ଆମେରିକା ମୋତେ କ୍ଷମତାରୁ ହଟାଇ ଦେଇଛି, ଏସବୁ କାରଣ କହିଲେ ହାସିନା

ଢାକା,୧୧ା୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଆମେରିକା ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ବର୍ତ୍ତମାନ ଭାରତରେ ରହୁଥିବା ହାସିନା କହିଛନ୍ତି, ସେଣ୍ଟ ମାର୍ଟିନ ଦ୍ୱୀପକୁ ହସ୍ତାନ୍ତର କରି ନ ଥିବାରୁ ଆମେରିକା ତାଙ୍କୁ କ୍ଷମତାରୁ ହଟାଇ ଦେଇଛି। ସେ କହିଛନ୍ତି, ସେଣ୍ଟ ମାର୍ଟିନ ଦ୍ୱୀପ ପାଇବା ପରେ ବଙ୍ଗୋପସାଗରରେ ଆମେରିକାର ପ୍ରଭାବ ବୃଦ୍ଧି ପାଇବ।

ସେ ତାଙ୍କ ବାର୍ତ୍ତାରେ ବାଂଲାଦେଶୀ ନାଗରିକମାନଙ୍କୁ ମୌଳବାଦୀଙ୍କ ଦ୍ୱାରା ଭ୍ରାନ୍ତ ନ ହେବାକୁ ଚେତାବନୀ ଦେଇଛନ୍ତି। ତାଙ୍କ ଘନିଷ୍ଠ ସହାୟକମାନଙ୍କ ମାଧ୍ୟମରେ ପଠାଯାଇଥିବା ଏସ୍‌ଏମ୍‌ଏସ୍‌ରେ ହାସିନା କହିଛନ୍ତି, ‘ମୁଁ ଇସ୍ତଫା ଦେଇଛି ଯାହା ଦ୍ୱାରା ମୋତେ ମୃତଦେହର ଶୋଭାଯାତ୍ରା ଦେଖିବାକୁ ପଡ଼ିବ ନାହିଁ। ସେମାନେ ଛାତ୍ରୀଛାତ୍ରଙ୍କ ମୃତଦେହ ଉପରେ କ୍ଷମତାକୁ ଆସିବାକୁ ଚାହୁଁଥିଲେ, କିନ୍ତୁ ମୁଁ ଏହା ହେବାକୁ ଦେଉ ନ ଥିଲି, ମୁଁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି।

ସେ ଆହୁରି କହିଛନ୍ତି, ‘ଯଦି ମୁଁ ଦେଶରେ ରହିଥାନ୍ତି, ଅଧିକ ଧନଜୀବନ ନଷ୍ଟ ହୋଇଥାନ୍ତା। ମୁଁ ଦେଶ ଛାଡ଼ିବା ପାଇଁ ବହୁତ କଷ୍ଟଦାୟକ ନିଷ୍ପତ୍ତି ନେଇଥିଲି। ମୁଁ ତୁମର ନେତ୍ରୀ ହୋଇଥିଲି କାରଣ ତୁମେ ମୋତେ ବାଛିଥିଲ, ତୁମେ ମୋର ଶକ୍ତି। ଆଓ୍ବାମୀ ଲିଗ୍‌ ବାରମ୍ବାର ବାଂଲାଦେଶର ଭବିଷ୍ୟତ ପାଇଁ ସ୍ବର ଉତ୍ତୋଳନ କରିଛି, ଯେଉଁ ଦେଶ ପାଇଁ ମୋର ମହାନ ପିତା ଲଢ଼ିଥିଲେ … ଯେଉଁ ଦେଶ ପାଇଁ ମୋ’ ବାପା ଏବଂ ପରିବାର ସେମାନଙ୍କ ଜୀବନ ଉତ୍ସର୍ଗ କରିଥିଲେ।

ଆରକ୍ଷଣ ଆନ୍ଦୋଳନ ଏବଂ ଛାତ୍ର ବିରୋଧ ବିଷୟରେ ଉଲ୍ଲେଖ କରି ହାସିନା କହିଛନ୍ତି, ‘ମୁଁ ବାଂଲାଦେଶର ଯୁବ ଛାତ୍ରମାନଙ୍କୁ ଦୋହରାଇବାକୁ ଚାହେଁ ଯେ ମୁଁ ଆପଣଙ୍କୁ କେବେବି ରଜାକାର ବୋଲି ଡାକି ନ ଥିଲି … କିନ୍ତୁ ଆପଣଙ୍କୁ ଉତ୍ତେଜିତ କରିବା ପାଇଁ ମୋ କଥାକୁ ଏପଟସେପଟ କରି କୁହାଯାଇଥିଲା। ମୁଁ ଆପଣଙ୍କୁ ଏହା ଦୋହରାଇବାକୁ ଚାହେଁ। ‘ମୁଁ ଆପଣଙ୍କୁ ଅନୁରୋଧ କରୁଛି ସେଦିନର ପୂରା ଭିଡିଓ ଦେଖିବା ପାଇଁ। ଷଡ଼ଯନ୍ତ୍ରକାରୀମାନେ ଆପଣଙ୍କ ନିର୍ଦ୍ଦୋଷତାର ଫାଇଦା ଉଠାଇ ଦେଶକୁ ଅସ୍ଥିର କରିବାରେ ବ୍ୟବହାର କରିଛନ୍ତି।’


Enter your email to get our daily news in your inbox.

All Right Reserved By Dharitri.Com

ସିରିଆରେ ଇସ୍ରାଏଲର ମିଶାଇଲ ମାଡ଼, ୧୮ ମୃତ

ଡାମାସ୍‌କସ୍‌, ୧୦।୯: ଇସ୍ରାଏଲ ସୋମବାର ସିରିଆରେ ମିଶାଇଲ ମାଡ଼ କରିବାରୁ ୧୮ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି...

ଭାରତକୁ ଇଲିଶି ରପ୍ତାନି ଉପରେ ବାଂଲାଦେଶର କଟକଣା

ଢାକା, ୯।୯: ବାଂଲାଦେଶର ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାରଙ୍କ ଭାରତ ପ୍ରତି କଠୋର ମନୋଭାବର ଆଭାସ ମିଳିଛି। ଦୁର୍ଗାପୂଜା ନିକଟତର ହେଉଥିବାବେଳେ ବାଂଲାଦେଶ ସରକାର...

ଅନ୍ଧାରରେ ଡୁବିଯିବ ବାଂଲାଦେଶ! ଆଦାନୀ ଗ୍ରୁପ୍‌ର ଚେତାବନୀ

ଢାକା,୯।୯: ଶେଖ ହସିନା ସରକାରଙ୍କ ପରାଜୟ ପରେ ବାଂଲାଦେଶରେ ଆର୍ଥିକ ସଙ୍କଟ ଗଭୀର ହେବାରେ ଲାଗିଛି। ଋଣ ପାଇବା ପାଇଁ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ପ୍ରଧାନମନ୍ତ୍ରୀ ମହମ୍ମଦ...

ଭାରତ ପାଇଁ ଖୁସି ଖବର! ରୋହିଙ୍ଗ୍ୟାଙ୍କ ପାଇଁ ବାଂଲାଦେଶ ଉଠାଇଲା…

ଢାକା/ନୂଆଦିଲ୍ଲୀ,୯।୯: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମହମ୍ମଦ ୟୁନୁସ ରବିବାର ଦକ୍ଷିଣ ଏସିଆରେ ରହୁଥିବା ରୋହିଙ୍ଗ୍ୟା ମୁସଲମାନମାନଙ୍କ ପାଇଁ ଶୀଘ୍ର ଥଇଥାନ ଘୋଷଣା କରିଛନ୍ତି। ମହମ୍ମଦ ୟୁନୁସ...

‘ଭାରତରେ ଏବେ କେହି ପ୍ରଧାନମନ୍ତ୍ରୀଙ୍କୁ ଡରୁ ନାହାଁନ୍ତି…’, ବିଦେଶରେ ଭାଜପାକୁ ଟାର୍ଗେଟ କଲେ ରାହୁଲ

ଡଲାସ,୯।୯: ଆମେରିକା ଗସ୍ତରେ ଥିବା ରାହୁଲ ଗାନ୍ଧୀ ଟେକ୍ସାସରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ଭାରତର ଭାଜପା ସରକାର ଉପରେ ଖୁବ ବର୍ଷିଛନ୍ତି। ରାହୁଲ ଗାନ୍ଧୀ...

ଭାରତକୁ ନାଲି ଆଖି ଦେଖାଇଲାଣି ବାଂଲାଦେଶ, କହିଲା ଭଲ ସମ୍ପର୍କ ଚାହୁଁଛୁ ହେଲେ…

ଢାକା,୯।୯: ଶେଖ ହସିନାଙ୍କ ପତନ ପରେ ବାଂଲାଦେଶର ସ୍ଥିତିରେ ସୁଧାର ଆସୁନାହିଁ, କିନ୍ତୁ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ଅହଂକାର ଦେଖାଇବାକୁ ପଛାଉ ନାହାଁନ୍ତି। ରବିବାର...

ଭେନେଜୁଏଲାର ବିରୋଧୀ ନେତା ଗୋଞ୍ଜାଲେଜ୍‌ଙ୍କ ସ୍ପେନ୍‌ ପଳାୟନ

କାରାକସ୍‌,୯ା୯: ଭେନେଜୁଏଲାର ପୂର୍ବତନ ବିରୋଧୀ ଦଳ ରାଷ୍ଟ୍ରପତି ପ୍ରାର୍ଥୀ ଏଡମୁଣ୍ଡୋ ଗୋଞ୍ଜାଲେଜ୍‌ ଦେଶ ଛାଡ଼ି ପଳାଇ ଯାଇଛନ୍ତି। ସ୍ପେନ୍‌ ତାଙ୍କୁ ଆଶ୍ରୟ ଦେବା ନିମନ୍ତେ ଅନୁମତି ପ୍ରଦାନ...

ରାହୁଲ ଗାନ୍ଧୀଙ୍କୁ ଆମେରିକାରେ ସ୍ବାଗତ

ଡଲାସ, ୯।୯: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ୩ ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ତାଙ୍କୁ ଡଲାସ୍‌ରେ ଭାରତୀୟମାନେ ସ୍ବାଗତ କରିଛନ୍ତି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri