Posted inଜାତୀୟ

ଆଦାନୀଙ୍କୁ ନେଇ ସାଂଘାତିକ ଖୁଲାସା, ହିଣ୍ଡେନବର୍ଗର ଚାଞ୍ଚଲ୍ୟକର ତଥ୍ୟ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୧ା୮: ଆମେରିକୀୟ ଶର୍ଟ ସେଲର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ହ୍ବିସିଲବ୍ଲୋୟରମାନଙ୍କ ଦସ୍ତାବିଜ ଆଧାରରେ ଶନିବାର ଏକ ନୂଆ ରିପୋର୍ଟ ପ୍ରକାଶ କରିଛି। ଭାରତର ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍‌ ଏବଂ ତାଙ୍କ ସ୍ବାମୀ ଧବଳ ବୁଚ୍‌ଙ୍କର ବିଦେଶୀ କମ୍ପାନୀଗୁଡ଼ିକରେ ଅଘୋଷିତ ଅଂଶଧନ ରହିଥିଲା ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି। ଆଦାନୀ ଗ୍ରୁପ୍‌ର ଆର୍ଥିକ ଅନିୟମିତତାରେ ଉକ୍ତ ବିଦେଶୀ କମ୍ପାନୀଗୁଡ଼ିକ ସମ୍ପୃକ୍ତ ଥିଲେ। ଗୌତମ ଆଦାନୀଙ୍କ ଭାଇ ବିନୋଦ ଆଦାନୀ ଫାଇନାନ୍ସିଆଲ ମାର୍କେଟଗୁଡ଼ିରେ ଜାଲିଆତି ପାଇଁ ବରମୁଡ଼ା ଏବଂ ମରିସସ୍‌ରେ ଥିବା ଉକ୍ତ ଦରିଆପାରି କମ୍ପାନୀଗୁଡ଼ିକୁ ବ୍ୟବହାର କରୁଥିଲେ ବୋଲି ହିଣ୍ଡେନ୍‌ବର୍ଗ ରିପୋର୍ଟରେ କୁହାଯାଇଛି।

ସୂଚନାଯୋଗ୍ୟ,୨୦୧୭ରେ ମାଧବୀ ସେବିର ପୂର୍ଣ୍ଣକାଳୀନ ସଦସ୍ୟ ନିଯୁକ୍ତ ହେବା ପରେ ୨୦୨୨ ମାର୍ଚ୍ଚରେ ଏହାର ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିଥିଲେ। ଏହା ପୂର୍ବରୁ ୨୦୧୫ରେ ସେ ଦରିଆପାରି କମ୍ପାନୀରେ ପୁଞ୍ଜିନିବେଶ କରିଥିବା ରିପୋର୍ଟରୁ ଜଣାପଡ଼ିଛି। ସେବିରେ ମାଧବୀ ନିଯୁକ୍ତ ହେବା ପୂର୍ବରୁ କୌଣସି ପ୍ରକାର ସମ୍ଭାବ୍ୟ ଯାଞ୍ଚରୁ ତାଙ୍କୁ ସୁରକ୍ଷା ଦେବା ନିମନ୍ତେ ସେମାନଙ୍କ ନିବେଶକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ତାଙ୍କ ସ୍ବାମୀ ନିବେଦନ କରିଥିଲେ। ଏକ ଜଟିଳ ବହୁସ୍ତରୀୟ ଦରିଆପାରି ଷ୍ଟ୍ରକ୍ଚର ଜରିଆରେ ସେମାନେ ପୁଞ୍ଜିନିବେଶ କରିଥିବାରୁ ଏହାର ବୈଧତା ଓ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠିଛି। ଆଦାନୀ ଗ୍ରୁପ୍‌ର ସନ୍ଦେହଜନକ ଦରିଆପାରି ଅଂଶୀଦାରମାନଙ୍କ ବିରୋଧରେ ସେବି ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ନ ନେବା ପଛରେ ଉକ୍ତ ସଂସ୍ଥାଗୁଡ଼ିକ ସହ ମାଧବୀଙ୍କ ବ୍ୟକ୍ତିଗତ ଆର୍ଥତ୍କ ସମ୍ପର୍କ କାରଣ ହୋଇପାରେ ବୋଲି ହିଣ୍ଡେନବର୍ଗ ରିପୋର୍ଟରେ କୁହାଯାଇଛି। ଭାରତରେ ରିଅଲ ଇଷ୍ଟେଟ୍‌ ଇନ୍‌ଭେଷ୍ଟମେଣ୍ଟ ଟ୍ରଷ୍ଟ (ଆର୍‌ଇଆଇଟି)ଗୁଡ଼ିକର ପ୍ରଚାର ପ୍ରସାରରେ ମାଧବୀଙ୍କ ଭୂମିକାକୁ ନେଇ ମଧ୍ୟ ରିପୋର୍ଟରେ ପ୍ରଶ୍ନ ଉଠାଯାଇଛି। ଉକ୍ତ ଟ୍ରଷ୍ଟ ପାଇଁ ବ୍ଲାକ୍‌ଷ୍ଟୋନ୍‌ ନାମକ ସଂସ୍ଥା ଲାଭବାନ ହୋଇଥିଲା। ଏହି ସଂସ୍ଥାରେ ମାଧବୀଙ୍କ ସ୍ବାମୀ ଜଣେ ବରିଷ୍ଠ ଉପଦେଷ୍ଟା ଭାବେ କାମ କରୁଥିଲେ।
ଏହା ପୂର୍ବରୁ ‘ଭାରତରେ ଖୁବ୍‌ଶୀଘ୍ର କିଛି ବଡ଼ ଘଟିବାକୁ ଯାଉଛି’ ବୋଲି ଶନିବାର ସକାଳେ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ପକ୍ଷରୁ ଏକ୍ସ’ରେ ଉଲ୍ଲେଖ କରାଯାଇଥିଲା। ଉକ୍ତ ପୋଷ୍ଟରେ ରିସର୍ଚ୍ଚ ଫାର୍ମ କୌଣସି କମ୍ପାନୀର ନାମ ଲେଖି ନ ଥିଲେ ମଧ୍ୟ ଦେଶର ଆର୍ଥତ୍କ ଜଗତରେ ହଇଚଇ ସୃଷ୍ଟି ହୋଇଥିଲା। ତେଣୁ ଆଦାନୀ ଗ୍ରୁପ୍‌ ପରେ ଏବେ କାହାର ପେଡ଼ି ଖୋଲିବାକୁ ଯାଉଛି, ତା’ ଉପରେ ସମସ୍ତଙ୍କର ନଜର ରହିଥିଲା। କାରଣ ୨୦୨୩ ଜାନୁଆରୀ ୨୪ରେ ହିଣ୍ଡେନ୍‌ବର୍ଗ ପକ୍ଷରୁ ପ୍ରକାଶିତ ଏକ ଅନୁସନ୍ଧାନମୂଳକ ରିପୋର୍ଟ ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ବ୍ୟବସାୟିକ ସାମ୍ରାଜ୍ୟକୁ ଦୋହଲାଇଦେଇଥିଲା।
ଗତବର୍ଷ ଜାନୁୟାରୀ ୨୪ରେ ହିଣ୍ଡେନ୍‌ବର୍ଗ ନିଜ ଓ୍ବେବ୍‌ସାଇଟ୍‌ରେ ଏକ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ କରିଥିଲା। ଉକ୍ତ ରିପୋର୍ଟରେ ଦର୍ଶାଯାଇଥିଲା ଯେ, ଆଦାନୀ ଗ୍ରୁପ୍‌ ୧୭.୮ ଟ୍ରିଲିୟନ୍‌ ବା ଲକ୍ଷ କୋଟି ଟଙ୍କା (୨୧୮ ବିଲିୟନ୍‌ ଆମେରିକୀୟ ଡଲାର) ହେରଫେର କରିଛି। ଏହି କମ୍ପାନୀ ନିଜ ଷ୍ଟକ୍ସ ଏବଂ ଆକାଉଣ୍ଟରେ ଅନେକ ଦଶନ୍ଧି ଧରି ଏହି କାରସାଦି କରିଥିବା ନେଇ ୨ ବର୍ଷର ଯାଞ୍ଚ ଓ ଖୋଳତାଡ଼ ପରେ ପ୍ରମାଣ ମିଳିଛି। ଆଦାନି ଗ୍ରୁପ୍‌ ପ୍ରତିଷ୍ଠାତା ଗୌତମ ଆଦାନୀ ଅସାଧୁ ଉପାୟରେ ଷ୍ଟକ୍‌ ମୂଲ୍ୟରେ ବୃଦ୍ଧି ଘଟାଇ ଗତ ୩ ବର୍ଷ ମଧ୍ୟରେ ପ୍ରାୟ ୧୨୦ ବିଲିୟନ ଡଲାର ଠୁଳ କରିଛନ୍ତି। ପୁଞ୍ଜି ବଜାରରେ ତାଲିକାଭୁକ୍ତ ହୋଇଥିବା ଆଦାନୀ ସମୂହର କମ୍ପାନୀଗୁଡ଼ିକ ଏହି ଅବଧି ମଧ୍ୟରେ ହାରାହାରି ୮୧୯% ଉପରକୁ ଉଠିଛି। ଗବେଷଣା ବେଳେ ଆଦାନି ଗ୍ରୁପ୍‌ର ସିନିୟର ଏକ୍‌ଜିକ୍ୟୁଟିଭମାନଙ୍କ ମତାମତ ନେଇ, ଅନେକ ହଜାର ଦସ୍ତାବିଜର ସମୀକ୍ଷା ସହ ପ୍ରାୟ ଅଧ ଡଜନ ଦେଶରେ ଅନୁଧ୍ୟାନ କରାଯାଇଥିବା ଏଥିରେ ଉଲ୍ଲେଖ କରାଯାଇଥିଲା। ଏହି ଗବେଷଣାକୁ ଅଣଦେଖା କରି ଆଦାନୀ ଗ୍ରୁପ୍‌ ଅଧୀନ ୭ କମ୍ପାନୀର ଶେୟାର କିଣୁଥିବା ନିବେଶକମାନଙ୍କ ଉଦ୍ଦେଶ୍ୟରେ ଆହୁରି କୁହାଯାଇଥିଲା ଯେ, ଏହାର ଫେସ୍‌ ଭାଲ୍ୟୁ ୮୫% ପର୍ଯ୍ୟନ୍ତ ତଳକୁ ଖସିବ। ତେଣୁ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଆଦାନୀଙ୍କ କମ୍ପାନୀଗୁଡ଼ିର ଶେୟାରଗୁଡ଼ିକୁ ଶର୍ଟ ସେଲ୍‌ କରିଥିବା ଉକ୍ତ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା। କେବଳ ଏତିକି ନୁହେଁ, ଆଦାନୀଙ୍କ ପରିବାର ସଦସ୍ୟମାନେ ଟିକସ ଫାଙ୍କିବା ପାଇଁ ବିଦେଶରେ ଜାଲ୍‌ କମ୍ପାନୀ ଖୋଲିଛନ୍ତି। ସେମାନେ ଜାଲ୍‌ ଦସ୍ତାବିଜ ପ୍ରସ୍ତୁତ କରି ମରିସସ୍‌, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ କାରିବିଆନ୍‌ ଆଇଲାଣ୍ଡ ଭଳି ଦେଶ ସହ ଆମଦାନୀ/ରପ୍ତାନି କରିଥିବା ଏଥିରେ ଅଭିଯୋଗ ଅଣାଯାଇଥିଲା। ୨୦୦୪-୨୦୦୫ରେ ହୋଇଥିବା ହୀରା କାରବାରରେ ଗୌତମ ଆଦାନୀଙ୍କ ସାନଭାଇ ରାଜେଶ ଆଦାନୀ ମୁଖ୍ୟ ଭୂମିକା ନେଇଥିବା ଡାଇରେକ୍ଟୋରେଟ୍‌ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍ସ (ଡିଆର୍‌ଆଇ) ପକ୍ଷରୁ ଅଭିଯୋଗ ଅଣାଯାଇଥିଲା। ଏହି ଯୋଜନାରେ ତାଙ୍କ ଜାଲ୍‌ କମ୍ପାନୀଗୁଡ଼ିକର ସମ୍ପୃକ୍ତି ରହିଥିଲା। ଜାଲିଆତି ଓ ଟିକସ ଠକେଇ ମାମଲାରେ ରାଜେଶ ୨ ଥର ଗିରଫ ହୋଇଥିଲେ। ପରବର୍ତ୍ତୀ ସମୟରେ ରାଜେଶ ଆଦାନୀ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ଭାବେ ପଦୋନ୍ନତି ପାଇଥିଲେ। ଗୌତମ ଆଦାନୀଙ୍କ ଶାଳକ ସମୀର ଭୋରା ମଧ୍ୟ ଏହି ମାମଲାର ଅଭିଯୁକ୍ତ। କିନ୍ତୁ ସେ ରେଗୁଲେଟର୍ସଙ୍କୁ ବାରମ୍ବାର ମିଥ୍ୟା ବୟାନ ଦେଇ ଚାଲିଥିଲେ। ଗୌତମ ଆଦାନୀ ତାଙ୍କୁ ଆଦାନୀ ଅଷ୍ଟ୍ରେଲିଆ ଡିଭିଜନ୍‌ର ଏକ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର ଭାବେ ପଦୋନ୍ନତି ଦେଇଥିଲେ ବୋଲି ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଏଥିରେ ଉଲ୍ଲେଖ କରିଥିଲା। ହିଣ୍ଡେନବର୍ଗର ଏହି ଚାଞ୍ଚଲ୍ୟକର ରିପୋର୍ଟ ପ୍ରଘଟ ହେବା ପରେ ଆଦାନୀଙ୍କ କମ୍ପାନୀଗୁଡ଼ିକର ମାର୍କେଟ ଶେୟାର ମୂଲ୍ୟରେ ୧୫୦ ବିଲିୟନ ଡଲାର ହ୍ରାସ ହୋଇଥିଲା। ଫଳରେ ଗୌତମ ଆଦାନୀ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତିରୁ ତାଲିକାର ୧୧ତମ ସ୍ଥାନକୁ ଖସିଥିଲେ। ଇତିମଧ୍ୟରେ ଭାରତୀୟ ନିବେଶକଙ୍କ ସ୍ବାର୍ଥ ଦୃଷ୍ଟିରୁ ଏଭଳି ରିପୋର୍ଟ ପ୍ରକାଶନ ଉପରେ ରୋକ ଲଗାଯିବା ସକାଶେ ସୁପ୍ରିମକୋର୍ଟରେ ଏକାଧିକ ପିଟିଶନ ଦାଏର ହୋଇଥିଲା। ସର୍ବୋଚ୍ଚ ଅଦାଲତ ମାର୍କେଟ ନିୟନ୍ତ୍ରକ ସେବିକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସେବି ଆଦାନୀ ଗ୍ରୁପ୍‌ ସପକ୍ଷରେ ରିପୋର୍ଟ ଦାଖଲ କରିବା ପରେ ହିଣ୍ଡେନ୍‌ବର୍ଗ ରିପୋର୍ଟ ଏବଂ ଅଭିଯୋଗ ହୋଇଥିବା ଜାଲିଆତି ପଛର ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସିପାରି ନ ଥିଲା। ନାଥନ୍‌ ଆଣ୍ଡରସନ୍‌ଙ୍କ ହିଣ୍ଡେନ୍‌ବର୍ଗର ସଦ୍ୟ ରିପୋର୍ଟ ଭାରତୀୟ ନିବେଶକ ଏବଂ ଟ୍ରେଡର୍ସମନଙ୍କ ଚିନ୍ତା ବଢ଼ାଇଦେଇଛି। ସଂସ୍ଥାର ବିସ୍ତୃତ ରିପୋର୍ଟରେ ଆହୁରି ଅନେକ ତଥ୍ୟ ପ୍ରଘଟ ହୋଇପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?