ହିଣ୍ଡେନବର୍ଗ ରିସର୍ଚ୍ଚର ନୂଆ ରିପୋର୍ଟ ଆସିବା ପରେ ଆଦାନୀ ଗ୍ରୁପ୍‌ର ପ୍ରଥମ ପ୍ରତିକ୍ରିୟା, ମାଧବୀ ପୁରୀ ବୁଚ୍‌ଙ୍କ ସହ କୌଣସି…

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୧ା୮: ଆମେରିକାର ଶର୍ଟ ସେଲର ସଂସ୍ଥା ହିଣ୍ଡେନ୍‌ବର୍ଗ ରିସର୍ଚ୍ଚର ନୂଆ ରିପୋର୍ଟ ଆସିବା ପରେ ସେଠାରେ ଉତ୍ତେଜନା ଦେଖାଦେଇଛି। ଶନିବାର ବିଳମ୍ବିତ ରାତିରେ ଆସିଥିବା ରିପୋର୍ଟ ଉପରେ ଆଦାନୀ ଗ୍ରୁପ୍‌ ଏହାର ପ୍ରଥମ ପ୍ରତିକ୍ରିୟା ଦେଇଛି। ଆଦାନି ଗ୍ରୁପ ରବିବାର ହିଣ୍ଡେନବର୍ଗର ଅଭିଯୋଗକୁ ଅସ୍ବୀକାର କରି କହିଛି ଯେ, ସେବି ମୁଖ୍ୟ ମାଧବୀ ପୁରୀ ବୁଚ୍‌ଙ୍କ ସହ ଏହାର କୌଣସି ବ୍ୟବସାୟିକ ସମ୍ପର୍କ ନାହିଁ, ଯାହା ହିଣ୍ଡେନବର୍ଗଙ୍କ ରିପୋର୍ଟରେ ଦାବି କରାଯାଇଛି।

ସୂଚନାଯୋଗ୍ୟ, ୨୦୧୭ରେ ମାଧବୀ ସେବିର ପୂର୍ଣ୍ଣକାଳୀନ ସଦସ୍ୟ ନିଯୁକ୍ତ ହେବା ପରେ ୨୦୨୨ ମାର୍ଚ୍ଚରେ ଏହାର ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିଥିଲେ। ଏହା ପୂର୍ବରୁ ୨୦୧୫ରେ ସେ ଦରିଆପାରି କମ୍ପାନୀରେ ପୁଞ୍ଜିନିବେଶ କରିଥିବା ରିପୋର୍ଟରୁ ଜଣାପଡ଼ିଛି। ସେବିରେ ମାଧବୀ ନିଯୁକ୍ତ ହେବା ପୂର୍ବରୁ କୌଣସି ପ୍ରକାର ସମ୍ଭାବ୍ୟ ଯାଞ୍ଚରୁ ତାଙ୍କୁ ସୁରକ୍ଷା ଦେବା ନିମନ୍ତେ ସେମାନଙ୍କ ନିବେଶକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ତାଙ୍କ ସ୍ବାମୀ ନିବେଦନ କରିଥିଲେ। ଏକ ଜଟିଳ ବହୁସ୍ତରୀୟ ଦରିଆପାରି ଷ୍ଟ୍ରକ୍ଚର ଜରିଆରେ ସେମାନେ ପୁଞ୍ଜିନିବେଶ କରିଥିବାରୁ ଏହାର ବୈଧତା ଓ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠିଛି। ଆଦାନୀ ଗ୍ରୁପ୍‌ର ସନ୍ଦେହଜନକ ଦରିଆପାରି ଅଂଶୀଦାରମାନଙ୍କ ବିରୋଧରେ ସେବି ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ନ ନେବା ପଛରେ ଉକ୍ତ ସଂସ୍ଥାଗୁଡ଼ିକ ସହ ମାଧବୀଙ୍କ ବ୍ୟକ୍ତିଗତ ଆର୍ଥତ୍କ ସମ୍ପର୍କ କାରଣ ହୋଇପାରେ ବୋଲି ହିଣ୍ଡେନବର୍ଗ ରିପୋର୍ଟରେ କୁହାଯାଇଛି। ଭାରତରେ ରିଅଲ ଇଷ୍ଟେଟ୍‌ ଇନ୍‌ଭେଷ୍ଟମେଣ୍ଟ ଟ୍ରଷ୍ଟ (ଆର୍‌ଇଆଇଟି)ଗୁଡ଼ିକର ପ୍ରଚାର ପ୍ରସାରରେ ମାଧବୀଙ୍କ ଭୂମିକାକୁ ନେଇ ମଧ୍ୟ ରିପୋର୍ଟରେ ପ୍ରଶ୍ନ ଉଠାଯାଇଛି। ଉକ୍ତ ଟ୍ରଷ୍ଟ ପାଇଁ ବ୍ଲାକ୍‌ଷ୍ଟୋନ୍‌ ନାମକ ସଂସ୍ଥା ଲାଭବାନ ହୋଇଥିଲା। ଏହି ସଂସ୍ଥାରେ ମାଧବୀଙ୍କ ସ୍ବାମୀ ଜଣେ ବରିଷ୍ଠ ଉପଦେଷ୍ଟା ଭାବେ କାମ କରୁଥିଲେ।
ଏହା ପୂର୍ବରୁ ‘ଭାରତରେ ଖୁବ୍‌ଶୀଘ୍ର କିଛି ବଡ଼ ଘଟିବାକୁ ଯାଉଛି’ ବୋଲି ଶନିବାର ସକାଳେ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ପକ୍ଷରୁ ଏକ୍ସ’ରେ ଉଲ୍ଲେଖ କରାଯାଇଥିଲା। ଉକ୍ତ ପୋଷ୍ଟରେ ରିସର୍ଚ୍ଚ ଫାର୍ମ କୌଣସି କମ୍ପାନୀର ନାମ ଲେଖି ନ ଥିଲେ ମଧ୍ୟ ଦେଶର ଆର୍ଥତ୍କ ଜଗତରେ ହଇଚଇ ସୃଷ୍ଟି ହୋଇଥିଲା। ତେଣୁ ଆଦାନୀ ଗ୍ରୁପ୍‌ ପରେ ଏବେ କାହାର ପେଡ଼ି ଖୋଲିବାକୁ ଯାଉଛି, ତା’ ଉପରେ ସମସ୍ତଙ୍କର ନଜର ରହିଥିଲା। କାରଣ ୨୦୨୩ ଜାନୁଆରୀ ୨୪ରେ ହିଣ୍ଡେନ୍‌ବର୍ଗ ପକ୍ଷରୁ ପ୍ରକାଶିତ ଏକ ଅନୁସନ୍ଧାନମୂଳକ ରିପୋର୍ଟ ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ବ୍ୟବସାୟିକ ସାମ୍ରାଜ୍ୟକୁ ଦୋହଲାଇଦେଇଥିଲା।
ଗତବର୍ଷ ଜାନୁୟାରୀ ୨୪ରେ ହିଣ୍ଡେନ୍‌ବର୍ଗ ନିଜ ଓ୍ବେବ୍‌ସାଇଟ୍‌ରେ ଏକ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ କରିଥିଲା। ଉକ୍ତ ରିପୋର୍ଟରେ ଦର୍ଶାଯାଇଥିଲା ଯେ, ଆଦାନୀ ଗ୍ରୁପ୍‌ ୧୭.୮ ଟ୍ରିଲିୟନ୍‌ ବା ଲକ୍ଷ କୋଟି ଟଙ୍କା (୨୧୮ ବିଲିୟନ୍‌ ଆମେରିକୀୟ ଡଲାର) ହେରଫେର କରିଛି। ଏହି କମ୍ପାନୀ ନିଜ ଷ୍ଟକ୍ସ ଏବଂ ଆକାଉଣ୍ଟରେ ଅନେକ ଦଶନ୍ଧି ଧରି ଏହି କାରସାଦି କରିଥିବା ନେଇ ୨ ବର୍ଷର ଯାଞ୍ଚ ଓ ଖୋଳତାଡ଼ ପରେ ପ୍ରମାଣ ମିଳିଛି। ଆଦାନୀ ଗ୍ରୁପ୍‌ ପ୍ରତିଷ୍ଠାତା ଗୌତମ ଆଦାନୀ ଅସାଧୁ ଉପାୟରେ ଷ୍ଟକ୍‌ ମୂଲ୍ୟରେ ବୃଦ୍ଧି ଘଟାଇ ଗତ ୩ ବର୍ଷ ମଧ୍ୟରେ ପ୍ରାୟ ୧୨୦ ବିଲିୟନ ଡଲାର ଠୁଳ କରିଛନ୍ତି। ପୁଞ୍ଜି ବଜାରରେ ତାଲିକାଭୁକ୍ତ ହୋଇଥିବା ଆଦାନୀ ସମୂହର କମ୍ପାନୀଗୁଡ଼ିକ ଏହି ଅବଧି ମଧ୍ୟରେ ହାରାହାରି ୮୧୯% ଉପରକୁ ଉଠିଛି। ଗବେଷଣା ବେଳେ ଆଦାନୀ ଗ୍ରୁପ୍‌ର ସିନିୟର ଏକ୍‌ଜିକ୍ୟୁଟିଭମାନଙ୍କ ମତାମତ ନେଇ, ଅନେକ ହଜାର ଦସ୍ତାବିଜର ସମୀକ୍ଷା ସହ ପ୍ରାୟ ଅଧ ଡଜନ ଦେଶରେ ଅନୁଧ୍ୟାନ କରାଯାଇଥିବା ଏଥିରେ ଉଲ୍ଲେଖ କରାଯାଇଥିଲା। ଏହି ଗବେଷଣାକୁ ଅଣଦେଖା କରି ଆଦାନୀ ଗ୍ରୁପ୍‌ ଅଧୀନ ୭ କମ୍ପାନୀର ଶେୟାର କିଣୁଥିବା ନିବେଶକମାନଙ୍କ ଉଦ୍ଦେଶ୍ୟରେ ଆହୁରି କୁହାଯାଇଥିଲା ଯେ, ଏହାର ଫେସ୍‌ ଭାଲ୍ୟୁ ୮୫% ପର୍ଯ୍ୟନ୍ତ ତଳକୁ ଖସିବ। ତେଣୁ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଆଦାନୀଙ୍କ କମ୍ପାନୀଗୁଡ଼ିର ଶେୟାରଗୁଡ଼ିକୁ ଶର୍ଟ ସେଲ୍‌ କରିଥିବା ଉକ୍ତ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା। କେବଳ ଏତିକି ନୁହେଁ, ଆଦାନୀଙ୍କ ପରିବାର ସଦସ୍ୟମାନେ ଟିକସ ଫାଙ୍କିବା ପାଇଁ ବିଦେଶରେ ଜାଲ୍‌ କମ୍ପାନୀ ଖୋଲିଛନ୍ତି। ସେମାନେ ଜାଲ୍‌ ଦସ୍ତାବିଜ ପ୍ରସ୍ତୁତ କରି ମରିସସ୍‌, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ କାରିବିଆନ୍‌ ଆଇଲାଣ୍ଡ ଭଳି ଦେଶ ସହ ଆମଦାନୀ/ରପ୍ତାନି କରିଥିବା ଏଥିରେ ଅଭିଯୋଗ ଅଣାଯାଇଥିଲା। ୨୦୦୪-୨୦୦୫ରେ ହୋଇଥିବା ହୀରା କାରବାରରେ ଗୌତମ ଆଦାନୀଙ୍କ ସାନଭାଇ ରାଜେଶ ଆଦାନୀ ମୁଖ୍ୟ ଭୂମିକା ନେଇଥିବା ଡାଇରେକ୍ଟୋରେଟ୍‌ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍ସ (ଡିଆର୍‌ଆଇ) ପକ୍ଷରୁ ଅଭିଯୋଗ ଅଣାଯାଇଥିଲା। ଏହି ଯୋଜନାରେ ତାଙ୍କ ଜାଲ୍‌ କମ୍ପାନୀଗୁଡ଼ିକର ସମ୍ପୃକ୍ତି ରହିଥିଲା। ଜାଲିଆତି ଓ ଟିକସ ଠକେଇ ମାମଲାରେ ରାଜେଶ ୨ ଥର ଗିରଫ ହୋଇଥିଲେ। ପରବର୍ତ୍ତୀ ସମୟରେ ରାଜେଶ ଆଦାନୀ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ଭାବେ ପଦୋନ୍ନତି ପାଇଥିଲେ। ଗୌତମ ଆଦାନୀଙ୍କ ଶାଳକ ସମୀର ଭୋରା ମଧ୍ୟ ଏହି ମାମଲାର ଅଭିଯୁକ୍ତ। କିନ୍ତୁ ସେ ରେଗୁଲେଟର୍ସଙ୍କୁ ବାରମ୍ବାର ମିଥ୍ୟା ବୟାନ ଦେଇ ଚାଲିଥିଲେ। ଗୌତମ ଆଦାନୀ ତାଙ୍କୁ ଆଦାନୀ ଅଷ୍ଟ୍ରେଲିଆ ଡିଭିଜନ୍‌ର ଏକ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର ଭାବେ ପଦୋନ୍ନତି ଦେଇଥିଲେ ବୋଲି ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଏଥିରେ ଉଲ୍ଲେଖ କରିଥିଲା। ହିଣ୍ଡେନବର୍ଗର ଏହି ଚାଞ୍ଚଲ୍ୟକର ରିପୋର୍ଟ ପ୍ରଘଟ ହେବା ପରେ ଆଦାନୀଙ୍କ କମ୍ପାନୀଗୁଡ଼ିକର ମାର୍କେଟ ଶେୟାର ମୂଲ୍ୟରେ ୧୫୦ ବିଲିୟନ ଡଲାର ହ୍ରାସ ହୋଇଥିଲା। ଫଳରେ ଗୌତମ ଆଦାନୀ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତିରୁ ତାଲିକାର ୧୧ତମ ସ୍ଥାନକୁ ଖସିଥିଲେ। ଇତିମଧ୍ୟରେ ଭାରତୀୟ ନିବେଶକଙ୍କ ସ୍ବାର୍ଥ ଦୃଷ୍ଟିରୁ ଏଭଳି ରିପୋର୍ଟ ପ୍ରକାଶନ ଉପରେ ରୋକ ଲଗାଯିବା ସକାଶେ ସୁପ୍ରିମକୋର୍ଟରେ ଏକାଧିକ ପିଟିଶନ ଦାଏର ହୋଇଥିଲା। ସର୍ବୋଚ୍ଚ ଅଦାଲତ ମାର୍କେଟ ନିୟନ୍ତ୍ରକ ସେବିକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସେବି ଆଦାନୀ ଗ୍ରୁପ୍‌ ସପକ୍ଷରେ ରିପୋର୍ଟ ଦାଖଲ କରିବା ପରେ ହିଣ୍ଡେନ୍‌ବର୍ଗ ରିପୋର୍ଟ ଏବଂ ଅଭିଯୋଗ ହୋଇଥିବା ଜାଲିଆତି ପଛର ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସିପାରି ନ ଥିଲା। ନାଥନ୍‌ ଆଣ୍ଡରସନ୍‌ଙ୍କ ହିଣ୍ଡେନ୍‌ବର୍ଗର ସଦ୍ୟ ରିପୋର୍ଟ ଭାରତୀୟ ନିବେଶକ ଏବଂ ଟ୍ରେଡର୍ସମନଙ୍କ ଚିନ୍ତା ବଢ଼ାଇଦେଇଛି। ସଂସ୍ଥାର ବିସ୍ତୃତ ରିପୋର୍ଟରେ ଆହୁରି ଅନେକ ତଥ୍ୟ ପ୍ରଘଟ ହୋଇପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ଏହି ଆମେରିକୀୟ ଲେକ୍ସ ଫ୍ରିଡମ୍ୟାନ, ଯିଏ ମୋଦିଙ୍କ ସହ କଲେ ୩ଘଣ୍ଟାର ଇଣ୍ଟରଭ୍ୟୁ

ନୂଆଦିଲ୍ଲୀ,୧୬।୩: ଆମେରିକୀୟ ପୋଡକାଷ୍ଟର ଲେକ୍ସ ଫ୍ରିଡମ୍ୟାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ଲମ୍ବା ଇଣ୍ଟରଭ୍ୟୁ କରିଛନ୍ତି। ତିନି ଘଣ୍ଟା ଧରି ସେ ମୋଦିଙ୍କ ସହ...

ମୁସଲିମ ସମ୍ପ୍ରଦାୟରୁ ଅଧିକରୁ ଅଧିକ ଆଇପିଏସ-ଆଇଏଏସ ବାହାରନ୍ତୁ, ଏମିତି କାହିଁକି କହିଲେ ନୀତିନ ଗଡକରୀ

ନୂଆଦିଲ୍ଲୀ,୧୬।୩: କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଶନିବାର କହିଛନ୍ତି ଯେ, ସେ ସାର୍ବଜନୀନ ଆଲୋଚନାରେ ଜାତି ଏବଂ ଧର୍ମକୁ ଆଣନ୍ତି ନାହିଁ। ମୁଁ ବିଶ୍ୱାସ କରେ ଯେ...

ଭାରତର ବଡ଼ ଶତ୍ରୁ, ଆତଙ୍କୀ ଅବୁ କତାଲଙ୍କୁ ପାକିସ୍ତାନରେ ହତ୍ୟା

ଇସଲାମବାଦ,୧୬।୩: ଭାରତର ମୋଷ୍ଟ ଓ୍ବାର୍ଟେଡ ଆତଙ୍କବାଦୀ ଅବୁ କତାରକୁ ହତ୍ୟା କରାଯାଇଛି। ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାର ଆତଙ୍କବାଦୀ ଅବୁ କତାଲଙ୍କୁ ପାକିସ୍ତାନରେ ହତ୍ୟା କରାଯାଇଛି। ଅବୁ...

ବଡ଼ ଯୁଦ୍ଧ ଘୋଷଣା କଲେ ଟ୍ରମ୍ପ, ଏୟାରଷ୍ଟ୍ରାଇକ୍‌ରେ ୧୯ଜଣ ମୃତ

ଓ୍ବାଶିଂଟନ୍‌,୧୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରେଡ୍‌ ସି ଜାହାଜ ଉପରେ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ୟେମେନର ଇରାନ ସମର୍ଥିତ ହୁଥି ବିଦ୍ରୋହୀଙ୍କ ବିରୋଧରେ...

ଆସିଲା ବଡ଼ ଖବର, ଏଣିକି ଆଧାର ସହ ଲିଙ୍କ୍‌ ହେବ ଭୋଟର ଆଇଡି କାର୍ଡ

ନୂଆଦିଲ୍ଲୀ,୧୬।୩: ଏଣିକି ଆଧାର ସହ ଲିଙ୍କ୍‌ ହେବ ଭୋଟର ଆଇଡି କାର୍ଡ। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ମାର୍ଚ୍ଚ ୧୮ରେ ଗୃହ ସଚିବ, ଆଇନ...

ରାନ୍ୟା ରାଓ କେମିତି ପାଲଟିଲେ Gold Smuggler? କ’ଣ ଥିଲା ସୁନା ଚାଲାଣ ରୁଟ୍‌, କିଏ ଦେଲା ସାଥ୍‌

ମୁମ୍ବାଇ,୧୫ା୩: କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କ ସୁନା ଚୋରା ଚାଲାଣ ସମ୍ପର୍କରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ସୁନା ଚୋରା ଚାଲାଣ ପାଇଁ ରାନ୍ୟା...

‘RSS ଆତଙ୍କବାଦୀ ସଙ୍ଗଠନ, ଶାଖାରେ ଶିଖାଯାଉଛି ଭୁଲ କଥା’, କଂଗ୍ରେସ ନେତାଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୧୫।୩: ମହାରାଷ୍ଟ୍ରର ବରିଷ୍ଠ କଂଗ୍ରେସ ନେତା ଏବଂ ପୂର୍ବତନ ଏମପି ହୁସେନ ଦଲୱାଇ ଶନିବାର (ମାର୍ଚ୍ଚ ୧୫, ୨୦୨୫) ତୁଷାର ଗାନ୍ଧୀ, ଅସଦୁଦ୍ଦିନ ଓଓ୍ବାଇସି ଏବଂ...

ଭାଜପାର ବଡ଼ ଅଭିଯୋଗ, କହିଲା ହିଂସା ଲୁଚାଉଛନ୍ତି ମମତା ସରକାର

କୋଲକାତା,୧୫।୩: ପଶ୍ଚିମବଙ୍ଗର ବୀରଭୂମି ଜିଲାରେ ଦୁଇଟି ଗୋଷ୍ଠୀ ମଧ୍ୟରେ ହିଂସାତ୍ମକ ସଂଘର୍ଷ ପରେ ସହରର କିଛି ଅଞ୍ଚଳରେ ଶନିବାର ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି। ରାଜ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri