Home

‘ଧରିତ୍ରୀ’ ପକ୍ଷରୁ ଆରମ୍ଭ ହେଲା ୟୁଥ୍‌ କନ୍‌କ୍ଲେଭ୍‌

ଭୁବନେଶ୍ୱର,୨୪ା୧୧: ‘ଧରିତ୍ରୀ’ର ୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଏକ ନିଆରା ପ୍ରଚେଷ୍ଟା ଆରମ୍ଭ ହୋଇଛି। ଜଳବାୟୁ ପରିବର୍ତ୍ତନକୁ ନେଇ ଶୁକ୍ରବାର ରେଳ ସଦନଠାରେ ‘ଧରିତ୍ରୀ’ ପକ୍ଷରୁ ୟୁଥ୍‌ କନ୍‌କ୍ଲେଭ୍‌ ଆରମ୍ଭ ହୋଇଛି। ରାଜ୍ୟର ଯୁବପିଢ଼ିଙ୍କ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ଭଳି ଗୁରୁତ୍ୱପୂର୍ଣ୍ଣ…

ପେଟ ଭିତରେ ଜୀବନ୍ତ ମାଛି, କର୍କଟ ପରୀକ୍ଷା କ୍ୟାମେରାରେ ପଡିଲା ଧରା, ଭିଡିଓ ଭାଇରାଲ…

ନ୍ୟୁୟର୍କ,୨୪।୧୧ : ସମ୍ପ୍ରତି ଆମେରିକାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ମନୁଷ୍ୟର ପେଟ ଭିତରେ ମଧ୍ୟ ଏକ ମାଛି ବଞ୍ଚିପାରିବ ବୋଲି ଜାଣିବା ପରେ ଡାକ୍ତର ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଡାକ୍ତରଙ୍କ ବହୁ ଉଦ୍ୟମ ସତ୍ତ୍ୱେ ମାଛି ସମ୍ପୃକ୍ତ ବ୍ୟକ୍ତିଙ୍କ…

କ୍ରିକେଟ୍‌ର ଏହି ନିୟମ ଯୋଗୁ ବେକାର ହୋଇଗଲା ରିଙ୍କୁ ସିଂଙ୍କ ଛକା

ବିଶାଖାପାଟନମ,୨୪।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକ ଢଙ୍ଗରେ ଶେଷ ହୋଇଥିଲା।୨୦୯ ରନ୍ର ବିଶାଳ ଟାର୍ଗେଟକୁ ପିଛା କରି ଟିମ ଇଣ୍ଡିଆ ଏକ ସମୟରେ ବିଜୟ ପାଇଁ ଚାରି…

ରାଜ୍ୟ ସରକାର ଆଦିବାସୀଙ୍କ ସ୍ବାର୍ଥର ପରିପନ୍ଥୀ: କଂଗ୍ରେସ

ଭୁବନେଶ୍ୱର, ୨୪।୧୧(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଆଦିବାସୀମାନଙ୍କ ସ୍ବାର୍ଥର ପରିପନ୍ଥୀ। ଓଡ଼ିଶା ଅନୁସୂଚିତ ଅଞ୍ଚଳ ଅସ୍ଥାବର ସମ୍ପତ୍ତି ହସ୍ତାନ୍ତର ନିୟମ-୧୯୫୬(ଓସାଟିପ)ର ସଂଶୋଧନ ଏହାର ସଦ୍ୟତମ ଉଦାହରଣ। ନଭେମ୍ବର ୧୪ କ୍ୟାବିନେଟ ବୈଠକରେ ଏପରି ଏକ ଦୁର୍ଭାଗ୍ୟଜନକ ନିଷ୍ପତ୍ତି ନିଆଗଲା ଏବଂ ନଭେମ୍ବର…

ବଡ ଖବର: ୮ ପୂର୍ବତନ ନୌସେନା କର୍ମଚାରୀଙ୍କ ଉପରେ ଝୁଲୁଥିବା ମୃତ୍ୟୁ ଖଣ୍ଡା ହଟିବ! କତାର କୋର୍ଟ ଅପିଲ ଗ୍ରହଣ କଲେ…

ଦୋହା,୨୪।୧୧: କତାରରୁ ଏକ ବଡ ଖବର ଆସିଛି। ୮ ଜଣ ପୂର୍ବତନ ଭାରତୀୟ ନୌସେନା କର୍ମଚାରୀଙ୍କ ଫାଶୀ ଦଣ୍ଡାଦେଶକୁ ହଟାଇ ଦିଆଯାଇପାରେ। ଗତ ବର୍ଷ ଏହି ପୂର୍ବତନ ନୌସେନା କର୍ମଚାରୀଙ୍କୁ ଗିରଫ କରାଯାଇଥିଲା। ଏବେ ମୃତ୍ୟୁଦଣ୍ଡ ବିରୋଧରେ ଦାଖଲ ହୋଇଥିବା ଅପିଲକୁ…

ଭୋଟର ତାଲିକାରୁ ୮୦,୦୩୦ ବାଦ୍‌ ପଡ଼ିଲେ

ଭୁବନେଶ୍ୱର, ୨୪।୧୧(ସୁନିତ୍‌ ମିଶ୍ର): ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭଠାରୁ ଗତ ୨୧ ତାରିଖ ପର୍ଯ୍ୟନ୍ତ ଭୋଟର ତାଲିକାରେ ଯୋଗହୋଇଥିବା ଓ ବାଦ୍‌ ପଡ଼ିଥିବା ଭୋଟରଙ୍କ ଜିଲାୱାରି ତଥ୍ୟ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରଦାନ କରାଯାଇଛି। ବରଗଡ଼ ଜିଲା…

୪ ବଲ୍‌ରେ ୨ ରନ୍‌ ଆବଶ୍ୟକ; ପରେ ୩ ବଲ୍‌ରୁ ୩ ଉଇକେଟ: ଶେଷ ବଲ୍‌ରେ ଏମିତି ରୋମାଞ୍ଚକ ବିଜୟ ହାସଲ କରିଥିଲା ଭାରତ

ବିଶାଖାପାଟନମ,୨୪।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚ ବେଶ୍‌ ରୋମାଞ୍ଚକର ଥିଲା। ମ୍ୟାଚରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉତ୍ଥାନ-ପତନ ଘଟିଥିଲା। ବିଶାଖାପାଟନମରେ ଖେଳାଯାଇଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୩ ଉଇକେଟ ହରାଇବା ପରେ…

ନୂଆଦିଲ୍ଲୀରେ ଥିବା ଆଫଗାନିସ୍ତାନ ଦୂତାବାସ ସବୁଦିନ ପାଇଁ ବନ୍ଦ

କାବୁଲ/ନୂଆଦିଲ୍ଲୀ,୨୪।୧୧: ନୂଆଦିଲ୍ଲୀରେ ଥିବା ଆଫଗାନିସ୍ତାନ ଦୂତାବାସ ସବୁଦିନ ପାଇଁ ବନ୍ଦ କରି ଦିଆଯାଇଛି। ଏନେଇ ଆଫଗାନିସ୍ତାନ କୂଟନୈତିକ ମିଶନ ପକ୍ଷରୁ ସୂଚନା ଦିଆଯାଇଛି। କୁହାଯାଇଛି ଯେ ନୂଆଦିଲ୍ଲୀରେ ଦୂତାବାସ ବନ୍ଦ କରିବାକୁ ସେମାନଙ୍କର ନିଷ୍ପତ୍ତି ନଭେମ୍ବର ୨୩, ୨୦୨୩ରୁ କାର୍ଯ୍ୟକାରୀ ହେବ।…

୨୫ରେ ବିଜିୟୁର ୬ଷ୍ଠ ସମାବର୍ତ୍ତନ ଉତ୍ସବ

ଭୁବନେଶ୍ୱର,୨୪।୧୧ (ଅଭୟ ଦାଶ):ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ବିର୍ଲା ଗ୍ଲୋବାଲ୍‌ ୟୁନିଭର୍ସିଟି (ବିଜିୟୁ)ର ୬ଷ୍ଠ ସମାବର୍ତ୍ତନ ଉତ୍ସବ ୨୦୨୩ ନଭେମ୍ବର ୨୫ରେ ବିଶ୍ୱବିଦ୍ୟାଳୟର ଭୁବନେଶ୍ୱରସ୍ଥିତ ଗୋଠପାଟଣା କ୍ୟାମ୍ପସ୍‌ରେ ଅନୁଷ୍ଠିତ ହେବାକୁ ଯାଉଛି। ଉକ୍ତ ସମାବର୍ତ୍ତନ ଉସତ୍ବରେ ୬୮ଜଣ ସ୍ନାତକୋତ୍ତର ଏବଂ ୧୩୪…

ପୁଣି ଅଟକିଲା ଉଦ୍ଧାର କାର୍ଯ୍ୟ

ଉତ୍ତରକାଶୀ,୨୪ା୧୧:ଉତ୍ତରାଖଣ୍ଡରେ ଭୁଶୁଡ଼ିଥିବା ସିଲ୍‌କ୍ୟାରା ଟନେଲରେ ଉଦ୍ଧାର କାର୍ଯ୍ୟକୁ ଗୁରୁବାର ପୁଣିଥରେ ସ୍ଥଗିତ ରଖାଯାଇଛି। ସୁଡ଼ଙ୍ଗ ଖନନ କାର୍ଯ୍ୟରେ ନିୟୋଜିତ ମେଶିନ୍‌ ଯେଉଁଠାରେ ରଖାଯାଇଥିଲା, ଉକ୍ତ ସ୍ଥାନରେ କେତେକ ଫାଟ ଦେଖାଦେଇଛି। ଫଳରେ ସୁଡ଼ଙ୍ଗରେ ଫସିଥିବା ୪୧ ଶ୍ରମିକଙ୍କ ଉଦ୍ଧାର ଲାଗି ଚାଲିଥିବା…

ଭାରତୀୟ କ୍ରିକେଟ ଦଳକୁ ମିଳିଗଲା ନୂଆ ଏମଏସ ଧୋନୀ!

ବିଶାଖାପାଟନମ,୨୪।୧୧:ବିଶ୍ୱକପ ଶେଷ ହେବା ପରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଘରୋଇ ଟି-୨୦ ସିରିଜ ଖେଳୁଛି। ପ୍ରଥମ ମ୍ୟାଚ ବିଶାଖାପାଟନମରେ ଖେଳାଯାଇଥିଲା। ଏଥିରେ ଭାରତ ୨୦୦ରୁ ଅଧିକ ରନ ସଂଗ୍ରହ କରି ଜିତିଥିଲା। ଶେଷରେ ଭାରତର ବିଜୟରେ…

ଚାକିରି ଦେବା ନାଁରେ ବଡ଼ ଧରଣର ଠକେଇ, ୨ ଗିରଫ

ଭୁବନେଶ୍ୱର,୨୪।୧୧(ସୂର୍ଯ୍ୟକାନ୍ତ ବେହେରା): ମୁମ୍ବାଇ ପୋର୍ଟ ଟ୍ରଷ୍ଟ ନାମରେ ନକଲି ୱେବ୍‌ସାଇଟ ଖୋଲି ଚାକିରି ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକିଥିବା ଏକ ଗ୍ୟାଙ୍ଗର ୨ ଜଣ ସଦସ୍ୟଙ୍କୁ ନୟାପଲ୍ଲୀ ଥାନା ପୋଲିସ ଗିରଫ କରିଛି। ଅଭିଯୁକ୍ତଦ୍ୱୟ ହେଲେ ଯାଜପୁର ଜିଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri