ଭାଜପାକୁ ଶକ୍ତିଶାଳୀ କରିବାକୁ ଏମିତି ପଦକ୍ଷେପ ନେଲେ ମନମୋହନ

ଭୁବନେଶ୍ୱର/ ବ୍ରହ୍ମପୁର, ୧୨।୭(ସୁନିତ୍‌ ମିଶ୍ର/ନରସିଂହ ସାହୁ):ଭାଜପା ମିଡିଆ ବିଭାଗକୁ ଅଧିକ ଦୃଢ଼ କରିବା ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ରାଜ୍ୟ ପ୍ୟାନେଲିଷ୍ଟ ଭାବେ ଟି. ଗୋପୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଦଳ ପକ୍ଷରୁ ବୁଧବାର ଏସମ୍ପର୍କରେ ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି। ଏନେଇ ଗଞ୍ଜାମ ଜିଲା ଭାଜପା ସଭାପତି ଡ଼ା. ସୁବାସ ସାହୁଙ୍କ ସମେତ ଦଳୀୟ ନେତାମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଜୁ ଲିଗାସୀ ଗୋପୀ ଅତୀତରେ ଜନତା ପାର୍ଟି ଓ ଜନତା ଦଳରେ ସକ୍ରିୟ ଥିଲେ। ବ୍ରହ୍ମପୁର ପୌର ପରିଷଦ ଥିବା ବେଳେ ଏକାଧିକ ଥର କାଉନସିଲର ଓ ପୌର ନିଗମ ହେବାରେ କର୍ପୋରେଟର ଭାବେ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ବିଜେଡିରେ ସକ୍ରିୟ ଭୂମିକା ନେଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତୃତୀୟ ପାଳି ପର୍ଯ୍ୟନ୍ତ ଗୋପୀ ରାଜ୍ୟ ବିଜେଡି ସଂଗଠନର ସମ୍ପାଦକ ହୋଇଥିଲେ। ଦଳର କାର୍ଯ୍ୟାଳୟ ଦାୟିତ୍ୱରେ ମଧ୍ୟ ଥିଲେ। ତେଲୁଗୁ ସମ୍ପ୍ରଦାୟର ନେତା ଗୋପୀ ବ୍ରହ୍ମପୁରର ବିଭିନ୍ନ ସଂଗଠନ ସହ ଜଡ଼ିତ ଅଛନ୍ତି।
୨୦୨୪ ନିର୍ବାଚନରେ ବ୍ରହ୍ମପୁର ବିଧାନସଭା କ୍ଷେତ୍ର ପାଇଁ ସେ ବିଜେଡି ଟିକେଟ ଆଶାୟୀ ଥିଲେ। ତାଙ୍କୁ ଉପେକ୍ଷା କରାଯିବା ପ୍ରତିବାଦରେ ବିଜେଡି ପ୍ରାଥମିକ ସଭ୍ୟ ପଦରୁ ଗତ ମେ’ ମାସରେ ଇସ୍ତଫା ଦେଇ ଭାଜପାରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri