Home

ଇସ୍ତଫା ଦେଲେ ରଘୁବର ଦାସ, ରାଜନୀତିକୁ ପୁଣି ଫେରିବେ!

ଭୁବନେଶ୍ୱର,୨୪।୧୨: ଓଡ଼ିଶାର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି ରଘୁବର ଦାସ। ତାଙ୍କ ସ୍ଥାନରେ ହରି ବାବୁ କମ୍ଭମପତି ନୂଆ ରାଜ୍ୟପାଳ ନିଯୁକ୍ତି ହୋଇଛନ୍ତି। ରଘୁବରଙ୍କ ଇସ୍ତଫା ପତ୍ର ରାଷ୍ଟ୍ରପତି ଦୌପଦୀ ମୂର୍ମୁଙ୍କ ପାଖକୁ ପାଖକୁ ପଠାଇଛନ୍ତି। ତେବେ ରଘୁବରଙ୍କ ଇସ୍ତଫା ପରେ…

WHOରୁ ଓହରିଯିବ ଆମେରିକା! ଜାଣନ୍ତୁ ଟ୍ରମ୍ପଙ୍କ ଏଭଳି ନିଷ୍ପତ୍ତି ପରେ ପଡ଼ିବ କି ପ୍ରଭାବ?

ଓ୍ବାଶିଂଟନ,୨୪।୧୨: ବିବାଦ ସହ ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କ ବେଶ ପୁରୁଣା। ଏବେ ତାଙ୍କର ଆଗାମୀ ପଦକ୍ଷେପକୁ ନେଇ ଆମେରିକୀୟ ଗଣମାଧ୍ୟମରେ ଆଲୋଚନା ସରଗରମ ରହିଛ। ଯଦି ଟ୍ରମ୍ପ ୨୦୨୪ରେ କ୍ଷମତା ଗ୍ରହଣ କରନ୍ତି ତେବେ ତାଙ୍କ ପ୍ରଶାସନର ପ୍ରାରମ୍ଭିକ ଦିନରେ ଭୂକମ୍ପ…

କ୍ରିସ୍‌ମାସ୍‌ ପୂର୍ବ ସଂନ୍ଧ୍ୟାରେ ଅଘଟଣ: ଆଇଫିଲ୍‌ ଟାଓ୍ବାରରେ ଲାଗିଲା ନିଆଁ, ଫସି ରହିଲେ ହଜାର ହଜାର ପର୍ଯ୍ୟଟକ

ପ୍ୟାରିସ,୨୪।୧୨: ଆଇକନକ ଆଇଫିଲ୍‌ ଟାଓ୍ବାରରେ ଲାଗିଲା ନିଆଁ। ଏଥିନେଇ ପୁରା ଟାଓ୍ବାରକୁ ଶୀଘ୍ର ଖାଲି କରାଯାଇଥିଲା। ସେଠାରେ ଉପସ୍ଥିତ ପର୍ଯ୍ୟଟକମାନଙ୍କୁ ଐତିହାସିକ ସ୍ଥାନରୁ ଦୂରକୁ ନିଆଯାଇଥିଲା। କ୍ରିସମାସ୍‌ ପୂର୍ବଦିନ ଯୋଗୁ ଟାଓ୍ବାରରେ ବହୁ ସଂଖ୍ୟକ ଲୋକ ଏକତ୍ରିତ ହୋଇଥିଲେ। ହେଲେ ଏହାର…

ନାଗା ସାଧୁ କିଏ? ଜାଣନ୍ତୁ ଏମାନଙ୍କର ଜୀବନ ସହ ଜଡ଼ିତ ରହସ୍ୟମୟ କଥା…

ନୂଆଦିଲ୍ଲୀ,୨୪।୧୨: ଗଙ୍ଗା କୂଳରେ, ସୂର୍ଯ୍ୟଙ୍କ ପ୍ରଥମ କିରଣରେ ଜିଇଁ ଉଠୁଥିବା ଶୀତୁଆ ସକାଳରେ ଏକ ଦୃଶ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ। ପାଉଁଶ ବୋଳା ଉଲଗ୍ନ ଶରୀର, ଜଟାଭର୍ତ୍ତୀ କେଶ ଏବଂ ଆଖିରେ ନିଆରା ଚମକ ଦ୍ୱାରା ନାଗାସାଧୁ ମହାକୁମ୍ଭ ମେଳାରେ…

କୋଲକାତାର ରାସ୍ତାରୁ ଗାଏବ ହେଉଛି ‘ହଳଦିଆ ଟ୍ୟାକ୍ସି’, ଶୀଘ୍ର ପାଲଟିବ ଇତିହାସ…! 

କୋଲକାତା,୨୪।୧୨: ସ୍ବପ୍ନର ସହର କୋଲକାତା। ଭିକ୍ଟୋରିଆ ମେମୋରିଆଲ, ହାଓ୍ବଡା ବ୍ରିଜ, ରସଗୋଲା, ଟ୍ରାମ ଏବଂ ହଳଦିଆ ଟାକ୍ସି ଆଦି ଏହାର ପରିଚୟ ବୋଲି କୁହାଯାଏ। ଏସବୁ ମଧ୍ୟରୁ ସହରବାସୀଙ୍କ ହୃଦୟର ନିକଟତର ଥିବା ‘ହଳଦିଆ ଟ୍ୟାକ୍ସି’ ଇତିହାସ ପାଲଟିବାକୁ ଯାଉଛି। କହିବାର…

ଧର୍ମେନ୍ଦ୍ରଙ୍କ ସହ ବିଜେଡି ନେତା, ରାଜନୀତିରେ ପୁଣି ଚହଳ!

ଭୁବନେଶ୍ୱର,୨୪।୧୨: ବରିଷ୍ଠ ସାମ୍ବାଦିକ ରୁବେନ ବାର୍ନାଜୀଙ୍କ ବହିରେ ବିସ୍ଫୋରକ ଖୁଲାସା ପରେ ରାଜନୀତିରେ ଚହଳ ପଡିଛି। ପାଣ୍ଡିଆନ ପଜଲ ଶୀର୍ଷକ ନାମକ ଅଧ୍ୟାୟ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ନେଇ ବିଜେଡି-ଭାଜପା ମୁହାଁମୁହିଁ ହୋଇଥିବାବେଳେ ବରିଷ୍ଠ ବିଜେଡି ନେତା…

କୋର୍ଟରୁମ୍‌ରେ ବିଚାରପତିଙ୍କୁ ଚପଲ ଫିଙ୍ଗିଲେ ହତ୍ୟା ଅଭିଯୁକ୍ତ

ଠାଣେ,୨୪ା୧୨:ମହାରାଷ୍ଟ୍ର ଠାଣେ ଜିଲାର ଏକ ସେସନ୍ସ କୋର୍ଟରେ ଶନିବାର ଅପରାହ୍ନରେ ଶୁଣାଣି ବେଳେ ଜଣେ ୨୨ ବର୍ଷୀୟ ହତ୍ୟା ଅଭିଯୁକ୍ତ ବିଚାରପତିଙ୍କ ଉପରକୁ ଚପଲ ଫିଙ୍ଗିଥିଲେ। ଚପଲ ବିଚାରପତିଙ୍କ ଦେହରେ ନ ବାଜି ଝରକାରେ ମାଡ଼ ହେବା ପରେ କ୍ଲର୍କ ବେଞ୍ଚ୍‌…

ଛାଡ଼ପତ୍ର ପାଇଁ ଆବେଦନ କଲେ ରାଷ୍ଟ୍ରପତିଙ୍କ ସ୍ତ୍ରୀ

ମସ୍କୋ,୨୪ା୧୨:ସିରିଆର ବହିଷ୍କୃତ ରାଷ୍ଟ୍ରପତି ବଶର ଅଲ୍‌-ଅସାଦଙ୍କ ସ୍ତ୍ରୀ ଅସ୍‌ମା ଅଲ୍‌ ଅସାଦ୍‌ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି। ସେ ବ୍ରିଟେନ୍‌ ଫେରିଯିବାକୁ ଚାହୁଁଥିବା ଜଣାଇଛନ୍ତି। କ୍ଷମତାଚ୍ୟୁତ ହେବା ପରେ ମସ୍କୋରେ ବଶରଙ୍କ ସହ ଶରଣାର୍ଥୀ ଭାବେ ରହିବାରେ ସେ ଅସନ୍ତୁଷ୍ଟ ଥିବା…

ପପ୍‌କର୍ନରେ ଜିଏସ୍‌ଟିକୁ ନେଇ ବିବାଦ

ନୂଆଦିଲ୍ଲୀ,୨୪ା୧୨:ଦେଶରେ ପପ୍‌କର୍ନ ଉପରେ ନୂଆ ଟିକସକୁ ନେଇ ବିବାଦ ମୁଣ୍ଡ ଟେକିଛି। ଏବେ ବିଭିନ୍ନ ଫ୍ଲେଭରର ପପ୍‌କର୍ନ ଉପରେ ଭିନ୍ନଭିନ୍ନ ଜିଏସ୍‌ଟି ଲାଗୁ ହୋଇଛି। ସାଦା ପପ୍‌କର୍ନ ଉପରେ ୫ ପ୍ରତିଶତ ଜିଏସ୍‌ଟି ଲାଗୁ ହୋଇଥିବାବେଳେ ବ୍ରାଣ୍ଡେଡ୍‌ ପପ୍‌କର୍ନ ଉପରେ ୧୨%ଏବଂ…

ପାକିସ୍ତାନର ସ୍ବପ୍ନ ଚୂରମାର କରିଦେଲା ଭାରତ

ନୂଆଦିଲ୍ଲୀ,୨୪।୧୨: ବ୍ରିକ୍ସରେ ସଦସ୍ୟତା ପାଇବାକୁ ଆଶା ରଖିଥିବା ପାକିସ୍ତାନକୁ ଏକ ବଡ଼ ଝଟ୍‌କା ଲାଗିଛି। ଭାରତର ଦୃଢ ବିରୋଧ ଯୋଗୁ ପାକିସ୍ତାନ କେବଳ ବ୍ରିକ୍ସର ସଦସ୍ୟତାରୁ ବଞ୍ଚିତ ହୋଇ ନାହିଁ, ସହଭାଗୀ ଦେଶ ତାଲିକାରେ ମଧ୍ୟ ସ୍ଥାନ ପାଇପାରି ନାହିଁ। ଏହି…

ବିଜେଡି ନେତା ଭାଜପା ମୁହାଁ:ଭାଜପାରେ ମିଶିଲେ ୯ ସରପଞ୍ଚ, ୪ ସମିତିସଭ୍ୟ

ଯାଜପୁର/କୋରେଇ (ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି),୨୪/୧୨:ଗତ ଲୋକ ସଭା ନିର୍ବାଚନରେ ଯାଜପୁର ଆସନର ଫଳାଫଳକୁ ଦେଖିଲେ ଭାଜପା ଓ ବିଜେଡି ମଧ୍ୟରେ ହାରଜିତ୍‌ ବ୍ୟବଧାନ ମାତ୍ର ୦.୧୪% ରହିଥିଲା। ତେଣୁ ଆଗାମୀ ଜିଲା ପରିଷଦ ନିର୍ବାଚନରେ ଅଧିକରୁ ଅଧିକ ଆସନ ଓ ଭୋଟ…

ଦିନକ ପରେ ବଡଦିନ: ନିରାଶ କରୁଛି ବର୍ଷା 

ଦାରିଙ୍ଗବାଡି,୨୪/୧୨( ଅରୁଣ ସାହୁ)-ବଡଦିନ ପାଇଁ ଚାରିଆଡେ ଉତ୍ସବମୁଖର। ଏହି ସମୟରେ ଦାରିଙ୍ଗବାଡି ବର୍ଷାରେ ଭିଜିଛି। ଲଘୁଚାପଜନିତ ପ୍ରଭାବରେ ସୋମବାର ବିଳମ୍ବିତ ରାତିରେ ବର୍ଷା ହୋଇଥିବା ବେଳେ ମଙ୍ଗଳବାର କୋହଲା ପବନ ବୋହିବା ସହ ଦିନରେ ଶୀତର ପ୍ରକୋପ ବୃଦ୍ଧି ପାଇଛି ରାତିରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri