୬ ମାସରେ ୩୬ କୋଟିର ଠକେଇ

ଭୁବନେଶ୍ୱର,୧୨ା୭(ସତ୍ୟଜିତ୍‌ ରାଉତ): ବ୍ୟାପକ ସଚେତନତା ସତ୍ତ୍ୱେ ସାଇବର ଠକେଇ ବଢ଼ିବାରେ ଲାଗିଛି। ପୋଲିସ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ଭୁବନେଶ୍ୱରରେ ଗତ ୬ ମାସରେ ପ୍ରାୟ ୩୬ କୋଟି ଟଙ୍କା ସାଇବର ଠକେଇ ହୋଇଛି। ଗତ ଜାନୁଆରୀରୁ ଜୁନ ମଧ୍ୟରେ ୨୧ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ଏମାନଙ୍କ ମଧ୍ୟରେ ୫ ଜଣ ଆନ୍ତଃରାଜ୍ୟ ସାଇବର ଠକ ରହିଛନ୍ତି। ଭୁବନେଶ୍ୱର ସମେତ ଆଖପାଖ ଅଞ୍ଚଳରୁ ସାଇବର ହେଲ୍ପ ଡେସ୍କକୁ ୨ହଜାର ୩୯୪ ଅଭିଯୋଗ ଆସିଥିବାବେଳେ ସାଇବର କ୍ରାଇମ୍‌ ଓ ଅର୍ଥନୈତିକ ଅପରାଧ ଥାନା ପକ୍ଷରୁ ଏ ସଂକ୍ରାନ୍ତରେ ୧୧୦ ମାମଲା ପଞ୍ଜୀକୃତ ହୋଇଛି। ପୋଲିସ ତଦନ୍ତ କରି ଠକଙ୍କ ବ୍ୟାଙ୍କ ଆକାଉଣ୍ଟରେ ୯ କୋଟି ୫୦ ଲକ୍ଷ ଟଙ୍କା ଫ୍ରିଜ୍‌ କରିଛି। ତେବେ ଏହି ଟଙ୍କାରୁ ଠକେଇର ଶିକାର ଲୋକଙ୍କୁ ୪୬ଲକ୍ଷ ଫେରସ୍ତ କରାଯାଇଛି। ତେବେ ସାଇବର ଠକମାନେ ୟୁପିଆଇ ଠକେଇରେ ଅଧିକ ଟଙ୍କା ନେଇଯାଇଛନ୍ତି। ସମସ୍ତ ଅଭିଯୋଗରୁ ୟୁପିଆଇ ସମ୍ବନ୍ଧିତ ୯୬୬ ଠକେଇ, ସାମାଜିକ ଗଣମାଧ୍ୟମ ସମ୍ପର୍କିତ ୫୫୪, ଆର୍‌ଟିଜିଏସ୍‌/ଏନ୍‌ଇଏଫ୍‌ଟି ୨୮୨, କ୍ରେଡିଟ କାର୍ଡ ସମ୍ବନ୍ଧୀୟ ୧୧୦ ଆଦି ଠକେଇ ରହିଛି। ଏ ସଂକ୍ରାନ୍ତରେ ଖବରଦାତା ସମ୍ମିଳନୀରେ ଟୁଇନ୍‌ ସିଟି ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, ସାଇବର ଠକେଇର ଶିକାର ଆମ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ସାଇବର ଥାନାରେ ମାନବ ସମ୍ବଳ ବଢ଼ାଇବା ସହ ଜଣେ ଏସିପି ର଼୍ୟାଙ୍କର ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ତେବେ ଲୋକମାନଙ୍କୁ କମିଶନର ଏନେଇ ଅପିଲ୍‌ କରିଛନ୍ତି ଯେ, ଠକେଇ ହେଲେ ସଙ୍ଗେ ସଙ୍ଗେ ଥାନା କିମ୍ବା ବ୍ୟାଙ୍କକୁ ଦୌଡ଼ନ୍ତୁ ନାହିଁ। ପ୍ରଥମେ ସାଇବର ହେଲ୍ପ ଲାଇନ୍‌ ନମ୍ବର (୧୯୩୦)କୁ କଲ୍‌ କରି ଆର୍ଥିକ କାରବାରର ତଥ୍ୟ ଦିଅନ୍ତୁ। ଆମ ପକ୍ଷରୁ ଟ୍ରାଞ୍ଜାକ୍ସନ୍‌ ଫ୍ରିଜ୍‌ ହେବା ପରେ ଥାନା କିମ୍ବା ବ୍ୟାଙ୍କକୁ ଯାଇ ରିପୋର୍ଟ କରିବାକୁ କମିଶନର ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri