Home

ଆଫଗାନିସ୍ତାନରେ ବନ୍ୟା, ୩୩ ମୃତ

କାବୁଲ, ୧୬।୪: ଆଫଗାନିସ୍ତାନରେ ଗତ ୩ ଦିନ ଧରି ଲଗାଣ ବର୍ଷା ଯୋଗୁ ବନ୍ୟା ବିଭୀଷିକା ଘଟି ୩୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ବନ୍ୟାରେ ୨୭ ଜଣ ଆହତ ହୋଇଥିବାବେଳେ ୬୦୦ ଘର କ୍ଷତିଗ୍ରସ୍ତ ହୋଇଥିବା ତାଲିବାନର ମୁଖପାତ୍ର ଅବଦୁଲ୍ଲାହ…

୪,୬୫୦ କୋଟି ଜବତ କଲାଣି ଇସି

ନୂଆଦିଲ୍ଲୀ,୧୬ା୪: ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନକୁ ଆଉ ୪ ଦିନ ବାକି ଥିବାବେଳେ ବର୍ତ୍ତମାନ ସୁଦ୍ଧା ଆଇନ ପ୍ରବର୍ତ୍ତନକାରୀ କର୍ତ୍ତୃପକ୍ଷ ବିଭିନ୍ନ ଅଞ୍ଚଳରୁ ୪,୬୫୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଜବତ କରିଥିବା ଭାରତର ନିର୍ବାଚନ କମିଶନ (ଇସିଆଇ) ସୋମବାର ସୂଚନା…

ଜବତ ଜାହାଜର ୧୭ କର୍ମଚାରୀଙ୍କୁ ଭେଟିପାରିବେ ଭାରତୀୟ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ,୧୬ା୪(ପି.ଟି.): ଇରାନ ସେନା କବ୍‌ଜା କରିଥିବା ଇସ୍ରାଏଲୀ ମାଲ୍‌ବାହୀ ଜାହାଜର ୧୭ କର୍ମଚାରୀଙ୍କୁ ଭାରତୀୟ କର୍ତ୍ତୃପକ୍ଷ ଭେଟିପାରିବେ। ଏଥିପାଇଁ ଇରାନ ଅନୁମତି ଦେବ ବୋଲି ଏହାର ବହିର୍ବ୍ୟାପାର ମନ୍ତ୍ରୀ ହୋସେନ୍‌ ଅମିର-ଅବଦୁଲ୍ଲାହିଆନ୍‌ କହିଛନ୍ତି। ପ୍ରତିପକ୍ଷ ଏସ୍‌. ଜୟଶଙ୍କରଙ୍କ ସହ ଟେଲିଫୋନ୍‌ କଥାବାର୍ତ୍ତା…

ଇରାନ୍‌ର ୮୦ ୟୁଏଭିକୁ ଧ୍ୱଂସ କରିଛି ଆମେରିକା

ଓ୍ବାଶିଂଟନ,୧୬ା୪ (ପି.ଟି.): ଇସ୍ର୍ରାଏଲ ଉପରେ ଆକ୍ରମଣ ବେଳେ ଇରାନ ଛାଡ଼ିଥିବା ୮୦ରୁ ଊର୍ଦ୍ଧ୍ୱ ୟୁଏଭି ଏବଂ ଅନୂ୍ୟନ ୬ଟି ବାଲିଷ୍ଟିକ୍‌ ମିଶାଇଲ୍‌କୁ ଆମେରିକା ଧ୍ୱଂସ କରିଦେଇଥିବା ପେଣ୍ଟାଗନ କହିଛି। ଇସ୍ରାଏଲ୍‌କୁ ମାଡ଼ କରିବା ପୂର୍ବରୁ ହୁଟି ନିୟନ୍ତ୍ରିତ ୟେମେନ୍‌ ଅଞ୍ଚଳରେ ଥିବା…

ଭୋଟରଙ୍କୁ ମନ୍ଦିରରେ ଶପଥ କରାଉଛନ୍ତି ବିଜେଡି ନେତା

ଭୁବନେଶ୍ୱର, ୧୫।୪(ସୁନିତ୍‌ ମିଶ୍ର):ବିଜେଡି ଦୀର୍ଘଦିନ ଶାସନରେ ରହିବା ପରେ ମଧ୍ୟ ଭ୍ରଷ୍ଟାଚାର, ବ୍ୟଭିଚାର, ଲୋକଙ୍କ ବିଶ୍ୱାସ, ହୀନ ରାଜନୀତି କରିବାରେ ସୀମା ଉଲ୍ଲଂଘନ କରିଆସିଛି। ଏନେଇ ଭାଜପା ବାରମ୍ବାର ଅଭିଯୋଗ କରିଛି। ହେଲେ ଏଥର ବିଜେଡି ଧର୍ମୀୟ ଭାବନା ସହ ଖେଳ…

ଭାଜପାର ସଂକଳ୍ପ ପତ୍ରରୁ ଓଡ଼ିଶାକୁ କ’ଣ ମିଳିବ ଲାଭ: ମନମୋହନ ଦେଲେ ଜବାବ

ଭୁବନେଶ୍ୱର, ୧୬।୪(ସୁନିତ୍‌ ମିଶ୍ର):୨୦୧୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାଜପା କ୍ଷମତାକୁ ଆସିବା ପରେ ଦେଶବାସୀଙ୍କୁ ଦିଆଯାଇଥିବା ଅଧିକାଂଶ ପ୍ରତିଶ୍ରୁତି ପୂରଣ କରାଯାଇଛି। ଏହାପରେ ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତିକୁ ପାଳନ କରାଯାଇଛି। ଏହି…

ଶ୍ରୀକାନ୍ତଙ୍କ ପ୍ରାର୍ଥିତ୍ୱରୁ ତ୍ରିମୁଖୀ ଲଢ଼େଇ

ବାଲେଶ୍ୱର,୧୬ା୪(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଶ୍ରୀକାନ୍ତ ଜେନାଙ୍କ ନାମ ଘୋଷଣା କରାଯାଇଛି। ପୂର୍ବରୁ ଭାଜପାରୁ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡିରୁ ଡ.ଲେଖାଶ୍ରୀ ସାମନ୍ତସିଂହାର ପ୍ରାର୍ଥୀ ହୋଇଛନ୍ତି। ଶ୍ରୀକାନ୍ତଙ୍କ ପ୍ରାର୍ଥତ୍ତ୍ୱ ଘୋଷଣା ପରେ ୨୦୧୪ ଓ ୨୦୧୯…

ପାଣିକୁଣ୍ଡରେ ପଡ଼ି ଆଖିବୁଜିଲେ ୧୩ ମାସର ଶିଶୁ

ଉଦଳା,୧୬ା୪(ସନ୍ତୋଷ କୁମାର ବାଚ୍ଛିନୀ):ମୟୂରଭଞ୍ଜ ଜିଲା ଉଦଳା ଥାନା ବହୁବନ୍ଧ କଲୋନୀସାହି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘର ପାଖରେ ଥିବା ଏକ ପାଣିକୁଣ୍ଡରେ ପଡ଼ି ଜଣେ ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁ ହେଲେ ଗ୍ରାମର ମୋଚିରାମ ହୋଙ୍କ ୧୩…

ଇଓଡବ୍ଲ୍ୟୁ ପଞ୍ଝାରେ ପୂର୍ବତନ କନ୍‌ଷ୍ଟେବଳଙ୍କ ସମେତ ଦୁଇ ଠକ

ଭୁବନେଶ୍ୱର,୧୬।୪(ସତ୍ୟଜିତ୍‌ ରାଉତ):କ୍ରିପ୍ଟୋ କରେନ୍ସିରେ ନିବେଶ ଆଳରେ ୧୫ କୋଟିରୁ ଊର୍ଦ୍ଧ୍ୱ ଠକେଇ ମାମଲାରେ ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ୨ ଠକଙ୍କୁ ଗିରଫ କରିଛି। ଅଭିଯୁକ୍ତଦ୍ୱୟ ହେଲେ ର଼୍ୟାକେଟର ଭାରତ ମୁଖ୍ୟ ତଥା ରାଜସ୍ଥାନ ଅନୁପଗଡ଼ର ପୂର୍ବତନ କନ୍‌ଷ୍ଟେବଳ…

ଓଡ଼ିଶାରେ ଏଥର ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର, ୧୫।୪(ଅସମାପିକା ସାହୁ):ଚଳିତବର୍ଷ ଓଡ଼ିଶାରେ ନିଅଣ୍ଟିଆ ବର୍ଷା ହେବ। ଦେଶରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବାକୁ ଥିବାବେଳେ ଓଡ଼ିଶାରେ କିନ୍ତୁ କମ୍‌ ବର୍ଷା ହେବ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଏଭଳି ଆକଳନ କରିଛି। ବିଭାଗ…

୨୦୦ କୋଟିର ସମ୍ପତ୍ତି ଦାନ କରି ସନ୍ନ୍ୟାସୀ ହେବେ ଏହି ଦମ୍ପତି

ସୁରଟ, ୧୬ା୪:ଗୁଜରାଟର ଜଣେ ବ୍ୟବସାୟୀ ନିଜର ୨୦୦ କୋଟି ଟଙ୍କାର ସମ୍ପତ୍ତି ଦାନ କରି ସ୍ତ୍ରୀଙ୍କ ସହ ସନ୍ନ୍ୟାସୀ ହେବାକୁ ନିଷ୍ପତ୍ତି ନେଇଛନ୍ତି। ସାବରକାନ୍ଥା ଜିଲାର ହିମ୍ମତ ନଗର ଅଞ୍ଚଳରୁ ଏହି ଆଶ୍ଚର୍ଯ୍ୟକର ଘଟଣା ସାମ୍‌ନାକୁ ଆସିଛି। କୋଟିପତି ବ୍ୟବସାୟୀ ଭାବେଶ…

ସଲମାନଙ୍କ ଘର ବାହାରେ ଫାୟାରିଂ କରିଥିବା ୨ ଅଭିଯୁକ୍ତ ଗିରଫ

ମୁମ୍ବାଇ,୧୬।୪:ମୁମ୍ବାଇର ଅଭିନେତା ସଲମାନ ଖାନଙ୍କ ବାସଭବନ ବାହାରେ ଗୁଳି ଚଳାଇଥିବା ଉଭୟ ଅଭିଯୁକ୍ତଙ୍କୁ ଗୁଜରାଟର ଭୁଜରୁ ଗିରଫ କରାଯାଇଛି। ମାମଲାର ଅନୁସନ୍ଧାନ କରୁଥିବା ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଦଳ ବିଳମ୍ବିତ ରାତିରେ ଏହି ବଡ ସଫଳତା ପାଇଛି। ଖବର ଅନୁଯାୟୀ, ଗୁଜରାଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri