍ଗା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ମାଧ୍ୟମରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନର ସଂଘ ସଭାପତି…

ଗଞ୍ଜେଇ ଭର୍ତ୍ତି କାର୍‌ ଜବତ, ଜଣେ ଗିରଫ

ବ୍ରହ୍ମପୁର,୫ା୮(ସୁବାସ ଚନ୍ଦ୍ର ପାଢ଼ୀ): ଅବକାରୀ ଗୋଇନ୍ଦା ଡେପୁଟି କମିଶନର ଡମ୍ବରୁଧର ଖଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍‌ ଫାଷ୍ଟଗେଟ୍‌ ଛକରେ ଚଢ଼ାଉ କରି ଗଞ୍ଜେଇ ଭର୍ତ୍ତି କାର୍‌ ଜବତ କରିଛି। ସେଥିରୁ ୧୫୦ କେଜି ଗଞ୍ଜେଇ ଜବତ ହୋଇଛି। ଜଣେ ଚାଲାଣକାରୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?