PM Kisan Samman Nidhi: କେବେ ଖାତାକୁ ଆସିବ ୧୬ତମ କିସ୍ତିି, ଏସବୁ ନ କଲେ ଆସିବନି ଟଙ୍କା…

ନୂଆଦିଲ୍ଲୀ,୧୧।୨ : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା କେନ୍ଦ୍ର ସରକାରଙ୍କ ଏକ ବଡ ଯୋଜନା। ଏହା ଅନ୍ତର୍ଗତ କୃଷକମାନଙ୍କୁ ପ୍ରତି ୪ ମାସରେ ୨୦୦୦ ଟଙ୍କା ହିସାବରେ ୩ କିସ୍ତିରେ ବାର୍ଷିକ ୬୦୦୦ ଟଙ୍କା ଦିଆଯାଏ। ଏହି ସୁବିଧା ସେହି କୃଷକମାନଙ୍କ ପାଇଁ ଉପଲବ୍ଧ, ଯେଉଁମାନଙ୍କର ୨ ହେକ୍ଟର ପର୍ଯ୍ୟନ୍ତ ଜମି ଅଛି। ଏହି ଟଙ୍କା ସିଧାସଳଖ ଡିବିଟି ସ୍ଥାନାନ୍ତର ମାଧ୍ୟମରେ କୃଷକଙ୍କ ଆକାଉଣ୍ଟକୁ ପଠାଯାଏ। ଅଦ୍ୟାବଧି କେନ୍ଦ୍ର ସରକାର ଏହି ଯୋଜନାର ୧୫ଟି କିସ୍ତି ପ୍ରଦାନ କରିଛନ୍ତି ଏବଂ ବର୍ତ୍ତମାନ ୧୬ ତମ କିସ୍ତି ଦେବାକୁ ଯାଉଛନ୍ତି।

ନିୟମ ଅନୁଯାୟୀ, ଏହାର ପ୍ରଥମ କିସ୍ତି ଏପ୍ରିଲରୁ ଜୁଲାଇ ମଧ୍ୟରେ, ଦ୍ୱିତୀୟ କିସ୍ତି ଅଗଷ୍ଟରୁ ନଭେମ୍ବର ମଧ୍ୟରେ ଏବଂ ତୃତୀୟ କିସ୍ତି ଡିସେମ୍ବରରୁ ମାର୍ଚ୍ଚ ମଧ୍ୟରେ ରିଲିଜ ହେବ। ଏପରି ପରିସ୍ଥିତିରେ ଅନୁମାନ କରାଯାଏ ଯେ ଏହି ରାଶି ସମ୍ପର୍କରେ ବିଜ୍ଞପ୍ତି ଫେବୃଆରୀ ଶେଷ କିମ୍ବା ମାର୍ଚ୍ଚର ପ୍ରଥମ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ। ଫେବୃଆରୀ ୨୫ ରୁ ମାର୍ଚ୍ଚ ୧୫ ସୁଦ୍ଧା ଏହା ରିଲିଜ ହେବାର ଆଶା ରହିଛି। ଯଦିଓ କେନ୍ଦ୍ର ପକ୍ଷରୁ ଏନେଇ କୌଣସି ସରକାରୀ ନିଶ୍ଚିତତା ଦିଆଯାଇ ନାହିଁ। ତାରିଖ ସମ୍ବନ୍ଧରେ ସରକାର ଏପର୍ଯ୍ୟନ୍ତ ସୂଚନା ଦେଇ ନାହାନ୍ତି।

ଅନିୟମିତତା ଏବଂ ଠକେଇକୁ ରୋକିବା ପାଇଁ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ସରକାର ଏହି ଯୋଜନାରେ କିଛି ପରିବର୍ତ୍ତନ କରିଛନ୍ତି। ସେଥିମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି eKYC। ନିୟମ ଅନୁଯାୟୀ, ସମସ୍ତ ହିତାଧିକାରୀ ଚାଷୀଙ୍କ ପାଇଁ eKYC ପାଇବା ବାଧ୍ୟତାମୂଳକ କରାଯାଇଛି, ଯଦି କୃଷକମାନେ ତାହା ନ କରନ୍ତି ତେବେ ସେମାନେ ପରବର୍ତ୍ତୀ କିସ୍ତିର ଲାଭ ପାଇବେ ନାହିଁ। eKYC ବ୍ୟତୀତ କୃଷକମାନଙ୍କ ପାଇଁ ଜମି ଯାଞ୍ଚ ଏବଂ ଆଧାର ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ କରିବା ମଧ୍ୟ ବାଧ୍ୟତାମୂଳକ। ଯଦି କୃଷକମାନେ ଏହି ତିନୋଟି ପ୍ରମାଣପତ୍ରର କାର୍ଯ୍ୟ ସମାପ୍ତ ନ କରନ୍ତି ତେବେ ସେମାନେ ପରବର୍ତ୍ତୀ କିସ୍ତିରୁ ବଞ୍ଚିତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?