୧୦ ପଦବୀ ପାଇଁ ୧,୮୦୦ ଆଶାୟୀ
ଅହମଦାବାଦ,୧୨ା୭:ଗୁଜରାଟରେ ଏକ ଘରୋଇ କମ୍ପାନୀର ୧୦ ପଦବୀରେ ନିଯୁକ୍ତି ପାଇଁ ଇଣ୍ଟରଭ୍ୟୁ ଦେବାକୁ ୧,୮୦୦ ଆଶାୟୀ ପହଞ୍ଚତ୍ବାରୁ ଦଳାଚକଟା ସ୍ଥିତି ଉପୁଜିଥିଲା। ଭରୁଚ୍ ଜିଲାର ଅଙ୍କଲେଶ୍ୱରସ୍ଥିତ ଲର୍ଡସ୍ ପ୍ଲାଜା ହୋଟେଲରେ ସୋମବାର ନିଯୁକ୍ତି ପାଇଁ ସାକ୍ଷାତ୍କାର ହେଉଥିଲା। ଗହଳି ଯୋଗୁ ପ୍ରାର୍ଥୀମାନଙ୍କ…
ଆସାମରୁ ୟୁପି ଜଳ ପ୍ରଳୟ
ନୂଆଦିଲ୍ଲୀ/ଗୁଆହାଟୀ/ଲକ୍ଷ୍ନୌ,୧୨।୭:ଆସାମରେ ବ୍ରହ୍ମପୁତ୍ର ନଦୀ ଓ ଏହାର ଶାଖା ନଦୀଗୁଡ଼ିକରେ ବନ୍ୟା ଯୋଗୁ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୫ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହାସହ ରାଜ୍ୟରେ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୮୪କୁ ବୃଦ୍ଧି ପାଇଥିବା ଆସାମର ବିପର୍ଯ୍ୟୟ ରିପୋର୍ଟିଂ ଓ…
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଏହି ସୁନ୍ଦରୀ ଯୁବତୀ ଜଣକ କିଏ? ଯାହାଙ୍କୁ ନେଇ…
ନୂଆଦିଲ୍ଲୀ,୧୨ା୭: ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ଅଭିନେତ୍ରୀ ସ୍ତ୍ରୀ ନତାସା ଷ୍ଟାନ୍କୋଭିକ୍ଙ୍କ ମଧ୍ୟରେ ଛାଡ଼ପତ୍ର ଖବର ଚର୍ଚ୍ଚା ହେଉଛି। ସୋସିଆଲ ମିଡିଆରେ ନତାଶା କ୍ରମାଗତ ଭାବରେ ଗୋଟିଏ ପରେ ଗୋଟିଏ ପୋଷ୍ଟ ଶେୟାର କରୁଛନ୍ତି। ଯେତେବେଳେ କି…
ଭାଜପାକୁ ଶକ୍ତିଶାଳୀ କରିବାକୁ ଏମିତି ପଦକ୍ଷେପ ନେଲେ ମନମୋହନ
ଭୁବନେଶ୍ୱର/ ବ୍ରହ୍ମପୁର, ୧୨।୭(ସୁନିତ୍ ମିଶ୍ର/ନରସିଂହ ସାହୁ):ଭାଜପା ମିଡିଆ ବିଭାଗକୁ ଅଧିକ ଦୃଢ଼ କରିବା ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ରାଜ୍ୟ ପ୍ୟାନେଲିଷ୍ଟ ଭାବେ ଟି. ଗୋପୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଦଳ ପକ୍ଷରୁ ବୁଧବାର ଏସମ୍ପର୍କରେ ଏକ ପ୍ରେସ୍…
ପାର୍ଲାମେଣ୍ଟରେ ମଣିପୁର ପ୍ରସଙ୍ଗ ଉଠାଇବ ଇଣ୍ଡିଆ ବ୍ଲକ୍: ରାହୁଲ
ନୂଆଦିଲ୍ଲୀ ,୧୨ା୭(ପି.ଟି.):କଂଗ୍ରେସ ଏବଂ ଇଣ୍ଡିଆ ବ୍ଲକ୍ ମଣିପୁର ହିଂସା ପ୍ରସଙ୍ଗକୁ ପାର୍ଲାମେଣ୍ଟରେ ଜୋର୍ଦାର ଉଠାଇବ। ସେଠାରେ ଶାନ୍ତି ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କରାଯିବ ବୋଲି ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ…
ବାଇଡେନ୍ଙ୍କୁ ଭାରତୀୟ ବଂଶୋଦ୍ଭବଙ୍କ ସମର୍ଥନ ୧୯% ହ୍ରାସ
ଓ୍ବାଶିଂଟନ, ୧୨।୭:ଆମେରିକାରେ ଥିବା ଭାରତୀୟ ବଂଶୋଦ୍ଭବଙ୍କ ମଧ୍ୟରେ ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍ଙ୍କ ଲୋକପ୍ରିୟତାରେ ୧୯% ହ୍ରାସ ଘଟିଛି। ୨୦୨୦ ରାଷ୍ଟ୍ରପତି ନିର୍ବାଚନ ତୁଳନାରେ ଚଳିତ ଥର ବାଇଡେନ୍ଙ୍କୁ ୧୯% କମ୍ ଭାରତୀୟ ବଂଶୋଦ୍ଭବ ସମର୍ଥନ କରୁଛନ୍ତି, ଯାହା…
ପିସି କାରବାରକୁ ନେଇ କଡ଼ା ଚେତାବନୀ ଦେଲେ ଉପମୁଖ୍ୟମନ୍ତ୍ରୀ
ବଲାଙ୍ଗୀର,୧୨ା୭(ବୀରେନ୍ଦ୍ର କୁମାର ଝାଙ୍କର):ଲୋକଙ୍କ ଟିକସରେ ଦରମା ମିଳୁଛି। ପିସି କାରବାର ବନ୍ଦ କର। ଲୋକଙ୍କୁ ନ୍ୟାୟ ପ୍ରଦାନ କର। କୌଣସି ବି ଅଧିକାରୀ ଅଫିସ ଭିତରେ ନ ବସି ତୃଣମୂଳ ସ୍ତରକୁ ଯାଇ ଯୋଜନାର ରୂପରେଖ ଯାଞ୍ଚ କରନ୍ତୁ। ଜିଓ ଟ୍ୟାଗିଂ…
ଭାସିଗଲା ୨ ବସ୍, ୬୩ ନିଖୋଜ
କାଠମାଣ୍ଡୁ,୧୨ା୭: ଶୁକ୍ରବାର ସକାଳେ ନେପାଳର ମଦନ-ଆଶ୍ରିତ ରାଜପଥରେ ଭୂସ୍ଖଳନ ହେବାରୁ ୨ଟି ବସ୍ ଭାସି ଯାଇଥିବା ବେଳେ ୬୩ଜଣ ନିଖୋଜ ଅଛନ୍ତି। ବସ୍ ଦୁଇଟି ଲୋକଙ୍କୁ ନେଇ ଯାଉଥିବା ବେଳେ ତ୍ରିଶୂଳୀ ନଦୀରେ ଭାସି ଯାଇଛି। ଏହି ଅଞ୍ଚଳରେ ପ୍ରବଳ ବର୍ଷା…
ପ୍ରଶାନ୍ତ କିଶୋରଙ୍କ ଫର୍ମୁଲା ଆଗରେ ସବୁ ଦଳ ହେବେ ଚିତ୍ପଟାଙ୍ଗ୍
ପାଟନା,୧୨।୭: ଜନ ସୁରଜଙ୍କ ପ୍ରତିଷ୍ଠାତା ତଥା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (ପି.କେ) ଆସନ୍ତା ବର୍ଷ ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଠିନ ପରିଶ୍ରମ କରୁଛନ୍ତି। ରାଜ୍ୟର ସମସ୍ତ ସମୀକରଣକୁ ବିଫଳ କରିବା ପାଇଁ ସେ ଏକ ସ୍ବତନ୍ତ୍ର…
ସବୁ ଯଦି ଲୀଳାମୟଙ୍କ ଇଚ୍ଛା ତେବେ ଏତେ ପ୍ରସ୍ତୁତିର ଆବଶ୍ୟକତା କ’ଣ
ଭୁବନେଶ୍ୱର, ୧୨।୭(ସୁନିତ୍ ମିଶ୍ର):ପହଣ୍ଡି ସମୟରେ ଚାରମାଳ ଉପରେ ବଳଭଦ୍ର ପଡ଼ିଯିବା ଘଟଣାକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ଏହି ଘଟଣାରେ ବାରମ୍ବାର ଶାସକ ଏବଂ ବିରୋଧୀ ମୁହାଁମୁହିଁ ହେବାରେ ଲାଗିଛନ୍ତି। ବିଜେଡି ଓ କଂଗ୍ରେସ ଏହି ବିଭ୍ରାଟ ଲାଗି ସରକାରକୁ…
୬ ମାସରେ ୩୬ କୋଟିର ଠକେଇ
ଭୁବନେଶ୍ୱର,୧୨ା୭(ସତ୍ୟଜିତ୍ ରାଉତ): ବ୍ୟାପକ ସଚେତନତା ସତ୍ତ୍ୱେ ସାଇବର ଠକେଇ ବଢ଼ିବାରେ ଲାଗିଛି। ପୋଲିସ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ଭୁବନେଶ୍ୱରରେ ଗତ ୬ ମାସରେ ପ୍ରାୟ ୩୬ କୋଟି ଟଙ୍କା ସାଇବର ଠକେଇ ହୋଇଛି। ଗତ ଜାନୁଆରୀରୁ ଜୁନ…
ସତୀଗୁଡ଼ା ସବୁଜ ଉଦ୍ୟାନରେ ବିରଳ ପ୍ରଜାତିର ପ୍ରଜାପତି ଠାବ
ମାଲକାନଗିରି,୧୨ା୭ (ଦୁର୍ଯ୍ୟୋଧନ ପାତ୍ର): ବର୍ଷା ଛାଡି ଯିବାପରେ ମଲକାନଗିରି ଜିଲାର ବିଭିନ୍ନ ଗ୍ରାମର ନାନା ପ୍ରକାର ପ୍ରଜାପତି ଉଡ଼ୁଥିବାର ଦେଖାଯାଉଛି। ଗୁରୁବାର ମାଲକାନଗିରି ସତୀଗୁଡା ସବୁଜ ଉଦ୍ୟାନରେ ରଙ୍ଗବେରଙ୍ଗର ଏକ ବିରଳ ପ୍ରଜାପତି ଦେଖିବାକୁ ମିଳିଥିଲା। ଏହି ପ୍ରଜାପତିଟିକୁ ଦେଖିବା ପାଇଁ…
Archives


