ସବୁ ଯଦି ଲୀଳାମୟଙ୍କ ଇଚ୍ଛା ତେବେ ଏତେ ପ୍ରସ୍ତୁତିର ଆବଶ୍ୟକତା କ’ଣ

ଭୁବନେଶ୍ୱର, ୧୨।୭(ସୁନିତ୍‌ ମିଶ୍ର):ପହଣ୍ଡି ସମୟରେ ଚାରମାଳ ଉପରେ ବଳଭଦ୍ର ପଡ଼ିଯିବା ଘଟଣାକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ଏହି ଘଟଣାରେ ବାରମ୍ବାର ଶାସକ ଏବଂ ବିରୋଧୀ ମୁହାଁମୁହିଁ ହେବାରେ ଲାଗିଛନ୍ତି। ବିଜେଡି ଓ କଂଗ୍ରେସ ଏହି ବିଭ୍ରାଟ ଲାଗି ସରକାରକୁ ଟାର୍ଗେଟ କରିଥିବା ବେଳେ ଭାଜପା ଏହାର ପାଲଟା ଜବାବ ରଖିଛି।
ବିଜେଡି ନେତା ଅମର ପ୍ରସାଦ ଶତପଥୀ କହିଛନ୍ତି, ଏଥିରେ କୌଣସି ରାଜନୈତିକ କଥା ନାହିଁ। ଏହା ଭକ୍ତଙ୍କ ଭାବାବେଗର କଥା। ଏହାକୁ ନେଇ କୁହାଗଲା ପ୍ରଥମେ ଏହା ହେଉଛି ଲୀଳାମୟଙ୍କ ଇଚ୍ଛା, ଏଭଳି ବିବୃତି ଶୋଭନୀୟ କି ଗ୍ରହଣୀୟ ନୁହେଁ। ସବୁ ଯଦି ଲୀଳାମୟଙ୍କ ଇଚ୍ଛା, ତେବେ ପ୍ରଶାସନ ପକ୍ଷରୁ ଏତେ ପ୍ରସ୍ତୁତି କରିବାର ଆବଶ୍ୟକତା କ’ଣ ଅଛି ବୋଲି ଅମର କହିଛନ୍ତି।
କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ କହିଛନ୍ତି, ଏହା ପ୍ରଭୁଙ୍କ ଇଚ୍ଛା ବୋଲି ଉଲ୍ଲେଖ କରାଯାଉଛି, ଏହାକୁ କିଭଳି ସମାଲୋଚନା କରାଯିବ। ଏହା ଉପରେ କାହିଁକି ବି ସମାଲୋଚନା କରିବେ। ଏଥିଲାଗି ନିଜକୁ ଦାୟୀ କରୁଛି, ଆମେ ଏଭଳି ଏକ ଅଭାବନୀୟ ଅଘଟଣର ପଶ୍ଚାତାପ ଏବଂ ଆତ୍ମଶୁଦ୍ଧି ପାଇଁ ନବମୀ ସନ୍ଧ୍ୟା ଦର୍ଶନ ଅବସରରେ ଗୋଟିଏ ଓଳି ଉପବାସ କରନ୍ତୁ। ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତା ଚାହିଁିଲେ ମଧ୍ୟ ଏନେଇ ଅନ୍ୟମାନଙ୍କୁ ପାଳନ କରିବା ଲାଗି କହିପାରିବେ। ଏହା ଅତ୍ୟନ୍ତ ଅଭାବନୀୟ, ଅତିବ ଶୋଚନୀୟ ଘଟଣା। କୋଟି କୋଟି ଭକ୍ତଙ୍କୁ ମାର୍ମିକ ଭାବେ ସେମାନେ ମଧ୍ୟ ମର୍ମାହତ ବୋଲି ପ୍ରସାଦ କହିଛନ୍ତି।
ଭାଜପା ନେତା ବିରଞ୍ଚି ତ୍ରିପାଠୀ କହିଛନ୍ତି, ଗତବର୍ଷ ରଥ ସମୟରେ ସମାନ ଭାବେ ଯେଉଁ ବିଭ୍ରାଟ ଘଟିଲା ତା’ର ତଦନ୍ତ କରିବା ପରେ ଏନେଇ ଯିଏ ଦୋଷୀ ଥିଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥାଆନ୍ତେ ହୁଏତ ଆଜି ଏ ପ୍ରକାର ଘଟଣା ଦେଖିବା ଲାଗି ମିଳି ନ ଥାଆନ୍ତା। ଯେତେବେଳେ ବି ବ୍ରହ୍ମ ଏବଂ ଦାରୁ ବିଭ୍ରାଟ ହେଲା ସେତେବେଳେ ତା’ ଉପରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ବୋଲି ବିରଞ୍ଚି ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri