Home

ନିଜକୁ ଆର୍‌ଏଡବ୍ଲ୍ୟୁ ଏଜେଣ୍ଟର ପରିଚୟ ଦେଇ ଲୁଟୁଥିଲେ ଟଙ୍କା, ଏମିତି ପଡ଼ିଲେ ଧରା

ବାଲେଶ୍ୱର,୩ା୭(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ପୋଲିସ ଦ୍ବାରା ନିଜକୁ ରିସର୍ଚ୍ଚ ଆନାଲିସିସ୍‌ ଓ୍ବାଇନ୍‌ (RAW) ଏଜେଣ୍ଟର ଷ୍ଟେଟ୍‌ ହେଡ୍‌ କହୁଥିବା ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ବ୍ୟକ୍ତି ଜଣକ ରେମୁଣା ଅଞ୍ଚଳର ସତ୍ୟ ନାରାୟଣ ନାୟକ ବୋଲି ପରିଚୟ ମିଳିଛି।…

ରତ୍ନଭଣ୍ଡାର ଖୋଲାଯିବା ନେଇ ଗଜପତି ମହାରାଜା କହିଲେ ଏହି ବଡ଼ କଥା

ପୁରୀ,୩ା୭: ରତ୍ନଭଣ୍ଡାର ଖୋଲାଯିବା ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ ବୁଧବାର ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି। ଏହି ପ୍ରତିକ୍ରିୟାରେ ମହାରାଜା କହିଛନ୍ତି, ଦୀର୍ଘ ୪୫ ବର୍ଷ ହେଲା ବନ୍ଦ ରହିଛି ଭିତର ରତ୍ନଭଣ୍ଡାର। ମରାମତି ନିହାତି ଆବଶ୍ୟକ ବୋଲି ଏଏସ୍‌ଆଇ କହିଛି।…

ମୋଦିଙ୍କୁ ଭେଟିବେ ଟିମ୍‌ ଇଣ୍ଡିଆର ଖେଳାଳି: ବିଶ୍ୱଚାମ୍ପିୟନ୍‌ ଟିମ୍‌ର ଏମିତି ହେବ ଗ୍ରାଣ୍ଡ୍‌ ଓ୍ବେଲ୍‌କମ୍‌

ବାର୍ବାଡୋସ୍‌,୩।୭: ଟି-୨୦ ବିଶ୍ୱକପ୍‌ ଟାଇଟଲ ଜିତିବା ପରେ ଭାରତୀୟ କ୍ରିକେଟ ଦଳ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ଟିମ ଇଣ୍ଡିଆ ନେବା ପାଇଁ ବିସିସିଆଇ ଏକ ସ୍ବତନ୍ତ୍ର ବିମାନ ପଠାଇଛି। ସମଗ୍ର ଦଳ ସାଇକ୍ଲୋନିକ ଷ୍ଟର୍ମ ବେରିଲ କାରଣରୁ ବାର୍ବାଡୋସ୍‌ରେ ଅଟକି ରହିଥିଲେ।…

ଝାଡ଼ଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ହେଲେ ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀ

ଭୁବନେଶ୍ୱର/ରାଞ୍ଚି,୩ା୭: ଜଷ୍ଟିସ୍‌ ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି। ସେ ଏବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଅଛନ୍ତି। ସୂଚନା ଥାଉକି, ଡ. ଷଡ଼ଙ୍ଗୀ ୧୯୬୨ ଜୁଲାଇ ୨୦ରେ ନୟାଗଡ଼ ଜିଲା ଓଡ଼ଗାଁ ଅନ୍ତର୍ଗତ…

ବିଶ୍ୱର ନମ୍ବର-୧ ଅଲରାଉଣ୍ଡର ହେଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୩।୭: ଆଇସିସି ବୁଧବାର ଟି-୨୦ ରାଙ୍କିଙ୍ଗ ପ୍ରକାଶ କରିଛି। ଭାରତୀୟ ଟି-୨୦ ଦଳର ଉପ-ଅଧିନାୟକ ତଥା ତାରକା ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ୱର ଏକ ନମ୍ବର ଅଲରାଉଣ୍ଡର ହୋଇଛନ୍ତି। ର଼୍ୟାଙ୍କିଙ୍ଗରେ ସେ ଶ୍ରୀଲଙ୍କାର ୱାନିନ୍ଦୁ ହାସରଙ୍ଗାଙ୍କ ସହ ମିଳିତ ନମ୍ବର ୱାନ ହୋଇଛନ୍ତି।…

ସାକ୍ଷୀଗୋପାଳ ମନ୍ଦିର ପରିଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଲେ ସେବାୟତ, କହିଲେ…

ସାକ୍ଷୀଗୋପାଳ,୩ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଭୁବନେଶ୍ୱର ସରକାରୀ ବାସଭବନରେ ବୁଧବାର ଶ୍ରୀ ସାକ୍ଷୀଗୋପାଳ ମନ୍ଦିର ସେବାୟତମାନେ ସାକ୍ଷାତ କରିଛନ୍ତି। ଠାକୁରଙ୍କ ଚନ୍ଦନ ତୁଳସୀ, ଭୋଗ ସହିତ ଖଣ୍ଡୁଆପାଟ ଓ ଫୁଲମାଳ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ…

ଶେଷରେ ଭାରତ ଫେରୁଛନ୍ତି ଚାମ୍ପିୟନ୍‌ ଟିମ୍‌: ବିମାନରେ ଟ୍ରଫି ସହ ଫଟୋ କ୍ରେଜ୍‌

ବାର୍ବାଡୋସ୍‌,୩।୭: ଶେଷରେ ଓ୍ବେଷ୍ଟଇଣ୍ଡିଜ୍‌ରୁ ଭାରତୀୟ ଦଳ ଘରକୁ ଫେରୁଛି। ବାର୍ବାଡୋସ୍‌ରେ ଘୂର୍ଣ୍ଣିବଳୟ ବେରିଲ ଯୋଗୁ ଭାରତୀୟ ଦଳ ସେଠାରେ ଅଟକି ରହିଥିଲେ। ବର୍ତ୍ତମାନ ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଭାରତୀୟ ଖେଳାଳିଙ୍କୁ ଧରି ଭାରତ ଅଭିମୁଖେ ବାହାରିଛି। ଆସନ୍ତାକାଲି ସକାଳ ସୁଦ୍ଧା…

ନିଲମ୍ବିତ ହେଲେ ୩ ପୋଲିସ

ନୟାଗଡ଼,୩ା୭(ଲୋକନାଥ ମିଶ୍ର): ନୟାଗଡ଼ ସଦରଥାନା ଅନ୍ତର୍ଗତ ଗୋଳଗୋଳା ଗାଁରେ ସିରିଜ ଚୋରି ଘଟଣାରେ ଅଭିଯୋଗକାରୀଙ୍କୁ ଅସହଯୋଗ ନେଇ ୩ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଏସ୍‌ଆଇ ହସିନା ପ୍ରଧାନ, ଏଏସ୍‌ଆଇ ରାଜେଶ୍ବରୀ ନାୟକ ଏବଂ କନଷ୍ଟେବଳ ପୂର୍ଣ୍ଣଚନ୍ଦ୍ର…

କେନାଲରେ ଖସିପଡ଼ିଲା ହାତୀଛୁଆ, ଉଦ୍ଧାର ବେଳେ ଜେସିବିକୁ ଠେଲିଦେଲେ ଦୁଇ ଦନ୍ତା

ମୋରଡ଼ା,୩ା୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ତଥା ବେତନଟୀ ରେଞ୍ଜ ଅଧୀନ ଦୁର୍ଗାପୁର ପଞ୍ଚାୟତର ଅସନବଣି ଗ୍ରାମ ଦେଇଯାଇଥିବା ସୁବର୍ଣ୍ଣରେଖା ଶାଖା କେନାଲରେ ଏକ ହାତୀଛୁଆ ଗଳି ପଡିଥିଲା ଏବଂ ଉକ୍ତ ହାତୀ ଛୁଆଟି କେନାଲରୁ ବାହାରକୁ ବାହାରି ପାରି…

କେଜ୍‌ରିଓ୍ବାଲ୍‌ଙ୍କୁ ପୁଣି ଝଟ୍‌କା: ଜୁଲାଇ ୧୨ ପର୍ଯ୍ୟନ୍ତ ବଢିଲା ନ୍ୟାୟିକ ହେପାଜତ

ନୂଆଦିଲ୍ଲୀ,୩।୭:ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ନ୍ୟାୟିକ ହେପାଜତ ଜୁଲାଇ ୧୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବୁଧବାର ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ନ୍ୟାୟିକ ହେପାଜତର ଅବଧିକୁ ବଢାଇ ଦେଇଛନ୍ତି। ଅରବିନ୍ଦ କେଜ୍‌ରିୱାଲଙ୍କୁ ସିବିଆଇ ଭଳି ଇଡି ଗିରଫ କରିଛି। ସିବିଆଇ ସହ…

କାହାର ଭବିଷ୍ୟବାଣୀରେ ଖୁସି ହୋଇଗଲେ ମୋଦି, ରାଜ୍ୟ ସଭାରେ କହିଲେ…

ନୂଆଦିଲ୍ଲୀ,୩।୭: ପ୍ରଧାନମନ୍ତ୍ରୀ ମୋଦି ବୁଧବାର ରାଜ୍ୟ ସଭାରେ ଅଭିଭାଷଣରେ ତାଙ୍କୁ ଲଗାତାର ୧୦ ବର୍ଷ କ୍ଷମତାରେ ରଖିଥିବାରୁ ଏବଂ ତାଙ୍କୁ ତୃତୀୟ ଥର ପାଇଁ ସୁଯୋଗ ଦେଇଥିବାରୁ ଧନ୍ୟବାଦ ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ୧୦ ବର୍ଷର ଅବିଭକ୍ତ ସେବା ପରେ…

ଆଦାନୀ ଗ୍ରୁପର ୧୩ ଲକ୍ଷ କୋଟିର କ୍ଷତି କରି ଏତେ କୋଟି ଟଙ୍କା ଆୟ କରିଛି ହିଣ୍ଡେନବର୍ଗ, ଜାଣିଲେ ତାଜୁବ ହେବେ…

ନୂଆଦିଲ୍ଲୀ,୩।୭: ଗତ ବର୍ଷ ଜାନୁଆରୀରେ ଆମେରିକାର ଅନୁସନ୍ଧାନକାରୀ ସଂସ୍ଥା ହିଣ୍ଡେନବର୍ଗ ଆଦାନୀ ଗ୍ରୁପ ଉପରେ ବଡ଼ ଅଭିଯୋଗ ଆଣିଥିଲା। ଯେଉଁଥିରେ ଆଦାନୀ ଗ୍ରୁପକୁ ବଡ଼ କ୍ଷତି ସହିବାକୁ ପଡିଥିଲା। ଆଦାନୀ ଗ୍ରୁପ ୧୫୩ ବିଲିୟନ ଡ଼ଲାର୍‌ (ପ୍ରାୟ ୧୩ ଲକ୍ଷ କୋଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?