ହିଣ୍ଡେନବର୍ଗ ରିସର୍ଚ୍ଚର ନୂଆ ରିପୋର୍ଟ ଆସିବା ପରେ ଆଦାନୀ ଗ୍ରୁପ୍‌ର ପ୍ରଥମ ପ୍ରତିକ୍ରିୟା, ମାଧବୀ ପୁରୀ ବୁଚ୍‌ଙ୍କ ସହ କୌଣସି…

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୧ା୮: ଆମେରିକାର ଶର୍ଟ ସେଲର ସଂସ୍ଥା ହିଣ୍ଡେନ୍‌ବର୍ଗ ରିସର୍ଚ୍ଚର ନୂଆ ରିପୋର୍ଟ ଆସିବା ପରେ ସେଠାରେ ଉତ୍ତେଜନା ଦେଖାଦେଇଛି। ଶନିବାର ବିଳମ୍ବିତ ରାତିରେ ଆସିଥିବା ରିପୋର୍ଟ ଉପରେ ଆଦାନୀ ଗ୍ରୁପ୍‌ ଏହାର ପ୍ରଥମ ପ୍ରତିକ୍ରିୟା ଦେଇଛି। ଆଦାନି ଗ୍ରୁପ ରବିବାର ହିଣ୍ଡେନବର୍ଗର ଅଭିଯୋଗକୁ ଅସ୍ବୀକାର କରି କହିଛି ଯେ, ସେବି ମୁଖ୍ୟ ମାଧବୀ ପୁରୀ ବୁଚ୍‌ଙ୍କ ସହ ଏହାର କୌଣସି ବ୍ୟବସାୟିକ ସମ୍ପର୍କ ନାହିଁ, ଯାହା ହିଣ୍ଡେନବର୍ଗଙ୍କ ରିପୋର୍ଟରେ ଦାବି କରାଯାଇଛି।

ସୂଚନାଯୋଗ୍ୟ, ୨୦୧୭ରେ ମାଧବୀ ସେବିର ପୂର୍ଣ୍ଣକାଳୀନ ସଦସ୍ୟ ନିଯୁକ୍ତ ହେବା ପରେ ୨୦୨୨ ମାର୍ଚ୍ଚରେ ଏହାର ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିଥିଲେ। ଏହା ପୂର୍ବରୁ ୨୦୧୫ରେ ସେ ଦରିଆପାରି କମ୍ପାନୀରେ ପୁଞ୍ଜିନିବେଶ କରିଥିବା ରିପୋର୍ଟରୁ ଜଣାପଡ଼ିଛି। ସେବିରେ ମାଧବୀ ନିଯୁକ୍ତ ହେବା ପୂର୍ବରୁ କୌଣସି ପ୍ରକାର ସମ୍ଭାବ୍ୟ ଯାଞ୍ଚରୁ ତାଙ୍କୁ ସୁରକ୍ଷା ଦେବା ନିମନ୍ତେ ସେମାନଙ୍କ ନିବେଶକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ତାଙ୍କ ସ୍ବାମୀ ନିବେଦନ କରିଥିଲେ। ଏକ ଜଟିଳ ବହୁସ୍ତରୀୟ ଦରିଆପାରି ଷ୍ଟ୍ରକ୍ଚର ଜରିଆରେ ସେମାନେ ପୁଞ୍ଜିନିବେଶ କରିଥିବାରୁ ଏହାର ବୈଧତା ଓ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠିଛି। ଆଦାନୀ ଗ୍ରୁପ୍‌ର ସନ୍ଦେହଜନକ ଦରିଆପାରି ଅଂଶୀଦାରମାନଙ୍କ ବିରୋଧରେ ସେବି ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ନ ନେବା ପଛରେ ଉକ୍ତ ସଂସ୍ଥାଗୁଡ଼ିକ ସହ ମାଧବୀଙ୍କ ବ୍ୟକ୍ତିଗତ ଆର୍ଥତ୍କ ସମ୍ପର୍କ କାରଣ ହୋଇପାରେ ବୋଲି ହିଣ୍ଡେନବର୍ଗ ରିପୋର୍ଟରେ କୁହାଯାଇଛି। ଭାରତରେ ରିଅଲ ଇଷ୍ଟେଟ୍‌ ଇନ୍‌ଭେଷ୍ଟମେଣ୍ଟ ଟ୍ରଷ୍ଟ (ଆର୍‌ଇଆଇଟି)ଗୁଡ଼ିକର ପ୍ରଚାର ପ୍ରସାରରେ ମାଧବୀଙ୍କ ଭୂମିକାକୁ ନେଇ ମଧ୍ୟ ରିପୋର୍ଟରେ ପ୍ରଶ୍ନ ଉଠାଯାଇଛି। ଉକ୍ତ ଟ୍ରଷ୍ଟ ପାଇଁ ବ୍ଲାକ୍‌ଷ୍ଟୋନ୍‌ ନାମକ ସଂସ୍ଥା ଲାଭବାନ ହୋଇଥିଲା। ଏହି ସଂସ୍ଥାରେ ମାଧବୀଙ୍କ ସ୍ବାମୀ ଜଣେ ବରିଷ୍ଠ ଉପଦେଷ୍ଟା ଭାବେ କାମ କରୁଥିଲେ।
ଏହା ପୂର୍ବରୁ ‘ଭାରତରେ ଖୁବ୍‌ଶୀଘ୍ର କିଛି ବଡ଼ ଘଟିବାକୁ ଯାଉଛି’ ବୋଲି ଶନିବାର ସକାଳେ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ପକ୍ଷରୁ ଏକ୍ସ’ରେ ଉଲ୍ଲେଖ କରାଯାଇଥିଲା। ଉକ୍ତ ପୋଷ୍ଟରେ ରିସର୍ଚ୍ଚ ଫାର୍ମ କୌଣସି କମ୍ପାନୀର ନାମ ଲେଖି ନ ଥିଲେ ମଧ୍ୟ ଦେଶର ଆର୍ଥତ୍କ ଜଗତରେ ହଇଚଇ ସୃଷ୍ଟି ହୋଇଥିଲା। ତେଣୁ ଆଦାନୀ ଗ୍ରୁପ୍‌ ପରେ ଏବେ କାହାର ପେଡ଼ି ଖୋଲିବାକୁ ଯାଉଛି, ତା’ ଉପରେ ସମସ୍ତଙ୍କର ନଜର ରହିଥିଲା। କାରଣ ୨୦୨୩ ଜାନୁଆରୀ ୨୪ରେ ହିଣ୍ଡେନ୍‌ବର୍ଗ ପକ୍ଷରୁ ପ୍ରକାଶିତ ଏକ ଅନୁସନ୍ଧାନମୂଳକ ରିପୋର୍ଟ ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ବ୍ୟବସାୟିକ ସାମ୍ରାଜ୍ୟକୁ ଦୋହଲାଇଦେଇଥିଲା।
ଗତବର୍ଷ ଜାନୁୟାରୀ ୨୪ରେ ହିଣ୍ଡେନ୍‌ବର୍ଗ ନିଜ ଓ୍ବେବ୍‌ସାଇଟ୍‌ରେ ଏକ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ କରିଥିଲା। ଉକ୍ତ ରିପୋର୍ଟରେ ଦର୍ଶାଯାଇଥିଲା ଯେ, ଆଦାନୀ ଗ୍ରୁପ୍‌ ୧୭.୮ ଟ୍ରିଲିୟନ୍‌ ବା ଲକ୍ଷ କୋଟି ଟଙ୍କା (୨୧୮ ବିଲିୟନ୍‌ ଆମେରିକୀୟ ଡଲାର) ହେରଫେର କରିଛି। ଏହି କମ୍ପାନୀ ନିଜ ଷ୍ଟକ୍ସ ଏବଂ ଆକାଉଣ୍ଟରେ ଅନେକ ଦଶନ୍ଧି ଧରି ଏହି କାରସାଦି କରିଥିବା ନେଇ ୨ ବର୍ଷର ଯାଞ୍ଚ ଓ ଖୋଳତାଡ଼ ପରେ ପ୍ରମାଣ ମିଳିଛି। ଆଦାନୀ ଗ୍ରୁପ୍‌ ପ୍ରତିଷ୍ଠାତା ଗୌତମ ଆଦାନୀ ଅସାଧୁ ଉପାୟରେ ଷ୍ଟକ୍‌ ମୂଲ୍ୟରେ ବୃଦ୍ଧି ଘଟାଇ ଗତ ୩ ବର୍ଷ ମଧ୍ୟରେ ପ୍ରାୟ ୧୨୦ ବିଲିୟନ ଡଲାର ଠୁଳ କରିଛନ୍ତି। ପୁଞ୍ଜି ବଜାରରେ ତାଲିକାଭୁକ୍ତ ହୋଇଥିବା ଆଦାନୀ ସମୂହର କମ୍ପାନୀଗୁଡ଼ିକ ଏହି ଅବଧି ମଧ୍ୟରେ ହାରାହାରି ୮୧୯% ଉପରକୁ ଉଠିଛି। ଗବେଷଣା ବେଳେ ଆଦାନୀ ଗ୍ରୁପ୍‌ର ସିନିୟର ଏକ୍‌ଜିକ୍ୟୁଟିଭମାନଙ୍କ ମତାମତ ନେଇ, ଅନେକ ହଜାର ଦସ୍ତାବିଜର ସମୀକ୍ଷା ସହ ପ୍ରାୟ ଅଧ ଡଜନ ଦେଶରେ ଅନୁଧ୍ୟାନ କରାଯାଇଥିବା ଏଥିରେ ଉଲ୍ଲେଖ କରାଯାଇଥିଲା। ଏହି ଗବେଷଣାକୁ ଅଣଦେଖା କରି ଆଦାନୀ ଗ୍ରୁପ୍‌ ଅଧୀନ ୭ କମ୍ପାନୀର ଶେୟାର କିଣୁଥିବା ନିବେଶକମାନଙ୍କ ଉଦ୍ଦେଶ୍ୟରେ ଆହୁରି କୁହାଯାଇଥିଲା ଯେ, ଏହାର ଫେସ୍‌ ଭାଲ୍ୟୁ ୮୫% ପର୍ଯ୍ୟନ୍ତ ତଳକୁ ଖସିବ। ତେଣୁ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଆଦାନୀଙ୍କ କମ୍ପାନୀଗୁଡ଼ିର ଶେୟାରଗୁଡ଼ିକୁ ଶର୍ଟ ସେଲ୍‌ କରିଥିବା ଉକ୍ତ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା। କେବଳ ଏତିକି ନୁହେଁ, ଆଦାନୀଙ୍କ ପରିବାର ସଦସ୍ୟମାନେ ଟିକସ ଫାଙ୍କିବା ପାଇଁ ବିଦେଶରେ ଜାଲ୍‌ କମ୍ପାନୀ ଖୋଲିଛନ୍ତି। ସେମାନେ ଜାଲ୍‌ ଦସ୍ତାବିଜ ପ୍ରସ୍ତୁତ କରି ମରିସସ୍‌, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ କାରିବିଆନ୍‌ ଆଇଲାଣ୍ଡ ଭଳି ଦେଶ ସହ ଆମଦାନୀ/ରପ୍ତାନି କରିଥିବା ଏଥିରେ ଅଭିଯୋଗ ଅଣାଯାଇଥିଲା। ୨୦୦୪-୨୦୦୫ରେ ହୋଇଥିବା ହୀରା କାରବାରରେ ଗୌତମ ଆଦାନୀଙ୍କ ସାନଭାଇ ରାଜେଶ ଆଦାନୀ ମୁଖ୍ୟ ଭୂମିକା ନେଇଥିବା ଡାଇରେକ୍ଟୋରେଟ୍‌ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍ସ (ଡିଆର୍‌ଆଇ) ପକ୍ଷରୁ ଅଭିଯୋଗ ଅଣାଯାଇଥିଲା। ଏହି ଯୋଜନାରେ ତାଙ୍କ ଜାଲ୍‌ କମ୍ପାନୀଗୁଡ଼ିକର ସମ୍ପୃକ୍ତି ରହିଥିଲା। ଜାଲିଆତି ଓ ଟିକସ ଠକେଇ ମାମଲାରେ ରାଜେଶ ୨ ଥର ଗିରଫ ହୋଇଥିଲେ। ପରବର୍ତ୍ତୀ ସମୟରେ ରାଜେଶ ଆଦାନୀ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ଭାବେ ପଦୋନ୍ନତି ପାଇଥିଲେ। ଗୌତମ ଆଦାନୀଙ୍କ ଶାଳକ ସମୀର ଭୋରା ମଧ୍ୟ ଏହି ମାମଲାର ଅଭିଯୁକ୍ତ। କିନ୍ତୁ ସେ ରେଗୁଲେଟର୍ସଙ୍କୁ ବାରମ୍ବାର ମିଥ୍ୟା ବୟାନ ଦେଇ ଚାଲିଥିଲେ। ଗୌତମ ଆଦାନୀ ତାଙ୍କୁ ଆଦାନୀ ଅଷ୍ଟ୍ରେଲିଆ ଡିଭିଜନ୍‌ର ଏକ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର ଭାବେ ପଦୋନ୍ନତି ଦେଇଥିଲେ ବୋଲି ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଏଥିରେ ଉଲ୍ଲେଖ କରିଥିଲା। ହିଣ୍ଡେନବର୍ଗର ଏହି ଚାଞ୍ଚଲ୍ୟକର ରିପୋର୍ଟ ପ୍ରଘଟ ହେବା ପରେ ଆଦାନୀଙ୍କ କମ୍ପାନୀଗୁଡ଼ିକର ମାର୍କେଟ ଶେୟାର ମୂଲ୍ୟରେ ୧୫୦ ବିଲିୟନ ଡଲାର ହ୍ରାସ ହୋଇଥିଲା। ଫଳରେ ଗୌତମ ଆଦାନୀ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତିରୁ ତାଲିକାର ୧୧ତମ ସ୍ଥାନକୁ ଖସିଥିଲେ। ଇତିମଧ୍ୟରେ ଭାରତୀୟ ନିବେଶକଙ୍କ ସ୍ବାର୍ଥ ଦୃଷ୍ଟିରୁ ଏଭଳି ରିପୋର୍ଟ ପ୍ରକାଶନ ଉପରେ ରୋକ ଲଗାଯିବା ସକାଶେ ସୁପ୍ରିମକୋର୍ଟରେ ଏକାଧିକ ପିଟିଶନ ଦାଏର ହୋଇଥିଲା। ସର୍ବୋଚ୍ଚ ଅଦାଲତ ମାର୍କେଟ ନିୟନ୍ତ୍ରକ ସେବିକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସେବି ଆଦାନୀ ଗ୍ରୁପ୍‌ ସପକ୍ଷରେ ରିପୋର୍ଟ ଦାଖଲ କରିବା ପରେ ହିଣ୍ଡେନ୍‌ବର୍ଗ ରିପୋର୍ଟ ଏବଂ ଅଭିଯୋଗ ହୋଇଥିବା ଜାଲିଆତି ପଛର ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସିପାରି ନ ଥିଲା। ନାଥନ୍‌ ଆଣ୍ଡରସନ୍‌ଙ୍କ ହିଣ୍ଡେନ୍‌ବର୍ଗର ସଦ୍ୟ ରିପୋର୍ଟ ଭାରତୀୟ ନିବେଶକ ଏବଂ ଟ୍ରେଡର୍ସମନଙ୍କ ଚିନ୍ତା ବଢ଼ାଇଦେଇଛି। ସଂସ୍ଥାର ବିସ୍ତୃତ ରିପୋର୍ଟରେ ଆହୁରି ଅନେକ ତଥ୍ୟ ପ୍ରଘଟ ହୋଇପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?